ସିସ୍ଟୋସୋମିଆସିସ
ସିସ୍ଟୋସୋମିଆସିସ | |
---|---|
![]() Skin blisters on the forearm, created by the entrance of Schistosoma parasite. | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | B65. |
ଆଇସିଡ଼ି-୯-ସିଏମ୍ | 120 |
ମେଡ଼ିସିନ-ପ୍ଲସ | 001321 |
Patient UK | ସିସ୍ଟୋସୋମିଆସିସ |
MeSH | D012552 |
ସିସ୍ଟୋସୋମିଆସିସ (ଇଂରାଜୀରେSchistosomiasis) (ଅନ୍ୟନାମ ବିଲ୍ହାର୍ଜିଆ ବା ଗେଣ୍ଡା ଜ୍ୱର ବା କାଟାୟାମା ଇଂରାଜୀରେ ଯଥାକ୍ରମେ Schistosomiasis, bilharzia, snail fever, and Katayama fever)[୧][୨] ଏକ ରୋଗ ଯାହା ସିସ୍ଟୋସୋମା ଟାଇପର ଏକ ପରଜୀବୀପୋକଦ୍ୱାରା ହୁଏ । ଏହା ମୂତ୍ରନଳୀ ଶୈଳୀ(urinary tract) ବା ଅନ୍ତନଳୀ(intestines) ମଧ୍ୟ ସଂକ୍ରମଣ କରିପାରେ । ଏହାର ଲକ୍ଷଣ ମଧ୍ୟରେ ପେଟରେ ଯନ୍ତ୍ରଣା, ତରଳ ଝାଡ଼ା ଓ ରକ୍ତ ମିଶ୍ରିତ ଝାଡ଼ା ରକ୍ତ ମିଶ୍ରିତ ପରିସ୍ରା ହୁଏ । ଅନେକ ଦିନ ଧରି ରୋଗ ହୋଇଥିଲେ ଯକୃତ ନଷ୍ଟ, ବୃକ୍କ ବା କିଡ୍ନି ନଷ୍ଟ, ବନ୍ଧ୍ୟାତ୍ୱ(infertility) କିମ୍ବା ମୂତ୍ରାଶୟ କର୍କଟ(bladder cancer) ହେବା ସମ୍ଭାବନା ଥାଏ । ପିଲାମାନଙ୍କର ଏହି ରୋଗ ହେଲେ ଶରୀର ବୃଦ୍ଧି ହାର କମ ହୁଏ, ଶିଖିବା ଶକ୍ତି କମିଯାଏ ।[୩]
ପରଜୀବୀ ଅପମିଶ୍ରିତ ଜଳ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପେ । ସଂକ୍ରମିତ ସଦ୍ୟଜଳ-ଗେଣ୍ଡାଠାରୁ ପରଜୀବୀ ନିଷ୍କାସିତ ହୁଏ । ବିକାଶଶୀଳ ଦେଶମାନଙ୍କରେ ସାଧାରଣତଃ ପିଲାମାନେ ସଂକ୍ରମିତ ଜଳରେ ଖେଳୁଥିବାରୁ ସେଠାରେ ରୋଗ ହେବା ସମ୍ଭାବନା ଅଧିକ ଥାଏ । ଚାଷୀ, ମାଛଧରାଳୀ ଓ ଦୈନନ୍ଦିନ କର୍ମରେ ସଂକ୍ରମିତ ଜଳ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କର ଏହି ରୋଗ ସଙ୍କଟ ଥାଏ । [୩] ଏହି ରୋଗ ହେଲ୍ମିନ୍ଥ ପରଜୀବୀ ଦଳର ଅନ୍ତର୍ଭୁକ୍ତ । [୪] ଝାଡ଼ା ବା ପରିସ୍ରାରେ ପରଜୀବୀର ଅଣ୍ଡା ମିଳିଲେ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତରେ ଏହାର ଆଣ୍ଟିବଡି ମିଳିଲେ ରୋଗ ଥିବା ସୁନିଶ୍ଚିତ ହୁଏ । [୩]
ବିଶୁଦ୍ଧ ଗେଣ୍ଡାମୁକ୍ତ ଜଳ ବ୍ୟବହାରକରି ଏହି ରୋଗକୁ ପ୍ରତିରୋଧ କରାଯାଏ । ଏହି ରୋଗ ପ୍ରବଳ ହେଉଥିବା ସ୍ଥାନମାନଙ୍କରେ ବାର୍ଷିକ ଥରେ ସମସ୍ତଙ୍କୁ ପ୍ରାଜିକ୍ୱେଣ୍ଟେଲ ଔଷଧ ଦେଇ ଚିକିତ୍ସା କରାଯାଏ । ସଂକ୍ରମିତ ଲୋକସଂଖ୍ୟା କମେଇ ଏହା ବ୍ୟାପିବା ବନ୍ଦ କରାଯାଏ । ରୋଗୀମାନଙ୍କୁ ମଧ୍ୟ ପ୍ରାଜିକ୍ୱେଣ୍ଟେଲ ଔଷଧ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପଦେଶ ଦେଇଛନ୍ତି । [୩]
