ଟ୍ରାଇଚୁରିଆସିସ୍

ଉଇକିପିଡ଼ିଆ‌ରୁ

ଟ୍ରାଇଚୁରିଆସିସ୍ (ଇଂରାଜୀରେ Trichuriasis) ବା ହ୍ୱିପ୍‌ୱର୍ମ ସଂକ୍ରମଣ (ଇଂରାଜୀରେ whipworm infection) ଏକ ପ୍ରକାର ପରଜୀବୀ ପୋକ ଟ୍ରାଇଚୁରିସ୍‌ଟ୍ରିକ୍‌ଚୁରିଆ (ଇଂରାଜୀରେ Trichuristrichiura) ବା ହ୍ୱିପ୍‌ୱର୍ମ (whipworm) ଯୋଗୁ ହୁଏ । [୧] ଅଳ୍ପ ସଂଖ୍ୟକ ପରଜୀବୀ ସଂକ୍ରମଣ ହୋଇଥିଲେ ଲକ୍ଷଣ ଦେଖାଯାଏ ନାହିଁ ।[୨] ଏହି ସଂଖ୍ୟା ଅଧିକ ହେଲେ ପେଟ ଯନ୍ତ୍ରଣା, ଥକ୍କାଣତରଳ ଝାଡ଼ା ହୁଏ । [୨] ତରଳ ଝାଡ଼ାରେ ବେଳେ ବେଳେ ରକ୍ତ ପଡ଼େ ।[୨] ସଂକ୍ରମିତ ପିଲାମାନଙ୍କର ଶାରୀରିକ ଓ ମାନସିକ ବୃଦ୍ଧି କମ୍ ହୁଏ । [୨] ରକ୍ତସ୍ରାବ ଯୋଗୁ ରକ୍ତରେ ଲୋହିତ ରକ୍ତ କଣିକା କମ୍ ହୋଇପାରେ ।[୧]

ଲୋକମାନେ ଏହି ପରଜୀବୀର ଅଣ୍ଡା ଅପମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଟ୍ରାଇଚୁରିଆସିସ୍ ରୋଗ ହୁଏ ।[୨] ପ୍ରଦୂଷିତ ପରିବା ଭଲରୁପେ ପରିସ୍କାର କରା ନ ଯାଇଥିଲେ ବା ରନ୍ଧା ନ ହୋଇଥିଲେ ଏହା ସମ୍ଭବ ହୁଏ ।[୨] ପଡ଼ିଆରେ ଝାଡ଼ା ଯିବା ବ୍ୟବସ୍ଥା ଥିଲେ ସେଠାରେ ମାଟି ସ‌ହ ପରଜୀବୀର ଅଣ୍ଡା ମିଶିଥାଏ ଓ ଏହି ମଳମିଶ୍ରିତ ମାଟିକୁ ସାର ରୂପେ ବ୍ୟବ‌ହାର କଲେ ସଂକ୍ରମଣ ହୁଏ ।[୧] ସଂକ୍ରମିତ ଲୋକର ମଳରେ ଏହ ଅଣ୍ଡା ଥାଏ ।[୨] ଛୋଟ ପିଲାମାନେ ଏହି ମାଟିରେ ଖେଳିବା ସମୟରେ ମଇଳା ହାତ ପାଟିରେ ପୁରାଇଲେ ସ‌ହଜରେ ସଂକ୍ରମଣ ହୁଏ ।[୨] ଏହି ପୋକ ବୃହଦନ୍ତ୍ରରେ ବାସ କରନ୍ତି ଓ ଏହା ଲମ୍ବ ପ୍ରାୟ ୪ ସେ.ମି. ।[୧] ଅଣୁବୀକ୍ଷଣ ଯନ୍ତ୍ର ତଳେ ମଳ ପରୀକ୍ଷା କଲାବେଳେ ଏହି ପୋକର ଅଣ୍ଡା ଦେଖିଲେ ରୋଗ ନିର୍ଣ୍ଣୟ କରାଯାଏ ।[୩] ଏହି ଅଣ୍ଡାର ଆକାର ଦେଖିବାକୁ ବ୍ୟାରେଲ ଭଳି ।[୪]

ଉତ୍ତମରୁପେ ହାତ ଧୋଇବା ଓ ଖାଦ୍ୟ ରାନ୍ଧିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ ।[୫] ଉତ୍ତମ ପରିମଳ ବ୍ୟବସ୍ଥାରେ ପରିସ୍କାର ପାଇଖାନା ବ୍ୟବ‌ହାର[୫] ଓ ପରିସ୍କାର ଜଳ ବ୍ୟବ‌ହାର ଅପରିହାର୍ଯ୍ୟ ଅଟେ ।[୬] କୌଣସି ଇଲାକାରେ ଏହି ସଂକ୍ରମଣ ହେଉଥିଲେ ସେହି ସ୍ଥାନର ସମସ୍ତ ଲୋକଙ୍କୁ ନିୟମିତ ବ୍ୟବଧାନରେ ଏକାବେଳେକେ ଚିକିତ୍ସା କରାଯାଏ ।[୭] ଆଲ୍‌ବେଣ୍ଡାଜୋଲ, ମେବେଣ୍ଡାଜୋଲ ବା ଆଇଭରମେକ୍‌ଟିନ ଔଷଧ ତିନି ଦିନ ଧରି ଦିଆଯାଏ ।[୮] ଲୋକମାନେ ଚିକିତ୍ସା ପରେ ପୁନର୍ବାର ସଂକ୍ରମିତ ହୋଇପାରନ୍ତି ।[୯]

