ଗୋଲ କୃମି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Ascariasis
Ascaris lumbricoides.jpeg
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଆଇସିଡ଼ି-୧୦ B77.
ଆଇସିଡ଼ି-୯-ସିଏମ୍ 127.0
ଓଏମ୍‌ଆଇଏମ୍ 604291
ରୋଗ ଡାଟାବେସ 934
ମେଡ଼ିସିନ-ପ୍ଲସ 000628
ଇ-ମେଡ଼ିସିନ article/212510
MeSH D001196

ଗୋଲ କୃମି ମନୁଷ୍ୟ ଶରୀରର ଏକ ପରଜୀବୀ ଯାହାଦ୍ଵାରା ଦେହରେ ଅନେକ ପ୍ରକାର ରୋଗ ହୁଏ । ଏହି ପରଜୀବୀକୁ ଓଡ଼ିଆରେ ଜିଆ, କେଞ୍ଚୁଆଜିଆନାଡ଼ କୁହାଯାଏ । ଏହାକୁ ଇଂରାଜୀରେ ଆସ୍କାରିସ୍ ଲୁମ୍ଵ୍ରିକଏଡେସ୍ (Ascaris lumbricoides) କୁହାଯାଏ । ଏହି ଗୋଲ କୃମି ସଂକ୍ରମଣଦ୍ଵାରା ୮୫ % ଲୋକ ଲକ୍ଷଣବିହୀନ ଥାଆନ୍ତି ବିଶେଷତଃ ଯଦି ସେମାନଙ୍କ ସଂଖ୍ୟା ଅଳ୍ପ ଥାଏ ।[୧] ପରଜୀବୀ ସଂଖ୍ୟା ଅଧିକ ଥିଲେ ଆରମ୍ଭରେ ଛୋଟ ଶ୍ଵାସ କ୍ରିୟା ହୁଏ ଓ ଜ୍ଵର ହୁଏ । ଏହା ପରେ ପେଟ ଫୁଲିଯାଏ, ପେଟରେ ଯନ୍ତ୍ରଣା ହୁଏ ଓ ତରଳ ଝାଡ଼ା ବା ଡାଇରିଆ ହୁଏ । ପିଲାମାନଙ୍କୁ ଏହି ରୋଗ ବେଶୀ ହୁଏ ଓ ଏହାଦ୍ଵାରା ସ୍ଵଳ୍ପ ଓଜନ ବୃଦ୍ଧି ହୁଏ, ପୋଷକ ହାନୀ ବା malnutrition ହୁଏ ଓ ଶିଖିବା ବାଧାପ୍ରାପ୍ତ ହୁଏ ।[୨]
ମଳରେ ଗୋଲ କୃମିର ଅଣ୍ଡା ଥାଏ । ଏହା ସହ ଖାଦ୍ୟ ବା ପାନୀୟ ଅପମିଶ୍ରିତ ହେବା ପରେ ଏହାକୁ ଖାଦ୍ୟ ହିସାବରେ ଗ୍ରହଣ କଲେ ସଂକ୍ରମଣ ହୁଏ । ଏହି ଅଣ୍ଡାକୁ ଗ୍ରହଣ କରିଥିବା ଲୋକର ଅନ୍ତନଳୀରେ ଛୁଆ ଫୁଟେ । ଏହି ଛୁଆ ଅନ୍ତନଳୀର କାନ୍ଥ ଭେଦ କରି ରକ୍ତାରେ ପ୍ରବେଶ କରି ଫୁସଫୁସକୁ ଯାଏ ଓ ଶ୍ଵାସ ନଳୀ ବାଟ ଦେଇ ତଣ୍ଟିରେ ପହଞ୍ଚେ । ସେଠାରେ ଏହା ଗିଳି ହୋଇ ପାକସ୍ଥଳୀ ଦେଇ ପୁନଶ୍ଚ ଅନ୍ତନଳୀରେ ପ୍ରବେଶ କରେ ଓ ଏଠାରେ ବୟଃପ୍ରାପ୍ତ ହୁଏ ।
