ଶିବଲିଙ୍ଗ

ଉଇକିପିଡ଼ିଆ‌ରୁ
ପାରମ୍ପରିକ ପୁଷ୍ପକୁ "ବାରଣାସୀ"ର ମହା ଶିବଲିଙ୍ଗଙ୍କ ଉପରେ ନୈବେଦ୍ୟ ରୂପେ ଅର୍ପିତ କରା ଯାଉଥିବାର ସଚିତ୍ର

ପାରମ୍ପରିକ ଭାରତୀୟ ସମାଜରେ , ମହାଲିଙ୍ଗ ଭଗବାନ ମହାଦେବ (ଶିବ)ଙ୍କର ଶକ୍ତି ଏବଂ ଅସ୍ଫୁଟର ଏକ ପ୍ରତୀକ ଅଟେ । [୧][୨][୩]

ମହା ଶିବଲିଙ୍ଗର ଅର୍ଥ ହେଉଛି ଭଗବାନ ଶିବ (ମହାଦେବ)ଙ୍କ ଆଦି-ଅନାଦୀ ସ୍ୱରୂପ । ଶୂନ୍ୟ , ଆକାଶ , ଅନନ୍ତ ବ୍ରହ୍ମାଣ୍ଡ ଏବଂ ନିରାକାର ପରମ ପୁରୁଷଙ୍କ ପ୍ରତୀକ ହୋଇଥିବାରୁ ଏହାକୁ ଲିଙ୍ଗ କୁହାଗଲା । ସ୍କନ୍ଧ ପୁରାଣରେ କୁହାଯାଇଛି , ଆକାଶ ସ୍ୱୟଂ ଲିଙ୍ଗ ଅଟେ । ଧରତୀ ତାହାର ପୀଠ କିମ୍ବା ଆଧାର ଅଟେ ଏବଂ ସମସ୍ତ ଅନନ୍ତ ଶୂନ୍ୟରୁ ଜନ୍ମ ହୋଇଛନ୍ତି , ସେଥିରେ ଲୟ ହେବା କାରଣରୁ ତାହାଙ୍କୁ ଲିଙ୍ଗ କୁହାଗଲା । ବାତାବରଣ ସହିତ ଘୁରୁଥିବା ପୃଥିବୀ କିମ୍ବା ଅନନ୍ତ ବ୍ରହ୍ମାଣ୍ଡ (ବ୍ରହ୍ମାଣ୍ଡ ଗତିମାନ ଅଟେ)ର ଅକ୍ଷ/ଘୁରୀ (axis) ହିଁ ଲିଙ୍ଗ ଅଟେ ।

ପୁରାଣରେ ଶିବଲିଙ୍ଗକୁ ବହୁ ଅନ୍ୟ ନାମରେ ମଧ୍ୟ ସମ୍ବୋଧିତ କରାଯାଇଛି ଯେପରି : ପ୍ରକାଶ ସ୍ତମ୍ଭ/ଲିଙ୍ଗ , ଅଗ୍ନି ସ୍ତମ୍ଭ/ଲିଙ୍ଗ , ଉର୍ଜା ସ୍ତମ୍ଭ/ଲିଙ୍ଗ , ବ୍ରହ୍ମାଣ୍ଡୀୟ ସ୍ତମ୍ଭ/ଲିଙ୍ଗ ।

ପୁରାଣରେ ଭଗବାନ ମହେଶ୍ୱରଙ୍କ ମହଣ ମହିମାର ବଖାଣ କରୁଥିବା ଲିଙ୍ଗ ପୁରାଣକୁ ବିଶିଷ୍ଟ ପୁରାଣ କୁହାଯାଏ । ଭଗବାନ ଶିବଙ୍କର ଜ୍ୟୋତିର୍ଲିଙ୍ଗର କଥା , ଈଶାନ-କଳ୍ପର ବୃତ୍ତାନ୍ତ ସର୍ବବିସର୍ଗ ଆଦି ଦଶା ଲକ୍ଷଣ ସହିତ ବର୍ଣ୍ଣିତ ହୋଇଛି । ଭଗବାନ ଶିବଙ୍କ ମହିମା ଲିଙ୍ଗ ପୁରାଣରେ ୧୧,୦୦୦ ଶ୍ଳୋକରେ ବର୍ଣ୍ଣିତ ହୋଇଛି । ଏହା ସମସ୍ତ ପୁରାଣରେ ଶ୍ରେଷ୍ଠ ଅଟେ । ବେଦବ୍ୟାସ କୃତ ଏହି ପୁରାଣରେ ପ୍ରଥମେ ଯୋଗ ପରେ କଳ୍ପ ବିଷୟରେ ବର୍ଣ୍ଣନା କରାଯାଇଛି ।

