ଡେଙ୍ଗୁ ଜର

ଉଇକିପିଡ଼ିଆ‌ରୁ
Dengue fever
Dengue, breakbone fever[୧][୨]
Photograph of a person's back with the skin exhibiting the characteristic rash of dengue fever
The typical rash seen in dengue fever
ଉଚ୍ଚାରଣ
ବିଭାଗInfectious disease
ଲକ୍ଷଣFever, headache, muscle and joint pain, rash[୧][୨]
ଆକ୍ରାନ୍ତ ସମୟ3–14 days after exposure[୨]
ଅବଧି2–7 days[୧]
କାରଣDengue virus by Aedes mosquitos[୧]
ରୋଗ ନିର୍ଣ୍ଣୟ ପଦ୍ଧତିDetecting antibodies to the virus or its RNA[୨]
ସଠିକ ରୋଗ ନିର୍ଣ୍ଣୟMalaria, yellow fever, viral hepatitis, leptospirosis[୩]
ପ୍ରତିକାରDengue fever vaccine, decreasing mosquito exposure[୧][୪]
ଚିକିତ୍ସାSupportive care, intravenous fluids, blood transfusions[୨]
ପୁନଃପୌନିକ390 million per year
ମୃତ୍ୟୁ ସାନ୍ଦ୍ରତା~40,000
ଉଇକିପିଡ଼ିଆ-ଭିଡିଓୱିକି-ଡେଙ୍ଗୁ ଜ୍ୱର ୨ ମିନିଟ ଅବଲୋକନ

ଡେଙ୍ଗୁ ଜ୍ୱର ଏକ ମଶା ବାହିତ (mosquito-borne ଗ୍ରୀଷ୍ମ ମଣ୍ଡଳୀୟ ରୋଗ (tropical disease) ଯାହା ଡେଙ୍ଗୁ ଭୁତାଣୁଦ୍ୱାରା (dengue virus) ହୁଏ ।[୧] ଦେହରେ ସଂକ୍ରମଣ ପ୍ରବେଶ ପରେ ୩ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ବାହାରେ । [୨] ଏହି ରୋଗରେ ଅଧିକ ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ମାଂସପେଶୀ ଯନ୍ତ୍ରଣା (muscle|), ଗଣ୍ଠି ଯନ୍ତ୍ରଣା (joint pains) ଓ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଚର୍ମ ରାସ୍ (skin rash) ହୁଏ ।[୧][୨] ଏହା ୨/୩ ଦିନ ମଧ୍ୟରେ ଉପଶମ ହୋଇଯାଏ ।[୧] ଅଳ୍ପ ଅନୁପାତରେ ଏହି ରୋଗ ସାଂଘାତିକ ହୋଇ ଡେଙ୍ଗୁ ରକ୍ତସ୍ରାବୀ ଜ୍ୱରରେ ପରିବର୍ତ୍ତିତ ହୋଇ ରକ୍ତସ୍ରାବ (bleeding), ସ୍ୱଳ୍ପ ପ୍ଲାଟେଲେଟ ସ୍ତର (low levels of blood platelets), ରକ୍ତ ପ୍ଲାଜ୍ମା (blood plasma) ଝରଣ (leak) ଓ ଶେଷରେ ଡେଙ୍ଗୁ ସିଣ୍ଡ୍ରୋମ ହୁଏ ଯେଉଁଥିରେ ଅତ୍ୟଧିକ ନିମ୍ନ ରକ୍ତଚାପ (dangerously low blood pressure) ହୁଏ । [୨]

