Jump to content

ସମାଜ (ଖବରକାଗଜ)

ଉଇକିପିଡ଼ିଆ‌ରୁ
(ସମାଜ (ଖବର କାଗଜ)ରୁ ଲେଉଟି ଆସିଛି)
ସମାଜ
ମାଲିକଲୋକ ସେବକ ମଣ୍ଡଳ
ପ୍ରତିଷ୍ଠାତାଉତ୍କଳମଣି ଗୋପବନ୍ଧୁ ଦାସ
ପ୍ରକାଶକରାଜେନ୍ଦ୍ର ଜେନା
ସମ୍ପାଦକବାମାପଦ ତ୍ରିପାଠୀ
ପ୍ରତିଷ୍ଠିତ୧୯୧୯ ଅକ୍ଟୋବର ୪
ଭାଷାଓଡ଼ିଆ
ମୁଖ୍ୟାଳୟକଟକ
Circulation୩,୦୦,୦୦୦
Sister newspapersସମାଜ ସାପ୍ତାହିକ
ୱେବସାଇଟOfficial website
ମାଗଣା ଅନଲାଇନ ଅଭିଲେଖsamajaepaper.in

ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଗୋପବନ୍ଧୁ ଦାସଙ୍କଦ୍ୱାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଛୁରିଅନା ବକୁଳବନରୁ ତାଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା ।[] ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ଏହା ଏକ ସଙ୍ଗେ କଟକ, ବାଲେଶ୍ୱର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର, ବିଶାଖାପାଟଣା, କଲିକତାସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ୱାରା ପରିଚାଳିତ ହେଉଛି । ତପନ କୁମାର ମିଶ୍ର 'ସମାଜର ସମ୍ପାଦକ[] ଭାବରେ କାମ କରି ୨୦୨୬ ଅଗଷ୍ଟ ମାସରେ ଅବସର ନେଇଥିଲେ ଏବଂ ବାମାପଦ ତ୍ରିପାଠୀ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ ।[] ରାଜେନ୍ଦ୍ର ଜେନା ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।[]

କଟକରେ ଥିବା ସମାଜ କାର୍ଯ୍ୟାଳୟ

ଇତିହାସ

[ସମ୍ପାଦନା]

ସମାଜର ପ୍ରତିଷ୍ଠାତା ଗୋପବନ୍ଧୁ ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଥିଲେ । []ସମାଜ ସଂସ୍କାର କାର୍ଯ୍ୟ କରିବା ପାଇଁ ସେ ସାମ୍ବାଦିକତାକୁ ବୃତି ହିସାବରେ ଗ୍ରହଣ କରିଥିଲେ । ପ୍ରଥମେ ସେ ସତ୍ୟବାଦୀ ମାସିକ ପତ୍ରିକା ପ୍ରକାଶ କରୁଥିଲେ । ୧୯୧୯ ମସିହା ଅକ୍ଟୋବର ୧୦ ତାରିଖ ବିଜୟା ଦଶମୀ ଅବସରରେ ସେ ସମାଜ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ । ସମାଜ ପ୍ରଥମେ ଏକେ ସାପ୍ତାହିକ ଖବରକାଗଜ ରୂପେ ପ୍ରକାଶ ପାଉଥିଲା ଏବଂ କାଳକ୍ରମେ ଏହା ଦୈନିକ ପ୍ରକାଶ ପାଇବାକୁ ଲାଗିଲା | [] ସେ ନିଜେ ଏହାର ପ୍ରଥମ ସମ୍ପାଦକ ଥିଲେ । ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ ଆଦିଙ୍କ ସହଯୋଗରେ ଗୋପବନ୍ଧୁ ଦାସ ତତ୍କାଳୀନ ଇଂରେଜ ଶାସକଙ୍କ ବିରୁଦ୍ଧରେ ସମାଜରେ ଲେଖୁଥିଲେ ଏବଂ ଏଥି ପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା । ୧୯୨୮ ମସିହାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ପୁର୍ବରୁ ସମାଜକୁ ଲାଲା ଲାଜପତ ରାୟଙ୍କଦ୍ୱାରା ପ୍ରତିଷ୍ଟିତ ଲୋକ ସେବକ ମଣ୍ଡଳକୁ ହସ୍ତାନ୍ତର କରାଯାଇଥିଲା । ସେବେଠାରୁ ଲୋକ ସେବକ ମଣ୍ଡଳ ସମାଜର ପରିଚାଳନା କରିଆସୁଛି ।[] ୧୯୨୮ ମସିହାରେ ଲିଙ୍ଗରାଜ ମିଶ୍ର, ସମାଜର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଇବାକୁ ଲାଗିଲା । ୧୯୪୬ ମସିହାରେ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ଓ ରାଧାନାଥ ରଥ, ସମାଜର ସମ୍ପାଦନାର ଦାୟିତ୍ୱ ନେଲେ । ୧୯୫୨ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ, ରାଧାନାଥ ରଥ ସକ୍ରିୟ ରାଜନୀତିରେ ଭାଗନେଇ ସମାଜର ସମ୍ପାଦନାରୁ ଦଊରେଇ ରହିଥିଲେ ଓ ୧୯୬୧ ମସିହାରେ ସମାଜର ସମ୍ପାଦନାକୁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିଥିଲେ । ରାଧାନାଥ ରଥଙ୍କ ପରେ ମନୋରମା ମହାପାତ୍ର, ସମାଜର ସମ୍ପାଦକ ଦାୟିତ୍ୱରେ ରହିଥିଲେ ।