ଉନ୍ନତ ପରିଛନତାଦ୍ଵାରା ଏହି ରୋଗ ରୋକି ହେବ । ଆଧୁନିକ ପାଇଖାନା ବ୍ୟବହାର୍ ଓ ମଳ ଦୂରୀକରଣ ଏଥି ନିମନ୍ତେ ଆବଶ୍ୟକ ।[୧][୩] ସାବୁନଦ୍ଵାରା ହାତ ପରିଷ୍କାର କଲେ ସଂକ୍ରମଣ ହୋଇପାରେ ନାହିଁ ।[୪] ଯେଉଁ ସ୍ଥାନରେ ୨୦% ଲୋକଙ୍କର ଏହି ରୋଗ ଅଛି, ସେଠାରେ ନିୟମିତ ବ୍ୟବଧାନରେ ପ୍ରତ୍ୟେକ ଲୋକଙ୍କୁ ଚିକିତ୍ସା କରିବା ଆବଶ୍ୟକ । ଚିକିତ୍ସା ପରେ ମଧ୍ୟ ପୁନଃସଂକ୍ରମଣ ହୋଇପାରେ ।[୫] ଏହା ନିମନ୍ତେ କୌଣସି ଟିକା ତିଆରି ହୋଇନାହିଁ । ଆଲ୍‌ବେଣ୍ଡାଜୋଲ୍, ମେବେଣ୍ଡାଜୋଲ୍, ଲେଭାମିସୋଲ୍ ଓ ପାରାଣ୍ଟେଲ ପାମୋଏଟ୍ ଔଷଧ ଦେଲେ ଏହି ରୋଗ ଦୂର ହୁଏ ।[୬] ଏହି ବ୍ୟତିତ ଟ୍ରାବେଣ୍ଡିମିଡିନ ଓ ନିଟାଜୋକ୍ସାନାଇଡ ମଧ୍ୟ ଭଲ କାମ କରେ ।
ପୃଥିବୀରେ ୦.୮ରୁ ୧.୨ ବିଲିଅନ ଲୋକ ଏହି ରୋଗ ଭୋଗୁଛନ୍ତି । ସବ୍-ସାହାରା, ଲାଟିନ୍ ଆମେରିକା ଓ ଏସିଆରେ ସର୍ବାଧିକ ଲୋକ ଏହାର ଶିକାର ହେଉଛନ୍ତି ।[୭] ୧୯୯୦ ମସିହାରେ ୩୪୦୦ ଲୋକ ମରିଥିବା ବେଳେ ୨୦୧୦ମସିହାରେ ୨୭୦୦ ଲୋକ ମରିଛନ୍ତି । [୮]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଅନେକ ସଂକ୍ରମିତ ଲୋକ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । ଅଧିକାଂଶ ଲୋକଙ୍କ ଦେହରେ ଅଳ୍ପ ଗୋଲ କୃମି ଥାଆନ୍ତି ଓ ଅଳ୍ପ ଲୋକଙ୍କ ଦେହରେ ବହୁତ ଅଧିକ ଥାଆନ୍ତି ଯାହା ଅଧିକାଂଶ ପରଜୀବୀ କ୍ଷେତ୍ରରେ ଲକ୍ଷ କରାଯାଏ । ଅଣ୍ଡାରୁ ଜନ୍ମିତ ଲାର୍ଭା ପେରିଟୋନାଇଟିସ୍ ରୋଗ, ଭିସେରା ନଷ୍ଟକାରୀ ରୋଗ, ଯକୃତ ଓ ପ୍ଲୀହା ବୃଦ୍ଧି, ଫୁସ୍‌ଫୁସ୍ ପ୍ରଦାହ ରୋଗ ଇତ୍ୟାଦି କରାଏ । ଫୁସ୍‌ଫୁସ୍ ପ୍ରଦାହ ସମୟରେ ଇଓସିନୋଫିଲିଆ ରକ୍ତରେ ଦେଖାଯାଏ ଓ ଏକ୍ସ‌‌-ରେ ଛବିରେ ଏହି ରୋଗର ଛାୟା ଦେଖାଯାଏ । ଏହି କୃମି ଅନ୍ତନଳୀରେ ରହିଲେ ଭୋକ ମରିଯାଏ, ଖାଦ୍ୟ ଶୋଷଣ ହୋଇପାରେ ନାହିଁ ଯାହା ଫଳରେ ଅପପୁଷ୍ଟି ବା ମାଲନ୍ୟୁଟ୍ରିସନ ହୁଏ ।[୯] ଅନ୍ତନଳୀର ଭିତର ସ୍ତରରୁ ବ୍ରସବର୍ଡର ଏଞ୍ଜାଇମ୍ କମିଯାଏ, ଭିଲ୍ଲାଇ କୁଞ୍ଚିତ ନ ରହି ସଳଖ ହୋଇଯାଏ ଓ ଲାମିନା ପ୍ରୋପ୍ରିଆରେ ପ୍ରଦାହ ହୁଏ[୧୦]; ତେଣୁ ଖାଦ୍ୟ ସଠିକ ଭାବେ ଶୋଷଣ ହୋଇପାରେ ନାହିଁ । ବହୁ ସଂଖ୍ୟକ କୃମି ଏହାଠି ହୋଇଗଲେ ଗୋଲାକାର ପେଣ୍ଡୁ ଭଳି ହୋଇ ଅନ୍ତନଳୀରେ ଖାଦ୍ୟ ଯିବା ପଥ ବନ୍ଦ କରିଦିଅନ୍ତି । ଏହି ଅବସ୍ଥା ଉପୁଜିଲେ ଅପରେଶନ ଆବଶ୍ୟକ ହୁଏ । କ୍ଷୁଦ୍ର ଅନ୍ତନଳୀକୁ ମୋଡି ଦେଇ ଅନ୍ତନଳୀରେ ଗ୍ୟାଙ୍ଗ୍ରିନ କରେଇ ପାରନ୍ତି ଯାହା ଫଳରେ ମୃତ୍ୟୁ ହୁଏ ।[୧୧] ବେଳେ ବେଳେ ଏହା ଅମ୍ପୁଲା ଅଫ୍ ଭାଟର୍‌କୁ ବନ୍ଦ କରିଦିଏ ବା ପାଙ୍କ୍ରିଆଟିକ ଡକ୍ଟକୁ ଯାଇ ପାଙ୍କ୍ରିଆଟାଇଟିସ୍ କରାନ୍ତି । କୋଲାଞ୍ଜାଇଟିସ୍ ତଥା କଲିସିସ୍ଟାଇଟିସ୍ ରୋଗ ମଧ୍ୟ ହୋଇପାରେ ।
ଅର୍ଦ୍ଧ ହଜମ ହୋଇଥିବା ଖାଦ୍ୟ ସବୁ ଏହି କୃମି ନିଜେ ଖାଇଯାଏ । ଏହା ଆଣ୍ଟିଏଞ୍ଜାଇମ ପ୍ରସ୍ତୁତ କରି ନିଜକୁ ହୋଷ୍ଟର ଆକ୍ରମଣରୁ ରକ୍ଷା କରେ ।
ଆନେସ୍ଥେସିଆ ସହି ନ ପାରି ଏହି କୃମି ପାଟି ବାଟେ ଦେହରୁ ବାହାରି ଆସେ ।[୧୨]