ପୃଥିବୀରେ ପ୍ରାୟ ୬୦୦ରୁ ୮୦୦ ନିୟୁତ ଲୋକ ହ୍ୱିପ୍‌ୱର୍ମ ଯୋଗୁ ସଂକ୍ରମିତ ହୁଅନ୍ତି ।[୧][୧୦] ଗ୍ରୀଷ୍ମମଣ୍ଡଳୀୟ ଦେଶମାନଙ୍କରେ ଏହା ଅତି ସାଧାରଣ ରୋଗ ହିସାବରେ ବିବେଚନା କରାଯାଏ । [୭] ବିକାଶଶୀଳ ଦେଶମାନଙ୍କରେ ଲୋକମାନଙ୍କର ଏହି ରୋଗ ସ‌ହ ହୁକ୍‌ୱର୍ମଆସ୍କାରିଆସିସ ମଧ୍ୟ ଥାଏ ।[୭] ଏହି ରୋଗ ଅନେକ ଦେଶ ଉପରେ ଗଭୀର ଅର୍ଥନୈତିକ ପ୍ରଭାବ ପକାଏ । [୧୧] ଏହି ରୋଗ ବିରୁଦ୍ଧରେ ଟିକା ସୃଷ୍ଟି କରିବା ଉଦ୍ୟମ ଚାଲୁ ରହିଛି ।.[୭] ରହି ରୋଗ ଅବ‌ହେଳିତ ଗ୍ରୀଷ୍ମମଣ୍ଡଳୀୟ ରୋଗ ହିସାବରେ ପଞ୍ଜିକୃତ ହୋଇଛି । [୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Parasites - Trichuriasis (also known as Whipworm Infection)". CDC. January 10, 2013. Retrieved 5 March 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Soil-transmitted helminth infections Fact sheet N°366". World Health Organization. June 2013. Retrieved 5 March 2014.
  3. "Parasites - Trichuriasis (also known as Whipworm Infection) Diagnosis". CDC. January 10, 2013. Retrieved 20 March 2014.
  4. Duben-Engelkirk, Paul G. Engelkirk, Janet (2008). Laboratory diagnosis of infectious diseases : essentials of diagnostic microbiology. Baltimore: Wolters Kluwer Health/Lippincott Williams & Wilkins. p. 604. ISBN 9780781797016.{{cite book}}: CS1 maint: multiple names: authors list (link)
  5. ୫.୦ ୫.୧ "Parasites - Trichuriasis (also known as Whipworm Infection) Prevention & Control". CDC. January 10, 2013. Retrieved 20 March 2014.
  6. Ziegelbauer, K; Speich, B; Mäusezahl, D; Bos, R; Keiser, J; Utzinger, J (Jan 2012). "Effect of sanitation on soil-transmitted helminth infection: systematic review and meta-analysis". PLoSmedicine. 9 (1): e1001162. doi:10.1371/journal.pmed.1001162. PMC 3265535. PMID 22291577.{{cite journal}}: CS1 maint: unflagged free DOI (link)
  7. ୭.୦ ୭.୧ ୭.୨ ୭.୩ Bethony, J; Brooker, S; Albonico, M; Geiger, SM; Loukas, A; Diemert, D; Hotez, PJ (May 6, 2006). "Soil-transmitted helminth infections: ascariasis, trichuriasis, and hookworm". Lancet. 367 (9521): 1521–32. doi:10.1016/S0140-6736(06)68653-4. PMID 16679166.
  8. "Parasites - Trichuriasis (also known as Whipworm Infection): Resources for Health Professionals". CDC. January 10, 2013. Retrieved 5 March 2014.
  9. Jia, TW; Melville, S; Utzinger, J; King, CH; Zhou, XN (2012). "Soil-transmitted helminth reinfection after drug treatment: a systematic review and meta-analysis". PLoS neglected tropical diseases. 6 (5): e1621. doi:10.1371/journal.pntd.0001621. PMC 3348161. PMID 22590656.{{cite journal}}: CS1 maint: unflagged free DOI (link)
  10. Fenwick, A (Mar 2012). "The global burden of neglected tropical diseases". Public health. 126 (3): 233–6. doi:10.1016/j.puhe.2011.11.015. PMID 22325616.
  11. Jamison, Dean (2006). "Helminth Infections: Soil-transmitted Helminth Infections and Schistosomiasis". Disease control priorities in developing countries (2nd ed. ed.). New York: Oxford University Press. p. Chapter 24. ISBN 9780821361801. {{cite book}}: |edition= has extra text (help)
  12. "Neglected Tropical Diseases". cdc.gov. June 6, 2011. Retrieved 28 November 2014.