ସମ୍ପାଦକଗଣ

[ସମ୍ପାଦନା]
  1. ଗୋପବନ୍ଧୁ ଦାସ (୧୯୧୯ – ୧୯୨୮)
  2. ଲିଙ୍ଗରାଜ ମିଶ୍ର (୧୯୩୧ – ୧୯୪୫)
  3. ରାଧାନାଥ ରଥ (୧୯୪୫ – ୧୯୫୨ ଏବଂ ୧୯୬୧ – ୧୯୯୮)
  4. ମନୋରମା ମହାପାତ୍ର (୧୯୯୮ – ୨୦୨୧)
  5. ସୁଶାନ୍ତ କୁମାର ମହାନ୍ତି
  6. ପ୍ରମୋଦ କୁମାର ମହାପାତ୍ର
  7. ବାମାପଦ ତ୍ରିପାଠୀ[] ( – ଜାନୁଆରୀ ୨୦୨୦ ଏବଂ ୧୬ ଅଗଷ୍ଟ ୨୦୨୬ – )
  8. ତପନ ମିଶ୍ର (ଜାନୁଆରୀ ୨୦୨୦ – ୧୬ ଅଗଷ୍ଟ ୨୦୨୬)[]

ସାମାଜିକ କାର୍ଯ୍ୟ ଓ ସମ୍ମାନ

[ସମ୍ପାଦନା]

ସମାଜ କ୍ରମେ ନିଜକୁ ଏକ ଖବରକାଗଜରୁ ଏକ ସାମାଜିକ ଅନୁଷ୍ଠାନରେ ପରିବର୍ତିତ କରିସାରିଛି । ଏକ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହା ସମାଜ ସଂସ୍କାର ତଥା ଦେଶ ଗଠନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ସମାଜର ଏହି ଗଠନ ମୁଳକ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ଏହାକୁ ଆଇ.ଏଲ୍.ଏନ୍.ଏ. ସର୍ବୋତ୍କୃଷ୍ଟ ଜାତୀୟବାଦି ଖବରକାଗଜ ଭାବରେ ସମ୍ମାନିତ କରାଯାଇଛି । [୧୦]ଏହା ବ୍ୟତିତ ସମାଜର ରିଲିଫ କମିଟି ମଧ୍ୟ ଖୁବ ଉଚ୍ଚକୋଟିର ସମାଜ ସେବା କାର୍ଯ୍ୟ କରିଆସିଛି ।

  1. "ସମାଜର ଆତ୍ମଲିପି". ସମାଜ. ୧୦ ଅକ୍ଟୋବର ୨୦୧୪. Retrieved ୧୦ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)[permanent dead link]
  2. "ତପନ କୁମାର ମିଶ୍ର 'ସମାଜ'ର ସମ୍ପାଦକ". No. ସମାଜ ୦୭/୦୧/୨୦୨୦ପୃଷ୍ଠା ୩. ସମାଜ. Retrieved 7 January 2020.
  3. The Samaja ePaper https://samajaepaper.in/imageview_12_178202623256511_4_73_17-08-2026_3_i_1_sf.html. Retrieved 2026-08-17. {{cite web}}: Missing or empty |title= (help)
  4. ସମାଜର ୱେବସାଇଟ
  5. Shreeram Chandra Dash (1976). Gopabandhu Das. National Book Trust, India. p. 17. Retrieved 20 June 2012.
  6. Durgācaraṇa Kuam̐ra (1 January 2000). Utkalmani Gopabandhu Das. Sahitya Akademi. p. 20. ISBN 978-81-260-1101-8. Retrieved 20 June 2012.
  7. "ଆର୍କାଇଭ୍ କପି". Archived from the original on 2012-06-06. Retrieved 2012-06-20. {{cite web}}: Cite has empty unknown parameter: |1= (help)
  8. "ବାମାପଦ ତ୍ରିପାଠୀ 'ସମାଜ'ର ନୂଆ ସମ୍ପାଦକ". The Samaja ePaper. 2026-08-17. Archived from the original on 2026-08-18. Retrieved 2026-08-17.
  9. "ବାମାପଦ ତ୍ରିପାଠୀ 'ସମାଜ'ର ନୂଆ ସମ୍ପାଦକ". The Samaja ePaper. 2026-08-17. Archived from the original on 2026-08-18. Retrieved 2026-08-17.
  10. "ଆର୍କାଇଭ୍ କପି". Archived from the original on 2012-07-14. Retrieved 2012-06-20. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ

[ସମ୍ପାଦନା]