ଦେବେନ ମିଶ୍ର
ଦେବେନ ମିଶ୍ର | |
---|---|
ଜନ୍ମ | |
ମୃତ୍ୟୁ | ୧୫ ଅଗଷ୍ଟ ୨୦୨୦ | (୬୨ ବର୍ଷ)
ବୃତ୍ତି | ଚଳଚ୍ଚିତ୍ର ସମ୍ପାଦକ |
ସକ୍ରିୟ ବର୍ଷ | ୧୯୮୬ - ୨୦୧୮ |
ଦେବେନ ମିଶ୍ର (ମୃତ୍ୟୁ: ୧୫ ଅଗଷ୍ଟ ୨୦୨୨) ଜଣେ ଓଡ଼ିଆ କଥାଚିତ୍ର ସମ୍ପାଦକ ଥିଲେ । ତାଙ୍କ ସମ୍ପାଦିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ଯୋର ଯା'ର ମୂଲକ ତାର । ଏହାପରେ ସେ ପୁଅ ମୋର କଳା ଠାକୁର, ପରଦେଶୀ ଚଢ଼େଇ, କାଶିଆ କପିଳା, ଉଦଣ୍ଡୀ ସୀତା, ରଣଭୂମି ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ । ତାଙ୍କ ସମ୍ପାଦନାରେ ଶେଷ ଓଡ଼ିଆ କଥାଚିତ୍ର ଥିଲା ଜୀବନର ଚଲାପଥେ, ଯାହାକି ଡିସେମ୍ବର ୨୦୧୮ରେ ମୁକ୍ତିଲାଭ କରିଥିଲା । ସେ ୧୫ ଅଗଷ୍ଟ ୨୦୨୦ରେ ୬୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ।[୧]
ଚଳଚ୍ଚିତ୍ର ସମ୍ପାଦନା
[ସମ୍ପାଦନା]ଦେବନ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ସମ୍ପାଦନା କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ସମ୍ପାଦିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଯୋର ଯା'ର ମୂଲକ ତାର । ଏହାପରେ ସେ ୧୯୮୭ ମସିହାର କଥାଚିତ୍ର ଚକା ଆଖି ସବୁ ଦେଖୁଛିର ସମ୍ପାଦନା କରିଥିଲେ ।
ପରବର୍ତ୍ତୀ ସମୟରେ ସେ ପୁଅ ମୋର କଳା ଠାକୁର, ରଜନୀଗନ୍ଧ, ଆସୁଛି ମୋ କାଳିଆ ସୁନା, ଦଇବ ଦଉଡ଼ି, ପରଦେଶୀ ଚଢ଼େଇ, ମା ମତେ ଶକ୍ତି ଦେ, ଚକାଡୋଳା କରୁଛି ଲୀଳା, ଉଦଣ୍ଡୀ ସୀତା ଆଦି କଥାଚିତ୍ରର ସମ୍ପାଦନା କରିଥିଲେ । ସେ ୮୦ଟିରୁ ଉର୍ଦ୍ଧ୍ୱ କଥାଚିତ୍ର ସମ୍ପାଦନା କରିଛନ୍ତି ।[୨]
ସମ୍ପାଦିତ ଚଳଚ୍ଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ମନ୍ତବ୍ୟ |
---|---|---|
୧୯୮୬ | ଯୋର ଯା'ର ମୂଲକ ତାର | ସମ୍ପାଦିତ ପ୍ରଥମ ଓଡ଼ିଆ କଥାଚିତ୍ର |
୧୯୮୭ | ଚକା ଆଖି ସବୁ ଦେଖୁଛି | |
ମୃତ୍ୟୁ
[ସମ୍ପାଦନା]ଦେବେନ ମିଶ୍ର ୨୦୨୦ ମସିହାର ଅଗଷ୍ଟ ମାସ ୧୫ ତାରିଖରେ ହୃଦଘାତରେ ପ୍ରାଣ ହରାଇଥିଲେ । ୧୫ ତାରିଖ ଦିନ ସନ୍ଧ୍ୟା ପାଖାପାଖି ସାଢ଼େ ୬ଟା ବେଳେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ ଏବଂ ରାତି ପାଖାପାଖି ସାଢ଼େ ୮ଟା ସମୟରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
- ↑ ୨.୦ ୨.୧ "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦେବେନ ମିଶ୍ର