ପୃଥିବୀରେ ସିସ୍ଟୋସୋମିଆସିସ ରୋଗ ପ୍ରାୟ ୨୧୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ,[୫] ଓ ହିସାବ ଅନୁସାରେ ପ୍ରାୟ ୧୨୦୦୦ରୁ [୬] ୨୦୦,୦୦୦ ଲୋକ ପ୍ରତିବର୍ଷ ମରନ୍ତି । [୭] ଏହି ରୋଗ ଆଫ୍ରିକା, ଏସିଆ ଓ ଦକ୍ଷିଣ ଆମେରିକାରେ ସାଧାରଣତଃ ଦେଖାଯାଏ । [୩] ୭୦ଟି ଦେଶର ପ୍ରାୟ ୭୦୦ ନିୟୁତ ଲୋକ ରୋଗ ହେଉଥିବା ଇଲାକାରେ ବାସ କରନ୍ତି ।[୭][୮] ମ୍ୟାଲେରିଆ ପରେ ସିସ୍ଟୋସୋମିଆସିସ ହେଉଛି ଦ୍ୱିତୀୟ ସର୍ବାଧିକ ଅର୍ଥନୈତିକ ସଂଘାତର କାରଣ । [୯] ପୁରାତନ କାଳରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସିସ୍ଟୋସୋମିଆସିସ ଯୋଗୁ ପୁରୁଷଙ୍କର ମୂତ୍ରରେ ରକ୍ତ ପଡ଼ିବାକୁ ଭୂଲରେ ଇଜିପ୍ଟରେ ପୁରୁଷ ମାସିକ ରକ୍ତସ୍ରାବ ବୋଲି ଧରାଯାଉଥିଲା ଓ ଏହାକୁ ବାଳକମାନଙ୍କର ମାସିକ ଧର୍ମ ବିବେଚନା କରାଯାଉଥିଲା । [୧୦][୧୧] ଏହି ରୋଗକୁ ଗ୍ରୀଷ୍ମ ମଣ୍ଡଳୀୟ ଅବହେଳିତ ରୋଗରୁପେ ବିବେଚନା କରାଯାଏ । [୧୨]
ଆଧାର[ସମ୍ପାଦନା]
- ↑ "Schistosomiasis (bilharzia)". NHS Choices. Dec 17, 2011. Retrieved 15 March 2014.
- ↑ "Schistosomiasis". Patient.co.uk. 12/02/2013. Retrieved 11 June 2014.
{{cite web}}
: Check date values in:|date=
(help) - ↑ ୩.୦ ୩.୧ ୩.୨ ୩.୩ ୩.୪ "Schistosomiasis Fact sheet N°115". World Health Organization. February 2014. Retrieved 15 March 2014.
- ↑ "Chapter 3 Infectious Diseases Related To Travel". cdc.gov. August 1, 2013. Retrieved 30 November 2014.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୭.୦ ୭.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Schistosomiasis A major public health problem". World Health Organization. Retrieved 15 March 2014.
- ↑ The Carter Center. "Schistosomiasis Control Program". Retrieved 2008-07-17.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Neglected Tropical Diseases". cdc.gov. June 6, 2011. Retrieved 28 November 2014.