ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ

ଉଇକିପିଡ଼ିଆ ରୁ
Jump to navigation Jump to search
ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ
Ntd-world.jpg
Global overlap of six of the common NTDs. Specifically guinea worm disease, lymphatic filariasis, onchocerciasis, schistosomiasis, soil-transmitted helminths, and trachoma in 2011.
ବିଭାଗInfectious disease

ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ (ଇଂରାଜୀ ଭାଷାରେ Neglected tropical diseases (NTDs)) କ‌ହିଲେ ଭିନ୍ନ ଭିନ୍ନ ଉଷ୍ଣକଟିବନ୍ଧିୟ ସଂକ୍ରମଣ (tropical infections) ସମୂହର ଏକ ଦଳକୁ ବୁଝାଏ ଯାହାଦ୍ୱାରା ବିକାଶଶୀଳ ଏସିଆ, ଆଫ୍ରିକା ଓ ଆମେରିକୀୟ ଦେଶମାନଙ୍କରେ (developing regions) ବାସ କରୁଥିବା ନିମ୍ନ ଆୟକାରୀ ଲୋକମାନେ ଆକ୍ରାନ୍ତ ହୁଅନ୍ତି । ବିଭିନ୍ନ ଧରଣର ରୋଗ ସୃଷ୍ଟିକାରୀ ଭୂତାଣୁ, ଜୀବାଣୁ, ପ୍ରୋଟୋଜୋଆ (protozoa) ଓ ହେଲମିନ୍ଥମାନେ (helminths) ରୋଗ ସୃଷ୍ଟି କରନ୍ତି । ଏହାର ବିପରୀତ ତିନୋଟି ରୋଗ ଯଥା:- ମ୍ୟାଲେରିଆ, ଯକ୍ଷ୍ମାଏଚଆଇଭି/ଏଡସ ରୋଗମାନଙ୍କ ନିମନ୍ତେ ଅଧିକ ଚିକିତ୍ସାର ସୁବିଧା କରାଯାଉଛି ଓ ଅଧିକ ଗବେଷଣା ନିମନ୍ତେ ଅର୍ଥ ଲବ୍‌ଧ ହେଉଛି ।[୧] ସବ-ସାହାରା ଆଫ୍ରିକାରେ ଏହି ରୋଗମାନଙ୍କର ପ୍ରଭାବ ମ୍ୟାଲେରିଆ ଓ ଯକ୍ଷ୍ମା ସ‌ହିତ ତୁଳନୀୟ । [୨] ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ‌ ସଂକ୍ରମଣ ଯୋଗୁ ଏଚଆଇଭି/ଏଡସ ରୋଗ ଅଧିକ ସାଂଘାତିକ ହୋଇଯାଏ । [୩]

କେତେକ କ୍ଷେତ୍ରରେ ଚିକିତ୍ସା ଅପେକ୍ଷାକୃତ ଖର୍ଚ୍ଚାନ୍ତ ସାବ୍ୟସ୍ତ ହୁଏ । ଉଦାହରଣ ସ୍ୱରୂପ ସିସ୍ଟୋସୋମିଆସିସ ରୋଗ ହେଲେ ଏକ ପିଲା ପିଛା ବାର୍ଷିକ ୟୁଏସ ୦.୨୦ ଡଲାର ଖର୍ଚ୍ଚ ହୁଏ ।[୪] ସନ ୨୦୧୦ରେ ଦେଖାଗଲା ଯେ ଏହି ଅବ‌ହେଳିତ ରୋଗମାନଙ୍କର ନିୟନ୍ତ୍ରଣ ପାଇଁ ପରବର୍ତ୍ତୀ ୫ରୁ ୭ ବର୍ଷରେ ୨ରୁ୩ ୟୁଏସ ଡଲାର ଆବଶ୍ୟକ ହେବ ।[୫] କେତେକ ଔଷଧ କମ୍ପାନୀ ଏଥିପାଇଁ ଆବଶ୍ୟକ ଔଷଧ ଦେବାକୁ ସମ୍ମତି ଜଣେଇଛନ୍ତି ଓ କେତେକ ଦେଶମାନଙ୍କରେ ସାମୁହିକ ଡିୱର୍ମିଙ୍ଗ (mass drug administration ଯେପରିକି mass deworming) ବା କୀଟନାଶ ଔଷଧ ସେବନ ସଫଳ ହୋଇଛି । [୬] ପ୍ରତିଷେଧକ ଉପାୟଗୁଡ଼ିକ ବିକଶିତ ରାଷ୍ଟ୍ରମାନଙ୍କରେ ଉପଲବ୍‌ଧ ହେଉଛି, ଗରିବ ରାଷ୍ଟ୍ରମାନଙ୍କରେ ମିଳୁନି । [୭]

