Jump to content

ଶାଳଗ୍ରାମ

ଉଇକିପିଡ଼ିଆ‌ରୁ

ଗଣ୍ଡୁକୀ ନଦୀର ଶିଳାକୁ ବିଷ୍ଣୁଙ୍କର ଏକ ପ୍ରତୀକ ରୂପେ ପରିଗଣିତ କରି ଶାଳଗ୍ରାମ ନାମରେ ପୂଜା କରାଯାଇଥାଏ । ଏହା ଉପରେ ତୁଳସୀ ଚଢ଼ାଯାଏ । ଭାରତର କେତେକାଂଶରେ ଶାଳଗ୍ରାମ ସହିତ ତୁଳସୀ ବିବାହ ଉତ୍ସବ ପାଳିତ ହୁଏ । ଏହାକୁ କଲ୍ୟାଣୋତ୍ସବ କୁହାଯାଏ । ହିନ୍ଦୁମାନେ ଏହାକୁ ପବିତ୍ର ଓ ବିଷ୍ଣୁ ଜ୍ଞାନ କରି ପୂଜା କରିଥାନ୍ତି ।

ସ୍ଥାନ

[ସମ୍ପାଦନା]

ଆମ୍ମୋନାଇଟ (ଛିଦ୍ରଯୁକ୍ତ କୁଣ୍ଡଳାକାର ଜୀବାଶ୍ମ) ଜାତିର ଏଇ ପ୍ରାକୃତିକ ଶିଳାଖଣ୍ଡ କେବଳ ନେପାଳର ମୁକ୍ତିନାଥ ନାମକ ସ୍ଥାନରେ ଗଣ୍ଡୁକୀ ନଦୀ ପଠାରେ ଦେଖିବାକୁ ମିଳିଥାଏ ।

ରଙ୍ଗରୂପ

[ସମ୍ପାଦନା]

ଅଧିକାଂଶ ଶାଳଗ୍ରାମ ଶିଳା କଳା ରଙ୍ଗର। ବିରଳ ଜାତିର ନାଲି ରଙ୍ଗର କେତେକ ଲେହିତ ଶାଳଗ୍ରାମ ମଧ୍ୟ ଦେଖିବାକୁ ମିଳିଥାଏ, ଯାହାକୁ ଘରେ ପୂଜା କରା ଯାଏ ନାହିଁ ।
ଗଣ୍ଡୁକୀ ନଦୀରେ ବଜ୍ର କୀଟ ନାମରେ ଏକ ପ୍ରକାର କୃମିପୋକ ରହିଥାଏ ଯାହାର ଦାନ୍ତ ଓ ନଖ ଗ୍ରାନାଇଟ ଶିଳାଠାରୁ ବି ଶକ୍ତ ବୋଲି ବିଶ୍ୱାସ କରାଯାଏ । ତାହା ଏହି ଶିଳା ଉପରେ ଚକ୍ରାକୃତିର ଚିହ୍ନ ଅଙ୍କନ କରିଥାଏ। ଏହି ଚକ୍ର କେବଳ ଶାଳଗ୍ରାମର ବାହାର ପାଖରେ ରହି ନ ଥାଏ ଭିତରେ ମଧ୍ୟ ରହିଥାଏ, କାରଣ ବଜ୍ରକୀଟ ଏହାକୁ ଖୋଳି ଏହା ଭିତରେ ବାସ କରିଥାଏ। ଏହି ଛିଦ୍ରଗୁଡ଼ିକୁ ବଦନ (ମୁଖ) କୁହାଯାଏ। ଗୋଟିଏ ପାଖରୁ ଆଲୁଅ ପକାଇଲେ ଏଇ ଛିଦ୍ର ଗୁଡିକୁ ସଫା ଦେଖିହୁଏ। ଏହି ଚକ୍ର ଚିହ୍ନକୁ ଦେଖି ଶାଳଗ୍ରାମ ଅସଲି ବା ନକଲି ଜଣା ପଡ଼େ। ପୁରାଣକଥା ଅନୁସାରେ ଭଗବାନ ବିଷ୍ଣୁ କୀଟ ରୂପରେ ଆସି ଏହି ଚକ୍ରକୁ ଅଙ୍କନ କରିଥାନ୍ତି। ଏହାଦ୍ୱାରା ସେ ନିଜର ଉପସ୍ଥିତି ସେହି ଶିଳାଖଣ୍ଡରେ ଦର୍ଶାଇଥାନ୍ତି।