ଡେଙ୍ଗୁ ରୋଗ ଅନେକ ପ୍ରକାରର ଏଡିସ (Aedes) ଜାତିର ମଶା (mosquito) ବିଶେଷତଃ ଏ ଇଜିପ୍ଟିଦ୍ୱାରା (A. aegypti) ମୂଖ୍ୟତଃ ସୃଷ୍ଟି ହୁଏ ।[୧] ପାଞ୍ଚ ପ୍ରକାରର ଏହି ଭୁତାଣୁ ଅଛନ୍ତି;[୫] ସେଥିମଧ୍ୟରୁ ଗୋଟିଏ ପ୍ରକାରର ଭୁତାଣୁଦ୍ୱାରା ସଂକ୍ରମିତ ହେଲେ ସେହି ପ୍ରକାର ଭୁତାଣୁ ନିମନ୍ତେ ଜୀବନବ୍ୟାପୀ ଇମ୍ମ୍ୟୁନିଟି (immunity) ହୁଏ, ଅନ୍ୟ ପ୍ରକାର ଭୁତାଣୁ ନିମନ୍ତେ ସ୍ୱଳ୍ପକାଳୀନ ଇମ୍ମ୍ୟୁନିଟି ରହେ । ଅନ୍ୟ ପ୍ରକାର ଭୁତାଣୁଦ୍ୱାରା ସଂକ୍ରମିତ ହେଲେ ସାଂଘାତିକ ଜଟିଳତା ସୃଷ୍ଟି ହେବା ସମ୍ଭାବନା ଥାଏ ।[୧] ରୋଗ ନିଶ୍ଚିତ କରିବା ନିମନ୍ତେ ଅନେକ ପ୍ରକାରର ପରୀକ୍ଷା ଅଛି, ସେମାନଙ୍କ ମଧ୍ୟରୁ ଭୁତାଣୁ ଆଣ୍ଟିବଡି (antibodies) ଓ ଭୁତାଣୁର ଅରଏନଏ (RNA) ଅନୁସନ୍ଧାନ କରି ପାଇଲେ ନିଶ୍ଚିତ ହୋଇଯାଏ । [୨]

ଗୋଟିଏ ନୂଆ ଡେଙ୍ଗୁ ଜ୍ୱର ଟିକା (vaccine for dengue fever) ବ୍ୟବ‌ହାର ନିମନ୍ତେ ତିନୋଟି ଦେଶରେ ଅନୁମୋଦନ ଲାଭ କରିଛି ।[୬] ମଶାଙ୍କର ରହିବା ସ୍ଥାନ କମେଇ ଓ କାମୁଡ଼ିବାକୁ ନ ଦେଇ ଏହି ରୋଗ ପ୍ରତିରୋଧ କରିହେବ । ସ୍ଥିର ଜଳ ନିଷ୍କାସନ କରି ଓ ଦେହକୁ ଲୁଗାରେ ଆବୃତ କରି ଏହା ସମ୍ଭବପର କରିହେବ ।[୧] ମଧ୍ୟମ ଓ ସାମାନ୍ୟ ଧରଣର ରୋଗ ପାଇଁ ସାହାଯ୍ୟକାରୀ ଚିକିତ୍ସା ଓ ତରଳ ପଦାର୍ଥ ପାଟିରେ ବା ଶିରାଭ୍ୟନ୍ତରରେ (intravenously) ଦିଆଯାଏ । ସାଂଘାତିକ ରୋଗରେ ରକ୍ତ ପରିଦାନ (blood transfusion) ଦରକାର ହୁଏ ।[୨] ପ୍ରତି ବର୍ଷ ପ୍ରାୟ ୫ ଲକ୍ଷ ଲୋକଙ୍କର ଆଡମିଶନ ଆବଶ୍ୟକ ହୁଏ । [୧] ନନ୍‌ସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଡ୍ରଗ (nonsteroidal anti-inflammatory drug) ଯୋଗୁ ଅଧିକ ରକ୍ତସ୍ରାବ ଅଧିକ ହେଉଥିବାରୁ ତା ବଦଳରେ ଆଇବୁପ୍ରୋଫେନ ଔଷଧ ବ୍ୟବ‌ହାର କରିବାକୁ ସୁପାରିସ କରାଯାଉଛି । [୨]

