ପର୍ଶୁରାମେଶ୍ୱର ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ପର୍ଶୁରାମେଶ୍ୱର ମନ୍ଦିର
Image of the temple showing the tower and worship hall in the foreground
Image of the temple showing the tower and worship hall in the foreground
ପର୍ଶୁରାମେଶ୍ୱର ମନ୍ଦିର is located in ଓଡ଼ିଶା
ପର୍ଶୁରାମେଶ୍ୱର ମନ୍ଦିର
ପର୍ଶୁରାମେଶ୍ୱର ମନ୍ଦିର
Odisha
ଭୌଗୋଳିକ ଅବସ୍ଥିତି
ଦିଗବାରେଣି20°14′35.27″N 85°50′20.57″E / 20.2431306°N 85.8390472°E / 20.2431306; 85.8390472Coordinates: 20°14′35.27″N 85°50′20.57″E / 20.2431306°N 85.8390472°E / 20.2431306; 85.8390472
ଦେଶଭାରତ
ରାଜ୍ୟଓଡ଼ିଶା
ସ୍ଥାନଭୁବନେଶ୍ୱର
ପରମ୍ପରା
ମୁଖ୍ୟ ଆରାଧ୍ୟଶିବ

ପର୍ଶୁରାମେଶ୍ୱର ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁ ମନ୍ଦିର, ଯାହା ଓଡ଼ିଶାର ସବୁଠୁ ପୁରୁଣା ମନ୍ଦିର ମଧ୍ୟରୁ ଗୋଟିଏ । ଏହା ସବୁଠୁ ଭଲ ଭାବେ ସରଂକ୍ଷିତ ହୋଇଥିବା ଏକ ପୁରୁଣା ଉତ୍କଳୀୟ ମନ୍ଦିର ଏବଂ ଏହାର ନିର୍ମାଣ ଖ୍ରୀ.ଅ.୭ମରୁ ୮ମ ଶତାବ୍ଦୀ ମଧ୍ୟରେ ଶୈଳୋଦଭବ କାଳରେ ହୋଇଥିଲା । ଏହି ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । ନଗର ଶୈଳୀର ଏହି ମନ୍ଦିରଟି ଖ୍ରୀ.ଅ. ୬୫୦ରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ, ତଥା ଏହି ମନ୍ଦିର ୧୦ମ ଶତାବ୍ଦୀ ପୂର୍ବରୁ ଓଡ଼ିଶାରେ ହୋଇଥିବା ମନ୍ଦିର ସମୂହର ସମସ୍ତ ବିଶେଷତ୍ୱ ବହନ କରେ ।

ପର୍ଶୁରାମେଶ୍ୱର ମନ୍ଦିରରେ ବିମାନ, ଗର୍ଭଗୃହ ବ୍ୟତୀତ ଏକ ବାଡ଼ ରହିଛି । ଏହି ମନ୍ଦିରରେ ଜଗମୋହନ କୁହାଯାଉଥିବା ଏକ ବିଶେଷ ଅଂଶ ଦେଖିବାକୁ ମିଳେ, ଯାହା ପୂର୍ବବର୍ତ୍ତୀ ମନ୍ଦିର ସମୂହରେ ନଥିଲା । ଶୈବ ମନ୍ଦିର ହୋଇଥିବା ସତ୍ତ୍ୱେ ଏଠାରେ ସାଧାରଣତଃ ଶାକ୍ତ ମନ୍ଦିର ମାନଙ୍କରେ ଦେଖିବାକୁ ମିଳୁଥିବା ଅନେକ ମୂର୍ତ୍ତୀ ରହିଛି । ସପ୍ତମାତୃକାଙ୍କ ମୂର୍ତ୍ତି ସ୍ଥାନ ପାଇବାରେ ଏହା ହେଉଛି ଭୁବନେଶ୍ୱରରେ ଥିବା ପ୍ରଥମ ମନ୍ଦିର । ଏହି ମନ୍ଦିରଟି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ସରଂକ୍ଷିତ । ଜୁନ-ଜୁଲାଇ ମାସରେ ପାଳିତ ପର୍ଶୁରାମାଷ୍ଟମୀ ଏହି ମନ୍ଦିରରେ ହେଉଥିବା ସର୍ବ ପ୍ରଧାନ ପର୍ବ । ଏହା ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚିତ ହୁଏ । [୧]

ଇତିହାସ[ସମ୍ପାଦନା]