ଶାଳଗ୍ରାମ ସାଧାରଣ, କ୍ଷୁଦ୍ର ଓ ଅତିକ୍ଷୁଦ୍ର ଭେଦରେ ତିନି ପ୍ରକାରର ହୋଇଥାଏ। ଅତି କ୍ଷୁଦ୍ର ଶାଳଗ୍ରାମରେ କୌଣସି ଛିଦ୍ର କିମ୍ବା ଚକ୍ର ଚିହ୍ନ ଦେଖିବାକୁ ମିଳେନା। କିନ୍ତୁ ଏହାକୁ ଆଲୁଅ ଆଗରେ ରଖିଲେ ଏହା ଭିତରେ ଏକ ପ୍ରକାରର ଲାଲ୍ ଆଲୋକ ଦେଖାଯାଏ। ଏହି ଶାଳଗ୍ରାମକୁ ରତ୍ନଗର୍ଭ କୁହାଯାଏ। ଏ ପ୍ରକାର ଶାଳଗ୍ରାମ ଅତି ବିରଳ।
ଯେଉଁ ଶାଳଗ୍ରାମରେ ୭ଟି ଛିଦ୍ର ଓ ୧୪ଟି ଚକ୍ର ଥାଏ ତାକୁ ଅନନ୍ତ ପଦ୍ମନାଭ ମୂର୍ତ୍ତି କୁହାଯାଏ ଓ ଯେଉଁଥିଲେ ୨ଟି ଛିଦ୍ର ଓ ୪ଟି ଚକ୍ର ଥାଏ ତାକୁ ନାରାୟଣ ମୂର୍ତ୍ତି କୁହାଯାଏ। ଉଭୟ ପ୍ରକାରର ଶାଳଗ୍ରାମକୁ ସମାନ ଶକ୍ତିଶାଳୀ ବୋଲି ଗଣନା କରାଯାଏ।

କିମ୍ବଦନ୍ତୀ

[ସମ୍ପାଦନା]

ଏକ କିମ୍ବଦନ୍ତୀ ଅନୁଯାୟୀ ସରସ୍ୱତୀଙ୍କ ଅଭିଶାପ ଯୋଗୁ ମହାଲକ୍ଷ୍ମୀ ତୁଳସୀ ବୃକ୍ଷରେ ପରିଣତ ହୋଇ ମର୍ତ୍ତ୍ୟକୁ ଆସିଥିଲେ । ପରେ ଭଗବାନ ବିଷ୍ଣୁ ହସ୍ତକ୍ଷେପ କରନ୍ତେ ଶାପ ଟଳିଥିଲା । ତୁଳସୀ ରୂପୀ ଲକ୍ଷ୍ମୀଙ୍କ ଦେହରୁ ପ୍ରବାହିତ ହୋଇଥିଲା ଗଣ୍ଡକୀ ନଦୀ । ବିଷ୍ଣୁ ଶାଳଗରମ ପଥର ରୂପେ ଅପେକ୍ଷା କରିଥିଲେ ଏବଂ ଗଣ୍ଡକୀ ସୃଷ୍ଟିହେବା ପରେ ଲକ୍ଷ୍ମୀଙ୍କୁ ନେଇ ବୈକୁଣ୍ଠକୁ ଫେରିଥିଲେ ।

ପୂଜାବିଧି

[ସମ୍ପାଦନା]