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଡେଙ୍ଗୁ ଏକ ପୃଥିବୀବ୍ୟାପି ସମସ୍ୟା ହୋଇ ଠିଆ ହୋଇଛି ଓ ପ୍ରାୟ ୧୧୦ଟି ଦେଶରେ ଏହା ସ୍ଥାନୀକ ରୋଗ (endemic) ହୋଇ ରହିଛି ।[୭][୮] ପ୍ରତି ବର୍ଷ ପ୍ରାୟ ୫୦ରୁ ୫୨୮ ନିୟୁତ ଲୋକ ସଂକ୍ରମିତ ହେଉଛନ୍ତି ଓ ତାଙ୍କ ମଧ୍ୟରୁ ୧୦୦୦୦ରୁ ୨୦,୦୦୦ ଲୋକ ମରୁଛନ୍ତି ।[୯][୧୦][୧୧][୧୨] ସନ ୧୭୭୯ରୁ ଏହି ରୋଗ ବିଷୟରେ ବର୍ଣ୍ଣନା ଲିଖିତ ଅଛି ।[୮] ବିଂଶ ଶତାବ୍ଦୀ ପ୍ରାରମ୍ଭରୁ ଏହି ରୋଗର କାରଣ ଓ ସଞ୍ଚାର ବିଷୟ ମଣିଷ ଜାଣିଛି ।[୧୩] ମଶା ନିଶ୍ଚିହ୍ନ କରିବା ସ‌ହିତ ଭୁତାଣୁ ନିମନ୍ତେ ଔଷଧ ତିଆରି କାମ ଚାଲିଛି ।[୧୪] ଏହାକୁ ଉପେକ୍ଷା କରାଯାଇଥିବା ଟ୍ରପିକାଲ ରୋଗ (neglected tropical disease) ଭାବରେ ବର୍ଗୀକରଣ କରାଯାଇଛି ।[୧୫]

ଲକ୍ଷଣ ଓ ଚିହ୍ନ[ସମ୍ପାଦନା]

Outline of a human torso with arrows indicating the organs affected in the various stages of dengue fever
Schematic depiction of the symptoms of dengue fever
Clinical course of dengue fever

ସ୍ୱାଭାବିକ ଭାବରେ ୮୦% ଡେଙ୍ଗୁ ଭୁତାଣୁ ସଂକ୍ରମିତ ରୋଗୀ ଲକ୍ଷଣହୀନ ହୁଅନ୍ତି ବା ସାମାନ୍ୟ ଲକ୍ଷଣ ଯେପରିକି ଜଟିଳତା ବିହୀନ (asymptomatic) ଜ୍ୱର ହୁଏ ।[୯][୧୬] ଅନ୍ୟ କିଛି ରୋଗୀଙ୍କର (୫%) ସାଂଘାତିକ ବେମାରୀ ହୁଏ ଓ ଅଳ୍ପ ସଂଖ୍ୟକ ଲୋକଙ୍କର ଘାତକ ସିଦ୍ଧ ହୁଏ ।[୯][୧୬] ଇନ‌କ୍ୟୁବେସନ ସମୟ ପ୍ରାୟ ୩-୧୪ ଦିନ ହୁଏ, କିନ୍ତୁ ଅଧିକାଂଶ କ୍ଷେତ୍ରରେ ୪-୭ ଦିନ ହୁଏ ।[୧୭] ତେଣୁ ସଂକ୍ରମିତ ଇଲାକାରୁ ଆସି ଅନ୍ୟ ସ୍ଥାନରେ ପ‌ହଞ୍ଚିଥିବା ପରଠାରୁ ଲୋକର ୧୪ ଦିନ ପରେ ଜ୍ୱର ବା ଅନ୍ୟ ଲକ୍ଷଣ ବାହାରିଲେ ଡେଙ୍ଗୁ ସମ୍ଭାବନା ନଥାଏ । [୭] ପିଲାମାନଙ୍କର ସେହି ରୋଗ ଭଳି ଶର୍ଦ୍ଦିଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ଲକ୍ଷଣ ଥାଏ,[୧୮] ଓ ସାଂଘାତିକ ଜଟିଳତା ନିମନ୍ତେ ଅଧିକ ସଙ୍କଟଦାୟକ ହୁଏ,[୭][୧୯] ଯାହା ଆରମ୍ଭରୁ ସାମାନ୍ୟ ଥିଲେ ମଧ୍ୟ ପରେ ଅତ୍ୟଧିକ ଜ୍ୱରରେ ପୀଡ଼ିତ ହୁଅନ୍ତି । [୧୯]

କାରଣ[ସମ୍ପାଦନା]

ଭୁତାଣୁ[ସମ୍ପାଦନା]

ଟି.ଇ.ଏମ. ମାଇକ୍ରୋଗ୍ରାମରେ କଳା କଳା ବିନ୍ଦୁଗୁଡ଼ିକ ଡେଙ୍ଗୁ ଭୁତାଣୁ

ଫ୍ଲାଭିଭିରିଡେ ପରିବାରର ଜେନସ ଫ୍ଲାଭିଭାଇରସ ଏକ ପ୍ରକାର ଆର୍.ଏନ୍.ଏ. ଭାଇରସ ଯାହା ଡେଙ୍ଗୁ ଜର କରାଏ । ଏହି ଜେନସର ଅନ୍ୟାନ୍ୟ ଭୂତାଣୁ ଗୁଡ଼ିକ ହେଲେ ହଳଦିଆ ଜର ଭୂତାଣୁ, ଜାପାନୀ ମସ୍ତିଷ୍କ ଜର ଭୂତାଣୁ, ଟିକ୍‌ଜାତ ମସ୍ତିଷ୍କ ଜର ଭୂତାଣୁ ଇତ୍ୟାଦି । ଏହି ଭାଇରସକୁ ଆର୍ବୋଭାଇରସ୍ ମଧ୍ୟ କହନ୍ତି ।
ଡେଙ୍ଗୁ ଭାଇରସରେ ତିନି ପ୍ରକାର ପ୍ରୋଟିନ ମଲିକ୍ୟୁଲ ଥାଏ ଓ ୧୧୦୦ ନ୍ୟୁକ୍ଲିଓଟାଇଡ ବେସ ଥାଏ । ରୋଗୀ ଦେହରେ ୭ ପ୍ରକାର ପ୍ରୋଟିନ ମୋଲିକ୍ୟୁଲ (NS1, NS2a, NS2b, NS3, NS4a, NS4b, NS5) ଦେଖାଯାଏ । ଚାରି ପ୍ରକାର ସେରୋଟାଇପ (DENV-1, DENV-2, DENV-3 and DENV-4) ଭାଇରସଦ୍ୱାରା ଏହି ରୋଗ ହୁଏ ଓ ଯେ କୌଣସି ଗୋଟିଏ ପ୍ରକାରର ସେରୋଟାଇପ ନିମନ୍ତେ କେବଳ ସେହି ଭାଇରସ ନିମନ୍ତେ ରୋଗୀ ଦେହରେ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୁଏ ।
ଥରେ ଡି.ଇ.ଏନ୍.ଭି-୧ ଭାଇରସଦ୍ୱାରା ଆକ୍ରାନ୍ତ ହେଲେ ପରେ ବା ଡି.ଇ.ଏନ୍.ଭି-୩ଦ୍ୱାରା ଆକ୍ରାନ୍ତ ହେଲେ ଅବସ୍ଥା ଅତି ଜଟିଳ ହୁଏ । କିନ୍ତୁ ଡି.ଇ.ଏନ୍.ଭି-୩ଦ୍ୱାରା ଆକ୍ରାନ୍ତ ହେବା ପରେ ଡି.ଇ.ଏନ୍.ଭି-୨ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ଜାତ ହୁଏ ।

ସଞ୍ଚରଣ[ସମ୍ପାଦନା]

