ଅଙ୍କୁଶକୃମି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Necator americanus and Ancylostoma duodenale
Hookworms.JPG
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Nematoda
ବର୍ଗ: Secernentea
ଗଣ: Strongylida
କୁଳ: Ancylostomatidae
ପ୍ରଜାତି: Necator/Ancylostoma
Species

N. americanus
A. duodenale

ଅଙ୍କୁଶକୃମି (ହୁକ୍‌ୱାର୍ମ/ hookworm) ଗୋଟିଏ ପରଜୀବୀ ନେମାଟୋଡ ଯିଏ ଆଶ୍ରୟଦାତାର ବା ହୋଷ୍ଟର କ୍ଷୁଦ୍ର ଅନ୍ତନଳୀରେ ବାସ କରେ, ଏହି ହୋଷ୍ଟ ସ୍ତନ୍ୟପାୟୀ ଜୀବ ଯଥା ମଣିଷ, କୁକୁର ବା ବିଲେଇ ହୋଇପାରେ । ଦୁଇ ପ୍ରକାର ଅଙ୍କୁଶକୃମି ମନୁଷ୍ୟ ଦେହରେ ଦେଖାଯାଏ । ଆଙ୍କିଲୋଷ୍ଟୋମା ଡୁଓଡେନେଲନେକାଟର ଆମେରିକାନ୍ସ । ପ୍ରଥମଟି ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା, ଭାରତ ଓ ଦ୍ୱିତୀୟଟି ଆମେରିକା, ଦକ୍ଷିଣପୂର୍ବ ଏସିଆ, ଚାଇନାଇଣ୍ଡୋନେସିଆରେ ଦେଖାଯାଆନ୍ତି । ଆଙ୍କିଲୋଷ୍ଟୋମା କ୍ୟାନିଅମ୍ ମନୁଷ୍ୟକୁ ଆକ୍ରମଣ କରିପାରେ ଓ ଅଷ୍ଟେଲିଆର ବ୍ରିସ୍‌ବେନ୍‌ଠାରେ ୧୯୮୮ ରୁ ୧୯୯୨ ମସିହା ମଧ୍ୟରେ ୧୫୦ ଜଣ ମନୁଷ୍ୟଙ୍କୁ ଆକ୍ରମଣ କରିଥିଲା ।[୧]
ଜିଆ ବା ରାଉଣ୍ଡୱର୍ମ ଅପେକ୍ଷା ଅଙ୍କୁଶକୃମି ଆକାରରେ ଛୋଟ । ଏହି ଅଙ୍କୁଶକୃମି ସଂକ୍ରମଣ ଯୋଗୁ ଦେହର ଲୌହ ଅଂଶ ଓ ପ୍ରୋଟିନ କ୍ଷୟ ଯୋଗୁ ରୋଗୀର ଆନିମିଆ ହୁଏ । ଅଙ୍କୁଶକୃମି ବହୁତ ତୃଷାର୍ତ୍ତ ଭଳି ରକ୍ତ ଶୋଷିନିଏ ଓ ଅନ୍ତନଳୀର ମ୍ୟୁକୋଷାକୁ ନଷ୍ଟ କରିଦିଏ, କିନ୍ତୁ ମଳରେ ଏହି ରକ୍ତ ଦେଖାଯାଏ ନାହିଁ ।