ଲିଙ୍ଗ ଶବ୍ଦ ପ୍ରତି ଆଧୁନିକ ସମାଜରେ ବଡ଼ ଧରଣର ଭ୍ରାନ୍ତି ପାଇଛନ୍ତି । ଲିଙ୍ଗ ଶବ୍ଦର ଶାବ୍ଦିକ ଅର୍ଥ ଚିହ୍ନ ଅଥବା ପ୍ରତୀକ ଅଟେ - ଯେପରିକି କଣାଦ (ମୁନି) କୃତ ବୈଶେଷିକ ଦର୍ଶନ ଗ୍ରନ୍ଥରୁ ଖୋଜା ଯାଇଛି । ଭଗବାନ ମହେଶ୍ୱର ଆଦି ପୁରୁଷ ଅଟନ୍ତି । ଏହି ଶିବଲିଙ୍ଗ ଭଗବାନ ଶଙ୍କରଙ୍କ ଜ୍ୟୋତିରୂପା ଚିନ୍ମୟ ଶକ୍ତିର ଚିହ୍ନ ଅଟେ । ତାହାର ଉଦ୍ଭବ ବିଷୟରେ ସୃଷ୍ଟିର କଲ୍ୟାଣ ପାଇଁ ଜ୍ୟୋତିର୍ଲିଙ୍ଗଦ୍ୱାରା ପ୍ରକଟ ହୋଇ ବ୍ରହ୍ମା ତଥା ବିଷ୍ଣୁଙ୍କ ପରି ଅନାଦି ଶକ୍ତିଙ୍କୁ ମଧ୍ୟ ଆଶ୍ଚର୍ଯ୍ୟରେ ପକାଉଥିବା ଘଟଣାର ବର୍ଣ୍ଣନା , ଏହି ପୁରାଣର ବର୍ଣ୍ଣିତ ବିଷୟର ଏକ ପ୍ରଧାନ ଅଙ୍ଗ ଅଟେ । ମୁକ୍ତି ପ୍ରଦାନ କରୁଥିବା ବ୍ରତ-ଯୋଗ ଶିବାର୍ଚନ ଯଜ୍ଞ ହବାନାଦିର ବିସ୍ତୃତ ବିବେଚନ ପ୍ରାପ୍ତ ହୋଇଛି । ଏହା ଶିବ ପୁରାଣର ପୂରକ ଗ୍ରନ୍ଥ ଅଟେ ।

ନୈମିଷାରଣ୍ୟରେ ସୂତଙ୍କ ବାର୍ତ୍ତା[ସମ୍ପାଦନା]

ଶିବଲିଙ୍ଗ ପୂଜା[ସମ୍ପାଦନା]