ଏଡିସ ଇଜିପ୍ଟି ମଶା କାମୁଡୁଛି

ଡେଙ୍ଗୁ ଭାଇରସ ଏଡିସ ଜାତୀୟ ମଶା ମୂଖ୍ୟତଃ ଏଡିସ ଇଜିପ୍ଟିଦ୍ୱାରା (Aedes aegypti) ବିସ୍ତାର ଲାଭ କରେ । ଏହି ମଶା ଅକ୍ଷାଂଶ (lattitudes) ୩୫ ଉତ୍ତର ଓ ଦକ୍ଷିଣ ଭିତରେ ସମୁଦ୍ର ପତ୍ତନରୁ ୧୦୦୦ମିଟର ଉଚ୍ଚରେ ବାସ କରନ୍ତି । ଏମାନେ ସକାଳେ ଓ ସଂନ୍ଧ୍ୟା ବେଳେ କାମୁଡନ୍ତି, କିନ୍ତୁ ଦିନର ଯେ କୌଣସି ସମୟରେ କାମୁଡ଼ି ସଂକ୍ରମଣ ବିସ୍ତର କରିପାରିବେ ।[୨୦] ଡେଙ୍ଗୁ ରୋଗ ବିସ୍ତାରକାରୀ ଅନ୍ୟ ମଶାମାନଙ୍କର ନାମ: ଏଡିସ ଆଲବୋପିକ୍ଟସ (A. albopictus), ଏ.ପଲିନେସିଏନସିସ (A. polynesiensis) ଏବଂ ଏ.ସ୍କୁଟେଲାରିସ (A. scutellaris) । ମଣିଷ ହେଉଛି ଏମାନଙ୍କର ମୁଖ୍ୟ ଶିକାର ହୋଇଥିଲେ ମଧ୍ୟ ଅଣମାନବ ସାହାଯ୍ୟରେ ବିସ୍ତର ଲାଭ କରେ ।[୨୧] ଗୋଟିଏ ଥର ମାତ୍ର ମଶା କାମୁଡ଼ାଦ୍ୱାରା ମଣିଷ ସଂକ୍ରମିତ ହୋଇ ପାରିବ ।[୨୨] ମାଈ ଏଡିସ ମଶା ଗୋଟିଏ ଡେଙ୍ଗୁ ସଂକ୍ରମିତ ରୋଗୀକୁ ଜ୍ୱର ହେବାର ପ୍ରଥମ ୨-୧୦ ଦିନ ମଧ୍ୟରେ କାମୁଡି ରକ୍ତ ଶୋଷିଲେ ତାହାର ଖାଦ୍ୟ ନଳୀ କାନ୍ଥର (Wall) ଜୀବକୋଷ ସଂକ୍ରମିତ ହୁଏ ।[୨୩] ୮ରୁ ୧୦ ଦିନ ମଧ୍ୟରେ ଏହି ମଶାର ଲାଳ ଗ୍ରନ୍ଥିରେ (Salivary gland) ଓ ଅନ୍ୟାନ୍ୟ ତନ୍ତୁରେ ଭୁତାଣୁ ପହଞ୍ଚି ଯିବା ପରେ ଲାଳରେ ନିଷ୍କାସିତ ହୁଏ । ମଶା ଉପରେ ଭୁତାଣୁର କୌଣସି କ୍ଷତିକାରକ ପ୍ରଭାବ ପଡ଼େନାହିଁଁ ଓ ସେଠରେ ଆଜୀବନ ବାହକ ହୋଇରହେ ।[୧୭] ହେଲେ ମଶାଟି ଥରକୁ ଥର ସୁସ୍ଥ ମଣିଷକୁ କାମୁଡ଼ି ରୋଗ ସୃଷ୍ଟି କରେ । ଏଡିସ ଇଜିପ୍ଟି ମଶା ଘର ଭିତରେ ବା ଆଖପାଖରେ ଜମିରହିଥିବା ଜଳ ଭିତରେ ରହି ଅଣ୍ଡା ଦେବାକୁ ପସନ୍ଦ କରେ, ମାନବ ପାଖରେ ରହେ ଓ ଅନ୍ୟ କୌଣସି ମେରୁଦଣ୍ଡୀ ପ୍ରାଣୀକୁ ନ‌କାମୁଡ଼ି କେବଳ ମଣିଷକୁ କାମୁଡ଼ି ବଂଶ ବିସ୍ତାର କରେ ।[୧୭]

