ଗୋଦର ରୋଗ

ଉଇକିପିଡ଼ିଆ‌ରୁ
ଗୋଦର
ଗୋଦର ରୋଗରେ ପୀଡ଼ିତା ଏକ ମହିଳା
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B74.
ଆଇସିଡ଼ି-୯-ସିଏମ୍125.0-125.9
ଇ-ମେଡ଼ିସିନderm/888
MeSHD005368

ଲସିକା ଫାଇଲେରିଆ ବା ଗୋଦର ରୋଗ ଏକ ପ୍ରକାର ପରଜୀବୀ ପୋକ ଫାଇଲେରଏଡିଆଦ୍ୱାରା ହୁଏ । ଏହି ରୋଗରେ ପୀଡ଼ିତ ଅନେକ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ । କେତେକ ଲୋକଙ୍କର ବାହୁ, ଗୋଡ଼ ଓ ଯୌନାଙ୍ଗ ବ‌ହୁତ ଫୁଲିଯାଏ । ଚର୍ମ ମୋଟା ହୋଇଯାଏ ଓ ଯନ୍ତ୍ରଣା ହୁଏ । ଶାରୀରିକ ପରିବର୍ତ୍ତନ‌ଦ୍ୱାରା ରୋଗୀର ସାମାଜିକ ଓ ଆର୍ଥିକ ଅସୁବିଧା ହୁଏ ।[୧]

ସଂକ୍ରମିତ ମଶା କାମୁଡ଼ିବାଦ୍ୱାରା ଏହି ରୋଗ ବ୍ୟାପେ । ସାଧାରଣତଃ ପିଲା ବୟସରେ ଏହି ରୋଗ ଆରମ୍ଭ ହୁଏ । ତିନି ପ୍ରକାର ପୋକଦ୍ୱାରା ଏହି ରୋଗ ହୁଏ: ତାଙ୍କର ନାମ ଉଚେରେରିଆବ୍ୟାଙ୍କ୍‌ରଫ୍‌ଟି, ବ୍ରୁଗିଆମାଲୟି ଓ ବ୍ରୁଗିଆଟିମୋରି (ଇଂରାଜୀରେ ଯଥାକ୍ରମେ Wuchereriabancrofti, Brugiamalayi, ଓ Brugiatimori) । ଉଚେରେରିଆବ୍ୟାଙ୍କରଫ୍‌ଟି ଅତି ସାଧାରଣ । ଏହି ପୋକ ଲସିକା ସିଷ୍ଟମକୁ ନଷ୍ଟ କରିଦିଏ । [୧] ଗଭୀର ରାତିରେ ସଂଗ୍ରହ କରାଯାଇଥିବା ରକ୍ତକୁ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରଜୀବୀକୁ ଦେଖି ରୋଗ ନିର୍ଣ୍ଣ‌ୟ କରାଯାଏ । ଏହି ସଂଗୃହିତ ରକ୍ତ ସାମ୍ପଲକୁ କାଚ ସ୍ଲାଇଡ ଉପରେ ମୋଟା ସ୍ତର କରି ମଡ଼ାଇ ଜିମ୍‌ସାଦ୍ୱାରା ସ୍ଟେନ କରାଯାଏ । ରକ୍ତରେ ଆଣ୍ଟିବଡି ଉପସ୍ଥିତି ନିମନ୍ତେ ମଧ୍ୟ ପରୀକ୍ଷା କରାଯାଏ । [୨]

ସମୁଦାୟ ରୋଗାକ୍ରାନ୍ତ ଦଳକୁ ବାର୍ଷିକ ଚିକିତ୍ସା କରି ରୋଗ ପ୍ରତିରୋଧ କରାଯାଏ । ଏହି ପ୍ରକ୍ରିୟା ୬ ବର୍ଷ ଧରି ଚାଲୁରହେ । ଔଷଧମାନଙ୍କ ନାମ ଆଲ୍‌ବେଣ୍ଡାଜୋଲ ସ‌ହ ଆଇଭର୍‌ମେକ୍‌ଟିନ୍ କିମ୍ବା ଆଲ୍‌ବେଣ୍ଡାଜୋଲ ଓ ଡାଇଇଥାଇଲକାର୍‌ବାମାଜିନ. ଏହି ଔଷଧ ବ‌ୟସ୍କ ପରଜୀବୀଙ୍କୁ ମାରେନାହିଁ କିନ୍ତୁ ଏଗୁଡ଼ିକ ସ୍ୱତଃ ମରିବା ପର୍ଯ୍ୟନ୍ତ ଅଧିକ ବ୍ୟାପିବାରୁ ରକ୍ଷା କରେ । ମଶା କାମୁଡ଼ାରୁ ରକ୍ଷା ପାଇବାକୁ ହେଲେ ଏମାନଙ୍କ ସଂଖ୍ୟା କମେଇବାକୁ ଚେଷ୍ଟା କରାଯିବା ଓ ମଶାରୀ ବ୍ୟବ‌ହାର କରିବା ଉଚିତ । [୧]

ପ୍ରାୟ ୧୨୦ ନିୟୁତ ଲୋକ ଏହି ରୋଗରେ ସଂକ୍ରମିତ ହୁଅନ୍ତି । ପ୍ରାୟ ୭୩ଟି ଦେଶର ୧,୪ ବିଲିଅନ ଲୋକ ଏହି ରୋଗ ସଙ୍କଟରେ ଅଛନ୍ତି । ଆଫ୍ରିକା ଓ ଏସିଆ ମହାଦେଶରେ ଏହି ରୋଗ ସାଧାରଣତଃ ଦେଖାଯାଏ । ପ୍ରତି ବର୍ଷ ଏହି ରୋଗ ଯୋଗୁ ଅନେକ ବିଲିଅନ ଡଲାର ଆର୍ଥିକ କ୍ଷତି ହୁଏ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Lymphatic filariasis Fact sheet N°102". World Health Organization. March 2014. Retrieved 20 March 2014.
  2. "Parasites - Lymphatic Filariasis Diagnosis". CDC. June 14, 2013. Retrieved 21 March 2014.