ବିକଶିତ ରାଷ୍ଟ୍ରମାନଙ୍କରେ (developed countries) ସମାଜର ଦରିଦ୍ର ଶ୍ରେଣୀର ଲୋକମାନଙ୍କୁ ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ‌ ଆକ୍ରମଣ କରେ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧.୪୬ ନିୟୁତ ପରିବାର ଓ ୨.୮ ନିୟୁତ ଶିଶୁ ଦୈନିକ ଦୁଇ ଡଲାରରୁ କମ୍ ଆମଦାନୀରେ ଚଳନ୍ତି ।[୮] ଏହିଭଳି ଦେଶମାନଙ୍କରେ ଏହି ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ‌ ସମସ୍ୟା ଅପେକ୍ଷା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଗୁରୁତ୍ୱ ବ‌ହନ କରେ । ଉଲ୍ଲେଖନୀୟ କଥା ଏହି ଯେ ଏହି ସମସ୍ୟାଗୁଡ଼ିକ ଅବଶେଷରେ ବିକଶିତ ଓ ବିକାଶଶୀଳ ଦେଶର ଜନ‌ସଂଖ୍ୟାକୁ ଅଧିକ ସଙ୍କଟରେ ରଖିଦିଏ । ଉଦାହରଣ ସ୍ୱରୂପ, ଦାରିଦ୍ର୍ୟ ଯୋଗୁ ଗୃହହୀନ ଲୋକଙ୍କୁ ରୋଗର ଭେକ୍ଟରମାନେ ଅଧିକ ସଙ୍କଟରେ ରଖନ୍ତି ।[୯]

କୋଡ଼ିଏଟି ଉଷ୍ଣକଟିବନ୍ଧିୟ ରୋଗ‌ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିହ୍ନଟ କରିଥିଲେ ମଧ୍ୟ ଅନ୍ୟାନ୍ୟ ସଂସ୍ଥାମାନଙ୍କର ଏହି ସ‌ହିତ ମତଭେଦ ଅଛି । ସନ ୨୦୧୭ରେ କ୍ରୋମୋବ୍ଲାସ୍ଟୋମାଇକୋସିସ (Chromoblastomycosis ଓ ଅନ୍ୟାନ୍ୟ ମାଇକୋସିସ, କାଛୁ, କେତେକ ବାହ୍ୟପରଜୀବୀ ଓ ସାପକାମୁଡ଼ା ବିଷକ୍ରିୟା ଏହି ଲିସ୍ଟ ବା ଚିଠାରେ ଯୋଗ କରାଯାଇଥିଲା ।[୧୦] ଏହି ରୋଗ‌ଗୁଡ଼ିକ ସ୍ଥାନିୟ ରୋଗ (common) ଭାବରେ ୧୪୯ଟି ଦେଶରେ ୫୦୦ ନିୟୁତ ଶିଶୁ ସ‌ହିତ ୧.୪ ବିଲିଅନ ଲୋକଙ୍କୁ ଆକ୍ରମଣ କରିବା[୧୧] ଯୋଗୁ ପ୍ରତି ବର୍ଷ ପ୍ରାୟ କିଛି ବିଲିଅନ ଡଲାର ଖର୍ଚ୍ଚ ହୁଏ । [୧୨] ଏହି ରୋଗ ଫଳରେ ସନ ୧୯୯୦ରେ ୨୦୪,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ କମିଯାଇ ୧୪୨,୦୦୦ ମୃତ୍ୟୁ ହୋଇଥିଲା । [୧୩] କୋଡ଼ିଏଟି ମୂଳୋତ୍ପାଟନ କରିବା ଲକ୍ଷରୁ ସନ ୨୦୧୬ ସୁଦ୍ଧା ଡ୍ରାକୁନ୍‌କୁଲିଆସିସ, ସନ ୨୦୨୦ ସୁଦ୍ଧା ୟଜ ରୋଗ ଓ ସନ ୨୦୨୦ ସୁଦ୍ଧା ଟ୍ରାକୋମା, ଆଫ୍ରିକୀୟ ଟ୍ରିପାନୋସୋମିଆସିସ, କୁଷ୍ଠଗୋଦର ରୋଗମାନଙ୍କୁ ନିର୍ମୁଳ କରିବା ଲକ୍ଷ ରହିଛି ।[୧୨]

