ମଲାଜହ୍ନ

ଉଇକିପିଡ଼ିଆ‌ରୁ
(Malajanhaରୁ ଲେଉଟି ଆସିଛି)
ମଲା ଜହ୍ନ
ନିର୍ଦ୍ଦେଶକନିତାଇ ପାଲିତ
ପ୍ରଯୋଜକଶ୍ରୀ ଫିଲ୍ମସ୍ - ବନବିହାରୀ ଦେବ (ଆଳି ରାଜା)[୧], ନିତାଇ ପାଲିତ, ଶ୍ରୀପ୍ରସାଦ କାନୁନଗୋ, ଅରବିନ୍ଦ ମିଶ୍ର, ଅକ୍ଷୟ ମହାନ୍ତି, ଅକ୍ଷୟ ମହାନ୍ତି (କାଶ୍ୟପ)
ସଂଳାପଭୀମ ସିଂ ଓ ଡକ୍ଟର ଗୋବିନ୍ଦ ସେନାପତି[୨]
ଚିତ୍ରନାଟ୍ୟନିତାଇ ପାଲିତ
କାହାଣୀଉପେନ୍ଦ୍ର କିଶୋର ଦାସ[୩]
କଳାକାରଝରଣା ଦାସ, ଅକ୍ଷୟ ମହାନ୍ତି (କାଶ୍ୟପ), ଭୀମ ସିଂ, ମଣିମାଳା
ସଙ୍ଗୀତଅକ୍ଷୟ ମହାନ୍ତି
ସମ୍ପାଦକରମେଶ ଯୋଶୀ
ବିତରକସଖା ଡିଷ୍ଟ୍ରିବ୍ୟୁଟର୍ସ (ଧୀର ବିଶ୍ୱାଳ)[୪]
ମୁକ୍ତିଲାଭ ତାରିଖ
୧୦ ଡିସେମ୍ବର ୧୯୬୫
କଥାଚିତ୍ରର ସମୟ
୧୬୪ ମିନଟ
ଦେଶ ଭାରତ
ଭାଷାଓଡ଼ିଆ


ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମଲାଜହ୍ନ ୧୯୬୫ ମସିହାରେ କଟକର ପ୍ରଭାତ ସିନେମାରେ ମୁକ୍ତିଲାଭ କରିଥିଲା । ଏହା ଔପନ୍ୟାସିକ ତଥା ଚିତ୍ରଶିଳ୍ପୀ ଉପେନ୍ଦ୍ର କିଶୋର ଦାସଙ୍କ ରଚିତ ଉପନ୍ୟାସ "ମଲାଜହ୍ନ"ର ଚିତ୍ର ରୂପ । ଏହା ବର୍ତ୍ତମାନ ସି.ଏଚ୍.ଏସ୍.ଇ. ର ଏକାଦଶ ଶ୍ରେଣୀର ଇଛାଧୀନ ଓଡ଼ିଆ ପାଠ୍ୟପୁସ୍ତକରେ ପଢାଯାଉ ଅଛି।

କାହାଣୀ[ସମ୍ପାଦନା]

