ଅକ୍ଷୟ ମହାନ୍ତି (କାଶ୍ୟପ)
ଦେଖଣା
ଅକ୍ଷୟ ମହାନ୍ତି | |
---|---|
ଜନ୍ମ | କିଆଡ଼ିଙ୍ଗିରି, କଟକ | ୧୯ ଡିସେମ୍ବର ୧୯୩୭
ମୃତ୍ୟୁ | ୨୨ ମଇ ୨୦୦୪[୧] | (ବୟସ ୬୬)
ବୃତ୍ତି | ଅଭିନେତା ଓ ନିର୍ଦ୍ଦେଶକ |
ଅକ୍ଷୟ ମହାନ୍ତି(ଜନ୍ମ : ୧୯/୧୨/୧୯୩୭) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଥିଲେ ।[୨]
ଜୀବନୀ
[ସମ୍ପାଦନା]ଅକ୍ଷୟ, ୧୯୩୭ ମସିହାରେ କଟକ ଜିଲ୍ଲାର କିଆଡ଼ିଙ୍ଗିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ନାଟ୍ୟକଳା ପ୍ରତି ଆଗ୍ରହୀ ଥିଲେ । ରେଭେନ୍ସା କଲିଜିଏଟ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ସମୟରେ ସେ "ଏକଲବ୍ୟ" ନାଟକରେ ଅଭିନୟ କରିଥିଲେ । "ୟୁନାଇଟେଡ଼ ଆର୍ଟିଷ୍ଟ" ଥିଏଟର ଅନୁଷ୍ଠାନ ଆନୁକୁଲ୍ୟରେ ଅଭିନୀତ ନାଟକ "ମମତା" ତାଙ୍କୁ ପରିଚିତି ଆଣିଦେଇଥିଲା । ଅଭିନୟର ଆକର୍ଷଣ ଏପରି ତୀବ୍ର ଥିଲା ଯେ, ସେ ଚାକିରି ଛାଡି ଅଭିନୟକୁ ନିଜର ବୃତ୍ତି ଭାବରେ ଆବୋରୀ ନେଇଥିଲେ । ୧୯୫୯ ମସିହାରେ ଶ୍ରୀ ଲୋକନାଥ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ।[୩] ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ କଥାଚିତ୍ର ଓ ଯାତ୍ରାରେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
ଓଡ଼ିଆ କଥାଚିତ୍ର
[ସମ୍ପାଦନା]ଅଭିନୟ
[ସମ୍ପାଦନା]- ଶ୍ରୀ ଲୋକନାଥ
- ମଲାଜହ୍ନ
- ନବଜନ୍ମ
- ଅମଡ଼ା ବାଟ
- ସଂସାର
- ମାଣିକ ଯୋଡ଼ି
- ହିସାବ ନିକାଶ
- ଲାଲ ପାନ ବିବି[୪]
- ଚିଲିକା ତୀରେ
- ବତାସୀ ଝଡ଼[୫]
ନିର୍ଦ୍ଦେଶନା
[ସମ୍ପାଦନା]- ନୀଳ ଶୈଳ
- ଜୟ ମା ମଙ୍ଗଳା
- ସଉତୁଣୀ
- ଶଙ୍ଖ ମହୂରୀ
ଆଧାର
[ସମ୍ପାଦନା]- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୨୨/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. Archived from the original on 26 May 2017. Retrieved 22 May 2017.
- ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-3-9.
- ↑ https://www.telegraphindia.com/1111227/jsp/odisha/story_14929678.jsp#.WFuXLNKGPIU
- ↑ "ଆଜି ଜନ୍ମଦିନ". ସମ୍ବାଦ ୧୯/୧୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 22 December 2016. Retrieved 19 December 2016.
- ↑ "ଅତୀତରୁ". ସମ୍ବାଦ. No. ଭୁବନେଶ୍ୱର. 3 November 2022. p. ୧୫. Archived from the original on 3 November 2022. Retrieved 3 November 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅକ୍ଷୟ ମହାନ୍ତି