ଏଚଆଇଭି/ଏଡସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏଚଆଇଭି/ଏଡସ
A red ribbon in the shape of a bow
ଏଚଆଇଭି ଧନାତ୍ମକ ଲୋକ ଓ ଏଡ୍‌ସ ଥିବା ଲୋକଙ୍କର ସଂହତିର ଚିହ୍ନ ଲାଲ ରିବନ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି infectious disease[*]
ଆଇସିଡ଼ି-୧୦ Bb20.htm+ b20 20 .Bb20.htm+ b24 24 .
ଆଇସିଡ଼ି-୯-ସିଏମ୍ 042-044
ଓଏମ୍‌ଆଇଏମ୍ 609423
ରୋଗ ଡାଟାବେସ 5938
ମେଡ଼ିସିନ-ପ୍ଲସ 000594
ଇ-ମେଡ଼ିସିନ emerg/253
Patient UK ଏଚଆଇଭି/ଏଡସ
MeSH D000163

ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ ସଂକ୍ରମଣ ଯାହା ମାନବ ଇମ୍ମ୍ୟୁନାଭାବ ଭୁତାଣୁଦ୍ଵାରା ହୁଏ[୧][୨][୩] । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ ଇନ୍‌ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ ।[୪] ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୫] ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତ‌ଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ ।[୪] ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ ।[୫] ଏହି ସମୟରେ ଓଜନ ହ୍ରାସ ହୁଏ ।[୫]


ଏଚ୍.ଆଇ.ଭି ମୁଖ୍ୟତଃ ଅସୁରକ୍ଷିତ ଯୌନ କ୍ରିୟା (ସ୍ଵାଭାବିକ ବା ଅସ୍ଵାଭାବିକ ଯୌନ ସମ୍ଭୋଗ), ରକ୍ତ ଟ୍ରାନ୍ସଫ୍ୟୁଜନ, ଇଞ୍ଜେକସନ ଛୁଞ୍ଚି, ଗର୍ଭାବସ୍ଥାରେ, ପ୍ରସବ କାଳରେ ଓ ସ୍ତନ୍ୟପାନଦ୍ଵାରା ଏହା ସଂକ୍ରମିତ ହୁଏ ।[୬] ଶରୀର ନିର୍ଗତ ଲୁହ ଓ ଲାଳଦ୍ୱାରା ସଂକ୍ରମଣ ହୁଏ ନାହିଁ ।[୭] । ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ କିନ୍ତୁ ମାତା ଓ ଶିଶୁର ଆଣ୍ଟିରେଟ୍ରୋଭାଇରାଲ୍ ଚିକିତ୍ସା କଲେ ରୋଗର ଗତି ଧୀର ହୋଇଯାଏ ମୃତ୍ୟୁ ସଙ୍କଟ ଓ ଜଟିଳତା କମିଯାଏ ।[୫][୮] ରୋଗ ନିର୍ଣ୍ଣୟ କରିବା ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରାଯାଏ । [୯] ଚିକିତ୍ସା ବିହୁନେ ହାରାହାରି ବଞ୍ଚିବା ସମୟ ପ୍ରାୟ ୧୧ ବର୍ଷ ।[୧୦]

ସନ ୨୦୧୪ରେ ପ୍ରାୟ ୩୬.୯ ନିୟୁତ ଲୋକଙ୍କର ଏଚଆଇଭି ଥିଲା ଓ ଏହା ଫଳରେ ୧.୨ ମୃତ୍ୟୁ ହୋଇଥିଲା ।[୪]ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସବ୍‌-ସାହାରା ଆଫ୍ରିକାରେ ରହୁଥିଲେ । [୪] ଏହି ରୋଗର ଆବିଷ୍କାର ହେବା ଦିନଠାରୁ ସନ ୨୦୧୪ ପର୍ଯ୍ୟନ୍ତ ପୃଥିବୀରେ ୩୯ ନିୟୁତ ମୃତ୍ୟୁ ହୋଇସାରିଛି ।[୧୧] ଏହି ରୋଗକୁ ଅଧୁନା ପାଣ୍ଡେମିକ ଶ୍ରେଣୀରେ ନିଆଯାଉଛି ଯାହାର ଅର୍ଥ ଏହା ଏକ ବିରାଟ କ୍ଷେତ୍ରରେ ଥାଏ ଓ ସକ୍ରିୟ ଭାବରେ ବାପେ ।[୧୨] ଶେଷ ଊନବିଂଶ ଓ ବିଂଶ ଶତାବ୍ଦୀରେ ଏହି ରୋଗ ପଶ୍ଚିମ-ମଧ୍ୟ ଆଫ୍ରିକାରେ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ ।[୧୩] ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନଦ୍ୱାରା ସନ ୧୯୮୧ରେ ଏହି ଚିହ୍ନଟ କରାଯାଇଥିଲା ଓ ପରବର୍ତ୍ତୀ ଶତାବ୍ଦୀର ପ୍ରାରମ୍ଭରେ ଏହାର କାରଣ ଚିହ୍ନଟ ହୋଇଥିଲା ।[୧୪]