ପଦ୍ମପୁରାଣ ବର୍ଣ୍ଣିତ ଅଛି ମହର୍ଷି ଭୃଗୁ ସୃଷ୍ଟି ତତ୍ତ୍ୱ ଓ ପରମପିତା ଶିବଙ୍କର ମାହାତ୍ମ ଜାଣିବା ପାଇଁ କୈଳାସରେ ପହଞ୍ଚିଲେ । ଠିକ୍‌ ସେହି ସମୟରେ ଭଗବାନ ଶିବ ମାତା ପାର୍ବତୀଙ୍କ ସହିତ ଏକ ନିବୃତ ସ୍ଥାନରେ ରତିକ୍ରୀଡ଼ା ଅର୍ଥାତ୍‌ ସୃଷ୍ଟି ସର୍ଜନାରେ ମଗ୍ନ ଥିଲେ । ବହୁଦିନ ଧରି ଅପେକ୍ଷା କରିଥିଲେ ମଧ୍ୟ ମହର୍ଷି ଭୃଗୁ ପରମପିତାଙ୍କର ଦର୍ଶନ କରିପାରିଲେ ନାହିଁ । ଏଥିପାଇଁ ତାଙ୍କର ଧୈର୍ଯ୍ୟଚ୍ୟୁତି ହେବାରୁ ସେ ପରମପିତାଙ୍କୁ ପ୍ରାର୍ଥନା ତଥା ଅଭିଶାପ ଦେଇ କହିଲେ-“ ହେ ପରମ ପିତା ! ଆପଣ ଯେଉଁ ଅବସ୍ଥାରେ ନାରୀ ଶକ୍ତି ସହିତ ସଂଯୁକ୍ତ ହୋଇଛନ୍ତି, ସେହି ଅବସ୍ଥାରେ ଏ ଭବମୟ ସାରା ସଂସାରରେ ପୂଜା ପାଇବେ ।” ତାହା ହିଁ ହେଲା । ଭୃଗୁ ଋଷିଙ୍କର କଥା ସତ୍ୟ ହେଲା । ସେହିଦିନରୁ ଭଗବାନ ଶିବ ଲିଙ୍ଗରୂପରେ ପୂଜା ପାଇଆସୁଛନ୍ତି ।

କୋଟିରୁଦ୍ର ସଂହିତା ଅନୁସାରେ ଦେବଦାରୁ ବନରେ ଥିବା ଏକ ଆଶ୍ରମରେ କେତେକ ଋଷି ସପତ୍ନୀକ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରୁଥିଲେ । ଏକଦା ଏହି ସପତ୍ନୀକ ଋଷିମାନଙ୍କୁ ପରୀକ୍ଷା କରିବା ପାଇଁ ଭଗବାନ ଶିବ ସେହି ଆଶ୍ରମରେ ପହଞ୍ଚିଲେ । ଠିକ୍‌ ସେହି ସମୟରେ ଋଷିମାନେ ସମିଧ ସଂଗ୍ରହ ନିମନ୍ତେ ବନକୁ ଯାଇଥିଲେ । ଭଗବାନ ଶିବ ଋଷି ପତ୍ନୀମାନଙ୍କ ସମ୍ମୁଖରେ ନଟରାଜ ରୂପରେ ନୃତ୍ୟ କରିବାକୁ ଲାଗିଲେ । ନୃତ୍ୟ ସମୟରେ ଦେହରୁ ସମ୍ପୂର୍ଣ୍ଣ ବସ୍ତ୍ର ଖସି ଯାଇଥିଲା, ତାଙ୍କର ସେଥିପ୍ରତି ଧ୍ୟାନ ନଥିଲା । ଠିକ୍‌ ସମୟରେ ଋଷିମାନେ ବନରୁ ଫେରି ଭଗବାନ ଶିବଙ୍କର ଏପରି ଉଲଗ୍ନ ଅବସ୍ଥା ଦେଖି କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ, ଏହାଫଳରେ ଶିବଙ୍କ ଲିଙ୍ଗ ତାଙ୍କ ଦେହରୁ ଛିନ୍ନ ହୋଇ ଭୂମିରେ ପଡ଼ିଲା । ଛିନ୍ନ ଲିଙ୍ଗ ଅସ୍ଥିର ହୋଇ ସମଗ୍ର ସଂସାରରେ ବହୁ ଉତ୍ପାତ କଲେ । ଦେବତାମାନେ ବ୍ୟସ୍ତ ହୋଇ ବେଦପତି ବ୍ରହ୍ମା ମାତା ପାର୍ବତୀଙ୍କୁ ଧ୍ୟାନ କଲେ । ବ୍ରହ୍ମାଙ୍କ ଧ୍ୟାନରେ ସନ୍ତୁଷ୍ଟ ହୋଇ ମାତା ପାର୍ବତୀ ସମସ୍ତ ଜାଣିପାରି ମର୍ତ୍ତ୍ୟକୁ ଆଗମନ କଲେ । ମାତା ଭଗବତୀ ଦେବୀ ପାର୍ବତୀ ଶିବଙ୍କର ସେହି ଛିନ୍ନ ଲିଙ୍ଗକୁ ନିଜ ଶକ୍ତିଚକ୍ର(ଯୋନି) ମଧ୍ୟରେ ଧାରଣ କରି ଶାନ୍ତ କରାଇଲେ । ସେହିଦିନ ଏକାନ୍ତ ଭକ୍ତି ଓ ନିଷ୍ଠାର ସହିତ ସପତ୍ନୀକ ଋଷିମାନେ ଶକ୍ତିଚକ୍ର ସହିତ ଲିଙ୍ଗପୂଜା କଲେ । ଫଳରେ ସେହିଦିନରୁ ଭଗବାନ ଶିବଲିଙ୍ଗ ରୂପରେ ପୂଜା ପାଇଆସୁଛନ୍ତି ।

