Jump to content

ସାପକାମୁଡ଼ା

ଉଇକିପିଡ଼ିଆ‌ରୁ
ସାପକାମୁଡ଼ା
ଆଙ୍ଗୁଠିରେ ସାପକାମୁଡ଼ା ଚିହ୍ନ
ବିଭାଗEmergency medicine
ଆଇସିଡ଼ି-୧୦T63.0, T14.1, W59 (nonvenomous), X20 (venomous)
ଆଇସିଡ଼ି-୯-ସିଏମ୍989.5, E905.0, E906.2
ରୋଗ ଡାଟାବେସ29733
ମେଡ଼ିସିନ-ପ୍ଲସ000031
ଇ-ମେଡ଼ିସିନmed/2143
MeSHD012909

ସାପକାମୁଡ଼ା ଏକ ଆଘାତର ନାମ ଯାହା ସାପ କାମୁଡ଼ିବା ଯୋଗୁ ହୁଏ । ସାପର ଦୁଇ ଦାନ୍ତର କାମୁଡ଼ା ଯୋଗୁ ଏହି କ୍ଷୁଦ୍ର ଗର୍ତ୍ତ ଆଘାତ ହୁଏ । [] ଅନେକ ସମୟରେ ଏହି କାମୁଡ଼ିବା ଯୋଗୁ ବିଷାକ୍ତ ଇଞ୍ଜେକସନ ଦାନ୍ତଦ୍ୱାରା ଦେହକୁ ଯାଏ ।[] କାମୁଡ଼ା ସ୍ଥାନ ଲାଲ ଦେଖାଯାଏ, ଫୁଲିଯାଏ ଓ ଅସ‌ହ୍ୟ ଯନ୍ତ୍ରଣା ହୁଏ ଓ ଏହି ସବୁ ଲକ୍ଷଣ ବାହାରିବା ନିମନ୍ତେ ଏକ ଘଣ୍ଟା ଲାଗିପାରେ । ଏହା ଫଳରେ ବାନ୍ତି, ଦୃଷ୍ଟିଶକ୍ତି ହ୍ରାସ, ଅବୟବରେ ଝିମଝିମ ଅନୁଭବ ହୁଏ ।[][] ଅଧିକାଂଶ କାମୁଡ଼ା ଉପର ଅବୟବର ହାତ ବା ବାହୁରେ ଦେଖାଯାଏ ।[] କାମୁଡ଼ା ପରେ ଭୟ ଜାତ ହୁଏ, ଦୃତ ହୃତ୍ ସ୍ପନ୍ଦନ ଓ ମୂର୍ଚ୍ଛାଳିଆ ଅନୁଭବ ହୁଏ । [] ସାପବିଷ ବା ଭେନମ ଯୋଗୁ ରକ୍ତସ୍ରାବ, ବୃକ୍‌କ ଫେଲ, ଅତ୍ୟଧିକ ଆଲର୍ଜି, ତନ୍ତୁମୃତ୍ୟୁ ହୁଏ ଓ ଶ୍ୱାସକ୍ରିୟା ପ୍ରଭାବିତ ହୁଏ ।[][] ସାପକାମୁଡ଼ା ଫଳରେ ଅବୟବ ହାନୀ ବା ଅନ୍ୟ କ୍ରନିକ ଅସୁବିଧା ହୋଇପାରେ । [] କାମୁଡ଼ାର ଫଳାଫଳ ସାପର ପ୍ରକାର, କାମୁଡ଼ା ସ୍ଥାନ, ବିଷର ପରିମାଣ ଓ ରୋଗୀର ସ୍ୱାସ୍ଥ୍ୟାବସ୍ଥା ଉପରେ ନିର୍ଭର କରେ । [] ବଡ଼ ମଣିଷଙ୍କ ଅପେକ୍ଷା ପିଲାଙ୍କର ଅଧିକ କ୍ଷତି ହୁଏ । []

