Jump to content

ଅଙ୍କୋସର୍ସିଆସିସ

ଉଇକିପିଡ଼ିଆ‌ରୁ
ଅଙ୍କୋସର୍ସିଆସିସ
ଏକ ବୟଃପ୍ରାପ୍ତ କଳା ମାଛିର ଆଣ୍ଟେନାରୁ ପରଜୀବୀ ଅଙ୍କୋସର୍କା ଭୋଲ୍‌ଭ୍ୟୁଲସ ବାହାରୁଥିବା ଦେଖାଯାଉଛି ।, magnified 100x
ବିଭାଗସଂକ୍ରାମକ ରୋଗ[*], tropical medicine[*]
ଆଇସିଡ଼ି-୧୦B73.
ଆଇସିଡ଼ି-୯-ସିଏମ୍125.3
ରୋଗ ଡାଟାବେସ9218
ଇ-ମେଡ଼ିସିନmed/1667 oph/709
MeSHD009855

ଅଙ୍କୋସର୍ସିଆସିସ (ଇଂରାଜୀରେ Onchocerciasis), ବା ନ‌ଦୀ ଅନ୍ଧତ୍ୱ/ ରିଭର ବ୍ଲାଇଣ୍ଡନେସ (ଇଂରାଜୀରେ river blindness) ବା ରୋବ୍ଲ ରୋଗ (ଇଂରାଜୀରେ Robles disease), ଏକ ରୋଗ ଯାହା ଏକ ପ୍ରକାର ପରଜୀବୀ ପୋକ ଅଙ୍କୋସର୍କା ଭୋଲ୍‌ଭ୍ୟୁଲସ (ଇଂରାଜୀରେ Onchocerca volvulus) ସଂକ୍ରମଣଦ୍ୱାରା ଲୋକଙ୍କୁ ହୁଏ ।[] ଅତ୍ୟଧିକ ଗଲୁ (itching), ଚର୍ମ ତଳେ ଆବୁ (bump) ଓ ଅନ୍ଧତ୍ୱ ଏହାର ଲକ୍ଷଣ ।[] ଚକ୍ଷୁ ସଂକ୍ରମଣ ରୋଗରେ ଟ୍ରାକୋମା ପରେ ଏହା ଦ୍ୱିତୀୟ ସର୍ବାଧିକ ସ୍ଥାନ ଗ୍ରହଣ କରେ ।[]


ସିମୁଲିଅମ୍ ଟାଇପ୍‌ର କଳା ମାଛି/ବ୍ଲାକ୍ ଫ୍ଲାଇ (ଇଂରାଜୀରେ black fly) କାମୁଡ଼ିବାଦ୍ୱାରା ଏହି ପରଜୀବୀ ପୋକ ବିସ୍ତାର ଲାଭ କରେ ।[] ଏହି ସଂକ୍ରମଣ ନିମନ୍ତେ ସାଧାରଣତଃ ଅନେକ ଥର କାମୁଡ଼ିବା ଦରକାର ହୁଏ ।[] ଏହି ମାଛି ନ‌ଦୀ ତଟରେ ବଞ୍ଚନ୍ତି, ଏଣୁ ଏହାର ନାମ ନ‌ଦୀ ଅନ୍ଧତ୍ୱ ବା ରିଭର ବ୍ଲାଇଣ୍ଡନେସ ହୋଇଛି ।[] ଥରେ ଲୋକ ଶରୀରରେ ପ୍ରବେଶ କଲାପରେ ପୋକ ଲାର୍ଭା ସୃଷ୍ଟି କରନ୍ତି ଯେଉଁମାନେ ଚର୍ମକୁ ଆସନ୍ତି ।[] ଏଠାରେ ସେମାନେ ଅନ୍ୟ କଳା ମାଛି କାମୁଡ଼ିବାବେଳେ ସେମାନଙ୍କୁ ସଂକ୍ରମିତ କରନ୍ତି ।[] ଅନେକ ଉପାୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ଯଥା ଅଣୁବୀକ୍ଷଣ ତଳେ ଚର୍ମ ବାୟୋପ୍ସି ନେଇ ନର୍ମାଲ ସାଲାଇନରେ ଥୋଇଲେ ଲାର୍ଭା ବାହାରି ଆସିବା ଦେଖାଯାଏ, ଚକ୍ଷୁରେ ଲାର୍ଭା ଖୋଜି ଓ ଚର୍ମ ତଳ ଆବୁ ମଧ୍ୟରେ ବୟଃପ୍ରାପ୍ତ ପୋକ ଖୋଜି ମିଳିଲେ ନିର୍ଣ୍ଣୟ କରାଯାଏ ।[]