ଶିବ ପୁରାଣ ଅନୁସାରେ ଦକ୍ଷପ୍ରଜାପତିଙ୍କ ଯଜ୍ଞରେ ମଙ୍ଗଳମୟ ଦେବାଧିଦେବ ମହାଦେବଙ୍କ ଅପମାନ ସହ୍ୟ କରିନପାରି ମାତା ସତୀ ଯଜ୍ଞକୁଣ୍ଡରେ ଆତ୍ମହୁତି ଦେଲେ । ଫଳରେ ସତୀଙ୍କୁ ନପାଇ ଭଗବାନ ଶିବ ହତଜ୍ଞାନ ହୋଇ ଦକ୍ଷଯଜ୍ଞ ଭଙ୍ଗ କରିବା ସଙ୍ଗେ ସଙ୍ଗେ ସଂସାରରେ ତାଣ୍ଡବଲୀଳା କରି ସମଗ୍ର ସୃଷ୍ଟିକୁ ପ୍ରଳୟ କରିବାକୁ ଲାଗିଲେ । ସେହି ସମୟରେ ତାଙ୍କ କଟିରୁ ବ୍ୟାଘ୍ରଚର୍ମ ଖସିପଡ଼ିବାଦ୍ୱାରା ସେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଗଲେ । ଶିବଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଦକ୍ଷ ପ୍ରଜାପତିଙ୍କ ରାଣୀ ନୈବେଦ୍ୟ ଧରି ଶିବଙ୍କ ସମ୍ମୁଖରେ ଉଭା ହେଲେ । ଭଗବାନ ଶିବଙ୍କର ଏପରି ଉଲଗ୍ନ ରୂପ ଦେଖି ରାଗିଯାଇ ବଡ଼଼ପାଟିରେ କହିଲେ, “ ମୁଁ ତୁମର ମାତୃତୁଲ୍ୟ, ତୁମେ ମୋ ସମ୍ମୁଖରେ ଉଲଗ୍ନ ହୋଇ ଲିଙ୍ଗ ପ୍ରଦର୍ଶନ କଲ । ତେଣୁ ତୁମେ ଯୁଗେ ଯୁଗେ ଏହି ଲିଙ୍ଗ ରୂପରେ ପୂଜା ପାଅ । ତାହା ହିଁ ହେଲା । ସେହିଦିନରୁ ଭଗବାନ ଶିବଶଙ୍କର ସମଗ୍ର ସଂସାରରେ ଲିଙ୍ଗରୂପରେ ପୂଜା ପାଇ ଆସୁଛନ୍ତି ।”[୪]

  1. "lingam". Encyclopædia Britannica. 2010.
  2. Isherwood, Christopher (1983). Ramakrishna and His Disciples. Early days at Dakshineswar: Vedanta Press,U.S. p. 48. ISBN 978-0-87481-037-0.
  3. Sivananda (1996). Lord Siva and His Worship. Worship of Siva Linga: The Divine Life Trust Society. ISBN 81-7052-025-8.
  4. ପ୍ରମେୟ ଧର୍ମ, ପୃଷ୍ଠା-୭, ୭.୩.୨୦୧୬