ରୋଗମାନଙ୍କ ସୂଚୀ[ସମ୍ପାଦନା]

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଓ ସଂକ୍ରାମକ ରୋଗ ବିଶେଷଜ୍ଞମାନଙ୍କ ମଧ୍ୟରେ ଅବ‌ହେଳିତ ରୋଗମାନଙ୍କର ବର୍ଗୀକରଣ ପ୍ରସ୍ତୁତ କରିବାରେ ମତଭେଦ ଅଛି । ଫିସେ, ଏକ ଗବେଷକ ୧୩ଟି ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ‌ମାନଙ୍କର ଚିଠା ପ୍ରସ୍ତୁତ କରିଛନ୍ତି:- ଗୋଲ କୃମି, ବୁରୁଲି ଘାଆ, ଚାଗାସ୍ ରୋଗ, ଡ୍ରାକୁନ‌କୁଲିଆସିସ୍ (dracunculiasis), ଅଙ୍କୁଶକୃମି ସଂକ୍ରମଣ, ମାନବ ଆଫ୍ରିକୀୟ ଟ୍ରିପାନୋସୋମିଆସିସ, ଲିସମାନିଆସିସ, କୁଷ୍ଠ, ଗୋଦର ରୋଗ, ଅଙ୍କୋସର୍ସିଆସିସ, ସିସ୍ଟୋସୋମିଆସିସ, ଟ୍ରାକୋମାଟ୍ରାଇଚୁରିଆସିସ୍.[୧୪] ଫେନ‌ୱିକ ଏଥି ମଧ୍ୟରୁ ୧୨ଟି ରୋଗକୁ ଅବ‌ହେଳିତ ଚିଠାରେ ରଖିଛନ୍ତ, କେବଳ ଅଙ୍କୁଶକୃମି ବ୍ୟତୀତ । [୧୫]

ଏହି ରୋଗ‌ଗୁଡ଼ିକ ଚାରି ଶ୍ରେଣୀରେ ରୋଗ ଜନ‌କ ଆକ୍ରମଣ ଫଳରେ ସୃଷ୍ଟି ହୁଏ ଯଥା:- (୧) ପ୍ରୋଟୋଜୋଆ ଯୋଗୁ - (ଚାଗାସ୍ ରୋଗ, ମାନବ ଆଫ୍ରିକୀୟ ଟ୍ରିପାନୋସୋମିଆସିସ, ଲିସମାନିଆସିସ); (୨) ଜୀବାଣୁ ଯୋଗୁ - (ବୁରୁଲି ଘାଆ, କୁଷ୍ଠ, ଟ୍ରାକୋମା, ୟଜ) (୩) ହେଲମିନ୍ଥ (helminths) ବା ମେଟାଜୋଆ (metazoan) କୀଟ (worms) ଯୋଗୁ - ସିସ୍ଟିସର୍କୋସିସ/ଟୁନିଆସିସ (cysticercosis/taeniasis), ଡ୍ରାକୁନ‌କୁଲିଆସିସ୍ (dracunculiasis), ଏକିନୋକୋକୋସିସ echinococcosis), ଖାଦ୍ୟବାହିତ ଟ୍ରେମାଟୋଡାଏସେସ (foodborne trematodiases), ଗୋଦର , ଅଙ୍କୋସର୍ସିଆସିସ, ସିସ୍ଟୋସୋମିଆସିସ, ମାଟି ସଞ୍ଚାରିତ ହେଲମିନ୍ଥ soil-transmitted helminthiasis) ଓ (୪) ଭୂତାଣୁ ଯୋଗୁ - (ଡେଙ୍ଗୁଚିକୁନ‌ଗୁନିଆ, ଜଳାତଙ୍କ) ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ‌ ଭାବରେ କୋଡ଼ିଏଟି ରୋଗର ଚିଠା ପ୍ରସ୍ତୁତ କରିଛି । [୧୬]

