ଓଡ଼ିଆ ନବବର୍ଷ

ଉଇକିପିଡ଼ିଆ ରୁ
(Odia new year ରୁ ଲେଉଟି ଆସିଛି)
Jump to navigation Jump to search

ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତି ଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ । ଏହା ସୌର ବୈଶାଖର ପ୍ରଥମ ଦିବସ । ଏହିଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ । ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ । ଏହି ପଦ୍ଧତି ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ୟଙ୍କ ଠାରୁ ଚଳିଆସୁଥିବାର ଅନୁମାନ କରାଯାଏ ।

ଓଡ଼ିଆ ନବବର୍ଷ ଗଣନା ପ୍ରଣାଳି[ସମ୍ପାଦନା]

ପୃଥିବୀର ପାଞ୍ଚପ୍ରକାର ଗତି ଅଛି ସେଥି ମଧ୍ୟରୁ ୩ଟି ପ୍ରତ୍ୟକ୍ଷ ଓ ୨ଟି ପରୋକ୍ଷ । ୩ଟି ପ୍ରତ୍ୟକ୍ଷ ଗତି ମଧ୍ୟରୁ ଦୋଳନ ଗତି ଅନ୍ୟତମ । ଏହି ଦୋଳନଗତି ଥରେ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨୬ହଜାର ବର୍ଷ ଲାଗିଥାଏ । ଏହି ଗତି ବର୍ତ୍ତମାନ ପଶ୍ଚାତକ୍ରମରେ ମୀନ ଆଡ଼କୁ ୨୪ଡିଗ୍ରୀ ଘୁଞ୍ଚି ଆସିଲାଣି । ଏହି କ୍ରମରେ ଏହା ୩୬୦ଡିଗ୍ରୀ ପର୍ଯ୍ୟନ୍ତ ଗତି କରିବ । ଏହା ସମସ୍ତ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସିଦ୍ଧାନ୍ତିମାନଙ୍କ ମତ; ମାତ୍ର ଓଡ଼ିଶାର ମହାନ ବିତତ୍ତ୍ୱବିତ୍ ପଠାଣି ସାମନ୍ତଙ୍କ ମତ ଅନୁଯାୟୀ ଏହି ଗତି ଆଗକୁ ୨୭ଡିଗ୍ରୀ ଓ ପଛକୁ ୨୭ଡିଗ୍ରୀ ଗତି କରିବ । ଏହିପରି ଏହା କେବଳ ୫୪ଡିଗ୍ରୀ ଭିତରେ ହିଁ ଗତି କରିପାରିବ । ଏହି ଗତି ଫଳରେ ଗ୍ରହ ନକ୍ଷତ୍ରଙ୍କ ଦ୍ରାଘିମାରେ ପରିବର୍ତ୍ତନ ଆସେ । ଏହାକୁ ନିରୟଣ ପଦ୍ଧତି କୁହାଯାଏ । ଭାରତୀୟ ଜ୍ୟୋତିର୍ବିଦମାନେ ନିରୟଣ ମତବାଦର ସପକ୍ଷରେ । ଏହି ମତ ଅନୁଯାୟୀ ସ୍ପଷ୍ଟ ସୂର୍ଯ୍ୟ ମେଷ ବିନ୍ଦୁରେ ପ୍ରତ୍ୟେକ ବର୍ଷ ପ୍ରାୟ ଅପ୍ରେଲ ୧୪/୧୫ ତାରିଖରେ ପ୍ରବେଶ କରନ୍ତି । ଏହିଠାରୁ ହିଁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାରେ ଏହି ଦିବସକୁ ମହାବିଷୁବ ସଂକ୍ରାନ୍ତି ଭାବେ ଉଲ୍ଲେଖ କରାଯାଇଥାଏ । ମାତ୍ର ତାହା ଠିକ ନୁହେଁ କାରଣ ଏହିଦିନ ସୂର୍ଯ୍ୟ ବିଷୁବବୃତ୍ତର ପ୍ରାୟ ୯ଡିଗ୍ରୀ ଉତ୍ତରକୁ ଘୁଞ୍ଚି ଆସିଥାନ୍ତି ।

ହିନ୍ଦୁ ନବବର୍ଷ[ସମ୍ପାଦନା]

ହିନ୍ଦୁ ନବବର୍ଷର ଆରମ୍ଭ ଚୈତ୍ର ଶୁକ୍ଳ ପ୍ରତିପଦାରୁ ହିଁ ହୋଇଥାଏ । ଏହା ପଛରେ ରହସ୍ୟଟି ହେଉଛି ପୃଥିବୀ ସୃଷ୍ଟି ଆରମ୍ଭରେ ସାୟନ ଓ ନିରୟଣ ସୂର୍ଯ୍ୟ ଏକ ବିନ୍ଦୁରେ ଅବସ୍ଥାନ କରୁଥିଲେ । ମାତ୍ର ବର୍ତ୍ତମାନ ସମୟକୁ ଉକ୍ତ ବିନ୍ଦୁ ମୀନଆଡ଼କୁ ୨୪ଡିଗ୍ରୀ ପଶ୍ଚାତ୍କ୍ରମରେ ଘୁଞ୍ଚି ଆସିଛି, ତେଣୁ ଉକ୍ତ ଦିବସରେ ରବିଙ୍କ ସ୍ଥିତି ଆଉ ସେ ବିନ୍ଦୁରେ ରହିପାରୁନାହିଁ । ଅତଏବ ପୂର୍ବବର୍ଷ ଭଳି ରବିସ୍ଫୁଟ ଦିବସରେ ସମାନ ଆସୁନାହିଁ ।


ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]