ଭୂତାଣୁ

ଉଇକିପିଡ଼ିଆ ରୁ
Jump to navigation Jump to search
Virus
Rotavirus Reconstruction.jpg
Virus
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
(unranked): ଭୂତାଣୁ

ଭୁତାଣୁ ଏକ ସଂକ୍ରାମଣ କାରକ ଯାହା କେବଳ ଜୀବନ୍ତ କୋଷ ଭିତରେ ସ୍ୱପ୍ରତିରୂପଣ କରିଥାଏ ।[୧] ଏହା ପ୍ରାଣୀ ବୃକ୍ଷଠାରୁ ଆରମ୍ଭ କରି ବୀଜାଣୁ ତଥା ଆର୍କିଆ ପରି ଅଣୁଜୀବ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ ରୂପକୁ ସଂକ୍ରମଣ କରିପାରେ ।[୨]

ସନ ୧୮୯୨ରେ ଡିମିଟ୍ରି ଇଭାନୋଭସ୍କି (Dmitri Ivanovsky) ଲେଖିଥିବା ଆଲେଖ୍ୟରେ ଅଣ-ଜୀବାଣୁ ରୋଗସୃଷ୍ଟିକାରକ ଗୁଡ଼ିକ ଟୋବାକୋ ଗଛକୁ ସଂକ୍ରମଣ କରିବା ଓ ସନ ୧୮୯୮ରେ ମାର୍ଟିନସ ବିଜେରିଙ୍କ (Martinus Beijerinck) ଟୋବାକୋ ମୋଜାଇକ ଭୁତାଣୁ ଆବିଷ୍କାର ପର୍ଯ୍ୟନ୍ତ ପ୍ରାୟ ୫୦୦ ପ୍ରଜାତିର ଭୁତାଣୁମାନଙ୍କର ସବିଶେଷ ବର୍ଣ୍ଣନା [୩] କରାଯାଇଥିଲେ ମଧ୍ୟ ନିୟୁତ ନିୟୁତ ପ୍ରଜାତିର ଭୁତାଣୁ ଅଛନ୍ତି ।[୪] ପୃଥିବୀର ପ୍ରତ୍ୟେକ ଇକୋସିସ୍ଟମରେ ସର୍ବାଧିକ ସଂଖ୍ୟାରେ ଏହି ଭୁତାଣୁ ବିଦ୍ୟମାନ ଅଛନ୍ତି ।[୫] ଭୁତାଣୁ ଅନୁଶୀଳନ‌କୁ ଭାଇରୋଲୋଜି (virology) କୁହାଯାଏ ଯାହା ମାଇକ୍ରୋବାୟୋଲୋଜିର (microbiology) ଏକ ଶାଖା ।

ଜୀବକୋଷ ମଧ୍ୟରେ ନଥିବା ସମୟରେ ବା ସଂକ୍ରମଣ କରୁଥବା ସମୟରେ ଭୁତାଣୁ ଏକ ଭିରିଅନ (virion) ନାମଧାରୀ ସ୍ୱାଧୀନ ପାର୍ଟିକ୍ଲ ଭାବରେ ରହେ । ଏହି ଭିରିଅନରେ (୧) ପ୍ରୋଟିନ କୋଡ଼ ଥିବା ଲମ୍ବା ଡିଏନଏ DNA ବା ଆରଏନଏ RNA ମଲିକ୍ୟୁଲ, (୨) ଏହି ଜେନେଟିକ ପଦାର୍ଥକୁ କାପସିଡ (capsid) ନାମକ ଏକ ଘୋଡ଼େଇ ରଖୁଥିବା ପ୍ରୋଟିନ କୋଟ (coat) ଓ ବେଳେ ବେଳେ (୩) ଏକ ବାହ୍ୟ ଲିପିଡ ଖୋଳ ଥାଏ । ଏହି ଭୁତାଣୁର ଆକୃତି ହେଲିକ୍ସ ଓ ଇକୋସାହେଡ୍ରାଲ (icosahedral) ଆକାରରୁ ଆରମ୍ଭ କରି ଅଧିକ ଜଟିଳ ହୋଇପାରେ । ଅଧିକାଂଶ ଭୁତାଣୁ ପ୍ରଜାତିଙ୍କର ଅତି କ୍ଷୁଦ୍ର ଭିରିଅନ ଥାଏ ଯାହା ଅପ୍ଟିକାଲ ଅଣୁବୀକ୍ଷଣ (optical microscope) ସାହାଯ୍ୟରେ ଦେଖିବା ମଧ୍ୟ ଦୁଃସାଧ୍ୟ ହୋଇଯାଏ ।

