କିଏ କାହାର (୧୯୯୭ର ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
କିଏ କାହାର
ନିର୍ଦ୍ଦେଶକଅବତାର ସିଂହ
ପ୍ରଯୋଜକଏଚ୍. ଅନରାଜ
ଲକ୍ଷ୍ମୀନାରାୟଣ ଅଗ୍ରୱାଲ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟଅବତାର ସିଂହ
କାହାଣୀଅବତାର ସିଂହ
କଳାକାରବିଜୟ ମହାନ୍ତି
ତନ୍ଦ୍ରା ରାୟ
ଉତ୍ତମ ମହାନ୍ତି
ମିହିର ଦାସ
କୁନା ତ୍ରିପାଠୀ
ମୁନ୍ନା ଖାଁ
ନମ୍ରତା ଦାସ
ସଙ୍ଗୀତସରୋଜ ନନ୍ଦ
ଚିତ୍ରଗ୍ରହଣନାରାୟଣ କୁମାର
ସମ୍ପାଦକଦେବେନ ମିଶ୍ର[୧][୨]
ମୁକ୍ତିଲାଭ ତାରିଖ
୩ ଜୁଲାଇ ୧୯୯୭
ଦେଶ ଭାରତ
ଭାଷାଓଡ଼ିଆ

କିଏ କାହାର, ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏଚ୍. ଅନରାଜ ଓ ଲକ୍ଷ୍ମୀନାରାୟଣ ଅଗ୍ରୱାଲ । ଅବତାର ସିଂହ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତକାର ସରୋଜ ନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୫]

ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଉତ୍ତମ ମହାନ୍ତି, ମିହିର ଦାସ, କୁନା ତ୍ରିପାଠୀ, ମୁନ୍ନା ଖାଁ, ନମ୍ରତା ଦାସ, ଅଶ୍ରୁମୋଚନ ମହାନ୍ତି, ସୁରେଶ ବଳ, ଦେବୁ ବୋଷ, ସରୋଜ ଦାସ, ଜୟୀରାମ ସାମଲ, ମାମିନା, ଇନ୍ଦୁ ପାତ୍ର, ହାଡ଼ୁ, ପୁଷ୍ପିତା ମୁଖାର୍ଜୀ ଆଦି କଳାକରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତା କୁନା ତ୍ରିପାଠୀ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୪]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ନନ୍ଦ । ଗୀତିକାର ନିଜାମ ଓ ଅଲେଖ ବିଶ୍ୱାଳ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦେବାଶିଷ ମହାପାତ୍ର, ଗୀତା ଦାସ, ବିଷ୍ଣୁ, ଟି. ସୌରୀ, ମହମ୍ମଦ ସାଜିଦ, ପ୍ରୀତିନନ୍ଦା ରାଉତରାୟ, ଅନିତା ଗୋସ୍ୱାମୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ହାଏରେ ତୋର ଝୁମକା" 
2."ଟିକି ଟିକି ଓଠରେ" 
3."ଫୁଲ ବଉଳବେଣୀ" 
4."କିଏ କାହାର" 
5."ସିନ୍ଦୂର ସାଇତିଛି ନାଇବି ବୋଲି" 
6."ଏ ଟୋକି ଭାବୁଥିଲା" 
7."ବେଳେ ବେଳେ ସମୟ ତ" 

ଆଧାର[ସମ୍ପାଦନା]

  1. "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
  2. "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
  3. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  4. ୪.୦ ୪.୧ Panda, Bhabani P. (22 August 2016). "Ollywood: Debut Film and Year List of Odia Film Stars (Actors, Actress, Villains, Comedians)". OdiaPortal.IN. Archived from the original on 1 September 2020. Retrieved 1 September 2020.
  5. ୫.୦ ୫.୧ "Kie Kahara (1997) - Detailed Info and All Mp3 Songs". odiakhati.com. Archived from the original on 1 September 2020. Retrieved 1 September 2020.

ବାହାର ଆଧାର[ସମ୍ପାଦନା]