କାରଣ[ସମ୍ପାଦନା]

ସଞ୍ଚାର[ସମ୍ପାଦନା]

ମଳରେ ଗୋଲ କୃମିର ଅଣ୍ଡା ଥାଏ । ଏହି ମଳ ସଂସ୍ପର୍ଷରେ ଆସିଥିବା ଯେ କୌଣସି ଦ୍ରବ୍ୟ ପ୍ରଦୂଷିତ ହୁଏ ଓ ରୋଗ ସଂକ୍ରମଣ କରାଏ । ମଳ ମିଶ୍ରିତ ମାଟି, ପ୍ରଦୂଷିତ ପରିବା ଓ ଜଳ ଏହି ରୋଗର ମୂଖ୍ୟ ବାହକ । ଏହି ଅଣ୍ଡା ନୋଟ, ଟଙ୍କା, ଫର୍ନିଚର ଓ ହାତରେ ମଧ୍ୟ ରହିପାରେ । ଏହି କାରଣରୁ ମନୁଷ୍ୟଠୁ ମନୁଷ୍ୟକୁ ମଧ୍ୟ ଏହି ରୋଗ ସଂକ୍ରମିତ ହୋଇପାରେ ।[୧୩]
ପରିତ୍ୟକ୍ତ ଜଳକୁ ମ୍ୟୁନିସିପାଲିଟି କୃଷି କ୍ଷେତ୍ରକୁ ଛାଡ଼ି ଦେଲେ ମଧ୍ୟ ଏହା ବ୍ୟାପେ । ଶସ୍ୟ ବିକ୍ରି, ରପ୍ତାନୀ ଉପରେ ଏହାର ପ୍ରଭାବ ରହେ । ୧୯୮୬ ମସିହାରେ ଇଟାଲୀରେ ହୋଇଥିବା ଏକ ଗୋଲ କୃମି ମଡ଼କର ଉତ୍ସ ଖୋଜିବାରୁ ଦେଖାଗଲା ଏହା ବାଲକାନ ପରିବା ରପ୍ତାନି ନିମନ୍ତେ ପରିତ୍ୟକ୍ତ ଜଳ ସରବରାହ ଯୋଗୁ ହୋଇଥିଲା ।[୧୪]

ଜୀବନ ଚକ୍ର[ସମ୍ପାଦନା]

ପୂର୍ଣାଙ୍ଗ କୃମି (୧) କ୍ଷୁଦ୍ର ଅନ୍ତ୍ରର ନଳୀ ମଧ୍ୟରେ ବାସ କରେ ଗୋଟିଏ ମାଈ କୃମି ଦିନକୁ ୨୦୦,୦୦୦ ଅଣ୍ଡା ଦିଏ ଯାହା ମଳ ସହ ବାହାରି ଯାଏ । (୨). ଅଣବିଦ୍ଧ ଅଣ୍ଡା ଖାଇଲେ ସଂକ୍ରମଣ ହୁଏ ନାହିଁ । ସଂବିଦ୍ଧ ଅଣ୍ଡା ଏମ୍ବ୍ରିଓରେ ପରିଣତ ହୋଇ ୧୮ ଦିନରୁ କିଛି ସପ୍ତାହ ପରେ (୩) ବାତାବରଣ (ମଧ୍ୟମ ଆର୍ଦ୍ରତା, ଉଷ୍ମତା ଓ ଛାଇରେ ଥିବା ମାଟି) ଉପରେ ନିର୍ଭର କରି ସଂକ୍ରମଣକ୍ଷମ ହୁଏ । (୪),ଖାଦ୍ୟ ସହ ସଂକ୍ରମଣକ୍ଷମ ଅଣ୍ଡା ଖାଇବା ପରେ ଏଥିରୁ ଲାର୍ଭା ବାହାରି (୫), ଅନ୍ତନାଳୀର ମ୍ୟୁକୋଷା ଭେଦ କରେ ଓ ପୋର୍ଟାଲ ସଂଚାଳନ ପଥରେ ଯାଇ ଶିଷ୍ଟମିକ ସଂଚାଳନରେ ଅଥବା ଲିମ୍ଫାଟିକରେ ବାହିତ ହୋଇ ଫୁସଫୁସରେ ପହଞ୍ଚେ ଓ ପରିପକ୍ଵ ହୁଏ । ଲାର୍ଭା ଫୁସଫୁସରେ ପରିପକ୍ଵ ହୋଇ (୬) ୧୦ରୁ ୧୪ ଦିନରେ ଆଲଭିଓଲାର କାନ୍ଥ ଭେଦ କରି ବ୍ରୋଙ୍କିଆଲ ବୃକ୍ଷରେ ଉପରକୁ ଉଠି ତୋଟିରେ ପହଞ୍ଚିବା ପରେ ଗିଳି ହୋଇଯାଏ । (୭).ଆଉଥରେ କ୍ଷୁଦ୍ର ଅନ୍ତନାଳୀରେ ପହଞ୍ଚି ବୟଃପ୍ରାପ୍ତ ପୋକରେ ପରିଣତ ହୁଏ । ଏହି ଅବସ୍ଥାକୁ ଆସିବା ନିମନ୍ତେ ମୋଟ ୨ରୁ ୩ ସପ୍ତାହ ଲାଗିଯାଏ । ପୂର୍ଣାଙ୍ଗ କୃମି୧ ବର୍ଷରୁ ୨ ବର୍ଷ ବଞ୍ଚି ରହନ୍ତି ।

