ରିଫ୍‌ଟ୍ ଭାଲି ଫିଭର

ଉଇକିପିଡ଼ିଆ‌ରୁ
Rift Valley fever
TEM micrograph of tissue infected with Rift Valley fever virus
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*], veterinary medicine[*]
ଆଇସିଡ଼ି-୧୦A92.4
ଆଇସିଡ଼ି-୯-ସିଏମ୍066.3
ରୋଗ ଡାଟାବେସ31094
MeSHD012295

ରିଫ୍‌ଟ୍ ଭାଲି ଫିଭର(ଜ୍ୱର) (ଇଂରାଜୀରେRift Valley fever ବାRVF) ଗୋଟିଏ ଭୁତାଣୁ ରୋଗ ଯାହା ସାମାନ୍ୟରୁ ଉତ୍କଟ ଲକ୍ଷଣ ଦେଖାଏ । ସାମାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ମାଂସପେଶି ଯନ୍ତ୍ରଣା ଓ ମୁଣ୍ଡ ବଥା ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଉତ୍କଟ ଲକ୍ଷଣ ମଧ୍ୟରେ: ସଂକ୍ରମଣ ଆରମ୍ଭ ହେବାର ତିନି ସପ୍ତାହ ପରେ ଦୃଷ୍ଟି ଶକ୍ତି କମିବା ଆରମ୍ଭ ହୁଏ, ମସ୍ତିଷ୍କ ପ୍ରଦାହ‌ଯୋଗୁ ଉତ୍କଟ ମୁଣ୍ଡବଥା ହୁଏ, ମାନସିକ ଦ୍ୱନ୍ଦ ଉପୁଜେ ଓ ପ୍ରଥମ କିଛି ସପ୍ତାହ ମଧ୍ୟରେ ଯକୃତ ଅସୁବିଧା ସ‌ହ ରକ୍ରସ୍ରାବ ହୁଏ । ରକ୍ତସ୍ରାବ ହେଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ହାର ପ୍ରାୟ ୫୦% ।[୧]

ଏହି ରୋଗ ଫ୍ଲେବୋଭାଇରସ୍ ଟାଇପର ଆର.ଭି.ଏଫ. ଭୁତାଣୁ ଯୋଗୁ ହୁଏ । ସଂକ୍ରମିତ ପଶୁ ରକ୍ତ ଛୁଇଁଲେ, କଟାଯାଉଥିବା ପଶୁ ପାଖରେ ରହି ଶ୍ୱାସ କ୍ରିୟା କଲେ, ସଂକ୍ରମିତ ପଶୁର କଞ୍ଚା କ୍ଷୀର ପିଇଲେ କିମ୍ବା ସଂକ୍ରମିତ ମଶା କାମୁଡ଼ିଲେ ଏହି ରୋଗ ବ୍ୟାପେ । ଗାଈ, ମେଣ୍ଢା, ଛେଳି ଓ ଓଟ ଇତ୍ୟାଦି ପଶୁ ସଂକ୍ରମିତ ହୋଇପାରନ୍ତି । ମଶାମାନଙ୍କଦ୍ୱାରା ଏହି ପଶୁମାନଙ୍କୁ ବ୍ୟାପେ । ଜଣେ ମଣିଷଙ୍କଦ୍ୱାରା ଆଉ ଜଣେ ସଂକ୍ରମିତ ହେବା ଜଣାନାହିଁ । ରକ୍ତରେ ଭୁତାଣୁ ଥିବା ଦେଖିଲେ ବା ଭୁତାଣୁ ବିରୁଦ୍ଧ ଆଣ୍ଟିବଡି(antibodies) ପାଇଲେ ରୋଗ ନିର୍ଣ୍ଣୟ ହୁଏ । [୧]

ପଶୁମାନଙ୍କୁ ଟିକା ଦେଇ ରୋଗ ପ୍ରତିରୋଧ କରାଯାଏ । କୌଣସି ମଡ଼କ ହେବା ପୂର୍ବରୁ ଏହି ଟିକା ଦିଆଯାଏ, ମଡ଼କ ହେବା ସମୟରେ ଟିକା ଦେଲେ ସମସ୍ୟା ଗମ୍ଭୀର ହୁଏ । ମଡ଼କ ସମୟରେ ପଶୁମାନଙ୍କ ଚଳପ୍ରଚଳ ବନ୍ଦ କରାଗଲେ ଉପକାର ମିଳେ । ମଶା ସଂଖ୍ୟା କମେଇବା ବ୍ୟବସ୍ଥା ଓ କାମୁଡ଼ା ନ ଖାଇବା ବ୍ୟବସ୍ଥା କରିବାକୁ ପଡ଼େ । ମଣିଷଙ୍କ ନିମନ୍ତେ ଟିକା ଅଛି କିନ୍ତୁ ୨୦୧୦ ସୁଦ୍ଧା ଏହି ବ‌ହୁଳ ଭାବରେ ଉପଲବ୍ଧ କରାଯାଇନାହିଁ । ସଂକ୍ରମଣ ଆରମ୍ଭ ହେଲେ କୌଣସି ଚିକିତ୍ସା ଏହି ରୋଗ ନିମନ୍ତେ ନାହିଁ । [୧]

ଆଫ୍ରିକାଆରବ ଦେଶମାନଙ୍କରେ ଏହି ରୋଗର ମଡ଼କ ହୋଇଛି । ବର୍ଷା ଦିନେ ଅଧିକ ସଂଖ୍ୟକ ମଶା ହେଉଥିବାରୁ ଏହି ସମୟରେ ମଡ଼କ ହୁଏ ।[୧] ସନ ୧୯୦୦ରେ କେନିଆ ଦେଶର ରିଫ୍‌ଟ୍ ଭ୍ୟାଲିର ପଶୁମାନଙ୍କଠାରେ ଏହି ରୋଗ ହେବା ରିପୋର୍ଟ ହୋଇଥିଲା,[୨] ଓ ରୋଗ ଭୁତାଣୁ ପ୍ରଥମେ ୧୮୩୧ ମସିହାରେ ପୃଥକ କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Rift Valley fever". Fact sheet N°207. World Health Organization. May 2010. Retrieved 21 March 2014.
  2. Palmer, S. R. (2011). Oxford textbook of zoonoses : biology, clinical practice, and public health control (2nd ed.). Oxford u.a.: Oxford Univ. Press. p. 423. ISBN 9780198570028.