ଅଷ୍ଟାଦଶ ପୁରାଣରେ ଶାଳଗ୍ରାମ ଓ ବିଷ୍ଣୁ ପୂଜାର ମହିମା ବର୍ଣ୍ଣନା କରା ଯାଇଅଛି। ଦ୍ୱାରକାର ସମୁଦ୍ର କୂଳରେ ଦେଖିବାକୁ ମିଳୁଥିବା ଧଳା ପଥର, ଯାହାକୁ ଚକ୍ରନିକା ବୋଲି କୁହାଯାଏ, ତାହା ଶାଳଗ୍ରାମର ସମତୁଲ ବୋଲି ମଧ୍ୟ କୁହାଯାଇଛି। ପୂଜା ସ୍ଥାନରେ ଏହାକୁ ଶାଳଗ୍ରାମ ସହିତ ରଖାଯାଏ। ମାଧ୍ୱାଚାର୍ଯ୍ୟ ପନ୍ଥୀ ବୈଷ୍ଣବମାନଙ୍କ ମତରେ ଅତି ବଡ଼ ଆକାରର ଶାଳଗ୍ରାମ ଶିଳା କେବଳ ମଠ ମନ୍ଦିରରେ ପୂଜା ପାଇବା ଉଚିତ। ଶାଳଗ୍ରାମଙ୍କୁ ଗୃହରେ ସ୍ଥାପନ କରି ସାରିବା ପରେ ତାଙ୍କ ପୂଜାରେ ଅବହେଳା କରିବା ଅନୁଚିତ ବୋଲି ବିଶ୍ୱାସ କରାଯାଏ। ମାଧ୍ୱାଚାର୍ଯ୍ୟ ପନ୍ଥୀ ବୈଷ୍ଣବମାନଙ୍କୁ ଛାଡ଼ିଦେଲେ । ଦକ୍ଷିଣ ଭାରତର ଆୟାର ଯେଉଁମାନେ ଗୋପୀଚନ୍ଦନ ଧାରଣ କରନ୍ତି, ସେମାନେ ମଧ୍ୟ ଶାଳଗ୍ରାମ ଉପାସନା କରିଥାନ୍ତି ।

ଅନ୍ୟାନ୍ୟ ଦେବଦେବୀଙ୍କ ପରି ଶାଳଗ୍ରାମଙ୍କର ପ୍ରାଣପ୍ରତିଷ୍ଠା କରା ଯାଏ ନାହିଁ। ଏହାଙ୍କୁ ଆଣି ସିଧା ପୂଜା କରା ଯାଇଥାଏ ।

ପ୍ରକାର

[ସମ୍ପାଦନା]

ଆକାର-ପ୍ରକାର, ରଙ୍ଗ, ଦ୍ୱାର, ଚକ୍ର ଓ ରେଖାକୁ ଭିତ୍ତି କରି ପ୍ରାୟ ପଚିଶ ପ୍ରକାରର ଶାଳଗ୍ରାମ ଦେଖିବାକୁ ମିଳିଥାଏ ।