ଗୋଲ କୃମି ସଂକ୍ରମଣର ୬୦ରୁ ୭୦ ଦିନ ପରେ ମଳରେ ତାହାର ଅଣ୍ଡା ଦେଖାଯାଏ, ଲକ୍ଷଣ ୪ରୁ ୧୬ ଦିନ ମଧ୍ୟରେ ଦେଖାଯାଏ । ଅନ୍ତିମ ଲକ୍ଷଣ: ପାକ-ଅନ୍ତନାଳୀ ବେଆରାମ, କଲିକ (ଅନ୍ତ୍ରଶୂଳ), ବାନ୍ତି, ଜ୍ଵର ଓ ମଳରେ ଅଣ୍ଡା । କେତେକ ରୋଗୀଙ୍କର ଫୁସଫୁସ ଓ ସ୍ନାୟୁ ଲକ୍ଷଣ ଦେଖାଯାଏ । କେତେକ କୃମି ପେଣ୍ଡୁ ଆକାର ପ୍ରାପ୍ତ ହୋଇ ଅନ୍ତନାଳୀ ପଥରୋଧ କରନ୍ତି । ଚଳମାନ ଲାର୍ଭା ଯୋଗୁ ନିମୋନିଆ ଓ ଇଓସିନୋଫିଲିଆ ହୁଏ । ପୂର୍ଣାଙ୍ଗ କୃମିର ଆୟୁଷ ୧ରୁ ୨ ବର୍ଷ । ପୁରୁଣା କୃମି ମଲା ପରେ ନୂଆ କୃମି ବାହାରନ୍ତି[୧୫], ତେଣୁ ରୋଗୀ ସାରା ଜୀବନ ଏହାର ଶିକାର ହୁଏ ।
ଅଣ୍ଡା ୧୫ ବର୍ଷ ରହିପାରେ ଓ ଗୋଟି କୃମି ଦିନକୁ ୨୦୦.୦୦୦ ଅଣ୍ଡା ଦେଇପାରେ । ଅନ୍ତନଳୀର ବିପରୀତ ଦିଗରେ ଏମାନେ ଗତି କରି ପାରନ୍ତି ।[୧୬]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ସାଧାରଣତଃ ପାଟିବାଟେ ବା ମଳରେ ଗୋଲ କୃମି (ଜିଆ) ପଡ଼ିଲେ ଏହି ରୋଗ ଅଛି ବୋଲି ଜଣାଯାଏ । ରୋଗୀର ମଳକୁ ଗୋଟିଏ କାଚ ସ୍ଲାଇଡରେ ସ୍ମିଅର (smear) କରି ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଅଣ୍ଡା ଦେଖାଯାଏ । ବିଭିନ୍ନ ଉପାୟରେ ଯେପରିକି ମଳକୁ ସେଡିମେଣ୍ଟେସନ ପଦ୍ଧତି କିମ୍ଵା କାଟୋଦ୍ଵାରା ଗାଢ଼ (concentrate) କରିଦେବା ପରେ ଅଣ୍ଡା ଉତ୍ତମ ରୁପେ ଦେଖାଯାଏ ।
ଅଣ୍ଡାର ଆକାର: ଅଣ୍ଡାକୃତି ସହ ବାହ୍ୟ କାନ୍ଥରେ ଛୋଟ ଛୋଟ ଉଚ୍ଚ ଗଦା ଦେଖାଯାଏ । ଏହାର ବ୍ୟାସ ୩୫ରୁ ୫୦ ମାକ୍ରୋମିଟର । ଫୁସ୍‌ଫୁସ୍ ରୋଗ ହେଲେ ସେଥିରୁ ତରଳ ପଦାର୍ଥ ବାହାର କରି ଦେଖିଲେ ସେଥିରେ ଲାର୍ଭା ଦେଖାଯାଇପାରେ । ରକ୍ତ ପରୀକ୍ଷା କଲେ ଇଓସିନୋଫିଲିଆ ଦେଖାଯାଏ କିନ୍ତୁ ଏହା ଅନେକ ରୋଗରେ ଦେଖାଯାଏ । ଫୁସ୍‌ଫୁସ୍‌ର ଏକ୍ସ-ରେ ଚିତ୍ରରେ ଖାଲି ସ୍ଥାନ (filling defect) ଦେଖାଯାଏ ।

