Jump to content

ଜିଆଡିଆସିସ

ଉଇକିପିଡ଼ିଆ‌ରୁ
ଜିଆଡିଆସିସ
ବିଭର ଫିଭର (beaver fever), ଜିଆଡିଆ (giardia)
ଜିଆଡିଆ ଜୀବକୋଷ, SEM
ବିଭାଗସଂକ୍ରାମକ ରୋଗ (infectious disease)
ଲକ୍ଷଣତରଳ ଝାଡ଼ା, ପେଟ ଯନ୍ତ୍ରଣା (abdominal pain)[]
ଆକ୍ରାନ୍ତ ସମୟସଂକ୍ରମିତ ହେବାର ୧ରୁ ୩ ସପ୍ତାହ ମଧ୍ୟରେ ।[]
କାରଣଜିଆଡିଆ ଲାମ୍ବଲିଆ []
ରୋଗ ନିର୍ଣ୍ଣୟ ପଦ୍ଧତିମଳ ପରୀକ୍ଷା[]
ସଠିକ ରୋଗ ନିର୍ଣ୍ଣୟଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (irritable bowel syndrome)[]
ପ୍ରତିକାରଉନ୍ନତ ପରିମଳ ବ୍ୟବସ୍ଥା (sanitation)[]
ଔଷଧଟିନିଡାଜୋଲ (tinidazole), ମେଟ୍ରୋନିଡାଜୋଲ (metronidazole)[]
ପୁନଃପୌନିକବିକାଶଶୀଳ ଦେଶରେ ୩୦% ଓ ବିକଶିତ ଦେଶରେ ୭% । []
Patient UKଜିଆଡିଆସିସ

ଜିଆଡିଆସିସ (ଇଂରାଜୀ ଭାଷାରେ Giardiasis), ଜନପ୍ରିୟ ନାମ ଇଂରାଜୀରେ ବିଭର ଫିଭର/ beaver fever),[] ଏକ ପରଜୀବୀ ରୋଗ (parasitic disease) ଯାହା ଜିଆଡିଆ ଲାମ୍ବଲିଆ (Giardia lamblia) ନାମକ ପରଜୀବୀଦ୍ୱାରା ହୁଏ । [] ଏହାଦ୍ୱାରା ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରୁ ୧୦% ଲୋକଙ୍କର କୌଣସି ଲକ୍ଷଣ ନ ଥାଏ । ଏହାର ଲକ୍ଷଣ: ତରଳ ଝାଡ଼ା, ପେଟ ଯନ୍ତ୍ରଣା (abdominal pain) ଓ ଓଜନ ହ୍ରାସ । ଅନ୍ୟାନ୍ୟ ଲକ୍ଷଣ ଯଥା:- ବାନ୍ତି, ମଳରେ ରକ୍ତ (blood in the stool), ଓ ଜ୍ୱର ସାଧାରଣତଃ କମ ଲୋକଙ୍କଠାରେ ଦେଖାଯାଏ । [] ସଂକ୍ରମିତ ହେବାର ୧ରୁ ୩ସପ୍ତାହ ମଧରେ ରୋଗ ଆରମ୍ଭ ହୁଏ ଓ ବିନା ଚିକିତ୍ସାରେ ୬ ସପ୍ତାହ ପର୍ଯ୍ୟନ୍ତ ରହିପାରେ । []