କଟକରେ ରହି ପାଠ ପଢୁଥିବା 'ସତୀ' (ଝରଣା ଦାସ) କୁଳୀନ ବ୍ରାହ୍ମଣ ଘରର ଝିଅ । ଗରିବ ବିଧବା ମାଦ୍ୱାରା ପରିପାଳିତ 'ନାଥନନା' ସତୀକୁ ଭଲ ପାଆନ୍ତି । ଧନୀ ଘରେ ବାହା ହେଲେ ଝିଅ ସୁଖରେ ରହିବ ବୋଲି ସତୀର ନନା 'ସତୀ'କୁ ବାଧ୍ୟକରି ବିପତ୍ନିକ ଜମିଦାର ପ୍ରୌଢ଼ ନରହରି ମିଶ୍ରଙ୍କ ସହ ବାହା କରିଦିଅନ୍ତି । ପ୍ରୌଢ଼ ନରହରି ମିଶ୍ରଙ୍କ ଘରେ ଏକ ରକ୍ଷିତା ସହ ପ୍ରଥମ ପକ୍ଷରୁ ପୁଅଟିଏ ଥାଏ । ଦିନେ ସପରିବାର ତୀର୍ଥ ଦର୍ଶନରେ ଧବଳେଶ୍ୱର ଯାଇଥିବା ବେଳେ ପ୍ରଚଣ୍ଡ ଝଡ଼ତୋଫାନ ଯୋଗୁଁ 'ସତୀ' ହଜିଯାଏ ଓ ନାଥନନାଙ୍କ ସହ ଦେଖା ହୁଏ । ପରଦିନ ନାଥନନା ସତୀକୁ ନରହରି ମିଶ୍ରଙ୍କ ଘରକୁ ଛାଡ଼ିବାକୁ ପହଞ୍ଚିଥିଲେ, କିନ୍ତୁ ପତ୍ନୀର ଚରିତ୍ରକୁ ସନ୍ଦେହ କରି ମିଶ୍ରେ 'ସତୀ'କୁ ଘରେ ପୁରାନ୍ତି ନାହିଁ । ଅଗତ୍ୟା 'ସତୀ'କୁ ନେଇ ନାଥନନା କଟକରେ ରଖନ୍ତି । 'ସତୀ' କିନ୍ତୁ ତା ବାପା, ମାଙ୍କ ପାଖକୁ ଯିବାକୁ ଚାହେଁ । ଗାଁକୁ ଫେରିବା ବେଳକୁ 'ସତୀ'ର ବାପା, ବୋଉ ଚାଲିଯାଇଥାନ୍ତି ଆରପାରିକୁ । ଗାଁ ଟାଉଟର ସମ୍ପତ୍ତି ହାତେଇବା ଲକ୍ଷ୍ୟରେ 'ସତୀ' ଓ ନାଥଙ୍କୁ ନେଇ ଗୁଜବ ସୃଷ୍ଟି କରେ । ସତୀ ଯାଇ ନଦୀରେ ଝାସ ଦିଏ ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ମଲା ଜହ୍ନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

  • ରକତ ଟଳମଳ ଖଇର ପାଞ୍ଚପଳ (କଣ୍ଠ: ଅକ୍ଷୟ ମହାନ୍ତି)
  • ଗଲାଣି ତ ଗଲା କଥାରେ ସଙ୍ଗାତ (ରଚନା: ଚମ୍ପୂ, କବିସୂର୍ଯ୍ୟ ବଳଦେବ ରଥ, କଣ୍ଠ: ଅକ୍ଷୟ ମହାନ୍ତି)
  • ମୋର ଅନ୍ତର ମନ୍ଦିରେ ରହି (ଜଣାଣ, ରଚନା- ଜଳୌକା ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ, କଣ୍ଠ: ପ୍ରଣବ ପଟ୍ଟନାୟକ)
  • ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ (ରଚନା: ବନମାଳୀ ଦାସ, କଣ୍ଠ: ପ୍ରଣବ ପଟ୍ଟନାୟକ ଓ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ)
  • ତୁଛାକୁ ମହୁ (ରଚନା: ବିନୋଦିନୀ ଦେବୀ, କଣ୍ଠ: କଲ୍ୟାଣୀ ଭଟ୍ଟାଚାର୍ଯ୍ୟ)
  • ନାଁ'ଟି ମୋ ନାଁ'ଟି (ରଚନା: ବିନୋଦିନୀ ଦେବୀ, କଣ୍ଠ: ନନ୍ଦିତା ଘୋଷ[୭])

ଆଧାର[ସମ୍ପାଦନା]

  1. ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୧୮୨-୧୮୩.{{cite book}}: CS1 maint: location (link)
  2. "Odia Movie!Malajahna!ମଲାଜହ୍ନ". ୟୁଟ୍ୟୁବ. Retrieved 16 September 2018.
  3. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 66–. ISBN 978-1-136-77284-9.
  4. cinemasagar.com: malajahna
  5. Palit, Ashok (2011). "Orissa: Nitai Palit, the first Odia film director, Orissa Entertainment News". orissadiary.com. Archived from the original on 7 March 2013. Retrieved 24 January 2013. Jharana Das started her career as a lead actress from MalaJanha
  6. "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  7. "Nandita Gosh sings 'Naanti Mo Naanti...' in Odia Movie 'Mala Janha'(1965)". ୟୁଟ୍ୟୁବ. ଓଡ଼ିଆ ମେଲୋଡ଼ି. Retrieved 16 September 2018.

ବାହାର ଆଧାର[ସମ୍ପାଦନା]