ଚିକିତ୍ସା[ସମ୍ପାଦନା]

ଗୋଲ କୃମିଙ୍କୁ ମାରିବା ନିମନ୍ତେ ଅନେକ ଔଷଧ ଅଛି । ସେମାନଙ୍କ ନାମ: ଆଲ୍‌ବେଣ୍ଡାଜଲ୍, ମେବେଣ୍ଡାଜଲ୍, ଲେଭାମିସୋଲ୍ମାଇରାଣ୍ଟେଲ୍ ପାମୋଏଟ୍ । ଏହା ବ୍ୟତିତ ଟ୍ରାଇବେଣ୍ଡାମିଡିନ୍ନିଟାଜୋକ୍ସାମାଇଡ ମଧ୍ୟ ଭଲ କାମ କରେ । ହେକ୍ସିଲରେସର୍ସିନୋଲ୍ ଗୋଟିଏ ଡୋଜ୍ ଦିଆଯାଏ ।[୧୭] ପ୍ରଦାହ ହେଲେ ସ୍ଟିରଏଡ ଦିଆଯାଏ । ହଠାତ ବହୁ ସଂଖ୍ୟକ କୃମି ମରିଗଲେ ପେଣ୍ଡୁଆକାର ହୋଇ ଅନ୍ତନଳୀର ବାଟ ବନ୍ଦ ହୋଇଯାଏ । ଏହି ସମୟରେ ଅପରେଶନ ଆବଶ୍ୟକ ହୁଏ ।

ପୁର୍ବାନୁମାନ[ସମ୍ପାଦନା]

କ୍ଵଚିତ ଏହି ରୋଗ ପ୍ରାଣଘାତକ ହୁଏ ।

ପ୍ରତିଷେଧ[ସମ୍ପାଦନା]

