Jump to content

କୁନା ତ୍ରିପାଠୀ

ଉଇକିପିଡ଼ିଆ‌ରୁ
କୁନା ତ୍ରିପାଠୀ
ରବିନ୍ଦ୍ର ଭବନ, ଭୁବନେଶ୍ୱରରେ କୁନା ତ୍ରିପାଠୀ ।
ଜନ୍ମ
ସତ୍ୟବ୍ରତ ତ୍ରିପାଠୀ

ବୃତ୍ତି(ଓଡ଼ିଆ) ଅଭିନେତ୍ରା

କୁନା ତ୍ରିପାଠୀ (ଜନ୍ମନାମ: ସତ୍ୟବ୍ରତ ତ୍ରିପାଠୀ), ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ।[] ସେ ଅଭିନୟ ବ୍ୟତୀତ ନିର୍ବାଚନ ବେଳେ ପ୍ରଚାର[] ଏବଂ ଦୂରଦର୍ଶନରେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଛନ୍ତି । ଏତଦ ବ୍ୟତୀତ ସେ ହାସ୍ୟାତ୍ମକ କବିତା, ଓଡ଼ିଆ ସାହିତ୍ୟ କବିତା, ଗପ ଆଦି ରଚନା ମଧ୍ୟ କରନ୍ତି ।[] ମାଆ ଗୋଜବାୟାଣୀ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା କୁନା ଖଳନାୟକ, ସ‌ହକାରୀ ଅଭିନେତା, ହାସ୍ୟ ଅଭିନେତା ଭଳି ଭୂମିକାରେ ଅଭିନୟ କରିଛନ୍ତି । କୁନା ତ୍ରିପାଠୀ ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍‌ରେ ଉପସ୍ଥାପକ ଭାବରେ ୨୦୦୭ରୁ କାର୍ଯ୍ୟ କରି ଆସୁଥିଲେ ।[] ୨୦୧୮ ମସିହା ମଇ ମାସରେ କୁନା "ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅଭିନୟ ଜୀବନ

[ସମ୍ପାଦନା]