ମଳରେ ଥିବା ଜିଆଡିଆ ଲାମ୍ବଲିଆ ସିସ୍ଟ ଖାଦ୍ୟ ଓ ଜଳରେ ମିଶି ଅପମିଶ୍ରତ ହେବା ପରେ ତାହାକୁ ଖାଇଲେ ବା ପିଇଲେ ଏହି ରୋଗ ବ୍ୟାପେ । ଲୋକମାନଙ୍କ ମଧ୍ୟରେ ଏହା ବ୍ୟାପେ ଓ ପଶୁ-ପଶୁ ମଧ୍ୟରେ ମଧ୍ୟ ବ୍ୟାପେ । ଏହାର ସଙ୍କଟ ସୃଷ୍ଟି କାରକ: ବିକାଶଶୀଳ ଦେଶମାନଙ୍କୁ ପରିଭ୍ରମଣ କରିବା, ଡାଇପର ବଦଳ କରିବା ଅରନ୍ଧା ଖାଦ୍ୟ ଖାଇବା ଓ କୁକୁର ରଖିବା । ଥଣ୍ଡା ଜଳରେ ଏହା ୩ ମାସ ପର୍ଯ୍ୟନ୍ତ ବଞ୍ଚିରହିପାରେ । ମଳ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[]

ଉନ୍ନତ ସ୍ୱାସ୍ଥ୍ୟରକ୍ଷା (hygiene) ଉପାୟ ପାଳନ କଲେ ଏହି ରୋଗର ପ୍ରତିଷେଧ ଆପେ ହୋଇଯାଏ । ଲକ୍ଷଣବିହୀନ ରୋଗୀଙ୍କର ଚିକିତ୍ସା ଆବଶ୍ୟକ ନାହିଁ । ଲକ୍ଷଣ ଥିଲେ ଟିନିଡାଜୋଲ (tinidazole) ବା ମେଟ୍ରୋନିଡାଜୋଲ ଦିଆଯାଏ । ଏହି ରୋଗରେ କେତେକ ରୋଗୀଙ୍କର ଲାକ୍ଟୋଜ ଅସ‌ହନଶୀଳ ହୋଇଯାଆନ୍ତି, ତେଣୁ କିଛି ସପ୍ତାହ ନିମନ୍ତ ଦୁଧ ଦେବାକୁ ମନା କରାଯାଏ । ପରଜୀବୀ ଗୁଡ଼ିକ ଔଷଧ ପ୍ରତିରୋଧୀ ( Resistance) ହୋଇପାରନ୍ତି ।[]

ସାରା ପୃଥିବୀରେ ଜିଆଡିଆ ଏକ ସର୍ବସାଧାରଣ ବେମାରୀ । ସନ ୨୦୧୩ରେ ପୃଥିବୀରେ ୨୮୦ ନିୟୁତ ଲକ୍ଷଣ‌ଯୁକ୍ତ ଜିଆଡିଆସିସ ରୋଗ ଥିଲା ।[] ବିକାଶଶୀଳ ଦେଶରେ (developing world) ଏହି ରୋଗ ହାର ୩୦% ଥିବାବେଳେ ବିକଶିତ ଦେଶରେ (developed world) ଏହି ହାର ୭% ମାତ୍ର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ରୋଗକୁ ଉପେକ୍ଷିତ (neglected disease) ରୋଗ ଶ୍ରେଣୀଭୁକ୍ତ କରିଛନ୍ତି ।[]

  1. 1 2 3 4 5 6 7 8 9 10 11 Minetti, C; Chalmers, RM; Beeching, NJ; Probert, C; Lamden, K (27 October 2016). "Giardiasis". BMJ (Clinical research ed.). 355: i5369. PMID 27789441.
  2. 1 2 "Parasites - Giardia". CDC. 21 July 2015. Retrieved 17 November 2016.
  3. "Giardiasis (beaver fever)". New York State Department of Health. October 2011. Retrieved 21 June 2015.
  4. 1 2 Esch KJ, Petersen CA (January 2013). "Transmission and epidemiology of zoonotic protozoal diseases of companion animals". Clin Microbiol Rev. 26 (1): 58–85. doi:10.1128/CMR.00067-12. PMC 3553666. PMID 23297259.

ଅଧିକ ପଢ଼ନ୍ତୁ

[ସମ୍ପାଦନା]
  • Kathleen Meyer, How to Shit in the Woods: An Environmentally Sound Approach to a Lost Art, Ten Speed Press (1989). A practical guide to wilderness waste disposal to prevent giardiasis.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