ଏହି ରୋଗ ଦ୍ଵାରା ପଚାଶ ନିୟୁତ ଲୋକ ପୃଥିବୀରେ ଆକ୍ରାନ୍ତ ହୁଅନ୍ତି ।[୨] ବିକାଶଶୀଳ ଗ୍ରୀଷ୍ମ ଓ ଅନୁଗ୍ରୀଷ୍ମପ୍ରଧାନ ଦେଶମାନଙ୍କରେ ହେଉଥିବା ମାତୃ ଓ ଶିଶୁ ରୋଗମାନଙ୍କର ଏହା ପ୍ରମୁଖ କାରଣ । ଶିଶୁର ମାନସିକ ଓ ଶାରୀରିକ ବିକାଶ କମିଯାଏ, ଗର୍ଭସ୍ଥ ଶିଶୁର ବୃଦ୍ଧି କମିଯାଏ ଓ ଜନ୍ମ ବେଳର ଓଜନ କମ୍ ରହେ । ବିକଶିତ ରାଷ୍ଟ୍ରରେ ଏହି ରୋଗ କ୍ଵଚିତ ଘାତକ ହୁଏ, କିନ୍ତୁ ଅଧିକ ସଂକ୍ରମଣ ଥିଲେ ଆନିମିଆ ହୁଏ ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଅଙ୍କୁଶକୃମି ସଂକ୍ରମଣରେ କୌଣସି ନିର୍ଦ୍ଦିଷ୍ଟ ଚିହ୍ନ ବା ଲକ୍ଷଣ ଦେଖାଯାଏ ନାହିଁ । ଅନ୍ତନଳୀ ପ୍ରଦାହ ଓ ବର୍ଦ୍ଧନଶୀଳ ପ୍ରୋଟିନ୍/ଲୌହ ଅଭାବ ଜନିତ ଆନିମିଆ ଦେଖାଯାଏ । ଏହାର ଲାର୍ଭା ଚର୍ମରେ ବିଶେଷତଃ ପାଦ ବା ଗୋଡ଼ର ନିମ୍ନ ଭାଗରେ ରହିଲେ ଲାର୍ଭା ଥିବା ସ୍ଥାନରେ ପ୍ରବଳ ଗଲୁ ହୁଏ । ଏହା ପୋକ କାମୁଡ଼ା ଭଳି ଦେଖାଯାଏ, ଫୋଟକା ହୁଏ ଓ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହେ ।
ଅଙ୍କୁଶକୃମିର ଲାର୍ଭା ମନୁଷ୍ୟ ଚର୍ମର ସ୍ଟ୍ରାଟମ ବାସାଲ୍ସ୍ଟ୍ରାଟମ୍ କର୍ନିଅମ୍ ସ୍ତରରେ ମଝିରେ ଅଙ୍କାବଙ୍କା ସୁଡ଼ଙ୍ଗ କରି ଚାଲେ । ଏଥି ଯୋଗୁ କେତେକ ଅଙ୍କାବଙ୍କା ଫୋଟକା ଭଳି ଚିହ୍ନ ଦେଖାଯାଏ । ଲାର୍ଭା ଆଗକୁ ଗତି କଲେ ପଛ ଅଂଶ ଶୁଖିଯାଏ ଓ ଗୋଟିଏ ଆସ୍ତରଣ (crust) ତିଆରି ହୁଏ । ଏହି ସ୍ଥାନରେ ଗଲୁ ହୁଏ ।
ରୋଗୀର ସମୟ ସମୟରେ କାଶ, ଛାତି ଯନ୍ତ୍ରଣା ସହ ସଁସଁ ଶବ୍ଦ ବାହାରେ ଓ ଏହା ଅତ୍ୟଧିକ ଲାର୍ଭା ଥିଲେ ହୁଏ । ଏପିଗ୍ୟାସ୍ଟ୍ରିକ ଯନ୍ତ୍ରଣା, ବଦହଜମୀ, ଓକାଳ ଲାଗିବା, କଠିନ ଝାଡ଼ାତରଳ ଝାଡ଼ା ହୋଇପାରେ । ପେଟ ଲକ୍ଷଣ ସମୟକ୍ରମେ ଉନ୍ନତି କରେ । ରୋଗ ଅଗ୍ରଗତି କଲେ ଆନିମିଆ, ପ୍ରୋଟିନ ଅଭାବ, ଇମାସିଏସନ୍, ହୃତ୍‌ପିଣ୍ଡ ଫେଲ ଓ ପେଟ ଫୁଲି ଆସାଇଟିସ୍ ରୋଗ ହୁଏ ।

ବିକାରୀ ଶରୀର କ୍ରିୟା[ସମ୍ପାଦନା]

ଆକୃତି[ସମ୍ପାଦନା]

