କୁନା ତ୍ରିପାଠୀ
କୁନା ତ୍ରିପାଠୀ | |
|---|---|
ରବିନ୍ଦ୍ର ଭବନ, ଭୁବନେଶ୍ୱରରେ କୁନା ତ୍ରିପାଠୀ । | |
| ଜନ୍ମ | ସତ୍ୟବ୍ରତ ତ୍ରିପାଠୀ |
| ବୃତ୍ତି | (ଓଡ଼ିଆ) ଅଭିନେତ୍ରା |
କୁନା ତ୍ରିପାଠୀ (ଜନ୍ମନାମ: ସତ୍ୟବ୍ରତ ତ୍ରିପାଠୀ), ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ।[୧] ସେ ଅଭିନୟ ବ୍ୟତୀତ ନିର୍ବାଚନ ବେଳେ ପ୍ରଚାର[୨] ଏବଂ ଦୂରଦର୍ଶନରେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଛନ୍ତି । ଏତଦ ବ୍ୟତୀତ ସେ ହାସ୍ୟାତ୍ମକ କବିତା, ଓଡ଼ିଆ ସାହିତ୍ୟ କବିତା, ଗପ ଆଦି ରଚନା ମଧ୍ୟ କରନ୍ତି ।[୩] ମାଆ ଗୋଜବାୟାଣୀ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା କୁନା ଖଳନାୟକ, ସହକାରୀ ଅଭିନେତା, ହାସ୍ୟ ଅଭିନେତା ଭଳି ଭୂମିକାରେ ଅଭିନୟ କରିଛନ୍ତି । କୁନା ତ୍ରିପାଠୀ ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍ରେ ଉପସ୍ଥାପକ ଭାବରେ ୨୦୦୭ରୁ କାର୍ଯ୍ୟ କରି ଆସୁଥିଲେ ।[୪] ୨୦୧୮ ମସିହା ମଇ ମାସରେ କୁନା "ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି ।[୫]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଅଭିନୟ ଜୀବନ
[ସମ୍ପାଦନା]କୁନା ତ୍ରିପାଠୀ ପ୍ରଥମେ ଜଣେ ଖଳନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ସହକାରୀ ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ ଦୂରଦର୍ଶନରେ ମଧ୍ୟ କଛି ଧାରାବାହିକରେ ସେ ଅଭିନୟ କରିଥିଲେ । ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍ରେ ଉପସ୍ଥାପକ ଭାବରେ ସେ ୨୦୦୭ରୁ କାର୍ଯ୍ୟ କରି ଆସୁଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଭୂମିକା |
|---|---|---|
| ୧୯୯୯ | ପୁଅ ଭାଙ୍ଗିଦେଲା ସୁନା ସଂସାର | ସତ୍ୟବ୍ରତ ତ୍ରିପାଠୀ |
| ମା ଗୋଜବାୟାଣୀ | ତାନ୍ତ୍ରିକ | |
| ଲାଟ୍ ସାହେବ | ||
| ରକତ ଚିହ୍ନିବ ନିଜର କିଏ | ନାଗ ମଣି | |
| ୨୦୦୦ | ବାବୁ ପର୍ଶୁରାମ | ସେଟ୍ ଯୋଜାଡ଼ିଆ |
| ୨୦୦୨ | ରହିଚି ରହିବି ତୋରି ପାଇଁ | ଅଭିଜିତ |
| ସମୟ ଚକରେ ସଂସାର ରଥ | ଦିବାକର ମହାପାତ୍ର | |
| ୨୦୦୩ | ନାରୀ ଆଖିରେ ନିଆଁ | |
| ୨୦୦୫ | ତୁ ମୋ ଆଖିର ତାରା | ପିୟୁସ୍ |
| ଓ ମାଇଁ ଲଭ୍ | ସଂଗ୍ରାମ | |
| ଧର୍ମର ହେବ ଜୟ | ଶ୍ରୀଖଣ୍ଡି ପଟ୍ଟନାୟକ | |
| ତୋତେ ମୋ ରାଣ | ସାମନ୍ତରାୟ | |
| ୨୦୦୬ | ତୁ ଏକା ଆମ ସାହା ଭରଷା | ବିନୋଦ |
| ଶାଶୁ ଘର ଚାଲିଯିବି | ରଘୁନାଥ | |
