ମୁକ୍ତେଶ୍ୱର ଦେଉଳ
| ମୁକ୍ତେଶ୍ୱର ଦେଉଳ | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | ଖୋର୍ଦ୍ଧା |
| Location | |
| Country | ଭାରତ |
ମୁକ୍ତେଶ୍ୱର ଦେଉଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପର୍ଶୁରାମ ମନ୍ଦିରର ଅନତିଦୂରରେ ଅବସ୍ଥିତ । ଏହି ମନ୍ଦିରଟି ୯୫୦-୯୭୫ ମସିହା ମଧ୍ୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଓଡ଼ିଶାରେ ହିନ୍ଦୁ ମନ୍ଦିର ଅନୁସନ୍ଧାନ ଏବଂ ଗବେଷଣାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ମନ୍ଦିରର କାରୁକାର୍ଯ୍ୟ ପ୍ରାଚୀନ ବିକାଶର ନିଦର୍ଶନ ଦେଇଥାଏ, ଏଥିରୁ ଏକ ଶତ ବର୍ଷ ଧରି ବିଭିନ୍ନ ପରୀକ୍ଷାନିରୀକ୍ଷାର ପ୍ରାରମ୍ଭ ହୋଇଥିବା ଅନୁମାନ କରାଯାଏ; ଯାହା ଭୁବନେଶ୍ୱରରେସ୍ଥିତ ରାଜାରାଣୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳେ ।[୧] ଏହା ମଧ୍ୟ ସହରର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ଅଟେ ।[୨]
ଇତିହାସ
[ସମ୍ପାଦନା]ଏହାର ନିର୍ମାଣ ୧୦ମ ଶତାବ୍ଦୀରେ ସୋମବଂଶୀ ଶାସନ ସମୟରେ କରାଯାଇଥିଲା । ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ଏବଂ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ ମଧ୍ୟରେ ତିଆରି ହୋଇଥିଲା ବୋଲି ଅନେକ ଗବେଷଣାକାରୀ ଅନୁମାନ କରନ୍ତି । ଓଡ଼ିଶାର ବାକି ଦେଉଳମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ରହିଛି । ଏହି ମନ୍ଦିରର ସମ୍ମୁଖ ଭାଗରେ ଥିବା ତୋରଣ ପାଖାପାଖି ସ୍ଥାନରେ ଥିବା ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ । ଏକ ଶୈବ ଧାର୍ମିକ ସ୍ଥଳ ସହ ଏହା ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀର ଏକ ଉପାସନା ସ୍ଥଳ ।
ନିର୍ମାଣ ଶୈଳୀ
[ସମ୍ପାଦନା]୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଏକ ଛୋଟ, କାରୁକାର୍ଯ୍ୟ ଓ ସୂକ୍ଷ୍ମ କଳାରେ ଭରା ଏକ ବିଶ୍ୱକର୍ମା ମହାରଣା କାରୁକାର୍ଯ୍ୟର ନିଦର୍ଶନ । ଏହା ପାଖରେ ଏକ ପୋଖରୀ ଭକ୍ତମାନଙ୍କଦ୍ୱାରା ବ୍ୟବହାର କରାଯାଇଥାଏ । ନାରୀମାନେ ଏହି ପୋଖରୀରେ ସନ୍ତାନ ଆଶାରେ ପଇସା ପକାଇଥାନ୍ତି ।
ସାଂସ୍କୃତିକ କାର୍ଯ୍ୟକ୍ରମ
[ସମ୍ପାଦନା]ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ପ୍ରତି ବର୍ଷ ମନ୍ଦିର ପରିସରରେ ତିନି ଦିନ ପାଇଁ ଏକ ନୃତ୍ୟ କାର୍ଯ୍ୟକ୍ରମ, ମୁକ୍ତେଶ୍ୱର ନୃତ୍ୟ ପର୍ବ ଆୟୋଜନ କରନ୍ତି । ଏହି ପର୍ବରେ ଓଡ଼ିଶୀ ନୃତ୍ୟ ଏବଂ ସଂଗୀତର ବୈଶିଷ୍ଟତାକୁ ପାଳନ କରାଯାଇଥାଏ ।[୩] ରାଜ୍ୟ ସରକାରଙ୍କର ୱେବ ପୋର୍ଟାଲରେ ଏହି ଉତ୍ସବଟିର ୱେବକାଷ୍ଟ କରାଯାଇଥାଏ ।[୪][୫]
ଗ୍ୟାଲେରି
[ସମ୍ପାଦନା]- The temple shrine
- Full temple complex
- Sculpture of Lord Vishnu in the precincts of the temple
- Sculpture of a dancer in the precincts of the temple
- Muktesvara temple
- Mukteswar Temple
- Another temple within the complex
- Side view
ଆଧାର
[ସମ୍ପାଦନା]- ↑ Smith, Walter Thomas (1994). The Muktesvara Temple in Bhubaneswar (1st ed.). Delhi: Motilal Banarsidass Publishers. ISBN 978-81-208-0793-8.
- ↑ Madan Gopal (1990). India through the ages. Public Resource. Publications Division, Ministry of Information & Broadcasting, Government of India.
- ↑ "Mukteswar dance festival from January 14 to 16". The Hindu (in ଇଂରାଜୀ). 2013-01-12. Archived from the original on 2014-01-06. Retrieved 2026-02-14.
- ↑ "Ekamra Utsav-Mukteswar Dance Festival, ORISSA". webcast.gov.in. Archived from the original on 2018-04-21. Retrieved 2026-02-14.
- ↑ "Season of melas" (in ଇଂରାଜୀ). 2010-12-23. Archived from the original on 2015-09-24.
{{cite journal}}: Cite journal requires|journal=(help)