ଆଙ୍କିଲୋସ୍ଟୋମା ଡୁଓଡେନେଲ୍ ପୋକ ଦେଖିବାକୁ ପାଉଁଶିଆ ଧଳା କିମ୍ବା ପିଙ୍କ ରଙ୍ଗର, ମୁଣ୍ଡ ଦେହଠାରୁ ସାମାନ୍ୟ ବଙ୍କା । ଏହି ବଙ୍କା ଗଠନ ହୁକ୍ (hook) ଭଳି ଦେଖାଯାଉଥିବା ଯୋଗୁ ଏହାକୁ ଇଂରାଜୀରେ ହୁକ୍‌ୱର୍ମ (Hookworm) କୁହାଯାଏ । ଏହାର ମୁହଁ ଭଲ ଭାବରେ ଗଠିତ ଓ ଦୁଇ ଧାଡ଼ି ଦାନ୍ତ ଥାଏ । ଅଣ୍ଡିରା ପୋକର ଆକାର ୧ ସେ.ମି. X୦.୫ ମି.ମି. ଓ ଏହାର କୋପୁଲଟରି ବର୍ସା ଥାଏ[୩] କିନ୍ତୁ ମାଈ ଏହାଠାରୁ ଦୀର୍ଘ ଓ ମୋଟା ।
ଆଙ୍କିଲୋସ୍ଟୋମା ଆମେରିକାନସ୍‌ର ଆକାର ପ୍ରାୟ ସମାନ, ଅଣ୍ଡିରାର ଲମ୍ବ ୫ ରୋ ୯ ମି.ମି. ଲମ୍ବ ଓ ମାଈ ପ୍ରାୟ ୧ ସେ.ମି. ଲମ୍ବ । ଏହାର ଦାନ୍ତ ନ ଥାଇ ଗୋଟିଏ ଜୋଡ଼ା କତୁରି ପ୍ଲେଟ (cutting plates) ଥାଏ । ଏହାର ହୁକ ଆକାର ଅଧିକ ସ୍ପଷ୍ଟ ।[୩]

ନିଦାନ ଶାସ୍ତ୍ର[ସମ୍ପାଦନା]

ଅଙ୍କୁଶକୃମି ସଂକ୍ରମଣ ଲକ୍ଷଣବିହୀନ ବୋଲି ଧରାଯାଏ, କିନ୍ତୁ ୧୯୬୨ ମସିହାରେ ନର୍ମାନ ସ୍ଟଲ (Norman Stoll) ଏହାକୁ ଶବ୍ଦହୀନ ଆକ୍ରମଣକାରୀ ବୋଲି ଅଭିହିତ କରିଥିଲେ । ସଂକ୍ରମଣ ପରେ ପରେ ଗ୍ରାଉଣ୍ଡ-ଗଲୁ ଅନୁଭୁତ ହୁଏ ଅର୍ଥାତ୍ ପୋକ ଦେହକୁ ପଶିଥିବା ସ୍ଥାନରେ ଆଲର୍ଜୀ ହୁଏ ଓ ଏହା ଆମେରିକାନସ୍ ପୋକରେ ଅଧିକ ଦେଖାଯାଏ ।

ଜୀବନ ଚକ୍ର[ସମ୍ପାଦନା]