ଭୁତାଣୁର ଇଭୋଲ୍ୟୁସନ ବା ସୃଷ୍ଟିଠାରୁ ଆରମ୍ଭ କରି ବିକାଶ ପର୍ଯ୍ୟନ୍ତ କୌଣସି ଇତିହାସ (evolution) ସ୍ପଷ୍ଟ ହୋଇନାହିଁ । କେତେକ ମତରେ ଏହା ଡିଏନଏର ପ୍ଲାଜମିଡ ଅଂଶରୁ ଅନ୍ୟ ଅନ୍ୟ କେତକ ମତରେ ଜୀବାଣୁରୁ ସୃଷ୍ଟି ହୋଇଛି । ଇଭୋଲ୍ୟୁସନ ଯୋଗୁ ଅନୁପ୍ରସ୍ଥ ବା ହୋରାଇଜୋଣ୍ଟାଲ ଜିନ ଟ୍ରାନ୍‌ସଫର ହୁଏ । ଏହାକୁ ଜୀବନ୍ତ ଆକାର କ‌ହିବାର କାରଣ ଏଥିରେ ପ୍ରଜନନ ଭଳି ଜେନେଟିକ ଟ୍ରାନ୍‌ସଫର ହୁଏ, କିନ୍ତୁ ଏହାର ନିୟମିତ ଜୀବକୋଷ ଗଠନ ନଥିବାରୁ ଏହାକୁ ଜୀବନ୍ତ ନାମ ଦେବାକୁ ଅନେକ ଅନିଚ୍ଛୁକ ହୁଅନ୍ତି । ଏହାକୁ କେବଳ ରେପ୍ଲିକେଟର କୁହାଯାଇପାରେ ।

ଭୁତାଣୁ ଏକ ମାଧ୍ୟମ ବା ଭେକ୍ଟର ସାହାଯ୍ୟରେ ସ୍ଥାନାନ୍ତର ହୁଏ ଯେପରି ଗୋଟିଏ ପୋକ ଭୁତାଣୁମାନଙ୍କୁ ଅନ୍ୟ ବୃକ୍ଷକୁ ସ୍ଥାନାନ୍ତର କରେ । ସେହିପରି ରକ୍ତଶୋଷଣକାରୀ ପୋକଙ୍କଦ୍ୱାରା ଭୁତାଣୁ ଅନ୍ୟଦେହରୁ ଯାଏ । କାଶ ଓ ଛିଙ୍କ ସାହାଯ୍ୟରେ ଇନଫ୍ଲୁଏଞ୍ଜା ଭୁତାଣୁ ସ୍ଥାନାନ୍ତର ହୁଏ । ଗାସ୍ଟ୍ରୋଏଣ୍ଟେରାଇଟିସ ରୋଗ ସୃଷ୍ଟିକାରୀ ନୋରୋ ଓ ରୋଟା ଭୁତାଣୁ ଗୁଡ଼ିକ ଖାଦ୍ୟ ବା ଜଳରୁ ମଳ-ପାଟି ଦେଇ ସ୍ଥାନାନ୍ତର ହୁଏ । ଏଚଆଇଭି ସେହିପରି ଯୌନ ସମ୍ପର୍କ ବା ସଂକ୍ରମିତ ରକ୍ତ ମାଧ୍ୟମରେ ବ୍ୟାପିଥାଏ ।

ପଶୁମାନଙ୍କର ଭୁତାଣୁ ସଂକ୍ରମଣ ହେଲେ ଏକ ଇମ୍ମ୍ୟୁନ ପ୍ରତିକ୍ରିୟା ହେବା ଫଳରେ ଭୁତାଣୁ ନଷ୍ଟ ହୋଇଯାଆନ୍ତି । ଭୁତାଣୁ ଟିକା ଦେଲେ କୃତ୍ରିମ ଉପାୟରେ ଇମ୍ମ୍ୟୁନିଟି ସୃଷ୍ଟି ହୁଏ । ଏଆଇଡିଏସ ଓ ଭୁତାଣୁ ହେପାଟାଇଟିସ ରୋଗରେ ଇମ୍ମ୍ୟୁନ ପ୍ରତିକ୍ରିୟା ହୋଇପାରେ ନାହିଁ, ତେଣୁ ରୋଗ କ୍ରନିକ ହୋଇ ରହେ ।

ଆଧାର[ସମ୍ପାଦନା]

  1. Wu, Katherine J. (15 April 2020). "There are more viruses than stars in the universe. Why do only some infect us? – More than a quadrillion quadrillion individual viruses exist on Earth, but most are not poised to hop into humans. Can we find the ones that are?". National Geographic Society. Retrieved 18 May 2020.
  2. Are viruses alive? The replicator paradigm sheds decisive light on an old but misguided question. Studies in History and Philosophy of Biological and Biomedical Sciences. 2016;59:125–134. doi:10.1016/j.shpsc.2016.02.016. PMID 26965225.
  3. Dimmock p. 49
  4. Breitbart M. Here a virus, there a virus, everywhere the same virus?. Trends in Microbiology. 2005;13(6):278–84. doi:10.1016/j.tim.2005.04.003. PMID 15936660.
  5. Lawrence CM, Menon S, Eilers BJ, et al.. Structural and functional studies of archaeal viruses. The Journal of Biological Chemistry. 2009;284(19):12599–603. doi:10.1074/jbc.R800078200. PMID 19158076.