ଷଢ଼େଇଖଳା-ଖରସୁଆଁ ଜିଲ୍ଲା
ଷଢ଼େଇଖଳା-ଖରସୁଆଁ | |
---|---|
Location of ଷଢ଼େଇଖଳା-ଖରସୁଆଁ district in ଝାଡ଼ଖଣ୍ଡ | |
ରାଜ୍ୟ | ଝାଡ଼ଖଣ୍ଡ, ଭାରତ |
ପ୍ରଶାସନିକ ବିଭାଗ | କୋହ୍ଲଣ ବିଭାଗ |
ସଦର କାର୍ଯ୍ୟାଳୟ | ଷଢ଼େଇଖଳା |
କ୍ଷେତ୍ରଫଳ | [convert: invalid number] |
ଜନସଂଖ୍ୟା | ୧,୦୬୩,୪୫୮ (୨୦୧୧) |
ଘନତା | [convert: invalid number] |
ସହରାଞ୍ଚଳ ଲୋକସଂଖ୍ୟା | ୧୬.୩୦% |
ସାକ୍ଷରତା ହାର | ୬୮.୮୫ ପ୍ରତିଶତ |
ପୁରୁଷ-ନାରୀ ଅନୁପାତ | ୯୫୮ |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ୧. ରାଞ୍ଚି ବିଭାଜିତ, ୨. ସିଂହଭୂମି ବିଭାଜିତ ଓ ୩. ଖୁଣ୍ଟି ବିଭାଜିତ |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ୩ |
ବାର୍ଷିକ ହାରାହାରି ବୃଷ୍ଟିପାତ | ୧୩୫୦ mm |
ୱେବସାଇଟ |
ଷଢ଼େଇଖଳା-ଖରସୁଆଁ (ହିନ୍ଦୀ : सराइकेला खरसावाँ जिला, English: Saraikela-Kharasawan District); ଭାରତର ଝାଡ଼ଖଣ୍ଡ ରାଜ୍ୟ ଅନ୍ତର୍ଗତ ୨୪ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ । ଏହା ଆଗରୁ ଷଢ଼େଇଖଳା ଗଡ଼ଜାତ ରାଜ୍ୟ ଭାବେ ଜଣାଶୁଣା ଥିଲା । ଷଢ଼େଇଖଳା ସହର ଏହି ଜିଲ୍ଲାର ସଦର ମହକୁମା । ଷଢ଼େଇଖଳା ଛଉ ନାଚର ୩ ପ୍ରକାରରୁ ଷଢ଼େଇ ଛଉ ପ୍ରକାର ପାଇଁ ମଧ୍ୟ ଏହା ପ୍ରସିଦ୍ଧ । ୨୦୦୧ ମସିହାରେ ଏହା ପଶ୍ଚିମ ସିଂହଭୂମି ଜିଲ୍ଲାରୁ ଅଲଗା ହୋଇ ନୂଆ ଜିଲ୍ଲା ଭାବେ ପରିଚିତ ହେଲା ।
ଇତିହାସ[ସମ୍ପାଦନା]
ରାଜ ପରମ୍ପରା[ସମ୍ପାଦନା]
ସ୍ୱାଧୀନତା ଆଗରୁ ଷଢ଼େଇଖଳା ଓଡ଼ିଶାର ପ୍ରମୁଖ ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଥିଲା । ଓଡ଼ିଆ ରାଜପରିବାର ସିଂହଦେଓ ବଂଶ (ଷଢ଼େଇଖଳା ଛଉର ମୁଖ୍ୟ ପୁରୋଧା) ଦୀର୍ଘ ୩୦୦ ଧରି ଏହାକୁ ଶାସନ କରି ଆସୁଥିଲେ । ଏହା ଆଗରୁ ଏହା କଳିଙ୍ଗ-ଉତ୍କଳ-କୋଶଳ ଗଜପତି ସାମ୍ରାଜ୍ୟର ଏକ ରାଜ୍ୟ ଥିଲା । ଏହି ଗଡ଼ଜାତ ରାଜ୍ୟର ଶେଷ ସ୍ୱାଧୀନ ରାଜା ଥିଲେ ଶ୍ରୀ ଆଦିତ୍ୟ ନାରାୟଣ ସିଂହଦେଓ । ସେ ଶ୍ରୀ ଉଦିତ ନାରାୟଣ ସିଂହଦେଓଙ୍କ ପୁଅ ଓ ତାଙ୍କର ପୁଅ ଶ୍ରୀ ନୃପେନ୍ଦ୍ର ନାରାୟଣ ସିଂହଦେଓ (ଟିକାୟତ ସାହେବ), ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ (ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ), ପଟାୟତ ସାହେବ ଶ୍ରୀ କୁମାର ଭୂପେନ୍ଦ୍ର ନାରାୟଣ ସିଂହଦେଓ (ବିହାର ସହ ଆଦିବାସୀ ରାଜ୍ୟ ମିଶ୍ରଣ ବିରୋଧୀ ଆନ୍ଦୋଳନର ପୁରୋଧା) ଓ ପରମଗୁରୁ ଶ୍ରୀ ସୁଧେନ୍ଦ୍ର ନାରାୟଣ ସିଂହଦେଓ (ଛଉ ନୃତ୍ୟ ଗୁରୁ ଓ ପଦ୍ମଶ୍ରୀ ଉତ୍ପାଧି ପ୍ରାପ୍ତ)।
ରାଜତନ୍ତ୍ର ନଥିଲେ ମଧ୍ୟ ଏହି ରାଜପରିବାର ବର୍ତ୍ତମାନ ଲୋକମାନଙ୍କ ଗହଣରେ ଏବେ ମଧ୍ୟ ପୂଜ୍ୟ ଓ ସମ୍ମାନିତ । ସେମାନେ ଷଢ଼େଇଖଳାର ରାଜନୈତିକ, ସଂସ୍କୃତିକ, ଧାର୍ମିକ ଗତିବିଧି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସେମାନେ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା' ପାଉଡି ଦେବୀ ଙ୍କର ପୂଜାର ପ୍ରଥମ ଅଧିକାରୀ । ଛଉ ନାଚକୁ ଜୀବନ୍ତ ରଖିବାରେ ଏମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ଷଢ଼େଇଖଳା ରାଜପ୍ରସାଦରେ ପ୍ରତିବର୍ଷ ଛଉ ନୃତ୍ୟ ମହୋତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଏ । ବର୍ତ୍ତମାନର ରାଜପରିବାରରେ ଯେଉଁମାନେ ସକ୍ରିୟ ଭାବେ ଜିଲ୍ଲାର ଜୀବନ ଯାତ୍ରାରେ ସଂପୂର୍ଣ୍ଣ ଭାବେ ଜଡ଼ିତ ସେମାନେ ହେଲେ ରାଜକୁମାର ପ୍ରତାପ ଆଦିତ୍ୟ ସିଂହଦେଓ, ରାଜକୁମାର ଯୁଗଭାନୁ ସିଂହଦେଓ, ମହାରାଜ କୁମାର ଜୟରାଜ ସିଂହଦେଓ ଓ ରାଜକୁମାର ରାଜବିକ୍ରମ ସିଂହଦେଓ।
ବର୍ତ୍ତମାନର ଘଟଣା[ସମ୍ପାଦନା]
ଏହି ଜିଲ୍ଲାଟି ବର୍ତ୍ତମାନ ଲାଲ କରିଡରର ଅନ୍ତର୍ଭୁକ୍ତ।[୧]
ଭୂଗୋଳ[ସମ୍ପାଦନା]
ଏହାର ଅକ୍ଷାଂଶ ୨୨°୨୯'୨୬" ଓ ୨୩°୦୯'୩୪" ଉତ୍ତର ମଧ୍ୟରେ ଓ ଦ୍ରାଘିମା ୮୫°୩୦'୧୪" ଓ ୮୬°୧୫'୨୪" ପୂର୍ବ ମଧ୍ୟ ରେ।
ଅର୍ଥନୀତି[ସମ୍ପାଦନା]
୨୦୦୬ ଭାରତ ସରକାର ପଞ୍ଚାୟତି ରାଜ ମନ୍ତ୍ରଣାଳୟଦ୍ୱାରା ହେଇଥିବା ଏକ ସର୍ବେକ୍ଷଣ ଅନୁସାରେ ଭାରତର ସମୁଦାୟ ୬୪୦ ଜିଲ୍ଲା ମଧ୍ୟରୁ ୨୫୦ ଜିଲ୍ଲା ଅର୍ଥନୈତିକ ଭାବେ ପଛୁଆ ଜିଲ୍ଲା ଘୋଷିତ ହେଇଥିଲା । ସେଥିରେ ଝାଡ଼ଖଣ୍ଡର ୨୧ଟି ଜିଲ୍ଲା ଅନ୍ତର୍ଭୁକ୍ତ ଥିଲେ । ଏହି ଜିଲ୍ଲା ସେହି ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ।[୨]