କୁନା ତ୍ରିପାଠୀ ପ୍ରଥମେ ଜଣେ ଖଳନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ସ‌ହକାରୀ ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ ଦୂରଦର୍ଶନରେ ମଧ୍ୟ କଛି ଧାରାବାହିକରେ ସେ ଅଭିନୟ କରିଥିଲେ । ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍‌ରେ ଉପସ୍ଥାପକ ଭାବରେ ସେ ୨୦୦୭ରୁ କାର୍ଯ୍ୟ କରି ଆସୁଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକା
୧୯୯୯ପୁଅ ଭାଙ୍ଗିଦେଲା ସୁନା ସଂସାରସତ୍ୟବ୍ରତ ତ୍ରିପାଠୀ
ମା ଗୋଜବାୟାଣୀତାନ୍ତ୍ରିକ
ଲାଟ୍ ସାହେବ
ରକତ ଚିହ୍ନିବ ନିଜର କିଏନାଗ ମଣି
୨୦୦୦ବାବୁ ପର୍ଶୁରାମସେଟ୍ ଯୋଜାଡ଼ିଆ
୨୦୦୨ରହିଚି ରହିବି ତୋରି ପାଇଁଅଭିଜିତ
ସମୟ ଚକରେ ସଂସାର ରଥଦିବାକର ମହାପାତ୍ର
୨୦୦୩ନାରୀ ଆଖିରେ ନିଆଁ
୨୦୦୫ତୁ ମୋ ଆଖିର ତାରାପିୟୁସ୍
ଓ ମାଇଁ ଲଭ୍ସଂଗ୍ରାମ
ଧର୍ମର ହେବ ଜୟଶ୍ରୀଖଣ୍ଡି ପଟ୍ଟନାୟକ
ତୋତେ ମୋ ରାଣସାମନ୍ତରାୟ
୨୦୦୬ତୁ ଏକା ଆମ ସାହା ଭରଷାବିନୋଦ
ଶାଶୁ ଘର ଚାଲିଯିବିରଘୁନାଥ
୨୦୦୭ବନ୍ଧୁତା
ତୋ ପାଇଁ ନେବି ମୁଁ ଶହେ ଜନମଆନନ୍ଦ
କାଳୀଶଙ୍କରଗୀଟୁ
ଲାଲ ଟୁକୁ ଟୁକୁ ସାଧବ ବୋହୂବଜରଙ୍ଗ ବାବା
୨୦୦୮ସତ୍ୟମେବ ଜୟତେଚକ୍ରଧର ସ୍ୱାଇଁ
୨୦୦୯ଧୀରେ ଧୀରେ ପ୍ରେମ ହେଲାଶଙ୍କର ସଉରା
ଲଭ୍ ଡଟ୍ କମ୍ରାଣା ପ୍ରତାପ ରାଇସିଂଘ
୨୦୧୦ଦିଲ୍ ତ‌ତେ ଦେଇଚି
ତ‌ତେ ଭଲ ପାଉଚି ବୋଲି
ମେଘ ସବାରୀରେ ଆସିବ ଫେରିରାଜା
୨୦୧୧ଦୋସ୍ତିଲିସାର ବାପା
ଚୋରି ଚୋରି ମନ ଚୋରି
ଆଇନ କାନୁନ
୨୦୧୨ଥୁକୁଲଆକ୍ରମ ଭାଇ
୨୦୧୩ତୁ ମୋ ସୁନା ତୁ ମୋ ହୀରାପ୍ରିୟାର ବାପା
ହାତ ଧରି ଚାଲୁଥାଦୁସ୍ମନ୍ତ କୁମାର
ଓମ୍ ସାଇ ସଲାମ
ମିତ ବସିଚି ମୁଁ ଭୂତ ସାଥୀରେରାଜୁର ବାପା
କେହି ଜଣେ ଭଲ ଲାଗେରେପ୍ରିନ୍ସ‌ର ବାପା
୨୦୧୪ତୁ ଆଉ ମୁଁ
ତମେ ଥିଲେ ସାଥିରେରାଜେଶ୍ୱର
୨୦୧୫ପିଲାଟା ବିଗିଡ଼ି ଗଲାଏସ୍‌.ଆଇ. ଦୁର୍ଯ୍ୟୋଧନ ସାହୁ
ମୋ ଦିଲ୍ କ‌ହେ ଇଲୁ ଇଲୁ
ରଙ୍ଗିଲା ବାବାବାବା ଭାରତୀ
କେହି ନୁହେଁ କାହାର

ଅଭିନୀତ ଧାରାବାହିକ

[ସମ୍ପାଦନା]
ଧାରାବାହିକଚେନାଲଭୂମିକା
ମାଡିଡି ଓଡ଼ିଆମିଷ୍ଟର ଡିସୋଜା
ରାଜନୀତିତରଙ୍ଗ ଟିଭିରାଜା ସାହେବ

ଉପସ୍ଥାପକ

[ସମ୍ପାଦନା]
  • ନ୍ୟୁଜ୍ ଫ୍ୟୁଜ୍ (୨୦୦୭ରୁ ୨୦୧୮)
  1. "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.[permanent dead link]
  2. "ନେତା ନୁହେଁ ଅଭିନେତାଙ୍କ କଥା ଶୁଣିବାକୁ ଲୋକଙ୍କ ଇଛା : କୁନା ତ୍ରିପାଠୀ". କନକ ନ୍ୟୁଜ୍. Retrieved 17 January 2018.
  3. "ଉପନ୍ୟାସ ଲେଖୁଛନ୍ତି କୁନା ତ୍ରିପାଠୀ". Odisha Reporter. 3 January 2018. Archived from the original on 6 January 2018. Retrieved 17 January 2018.
  4. "'ନ୍ୟୁଜ୍‌ ଫ୍ୟୁଜ୍‌' ଫେମ୍ କୁନା ତ୍ରିପାଠୀ କେଉଁଥିରେ ପୂରା ଫେଲ୍ ଜାଣନ୍ତି?". Odisha Reporter. 25 December 2017. Archived from the original on 28 January 2018. Retrieved 17 January 2018.
  5. "କୁନା ତ୍ରିପାଠୀ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ନିଯୁକ୍ତ". Retrieved 11 May 2018.

ବାହାର ଆଧାର

[ସମ୍ପାଦନା]