WHO[୧୭]/CDC[୧୮] PLOS
Major NTDs[୧୯]
Others
ବୁରୁଲି ଘାଆ
ଚାଗାସ୍ ରୋଗ
ଡେଙ୍ଗଚିକୁନ‌ଗୁନିଆ*
ଡ୍ରାକୁନ‌କୁଲିଆସିସ୍
ଏକିନୋକୋକସ (Echinococcosis)
ୟଜ
ଫାସିଓଲିଆସିସ (Fascioliasis}
ଆଫ୍ରିକୀୟ ଟ୍ରିପାନୋସୋମିଆସିସ
ଲିସମାନିଆସିସ (Leishmaniasis)
କୁଷ୍ଠ
ଗୋଦର
ଅଙ୍କୋସର୍ସିଆସିସ
ଜଳାତଙ୍କ
ସିସ୍ଟୋସୋମିଆସିସ
Soil-transmitted helminthiasis
ସିସ୍ଟିସର୍କୋସିସ (Cysticercosis)
ଟ୍ରାକୋମା
କାଛୁ ଓ ଅନ୍ୟାନ୍ୟ ectoparasites
ସାପକାମୁଡ଼ା ବିଷକ୍ରିୟା
Mycetoma and deep mycoses
Protozoan infections:

Helminth infections:

Viral infections:

Bacterial infections:

Fungal infections:

Ectoparasitic infections:

Podoconiosis[୨୦]
* Only WHO

ବୁରୁଲି ଘାଆ[ସମ୍ପାଦନା]

ବୁରୁଲି ଘାଆ ରୋଗ ମାଇକୋବ୍ୟାକ୍ଟେରିଅମ ଅଲସରାନ୍‌ସ (Mycobacterium ulcerans) ଜୀବାଣୁଦ୍ୱାରା ହୁଏ ।[୨୧] ଏହାର ଯକ୍ଷ୍ମାକୁଷ୍ଠ ରୋଗ ସୃଷ୍ଟିକାରୀ ଜୀବାଣୁ ପରିବାର ସ‌ହ ସମ୍ପର୍କ ଥାଏ କିନ୍ତୁ ମାଇକୋବ୍ୟାକ୍ଟେରିଅମ ଅଲସରାନ୍‌ସ ଏକ ବିଷାକ୍ତ ପଦାର୍ଥ ମାଇକୋଲାକ୍‌ଟୋନ୍ (mycolactone) ପରିତ୍ୟାଗ କରେ ଯାହା ଦେହର ପ୍ରତିରୋଧ ଶକ୍ତି କମେଇଦେବା ଫଳରେ ଅସମୟ ତନ୍ତୁ ମୃତ୍ୟୁ ହୁଏ । [୨୧] ଏହି ରୋଗର ପ୍ରସାର ଅଜ୍ଞାତ ଅଛି ।[୧୪] ଏହାର ମୃତ୍ୟୁ ସଙ୍କଟ କମ୍ ଅଛି କିନ୍ତୁ ସମସାମୟିକ ସଂକ୍ରମଣ ଘାତକ ହୋଇପାରେ । [୨୨] ଏହି ରୋଗ ଯୋଗୁ ପ୍ରଭାବିତ ସ୍ଥାନ ବକ୍ର ଓ ପଙ୍ଗୁ ହୋଇଯାଏ ଓ ଚର୍ମ ରୋଗ ହୁଏ ଯାହାର ପ୍ରତିଷେଧ ନିମନ୍ତେ ଆଣ୍ଟିବାୟୋଟିକ ଓ ଅପରେଶନ ଆବଶ୍ୟକ ହୁଏ । [୨୨] ଏହି ରୋଗ ଆଫ୍ରିକା, ଏସିଆ ଓ ଲାଟିନ ଆମେରିକାରେ ଦେଖାଯାଏ ।[୨୩]

ଚାଗାସ୍ ରୋଗ[ସମ୍ପାଦନା]