ସାପମାନେ ନିଜ ସୁରକ୍ଷା ଓ ଖାଦ୍ୟ ନିମନ୍ତେ କାମୁଡ଼ନ୍ତି ।[] ଘରଠାରୁ ବାହାରେ ଯେପରିକି କ୍ଷେତରେ, ଜଙ୍ଗଲରେ ବା ଶ୍ରମିକ ଭାବେ ନିର୍ମାଣ ସ୍ଥାନରେ ଖାଲି ହାତ ବ୍ୟବ‌ହାର କରି କାମ କଲେ କାମୁଡ଼ା ସଙ୍କଟ ରହେ । [][] ବିଷ ପ୍ରୟୋଗକାରୀ ସାପ ମଧ୍ୟରେ ଏଲାପିଡି, ଭାଇପର ଓ ସାମୁଦ୍ରିକ ସାପ ପ୍ରଧାନ ।[] ଅଧିକାଂଶ ସାପଙ୍କର ବିଷ ନ ଥାଏ ଓ ସେମାନେ ଶିକାରକୁ ଚିପିକରି ମାରିଦିଅନ୍ତି ।[] ବିଷାକ୍ତ ସାପ ଆଣ୍ଟାର୍କଟିକା ମହାଦେଶକୁ ଛାଡ଼ି ବାକି ପୃଥିବୀର ସବୁ ସ୍ଥାନରେ ରହ‌ନ୍ତି । [] କାମୁଡ଼ିଥିବା ସାପର ପ୍ରକାର ଜାଣିବା ଅଧିକାଂଶ ସମୟରେ ସମ୍ଭବ ନୁହେଁ ।[] ସାପକାମୁଡ଼ାକୁ ଏକ ଅବ‌ହେଳିତ ରୋଗ ରୂପେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚୀବଦ୍ଧ କରିଛନ୍ତି । []

ସାପକାମୁଡ଼ାର ଶିକାର ନ ହେବା ନିମନ୍ତେ ସୁରକ୍ଷାକାରୀ ଜୋତା ପିନ୍ଧିବା, ସାପଙ୍କ ସ୍ଥାନ ବର୍ଜନ କରିବା ଓ ସାପଙ୍କ ସ‌ହିତ ନ ଖେଳିବା ଇତ୍ୟାଦି ଉପଦେଶ ମାନିବା ଆବଶ୍ୟକ । ସାପର ପ୍ରକାର ଅନୁସାରେ ଚିକିତ୍ସା କରାଯାଏ ।[] କାମୁଡ଼ା ଜାଗାକୁ ସାବୁନ ପାଣିରେ ଭଲରୂପେ ଧୋଇ ଯଥା ସମ୍ଭବ ସ୍ଥିର ରଖିବା ଆବଶ୍ୟକ । [][] ସାପବିଷକୁ ଶୋଷିବା, ଛୁରୀରେ କାଟିବା ଓ କ୍ଷତ ଉପର ସ୍ଥାନ‌କୁ ([ଟ୍ୟୁନିକେଟ]) ବାନ୍ଧିବାକୁ ସୁପାରିସ କରାଯାଏ ନାହିଁ । [] ଆଣ୍ଟିଭେନମ ଦେଇ ମୃତ୍ୟୁ ମୁଖରୁ ରକ୍ଷା କରାଯାଇପାରେ କିନ୍ତୁ ଏହାର ପାର୍ଶ୍ୱପ୍ରତିକ୍ରିୟା ଥାଏ ।[][] ସାପ ଅନୁସାରେ ଆଣ୍ଟିଭେନମ ଆବଶ୍ୟକ ହୁଏ । ନିର୍ଦ୍ଦିଷ୍ଟ ସାପ ଚିହ୍ନା ନ ପଡ଼ିଲେ ସ୍ଥାନୀୟ ସାପ ଅନୁସାରେ ଆଣ୍ଟିଭେନମ ଦିଆଯାଏ । [] ପୃଥିବୀର ଅନେକ ସ୍ଥାନରେ ସଠିକ ଆଣ୍ଟିଭେନମ ମିଳେନାହିଁ ଓ ଏହି କାରଣରୁ ଅନେକ ସମୟରେ ଏହା କାର୍ଯ୍ୟକାରୀ ହୁଏ ନାହିଁ । ଏହି ଔଷଧର ଅତ୍ୟଧିକ ମୂଲ୍ୟ ମଧ୍ୟ ଏକ ଚିନ୍ତାର ବିଷୟ ।[] କାମୁଡ଼ା ସ୍ଥାନରେ ଆଣ୍ଟିଭେନମର କୌଣସି ପ୍ରଭାବ ନାହିଁ । ଶ୍ୱାସକ୍ରିୟା ସାହାଯ୍ୟକାରୀ ଯନ୍ତ୍ର ବେଳେ ବେଳେ ଦରକାର ହୁଏ । []