ଟିକା ଏହି ରୋଗ ନିମନ୍ତେ ଅଦ୍ୟାପି ବାହାରି ନାହିଁ ।[] ମାଛି କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ଚେଷ୍ଟା କରାଯାଏ । [] ପୋକ ଘଉଡ଼ାକାରୀ ଔଷଧ (insect repellent) ଓ ଉପ‌ଯୁକ୍ତ ପୋଷାକ ବ୍ୟବ‌ହାର ଆବଶ୍ୟକ ହୁଏ ।[] ମାଛି ବଂଶ କମ୍ କରିବା ନିମନ୍ତେ ଔଷଧ ସ୍ପ୍ରେ କରିବା ଦରକାର ।[] Efforts to eradicate the disease by treating entire groups of people twice a year is ongoing in a number of areas of the world.[] ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କୁ ଇଭରମେକ୍‌ଟିନ ଔଷଧ ଛଅରୁ ବାର ମାସରେ ଦିଆଯାଏ ।[][] This treatment kills the larva but not the adult worms.[] ଡକ୍‌ସିସାଇକ୍ଲିନ (doxicycline) ଏହାର ସ‌ହ‌ଯୋଗୀ ଜୀବାଣୁକୁ (Wolbachia) ମାରି ଦେବାପରେ ଏହି ପୋକ ଦୁର୍ବଳ ହୋଇଯାଉଥିବାରୁ ଅନେକ ଏହାକୁ ଦେବାକୁ ନିର୍ଦ୍ଦେଶ ଦିଅନ୍ତି ।[] ଅପରେଶନ୍ କରି ଚର୍ମ ତଳ ଆବୁକୁ କାଢ଼ିଦିଆଯାଏ ।[]


ନ‌aଦୀ ଅନ୍ଧତ୍ୱ ରୋଗଦ୍ୱାରା ପ୍ରାୟ ୧୭ରୁ ୨୫ ନିୟୁତ ଲୋକ ସଂକ୍ରମିତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପ୍ରୟ ୦.୮ ନିୟୁତ ସମ୍ୟକ୍ ଅନ୍ଧତ୍ୱର ଶୀକାର ହୁଅନ୍ତି ।[][] ସବ୍ ସାହାରା ଆଫ୍ରିକା ଇଲାକାରେ ଅଧିକାଂଶ ସଂକ୍ରମଣ ହେଲେ ମଧ୍ୟ ୟେମେନ ଓ କେତେକ ମଧ୍ୟ ଆମେରିକାଦକ୍ଷିଣ ଆମେରିକାରେ କିଛି ରିପୋର୍ଟ ହୋଇଛି ।[] ସନ ୧୯୧୫ରେ ଡାକ୍ତର ରୋଡୋଲ୍‌ଫୋ ରୋବ୍ଲ ପ୍ରଥମେ ଚକ୍ଷୁ ରୋଗ ସ‌ହ ଏହି ରୋଗକୁ ଲିଙ୍କ କରିଥିଲେ ।[] ଅବ‌ହେଳିତ ଗ୍ରଷ୍ମମଣ୍ଡଳୀୟ ରୋଗରେ ଏହାକୁ ଡବ୍ଲ୍ୟୁ.ଏଚ୍.ଓ. (World Health Organization) ଏହାକୁ ନାମିତ କରିଛନ୍ତି ।[]

  1. 1 2 3 4 5 6 7 8 9 10 "Onchocerciasis Fact sheet N°374". World Health Oragnization. March 2014. Retrieved 20 March 2014.
  2. 1 2 "Onchocerciasis (also known as River Blindness)". Parasites. CDC. May 21, 2013. Retrieved 20 March 2014.
  3. 1 2 "Parasites – Onchocerciasis (also known as River Blindness) Epidemiology & Risk Factors". CDC. May 21, 2013. Retrieved 20 March 2014.
  4. "Onchocerciasis (also known as River Blindness) Diagnosis". Parasites. CDC. May 21, 2013. Retrieved 20 March 2014.
  5. 1 2 "Onchocerciasis (also known as River Blindness) Prevention & Control". Parasites. CDC. May 21, 2013. Retrieved 20 March 2014.
  6. 1 2 Murray, Patrick (2013). Medical microbiology (7th ed.). Philadelphia: Elsevier Saunders. p. 792. ISBN 9780323086929.
  7. 1 2 3 Brunette, Gary W. (2011). CDC Health Information for International Travel 2012 : The Yellow Book. Oxford University Press. p. 258. ISBN 9780199830367.
  8. Lok, James B.; Walker, Edward D.; Scoles, Glen A. (2004). "9. Filariasis". In Eldridge, Bruce F.; Edman, John D.; Edman, J. (eds.). Medical entomology (Revised ed.). Dordrecht: Kluwer Academic. p. 301. ISBN 9781402017940.
  9. Reddy M, Gill SS, Kalkar SR, Wu W, Anderson PJ, Rochon PA (October 2007). "Oral drug therapy for multiple neglected tropical diseases: a systematic review". JAMA. 298 (16): 1911–24. doi:10.1001/jama.298.16.1911. PMID 17954542.{{cite journal}}: CS1 maint: multiple names: authors list (link)