ପାନାମାର ଏକ ବାଳକ ଚାଗାସ୍ ରୋଗାକ୍ରାନ୍ତ ହୋଇଛି ଯାହାଏ ଗୋଟିଏ ଆଖି ଫୁଲି ଯାଇଛି ।

ଚାଗାସ୍ ରୋଗର ଅନ୍ୟ ଏକ ନାମ ଆମେରିକାନ୍ ଟ୍ରିପାନୋସୋମିଆସିସ୍ (American trypanosomiasis) ଅଛି ।[୧୪] ଇମ୍ମ୍ୟୁନିଟ ଅଭାବ ଥିବା ରୋଗୀ ସଂଖ୍ୟା ବ‌ହୁତ ଅଧିକ, କିନ୍ତୁ ଶୀଘ୍ର ଚିକିତ୍ସା କଲେ ଏହି ସଂଖ୍ୟ କମିଯାଏ ।[୨୪] ଚାଗାସ୍ ରୋଗ ଶୀଘ୍ର ମାଇଦିଏନି, କିନ୍ତୁ ବର୍ଷ ବର୍ଷ ଧରି କ୍ରନିକ ଲକ୍ଷଣ ରହେ । ଏହା ଏକ ଭେକ୍ଟର ସଞ୍ଚାରିତ ରୋଗ (vector-borne) [୨୫] protozoa[୨୪] ଟ୍ରାୟାଟୋମିନ ଅସାସିନ (assassin) କୀଟର ମଳରୁ ଟ୍ରିପାନୋସୋମା କୃଜି (Trypanosoma cruzi) ନାମକ ଏକ ପ୍ରୋଟୋଜୋଆର ସ୍ପର୍ଶଦ୍ୱାରା ହୁଏ ବିସ୍ତାର ଲାଭ କରେ । କୀଟ କାମୁଡ଼ା ସ୍ଥାନ, କ୍ଷତ ସ୍ଥାନରେ ଓ ମ୍ୟୁକସ ଝିଲ୍ଲୀରେ ଏହି ପରଜୀବୀ ଦେହରେ ପ୍ରବେଶ କରେ । ସଂକ୍ରମିତ ଶରୀରର ତରଳ ପଦାର୍ଥ ଓ ସଂକ୍ରମିତ ଖାଦ୍ୟ ଖାଇଏଲ ସଂକ୍ରମଣ ହୁଏ ।[୨୪] ଏହି ରୋଗ ଲକ୍ଷଣର ଦୁଇଟି ସୋପାନ ଥାଏ:-ପ୍ରଥମ ସୋପାନରେ କିଛି ଲକ୍ଷଣ ନଥାଇପାରେ । ପ୍ରଥମ ଲକ୍ଷଣରେ ଜ୍ୱର ସ‌ହିତ ସାମାନ୍ୟ ଲକ୍ଷଣ କାମୁଡ଼ା ସ୍ଥାନରେ ଦେଖାଯାଏ । ଚର୍ମ ସାଙ୍କର, ଏକ ପାଖିଆ ଆଖି ଫୁଲା, ଲସିକା ଗ୍ରନ୍ଥି ଫୁଲା, ମୁଣ୍ଡବଥା ଓ କାମୁଡ଼ା ସ୍ଥାନରେ ଫୁଲିଯିବା ଦେଖାଯାଏ [୨୪] ମୋଟ ରୋଗୀଙ୍କ ମଧ୍ୟରୁ ୩୦% ରୋଗ କ୍ରନିକ ହୋଇଯାଏ ।[୧୪] କ୍ରନିକ ରୋଗରେ ହୃତ୍‌ପିଣ୍ଡ ଓ ହଜମ ଅସୁବିଧା ହୁଏ ବା ଅଧିକାଂଶ କ୍ଷେତ୍ରରେ କିଛି ଲକ୍ଷଣ ପ୍ରକାଶ ପାଏନି । [୨୪]

ପୋକ କାମୁଡ଼ା ଏଡ଼େଇବା ନିମନ୍ତେ କୀଟନାଶକ ସ୍ପ୍ରେ, ଗୃହ ଇନ୍ନତି, ମଶାରୀ ବ୍ୟବ‌ହାର, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ଡାକ୍ତରୀ ଯତ୍ନ, ଲାବୋରେଟୋରି ପରୀକ୍ଷା ଓ ଔଷଧ ସାହାଯ୍ୟରେ ରୋଗ ପ୍ରତିହତ କରିହୁଏ । [୨୪] ଔଷଧ ଚିକିତ୍ସା କଲେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । [୨୪] ଏକ ସେରୋଲୋଜିକାଲ ପରୀକ୍ଷା (serological) କରି ରୋଗ ନିଶ୍ଚିତ କରାଯାଏ କିନ୍ତୁ ଏହା ଅତି ଶୁଦ୍ଧ ନୁହେଁ । [୧୪]

ଆଧାର[ସମ୍ପାଦନା]