ଅଙ୍କୁଶକୃମି ଜୀବନ ଚକ୍ର

ଯେଉଁ ସ୍ଥାନମାନଙ୍କରେ ଗରିବ ଲୋକମାନେ ପଡ଼ିଆରେ ମଳତ୍ୟାଗ କରନ୍ତି, ସେହି ସ୍ଥାନ ମାନଙ୍କରେ ମାଟିରେ ଅଙ୍କୁଶକୃମି ଅଣ୍ଡା ମଳରୁ ଯାଇ ମାଟିରେ ମିଶିଯାଏ । ମାଟିର ଉତ୍ତାପ ୧୮ରୁ ଅଧିକ ଥିବା ସ୍ଥାନରେ ଅଣ୍ଡା ଓ ଲାର୍ଭା ରହନ୍ତି । ଶୁଖିଲା ସ୍ଥାନରେ ଓ ସିଧା ସୂର୍ଯ୍ୟାଲିକରେ ସେମାନେ ମରିଯାଆନ୍ତି । ସାଧାରଣତଃ ବାଲିଆ ମାଟି ତଥା ବାଲି, ପଟୁ ଓ କାଦୁଆ ମିଶା ମାଟିରେ ରହନ୍ତି । ସେମାନେ ବଞ୍ଚିବା ନିମିତ୍ତ ବର୍ଷକୁ ୧୦୦ ମି.ମି. ବର୍ଷା ଆବଶ୍ୟକ ହୁଏ ।
ମାଟିରେ ଅଣ୍ଡା ଫୁଟି ଅଣସଂକ୍ରମଣକାରୀ ପ୍ରଥମ ସ୍ଟେଜ ଲାର୍ଭା (L1. L2) ବାହାରି ମାଟିରେ ଥିବା ଜୀବଙ୍କୁ ଖାଆନ୍ତି ଓ ପରେ ମୋଲ୍ଟ ହୋଇ ୨ୟ ସ୍ଟେଜ ଲାର୍ଭା (L2.L2)ରେ ପରିଣତ ହୁଅନ୍ତି । ଏହାର ୭ ଦିନ ପରେ ଏହା ସଂକ୍ରମଣକାରୀ ୩ୟ ସ୍ଟେଜ ଲାର୍ଭାରେ ପରିଣତ ହୋଇ ଭୂମି ଉପରକୁ ଆସି ରହନ୍ତି । ଏହି ସ୍ଟେଜର ଲାର୍ଭା ମାଟିର ଖାଦ୍ୟ ଗ୍ରହଣ କରେ ନାହିଁ । ଅଙ୍କୁଶକୃମି ସଂକ୍ରମଣ ଅଣ୍ଡାଦ୍ଵାରା ନ ହୋଇ ଲାର୍ଭା ଦ୍ଵାରା ହୁଏ ଓ ଖାଦ୍ୟ ମାଧ୍ୟମରେ ମଧ୍ୟ ହୋଇପାରେ । ଖାଲି ପାଦରେ ସେହି ସ୍ଥାନରେ ଚାଲିଲେ ଲାର୍ଭା ଚର୍ମରେ ଲାଗିଯାଆନ୍ତି ଓ ଚର୍ମକୁ ଭେଦ କରି ଦେହରେ ପ୍ରବେଶ କରନ୍ତି । ଏହା ଲିମ୍ଫାଟିକ୍ସ ଓ ଛୋଟ ଶୀରାର ରକ୍ତରେ ଯାଇ ଫୁସ୍‌ଫୁସ୍‌ରେ ପ୍ରବେଶ କରନ୍ତି ଓ ସେଠାରୁ ଟ୍ରାକିଆ ବାଟ ଦେଇ ଖାଦ୍ୟ ନଳୀରେ ଯାଇ ଅନ୍ତନଳୀରେ ପହଞ୍ଚି ବୟଷ୍କ ପୋକରେ (L4) ସ୍ଟେଜରେ ପରିଣତ ହୁଅନ୍ତି ।[୪]

Civilian Public Service workers built and installed 2065 outhouses for hookworm eradication in Mississippi and Florida from 1943 to 1947.