ଶାଳଗ୍ରାମର ନାମ ଆକାର ବର୍ଣ୍ଣ ଦ୍ୱାରର ଆକାର ଓ ସଂଖ୍ୟା ଚକ୍ରସଂଖ୍ୟା ରେଖାସଂଖ୍ୟା ବିଶେଷତ୍ୱ
୧.ଲକ୍ଷ୍ମୀନାରାୟଣ - ଇଷତ୍ କୃଷ୍ଣ -
୨.ପ୍ରଦ୍ୟୁମ୍ନ - - ବକ୍ରଦ୍ୱାର (ଶିରରେ) ୧ - -
୩.ଅନିରୁଦ୍ଧ ଗୋଲାକାର ହଳଦିଆ/ଇଷତ୍ ହଳଦିଆ ବକ୍ରଦ୍ୱାର - - ସୁଖ ଶାନ୍ତି ପ୍ରଦାନକାରୀ
୪.ବାସୁଦେବ ଗୋଲାକାର ଉଜ୍ଜ୍ୱଳ - ସାକ୍ଷାତ ଶ୍ରୀକୃଷ୍ଣ ସ୍ୱରୂପ, ମନୋବାଞ୍ଛା ପୂରକ
୫.ସଙ୍କର୍ଷଣ ଗୋଲାକାର ଉଜ୍ଜ୍ୱଳ - ବ୍ରହ୍ମଚାରୀମାନଙ୍କପାଇଁ, ଜ୍ଞାନୋଦୟକାରୀ
୬.ନରସିଂହ ବିବିଧ - - - ଉଗ୍ର, ବୈରାଗ୍ୟ ଓ ଇନ୍ଦ୍ରିୟ ଜୟ ପ୍ରଦାନକାରୀ
୭.ଲକ୍ଷ୍ମୀ ନରସିଂହ - - ପ୍ରଶସ୍ତ ଦ୍ୱାର ହାର ସଦୃଶ ସୌମ୍ୟ, ଶାନ୍ତି ଓ ସନ୍ତୁଷ୍ଟି ପ୍ରଦାୟକ
୮.ହୟଗ୍ରୀବ - - ଅଶ୍ୱାକୃତି ଦ୍ୱାର - ଦେଖିବାକୁ ଏତେ ସୁନ୍ଦର ନୁହେଁ, ଜ୍ଞାନ ପ୍ରଦାୟକ
୯.ସୁଦର୍ଶନ - - - - ସାଧାରଣ
୧୦.ଗଦାଧର - - - - ଅତି ସାଧାରଣ
୧୧.ମଧୁସୂଦନ ଚକ ଆକାରର ଘନକଳା ବାଦଲ ପରି - - - ଅତି ପବିତ୍ର, ଏଥିରେ ଗାଈଖୁରାର ଚିହ୍ନ ରହିଥାଏ
୧୨.ଲକ୍ଷ୍ମୀନାରାୟଣ - ଘନକଳା ବାଦଲ ପରି ହାର ସଦୃଶ ଅତି ବିରଳ ଓ ବିଶେଷ, ସର୍ବ ମନୋରଥ ପୂରଣକାରୀ
୧୩.ଲକ୍ଷ୍ମୀଜନାର୍ଦ୍ଦନ - ଘନକଳା ବାଦଲ ପରି - -
୧୪.ବାମନ କ୍ଷୁଦ୍ର ଇଷତ୍ କଳା - -
୧୫.ଶ୍ରୀରାଧା କ୍ଷୁଦ୍ର ଇଷତ୍ କଳା ହାର ସଦୃଶ ସୌଭାଗ୍ୟପ୍ରଦାନକାରୀ
୧୬.ରଘୁନାଥ - - - ଗାଈଖୁରାର ଚିହ୍ନଯୁକ୍ତ
୧୭.ଦାମୋଦର ବଡ଼ - - ମୁଖ୍ୟତଃ ମନ୍ଦିରରେ ପୂଜା କରାଯାଏ
୧୮.ରଣରାମ ଗୋଲ ଓ ମଧ୍ୟମ ଆକାରର - - ବାଳକ ପଦଚିହ୍ନାଙ୍କିତ, ଧନୁ ଓ ତୀର ଚିହ୍ନାଙ୍କିତ
୧୯.ରାଜରାଜେଶ୍ୱର ଗୋଲ ଓ ମଧ୍ୟମ ଆକାରର ଇଷତ୍ କଳା - ଛତ୍ରଚିହ୍ନାଙ୍କିତ, ରାଜଯୋଗ ଓ ରାଜସମ୍ମାନ ପ୍ରଦାନକାରୀ
୨୦.ଅନନ୍ତ - ଗାଢ଼ କଳା ୧୪ - ଅତି ବିରଳ ଓ ପବିତ୍ର

ବାହାର ତଥ୍ୟ

[ସମ୍ପାଦନା]