  1. Hotez PJ (November 2013). "NTDs V.2.0: "blue marble health"--neglected tropical disease control and elimination in a shifting health policy landscape". PLoS Neglected Tropical Diseases. 7 (11): e2570. doi:10.1371/journal.pntd.0002570. PMC 3836998. PMID 24278496. open access publication – free to read
  2. Hotez PJ, Kamath A (August 2009). Cappello M (ed.). "Neglected tropical diseases in sub-saharan Africa: review of their prevalence, distribution, and disease burden". PLoS Neglected Tropical Diseases. 3 (8): e412. doi:10.1371/journal.pntd.0000412. PMC 2727001. PMID 19707588. open access publication – free to read
  3. Mike Shanahan (31 January 2006). "Beat neglected diseases to fight HIV, TB and malaria". SciDev.Net. Archived from the original on 19 May 2006.
  4. "Making the Case to Fight Schistosomiasis". National Public Radio. Archived from the original on 10 October 2008. Retrieved 1 December 2008.
  5. Hotez PJ (January 2010). "A plan to defeat neglected tropical diseases". Scientific American. 302 (1): 90–4, 96. Bibcode:2010SciAm.302a..90H. doi:10.1038/scientificamerican0110-90. PMID 20063641. Archived from the original on 6 August 2014.
  6. Reddy M, Gill SS, Kalkar SR, Wu W, Anderson PJ, Rochon PA (October 2007). "Oral drug therapy for multiple neglected tropical diseases: a systematic review". JAMA. 298 (16): 1911–24. doi:10.1001/jama.298.16.1911. PMID 17954542.
  7. Hotez P (1 November 2009). "Neglected diseases amid wealth in the United States and Europe". Health Affairs. 28 (6): 1720–5. doi:10.1377/hlthaff.28.6.1720. PMID 19887412.
  8. "Research Publications | Poverty Solutions at The University of Michigan". www.npc.umich.edu (in ଇଂରାଜୀ). Archived from the original on 23 July 2017. Retrieved 16 January 2018.
  9. Hotez PJ (September 2012). "Fighting neglected tropical diseases in the southern United States" (PDF). BMJ. 345: e6112. doi:10.1136/bmj.e6112. PMID 22977143. Archived (PDF) from the original on 10 May 2017.
  10. "World Health Organization". World Health Organization. Archived from the original on 22 February 2014. Retrieved 18 June 2017.
  11. "DNDi – Best Science for the Most Neglected". www.dndi.org. Archived from the original on 13 March 2018. Retrieved 5 May 2018.
  12. ୧୨.୦ ୧୨.୧ "World Health Organization". World Health Organization. Archived from the original on 20 October 2017. Retrieved 5 May 2018.
  13. GBD 2013 Mortality Causes of Death Collaborators (January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
  14. ୧୪.୦ ୧୪.୧ ୧୪.୨ ୧୪.୩ ୧୪.୪ Feasey N, Wansbrough-Jones M, Mabey DC, Solomon AW (2010). "Neglected tropical diseases". British Medical Bulletin. 93 (1): 179–200. doi:10.1093/bmb/ldp046. PMID 20007668. Archived from the original on 14 February 2016.
  15. Fenwick A (March 2012). "The global burden of neglected tropical diseases". Public Health. 126 (3): 233–236. doi:10.1016/j.puhe.2011.11.015. PMID 22325616.
  16. "Neglected tropical diseases". World Health Organization. Archived from the original on 22 February 2014. Retrieved 24 November 2015.
  17. "World Health Organization". World Health Organization (in ଇଂରାଜୀ). Archived from the original on 22 February 2014. Retrieved 30 October 2016.
  18. "CDC – Neglected Tropical Diseases – Diseases". www.cdc.gov. Archived from the original on 4 December 2014. Retrieved 30 October 2016.
  19. "PLoS Neglected Tropical Diseases: A Peer-Reviewed Open-Access Journal". journals.plos.org. Archived from the original on 18 November 2016. Retrieved 30 October 2016.
  20. Korevaar DA, Visser BJ (June 2012). "Podoconiosis, a neglected tropical disease". The Netherlands Journal of Medicine. 70 (5): 210–4. PMID 22744921.
  21. ୨୧.୦ ୨୧.୧ "Buruli Ulcer". World Health Organization (in ଇଂରାଜୀ). Archived from the original on 11 May 2016. Retrieved 2 May 2016.
  22. ୨୨.୦ ୨୨.୧ "Buruli Ulcer". Archived from the original on 13 April 2014. Retrieved 12 March 2014.
  23. "Buruli Ulcer Endemic Countries". Archived from the original on 12 March 2014. Retrieved 12 March 2014.
  24. ୨୪.୦ ୨୪.୧ ୨୪.୨ ୨୪.୩ ୨୪.୪ ୨୪.୫ ୨୪.୬ "Chagas disease (American trypanosomiasis)". Archived from the original on 13 March 2014. Retrieved 12 March 2014.
  25. "World Health Day 2014: small bite, big threat". Archived from the original on 27 February 2014. Retrieved 12 March 2014.