| ୨୦୦୭ | ବନ୍ଧୁତା | |
| ତୋ ପାଇଁ ନେବି ମୁଁ ଶହେ ଜନମ | ଆନନ୍ଦ | |
| କାଳୀଶଙ୍କର | ଗୀଟୁ | |
| ଲାଲ ଟୁକୁ ଟୁକୁ ସାଧବ ବୋହୂ | ବଜରଙ୍ଗ ବାବା | |
| ୨୦୦୮ | ସତ୍ୟମେବ ଜୟତେ | ଚକ୍ରଧର ସ୍ୱାଇଁ |
| ୨୦୦୯ | ଧୀରେ ଧୀରେ ପ୍ରେମ ହେଲା | ଶଙ୍କର ସଉରା |
| ଲଭ୍ ଡଟ୍ କମ୍ | ରାଣା ପ୍ରତାପ ରାଇସିଂଘ | |
| ୨୦୧୦ | ଦିଲ୍ ତତେ ଦେଇଚି | |
| ତତେ ଭଲ ପାଉଚି ବୋଲି | ||
| ମେଘ ସବାରୀରେ ଆସିବ ଫେରି | ରାଜା | |
| ୨୦୧୧ | ଦୋସ୍ତି | ଲିସାର ବାପା |
| ଚୋରି ଚୋରି ମନ ଚୋରି | ||
| ଆଇନ କାନୁନ | ||
| ୨୦୧୨ | ଥୁକୁଲ | ଆକ୍ରମ ଭାଇ |
| ୨୦୧୩ | ତୁ ମୋ ସୁନା ତୁ ମୋ ହୀରା | ପ୍ରିୟାର ବାପା |
| ହାତ ଧରି ଚାଲୁଥା | ଦୁସ୍ମନ୍ତ କୁମାର | |
| ଓମ୍ ସାଇ ସଲାମ | ||
| ମିତ ବସିଚି ମୁଁ ଭୂତ ସାଥୀରେ | ରାଜୁର ବାପା | |
| କେହି ଜଣେ ଭଲ ଲାଗେରେ | ପ୍ରିନ୍ସର ବାପା | |
| ୨୦୧୪ | ତୁ ଆଉ ମୁଁ | |
| ତମେ ଥିଲେ ସାଥିରେ | ରାଜେଶ୍ୱର | |
| ୨୦୧୫ | ପିଲାଟା ବିଗିଡ଼ି ଗଲା | ଏସ୍.ଆଇ. ଦୁର୍ଯ୍ୟୋଧନ ସାହୁ |
| ମୋ ଦିଲ୍ କହେ ଇଲୁ ଇଲୁ | ||
| ରଙ୍ଗିଲା ବାବା | ବାବା ଭାରତୀ | |
| କେହି ନୁହେଁ କାହାର |
ଅଭିନୀତ ଧାରାବାହିକ
[ସମ୍ପାଦନା]| ଧାରାବାହିକ | ଚେନାଲ | ଭୂମିକା |
|---|---|---|
| ମା | ଡିଡି ଓଡ଼ିଆ | ମିଷ୍ଟର ଡିସୋଜା |
| ରାଜନୀତି | ତରଙ୍ଗ ଟିଭି | ରାଜା ସାହେବ |
ଉପସ୍ଥାପକ
[ସମ୍ପାଦନା]- ନ୍ୟୁଜ୍ ଫ୍ୟୁଜ୍ (୨୦୦୭ରୁ ୨୦୧୮)
ଆଧାର
[ସମ୍ପାଦନା]- ↑ "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.[permanent dead link]
- ↑ "ନେତା ନୁହେଁ ଅଭିନେତାଙ୍କ କଥା ଶୁଣିବାକୁ ଲୋକଙ୍କ ଇଛା : କୁନା ତ୍ରିପାଠୀ". କନକ ନ୍ୟୁଜ୍. Retrieved 17 January 2018.
- ↑ "ଉପନ୍ୟାସ ଲେଖୁଛନ୍ତି କୁନା ତ୍ରିପାଠୀ". Odisha Reporter. 3 January 2018. Archived from the original on 6 January 2018. Retrieved 17 January 2018.
- ↑ "'ନ୍ୟୁଜ୍ ଫ୍ୟୁଜ୍' ଫେମ୍ କୁନା ତ୍ରିପାଠୀ କେଉଁଥିରେ ପୂରା ଫେଲ୍ ଜାଣନ୍ତି?". Odisha Reporter. 25 December 2017. Archived from the original on 28 January 2018. Retrieved 17 January 2018.
- ↑ "କୁନା ତ୍ରିପାଠୀ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ନିଯୁକ୍ତ". Retrieved 11 May 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କୁନା ତ୍ରିପାଠୀ