ବାର୍ଷିକ ପ୍ରାୟ ୫ ନିୟୁତ ଲୋକଙ୍କୁ ସାପ କାମୁଡ଼େ । [] ଏହା ଫଳରେ ୨.୫ ନିଯୁତ ଲୋକ ସାପବିଷରେ ଆକ୍ରାନ୍ତ ହୁଅନ୍ତି ଓ ୨୦,୦୦୦ରୁ ୧୨୫,୦୦୦ ଲୋକଙ୍କର ମୃତ୍ୟୁ ହୁଏ । [][] ସ୍ଥଳ ବିଶେଷରେ ପୃଥିବୀରେ କାମୁଡ଼ା ହାର ପୃଥକ ହୁଏ ।[] ଏସିଆ, ଆଫ୍ରିକାଲାଟିନ ଆମେରିକାରେ ଅଧିକ ସାପ କାମୁଡ଼ା ରିପୋର୍ଟ ମିଳେ[] ଓ ଗ୍ରମୀଣ ଇଲାକାରେ ଅଧିକ ହୁଏ ।[] ଆମେରିକାରେ ପ୍ରତି ବର୍ଷ ପ୍ରାୟ ୭ରୁ ୮ ହଜାର ବିଷାକ୍ତ ସର୍ପ କାମୁଡ଼ନ୍ତି ।[] ଅଷ୍ଟ୍ରେଲିଆ, ୟୁରୋପଉତ୍ତର ଆମେରିକାରେ ଏହା ଯୋଗୁ କ୍ୱଚିତ ମୃତ୍ୟୁ ହୁଏ ।[][][]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Venomous Snakes". February 24, 2012. Retrieved 19 May 2015.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Animal bites Fact sheet N°373". World Health Organization. February 2015. Retrieved 19 May 2015.
  3. ୩.୦ ୩.୧ ୩.୨ ୩.୩ Gold, Barry S.; Richard C. Dart; Robert A. Barish (1 April 2002). "Bites of venomous snakes". The New England Journal of Medicine. 347 (5): 347–56. doi:10.1056/NEJMra013477. PMID 12151473.
  4. Marx, John A. (2010). Rosen's emergency medicine : concepts and clinical practice (7 ed.). Philadelphia: Mosby/Elsevier. p. 746. ISBN 9780323054720.
  5. ୫.୦ ୫.୧ ୫.୨ ୫.୩ ୫.୪ Kasturiratne, A; Wickremasinghe, AR; de Silva, N; Gunawardena, NK; Pathmeswaran, A; Premaratna, R; Savioli, L; Lalloo, DG; de Silva, HJ (4 November 2008). "The global burden of snakebite: a literature analysis and modelling based on regional estimates of envenoming and deaths". PLoS medicine. 5 (11): e218. doi:10.1371/journal.pmed.0050218. PMC 2577696. PMID 18986210.{{cite journal}}: CS1 maint: unflagged free DOI (link)
  6. ୬.୦ ୬.୧ ୬.୨ ୬.୩ ୬.୪ World Health Organization. "Neglected tropical diseases Snakebite". Retrieved 19 May 2015.
  7. WHO. "Neglected Tropical Diseases: Snakebite". WHO. WHO. Retrieved 21 May 2015.
  8. ୮.୦ ୮.୧ Gutiérrez, José María; Bruno Lomonte; Guillermo León; Alexandra Rucavado; Fernando Chaves; Yamileth Angulo (2007). "Trends in Snakebite Envenomation Therapy: Scientific, Technological and Public Health Considerations". Current Pharmaceutical Design. 13 (28): 2935–50. doi:10.2174/138161207782023784. PMID 17979738.
  9. Chippaux, J.P. (1998). "Snake-bites: appraisal of the global situation". Bulletin of the World Health Organization. 76 (5): 515–24. PMC 2305789. PMID 9868843.