ବିଭାଗ(ଡିଭିଜନ)[ସମ୍ପାଦନା]
୯ଟି ବ୍ଲକକୁ ନେଇକି ଏହି ଜିଲ୍ଲା ଗଠିତ । ସେଗୁଡ଼ିକ ହେଲା ଷଢ଼େଇଖଳା, ଖରସୁଆଁ, ଗହ୍ମାରିଆ, କୁଚାଇ, ଇଚ୍ଛାଗଡ଼, ନିମିଡିହ, ଚାଣ୍ଡିଲ, ରାଜନଗର ଓ ନବଗଠିତ କୁକରୁ ।
ଏଠାରେ ୩ ଟା ବିଧାନ ସଭା ଆସନ ଅଛି; ସେଗୁଡ଼ିକ ହେଲା: ଇଚ୍ଛାଗଡ଼, ଷଢ଼େଇଖଳା ଓ ଖରସୁଆଁ । ଏଗୁଡ଼ିକ ଯଥାକ୍ରମେ ରାଞ୍ଚି, ପଶ୍ଚିମ ସିଂହଭୂମି ଓ ଖୁଣ୍ଟି ଲୋକ ସଭା ନିର୍ବାଚନ ମଣ୍ଡଳୀର ଅଂଶ।
ଜନବସତି[ସମ୍ପାଦନା]
୨୦୧୧ ଜନଗଣନା ଅନୁସାରେ ଏହି ଜିଲ୍ଲାରେ ମୋଟ ୧୦,୬୩,୪୫୮ ଲୋକ [୩] ବାସ କରୁଛନ୍ତି ଯାହାକି ସାଇପ୍ରସ ଦେଶର ଜନସଂଖ୍ୟା [୪] ଓ ଆମେରିକୀୟ ରାଜ୍ୟ ରୋଢ ଦ୍ୱୀପପୁଞ୍ଜର ଜନସଂଖ୍ୟା [୫] ସହ ସମାନ। ଜନସଂଖ୍ୟା ଦୃଷ୍ଟିରୁ ଏହା ଭାରତର ୪୨୮ତମ ଜିଲ୍ଲା। ଏହାର ଜନସଂଖ୍ୟା ଘନତା ୩୯୦ /ବର୍ଗ କି.ମି. । ବିଗତ ଦଶକରେ ଜନସଂଖ୍ୟା ବୃଦ୍ଧିହାର ୨୫.୨୮%, ପୁରୁଷ-ନାରୀ ଅନୁପାତ ୧୦୦୦:୯୫୮ ଓ ସାକ୍ଷରତା ହାର ୬୮.୮୫। [୩]
ଆଧାର[ସମ୍ପାଦନା]
- ↑ "83 districts under the Security Related Expenditure Scheme". IntelliBriefs. 2009-12-11. Retrieved 2011-09-17.
- ↑ Ministry of Panchayati Raj (September 8, 2009). "A Note on the Backward Regions Grant Fund Programme" (PDF). National Institute of Rural Development. Retrieved September 27, 2011.
- ↑ ୩.୦ ୩.୧ "District Census 2011". Census2011.co.in. 2011. Retrieved 2011-09-30.
- ↑ US Directorate of Intelligence. "Country Comparison:Population". Retrieved 2011-10-01.
Cyprus1,120,489 July 2011 est.
- ↑ "2010 Resident Population Data". U. S. Census Bureau. Retrieved 2011-09-30.
Rhode Island 1,052,567