ଏଚଆଇଭି/ଏଡ୍‌ସ୍‌ର ସମାଜ ଉପରେ ରୋଗ ହିସାବରେ ଓ ବାଛ ବିଚାର ମୂଳକ ପ୍ରଭାବ ଅଛି ।[୧୫] ଏହାର ମଧ୍ୟ ବିରାଟ ଅର୍ଥନୈତିକ ସଂଘାତ ଅଛି ।[୧୫] ଏହା ସାଧାରଣ ସ୍ପର୍ଶଦ୍ୱାରା ସଞ୍ଚାରିତ ହେବାର ମିଥ୍ୟା ଧାରଣା ଲୋକଙ୍କ ମନରେ ଥାଏ ।[୧୬] ଏହାର ଅନେକ ଧାର୍ମିକ ବିବାଦ ମଧ୍ୟ ଅଛି ଯାହା ମଧରେ କ୍ୟାଥୋଲିକ ଚର୍ଚ୍ଚ କଣ୍ଡୋମ ବ୍ୟବ‌ହାର ବିପକ୍ଷରେ ମତ ଦେଇଥିଲା ।[୧୭] ଏହା ଆନ୍ତର୍ଜାତୀୟ ଡାକ୍ତରୀ ଓ ରାଜନୈତିକ ଧ୍ୟାନ ଆକର୍ଷଣ କରିଥିଲା ଓ ସନ ୧୯୮୦ ପରଠାରୁ ଏହା ନିମନ୍ତେ ବିଶାଳ ଧରଣର ଧନ ଜମା କରାଯାଇଥିଲା ।[୧୮]

ଆଧାର[ସମ୍ପାଦନା]

  1. Sepkowitz KA (June 2001). "AIDS—the first 20 years". N. Engl. J. Med. 344 (23): 1764–72. PMID 11396444. doi:10.1056/NEJM200106073442306. 
  2. editors, Alexander Krämer, Mirjam Kretzschmar, Klaus Krickeberg, (୨୦୧୦). Modern infectious disease epidemiology concepts, methods, mathematical models, and public health (Online-Ausg. ed.). New York: Springer. p. ୮୮. ISBN ୯୭୮୦୩୮୭୯୩୮୩୫୬. 
  3. Wilhelm Kirch (୨୦୦୮). Encyclopedia of public health. New York: Springer. pp. ୬୭୬–୬୭୭. ISBN ୯୭୮୧୪୦୨୦୫୬୧୩୦. 
  4. ୪.୦ ୪.୧ ୪.୨ ୪.୩ "HIV/AIDS Fact sheet N°360". WHO. November 2015. Retrieved 11 February 2016. 
  5. ୫.୦ ୫.୧ ୫.୨ ୫.୩ "About HIV/AIDS". CDC. December 6, 2015. Retrieved 11 February 2016. 
  6. Markowitz, edited by William N. Rom ; associate editor, Steven B. (୨୦୦୭). Environmental and occupational medicine (୪th ed.). Philadelphia: Wolters Kluwer/Lippincott Williams & Wilkins. p. ୭୪୫. ISBN ୯୭୮-୦-୭୮୧୭-୬୨୯୯-୧. 
  7. "HIV and Its Transmission". Centers for Disease Control and Prevention. 2003. Archived from the original on February 4, 2005. Retrieved May 23, 2006. 
  8. UNAIDS (May 18, 2012). "The quest for an HIV vaccine". http://www.unaids.org/en/resources/presscentre/featurestories/2012/may/20120518vaccinesday/. 
  9. Guideline on when to start antiretroviral therapy and on pre-exposure prophylaxis for HIV. (PDF). WHO. ୨୦୧୫. p. ୧୩. ISBN ୯୭୮୯୨୪୧୫୦୯୫୬୫. 
  10. UNAIDS, WHO (December 2007). "2007 AIDS epidemic update" (PDF). Retrieved March 12, 2008. 
  11. "Basic Statistics". CDC. November 3, 2015. Retrieved 11 February 2016. 
  12. Kallings LO (2008). "The first postmodern pandemic: 25 years of HIV/AIDS". Journal of Internal Medicine 263 (3): 218–43. PMID 18205765. doi:10.1111/j.1365-2796.2007.01910.x. (subscription required)
  13. Sharp, PM; Hahn, BH (September 2011). "Origins of HIV and the AIDS Pandemic". Cold Spring Harbor perspectives in medicine 1 (1): a006841. PMC 3234451. PMID 22229120. doi:10.1101/cshperspect.a006841. 
  14. Gallo RC (2006). "A reflection on HIV/AIDS research after 25 years". Retrovirology 3 (1): 72. PMC 1629027. PMID 17054781. doi:10.1186/1742-4690-3-72. 
  15. ୧୫.୦ ୧୫.୧ "The impact of AIDS on people and societies" (PDF). ୨୦୦୬ Report on the global AIDS epidemic. UNAIDS. ୨୦୦୬. ISBN ୯୨-୯୧୭୩-୪୭୯-୯. Retrieved June ୧୪, ୨୦୦୬. 
  16. "Myth Busters". Retrieved 14 February 2016. 
  17. McCullom, Rob (26 Feb 2013). "An African Pope Won't Change the Vatican's Views on Condoms and AIDS previousnext An African Pope Won't Change the Vatican's Views on Condoms and AIDS". The Atlantic. Retrieved 14 February 2016. 
  18. Harden, Victoria Angela (୨୦୧୨). AIDS at ୩୦: A History. Potomac Books Inc. p. ୩୨୪. ISBN ୧-୫୯୭୯୭-୨୯୪-୦.