ବୟସ୍କ ଆଙ୍କିଲୋସ୍ଟୋମା କେବଳ ୬ ମାସ ବଞ୍ଚନ୍ତି । ଲାର୍ଭା ଦେହରେ ସୁପ୍ତ ଅବସ୍ଥାରେ ଷ୍ଟୋର ହୋଇ ରହି ପାରନ୍ତି ଓ ପରେ ବାହାରି ବହୁ ବର୍ଷ ଧରି ରୋଗ କରେଇ ପାରନ୍ତି । ଏହା ଫଳରେ ଋତୁ ଵାରି ରୋଗ ହୁଏ । ହୋଷ୍ଟ ଦେହରେ ଅଣ୍ଡିରା ଓ ମାଈ ପୋକ ସଙ୍ଗମ ପରେ ମାଈ ଦୈନିକ ୩୦,୦୦୦ ଅଣ୍ଡା ଦିଏ ଓ ୧୮ ରୁ ୫୪ ନିୟୁତ ଅଣ୍ଡା ଜୀବନ କାଳ ମଧ୍ୟରେ ଦିଏ । ଏହି ଅଣ୍ଡା ଫୁଟି ବୟସ୍କ ଅବସ୍ଥାକୁ ଆସିବାକୁ ୫ ରୁ ୭ ସପ୍ତାହ ଲାଗ । ଏଣୁ ରୋଗୀର ପ୍ରାଥମିକ ଅବସ୍ଥାରେ ମଳରେ ଅଣ୍ଡା ଆସେ ନାହିଁ, ତେଣୁ ରୋଗ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ହୁଏ । ଏହି ଅଣ୍ଡା ଫୁଟି ମାଟିରେ ଲାର୍ଭା ହେବାକୁ କିଛି ଦିନ ଲାଗେ ଓ ଜୀବନ ଚକ୍ର ନୂଆରେ ଆରମ୍ଭ ହୁଏ ।[୫]

ରୋଗପୁଷ୍ଟି ସମୟ[ସମ୍ପାଦନା]

ସଂକ୍ରମଣ କରୁଥିବା ଲାର୍ଭା ସଂଖ୍ୟା ଅନୁପାତରେ ରୋଗପୁଷ୍ଟି ସମୟ ବା ଇକ୍ୟୁବେସନ ପିରିଅଡ କିଛି ସପ୍ତାହରୁ କିଛି ମାସ ଲାଗେ ।[୬]

ରୋଗ ନିର୍ଣ୍ଣୟ[ସମ୍ପାଦନା]

Hookworm egg

ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ରୋଗୀର ମଳ ପରୀକ୍ଷା କରି ତାହା ମଧ୍ୟରେ ଉଷୁମ ଅଣ୍ଡା ପାଇଲେ ଏହି ରୋଗ ନିର୍ଣ୍ଣୟ ହୁଏ କିନ୍ତୁ ଏହା ପ୍ରାରମ୍ଭିକ ଅବସ୍ଥାରେ ମିଳେ ନାହିଁ । ଅଙ୍କୁଶ କୃମିର ଆକାର ଅଣ୍ଡା ଅଣ୍ଡାକୃତି ବା ଏଲିପ୍ଟିକାଲ ଥାଏ, ମାପ ୬0 µm X ୪0 µm, ରଙ୍ଗ‌ହୀନ, ପିତ୍ତ ଜଡ଼ିତ ନୁହେଁ ଓ ତାହାର ଗୋଟିଏ ପତଳା ହ୍ୟାଲିନ କୋଷ ପରଦା(hyaline shell membrane) ଥାଏ । ଅନ୍ତନଳୀରେ ଏହା ପୋକ ଶରୀରରୁ ଏହା ନିର୍ଗତ ହେବା ସମୟରେ ଅଣ୍ଡାର ବିଭାଗ ବା ସେଗମେଣ୍ଟ ନ ଥାଏ । ଅନ୍ତନଳୀ ଭିତରେ ଏହା ଗତି କରିବା ସମୟରେ ଏହାର ସେଗମେଣ୍ଟ ତିଆରି ହୁଏ ଓ ଏଥିରେ ୪ ରୁ ୮ ବ୍ଲାସ୍ଟୋମିଅର ଥାଏ । ଅଣ୍ଡାଗୁଡ଼ିକ ଏହା ପ୍ରକାର ଦେଖାଯାଏ ଓ ସେଥିରୁ ଲାର୍ଭା ନ ବାହାରିଲା ଯାଏ କେଉଁ ପ୍ରକାର କୃମି ତାହା ଅଣୁବୀକ୍ଷଣ ଯନ୍ତ୍ରରେ ଜାଣିହୁଏ ନାହିଁ ।
ସାମ୍ପ୍ରତିକ ଗବେଷଣାଦ୍ୱାରା ଡି.ଏନ.ଏ ଆଧାର‌ଯୁକ୍ତ ଟୁଲ ବ୍ୟବ‌ହାର କରି ବିଭିନ୍ନ ପ୍ରକାରର ଅଙ୍କୁଶକୃମି ଓ ସେମାନଙ୍କର ଜେନେଟିକ ଭାରିଏସନ ଚିହ୍ନିବାକୁ ଚେଷ୍ଟା ଚାଲିଛି ।[୭] ଏହି ଅଣ୍ଡାଗୁଡ଼ିକ ଅନେକ ସମୟରେ ଅନ୍ୟ ପରଜୀବୀ ଅଣ୍ଡାଠାରୁ ମଧ୍ୟ ପୃଥକ ଜଣାପଡ଼େ ନାହିଁ । ନିଧାର୍ଯ୍ୟ ନିର୍ଣ୍ଣୟ ନିମନ୍ତେ ପି.ସି.ଆର. ଆସେ ପ୍ରୟୋଗ ଚେଷ୍ଟା ଚାଲିଛି ।[୭][୮]