ଉତ୍ତମ ପାଇଖାନା ସୁବିଧା, ସାବୁନରେ ହାତ ଧୋଇବାଦ୍ଵାରା ଏହାକୁ ପରିବର୍ଜନ (avoid) କରିହେବ । ଜନସଂଖ୍ୟାର ୨୦ % ଲୋକଙ୍କର ଏହି ରୋଗ ଥିଲେ ପ୍ରତ୍ୟେକ ବ୍ୟକ୍ତିକୁ ଚିକିତ୍ସା କରିବା ଆବଶ୍ୟକ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Dold, C; Holland, CV (Jul 2011). "Ascaris and ascariasis.". Microbes and infection / Institut Pasteur 13 (7): 632–7. PMID 20934531. doi:10.1016/j.micinf.2010.09.012. 
  2. "Soil-transmitted helminth infections Fact sheet N°366". World Health Organization. June 2013. 
  3. Ziegelbauer, K; Speich, B; Mäusezahl, D; Bos, R; Keiser, J; Utzinger, J (Jan 2012). "Effect of sanitation on soil-transmitted helminth infection: systematic review and meta-analysis.". PLoS medicine 9 (1): e1001162. PMID 22291577. doi:10.1371/journal.pmed.1001162. 
  4. Fung, IC; Cairncross, S (Mar 2009). "Ascariasis and handwashing.". Transactions of the Royal Society of Tropical Medicine and Hygiene 103 (3): 215–22. PMID 18789465. doi:10.1016/j.trstmh.2008.08.003. 
  5. Jia, TW; Melville, S; Utzinger, J; King, CH; Zhou, XN (2012). "Soil-transmitted helminth reinfection after drug treatment: a systematic review and meta-analysis.". PLoS neglected tropical diseases 6 (5): e1621. PMID 22590656. doi:10.1371/journal.pntd.0001621. 
  6. Hagel, I; Giusti, T (Oct 2010). "Ascaris lumbricoides: an overview of therapeutic targets.". Infectious disorders drug targets 10 (5): 349–67. PMID 20701574. doi:10.2174/187152610793180876. 
  7. Fenwick, A (Mar 2012). "The global burden of neglected tropical diseases.". Public health 126 (3): 233–6. PMID 22325616. doi:10.1016/j.puhe.2011.11.015. 
  8. Lozano, R (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010.". Lancet 380 (9859): 2095–128. PMID 23245604. doi:10.1016/S0140-6736(12)61728-0. 
  9. Hall A., Hewitt G., Tuffrey V. (2008). "A review and meta-analysis of the impact of intestinal worms on child growth and nutrition". Maternal and Child Nutrition 4 (Suppl 1): 118–236. doi:10.1111/j.1740-8709.2007.00127.x. 
  10. Stephenson, L.S. (1987). The Impact of Helminth Infections on Human Nutrition. London: Taylor & Francis.
  11. Baird JK, Mistrey M, Pimsler M, Connor DH (March 1986). "Fatal human ascariasis following secondary massive infection". Am. J. Trop. Med. Hyg. 35 (2): 314–8. PMID 3953945. 
  12. Wu ML, Jones VA (January 2000). "Ascaris lumbricoides". Arch. Pathol. Lab. Med. 124 (1): 174–5. PMID 10629158. doi:10.1043/0003-9985(2000)124<0174:AL>2.0.CO;2. 
  13. "AscarisInfection Fact Sheet". 
  14. Pawlowski, ZS; Schultzberg K (୧୯୮୬). "Ascariasis and sewage in Europe". In Block JC. Epidemiological Studies of Risks Associated With the Agricultural Use of Sewage Sludge: Knowledge and Needs (EUR). Elsevier Science Pub Co. pp. ୮୩–୯୩. ISBN ୧-୮୫୧୬୬-୦୩୫-୬. 
  15. Anderson, R.M. & May, R.M. (1991). Infectious diseases of humans. Dynamics and control. Oxford: Oxford Scientific Publications
  16. Crompton, D.W. and Pawlowski, Z. (1985). Life history and development of Ascaris lumbricoides and the persistence of human ascariasis. In: Ascariasis and its public health significance. Eds Crompton, D.W. Nesheim, M.C. and Pawlowski, Z.S. London: Taylor & Francis
  17. Holt, Jr Emmett L, McIntosh Rustin: Holt's Diseases of Infancy and Childhood: A Textbook for the Use of Students and Practitioners. Appleton and Co, New York,11th edition