ମନ୍ଦିରରେ ଥିବା ଶିବଲିଙ୍ଗ

ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ସମୂହ ମାନଙ୍କ ମଧ୍ୟରୁ ଗୋଟିଏ ଏବଂ ଭୁବନେଶ୍ୱର ଥିବା ଏକ ସର୍ବ ପୁରାତନ ମନ୍ଦିର । [୨][୩][୪] କେତେକ ଐତିହାସିକଙ୍କ ଅନୁସାରେ ଏହା ଶତ୍ରୁଘନେଶ୍ୱର, ଭରତେଶ୍ୱର ଓ ଲକ୍ଷ୍ମଣେଶ୍ୱର ମନ୍ଦିର ନିର୍ମାଣ ପରେ ୮ମ ଶତାବ୍ଦୀର ପ୍ରଥମ ଭାଗରେ ନିର୍ମିତ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାକୁ ଖ୍ରୀ.ଅ ୬୫୦ର ବୋଲି କହନ୍ତି । [୨] ଫରଗୁସନ୍ଙ୍କ ଅନୁସାରେ ଏହା ଖ୍ରୀ.ଅ.୫୦୦ରେ ତିଆରି । ଅଧିକାଂଶ ଗବେଷକ ଏହାକୁ ୭ମ ଶତାବ୍ଦୀର ମଧ୍ୟବର୍ତ୍ତୀ କାଳର ବୋଲି ଦର୍ଶାନ୍ତି ।

ଏହି ମନ୍ଦିରଟି ଶୈଳୋଦଭବ ବଂଶଦ୍ୱାରା ନିର୍ମିତ । ଏହି ବଂଶ ଶୈବ ଧର୍ମୀ ଥିଲେ । ଏମାନେ ଶାକ୍ତ ଉପାସନା ମଧ୍ୟ କରୁଥିବାରୁ ଏହି ମନ୍ଦିରରେ ଅନେକ ଶାକ୍ତ ମୂର୍ତ୍ତି ଦେଖିବାକୁ ମିଳେ । ୧୯୦୩ ମସିହାରେ ଏହାର ମରାମତି କରାଯାଇଥିଲା । ମୂଳ ରୂପକୁ ସମାନ ରଖି କେବଳ ଗର୍ଭଗୃହ ଓ ଛାତରେ କିଛି ପରିବର୍ତ୍ତନ କରାଯାଇଥିଲା । ପୂର୍ବ ଉପକୂଳରେ ଥିବାରୁ ଅନ୍ୟ ମନ୍ଦିର ମାନଙ୍କ ପରି ୧୨ଶ-୧୩ଶ ଶତାବ୍ଦୀର ମୁସଲିମ ଆକ୍ରମଣଦ୍ୱାରା ଏହା ବିଶେଷ ପ୍ରଭାବିତ ହୋଇନାହିଁ । ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ହେଉଛି ।

ସ୍ଥାପତ୍ୟ[ସମ୍ପାଦନା]

ଉତ୍କଳୀୟ ମନ୍ଦିର ମାନଙ୍କର ଦୁଇଗୋଟି ଅଂଶ ଥାଏ; ବିମାନ ବା ଗର୍ଭଗୃହ ଓ ଜଗମୋହନ, ଯେଉଁଠାରୁ ଭକ୍ତ ମାନେ ବିଗ୍ରହ ଦର୍ଶନ କରନ୍ତି । ପର୍ଶୁରାମେଶ୍ୱର ମନ୍ଦିରରେ ଏହି ଜଗମୋହନ ପ୍ରଥମ ଥର ପାଇଁ ତିଆରି ହୋଇଥିବାର ଦେଖାଯାଏ । ପୂର୍ବ ମନ୍ଦିର ମାନଙ୍କରେ ଜଗମୋହନ ଦେଖାଯାଏ ନାହିଁ । ଏବଂ ପରବର୍ତ୍ତୀ ମନ୍ଦିର ନାଟ ମଣ୍ଡପ ଓ ଭୋଗ ମଣ୍ଡପ ଭଳି ଦୁଇ ଗୋଟି ଅଧିକ ଅଂଶ ଦେଖାଯାଏ ।

ଆଧାର[ସମ୍ପାଦନା]

  1. Gopal, Madan (1990). K.S. Gautam, ed. India through the ages. Publication Division, Ministry of Information and Broadcasting, Government of India. p. 175.
  2. ୨.୦ ୨.୧ Pradhan, Dr. Baman Charan (September 2009). "Saktism at Bhubaneswar Through Ages" (PDF). Orissa Review. Government of Orissa e-Magazine: 10–102. Archived from the original (PDF) on 9 March 2014. Retrieved 23 March 2013.
  3. O'Malley 1908, p. 57
  4. Sturgis, Russell (1901). A dictionary of architecture and building: biographical, historical, and descriptive, Volume 2. The Macmillan Company. pp. 473–474.