ପ୍ରତିଷେଧ[ସମ୍ପାଦନା]

ଓଦା, ବାଲୁକାମୟ ମଇଳା ମାଟିରେ ସଂକ୍ରମଣକାରୀ ଲାର୍ଭା ବଞ୍ଚିପାରନ୍ତି; କାଦୁଆ ଓ ଖତ ବା ନାଳପାଖ ଜାଗାରେ ରହିପାରନ୍ତି ନାହିଁ । ଏଣୁ ସତର୍କତା ଅବଲମ୍ବନ କରିବା ନିମନ୍ତେ କେତେକ ଉପାୟ ଦିଆଗଲା

  • ପାଇଖାନା ବ୍ୟତୀତ ଅନ୍ୟ ଜାଗାରେ ମଳତ୍ୟାକ କରନ୍ତୁ ନାହିଁ ।
  • କୃଷି କାମରେ ମାନବ ମଳ ମିଶ୍ରିତ ସାର ବ୍ୟବ‌ହାର କରନ୍ତୁ ନାହିଁ ।
  • ଖାଲି ପାଦରେ ସଂକ୍ରମଣ ଶଂସୟ ଜାଗାରେ ଚଲାବୁଲା କରନ୍ତୁ ନାହିଁ ।
  • କୁକୁର ପାଳିଥିଲେ ଡିୱର୍ମ କରନ୍ତୁ ।

ଆଧାର[ସମ୍ପାଦନା]

  1. Croese J, Loukas A, Opdebeeck J, Fairley S, Prociv P (March 1994). "Human enteric infection with canine hookworms". Ann. Intern. Med. 120 (5): 369–74. doi:10.7326/0003-4819-120-5-199403010-00003. PMID 8304653. 
  2. Fenwick, A (March 2012). "The global burden of neglected tropical diseases.". Public health 126 (3): 233–6. doi:10.1016/j.puhe.2011.11.015. PMID 22325616. 
  3. ୩.୦ ୩.୧ Markell, Edward K.; John, David C.; Petri, William H. (2006). Markell and Voge's medical parasitology (9th ed.). St. Louis, Mo: Elsevier Saunders. ISBN 0-7216-4793-6. 
  4. "CDC Factsheet: Hookworm", accessed September 29, 2008
  5. Hawdon JM, Hotez PJ (October 1996). "Hookworm: developmental biology of the infectious process". Curr. Opin. Genet. Dev. 6 (5): 618–23. doi:10.1016/S0959-437X(96)80092-X. PMID 8939719. 
  6. "Hookworms." The Center for Food Security and Public Health. May 2005. Iowa State University
  7. ୭.୦ ୭.୧ Gasser RB, Cantacessi C, Campbell BE (January 2009). "Improved molecular diagnostic tools for human hookworms". Expert Rev. Mol. Diagn. 9 (1): 17–21. doi:10.1586/14737159.9.1.17. PMID 19099345. 
  8. Yong TS, Lee JH, Sim S et al. (March 2007). "Differential diagnosis of Trichostrongylus and hookworm eggs via PCR using ITS-1 sequence". The Korean Journal of Parasitology 45 (1): 69–74. doi:10.3347/kjp.2007.45.1.69. PMC 2526333. PMID 17374982.