ସଂକ୍ରମିତ ରକ୍ତ ଉତ୍ପାଦ ଗ୍ରହଣ ଓ ଅଙ୍ଗ ରୋପଣ ସମୟରେ ଏହି ଭୁତାଣୁ ଅନ୍ୟ ମଣିଷ ଦେହରେ ପ୍ରବେଶ କରେ ।[୨୪][୨୫] ସିଙ୍ଗାପୁର (Singapore) ଭଳି ଦେଶରେ ଏହି ରୋଗ ଏଣ୍ଡେମିକ ବା ସ୍ଥାନୀୟ ଥାଏ ଓ ପ୍ରତି ୧୦,୦୦୦ ରକ୍ତ ଗ୍ରହଣ (transfusions|) ସମୟରେ ୧.୬ରୁ ୬ ଜଣ ସଂକ୍ରମିତ ହୁଅନ୍ତି । [୨୬] ଗର୍ଭାବସ୍ଥାରେ ବା ପ୍ରସବ ସମୟରେ ମାଆଠାରୁ ଶିଶୁ ଦେହକୁ ଆଲମ୍ବ ସଂଚାରଣ (Vertical transmission) ହୁଏ ।[୨୭]

ପୂର୍ବ ସଂପୃକ୍ତି(Predisposition) ଓ ପ୍ରବଣତା[ସମ୍ପାଦନା]

ଶିଶୁ ଓ ଅଳ୍ପ ବୟସ ପିଲାମାନଙ୍କପାଇଁ ଏହିରୋଗ ଘାତକ ହୋଇଥାଏ । ଏହି ରୋଗର ବିଶେଷତ୍ତ୍ୱ ଏହି ଯେ ଏହା ଭଲ ସ୍ୱାସ୍ଥ୍ୟବାନ ପିଲାମାନଙ୍କ ଦେହରେ ଅଧିକ ହୁଏ ଯାହା କି ଅନ୍ୟ ରୋଗ କ୍ଷେତ୍ରରେ ଠିକ ବିପରୀତ ହୁଏ । ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ସଂଖ୍ୟାରେ ଏହି ରୋଗପ୍ରବଣ ହୋଇଥାନ୍ତି । ମଧୁମେହ ବା ଶ୍ୱାସ ରୋଗ ଥିଲେ ଡେଙ୍ଗୁ ପ୍ରାଣ ଘାତକ ହୋଇଯାଏ ।
ଆଫ୍ରିକାବାସୀମାନଙ୍କ ଦେହରେ ଗ୍ଲୁକୋଜ-୬-ଡିହାଇଡ୍ରୋଜେନେସ ଡେଫିସିଏନ୍ସି ନାମକ ଜିନ୍ ବ୍ୟତିକ୍ରମ ଯୋଗୁ ସେମାନେ ଡେଙ୍ଗୁ ପ୍ରବଣ ହୁଅନ୍ତି ।

କିପରି ହୁଏ[ସମ୍ପାଦନା]

ମଶା କାମୁଡିଲେ ତାହାର ଶୁଣ୍ଢ ଚର୍ମ ଫୁଟେଇ ଦିଏ ଓ ଭୁତାଣୁ ତାହାର ଲାଳ ସହ ରକ୍ତ ମଧ୍ୟରେ ପ୍ରବେଶ କରି ଶ୍ୱେତ ରକ୍ତ କଣିକାକୁ ଆକ୍ରାନ୍ତ କରେ । ଏହି ରକ୍ତ କଣିକା ମଧ୍ୟରେ ବଂଶ ବିସ୍ତାର କରି ଭୁତାଣୁ ସାରା ଶରୀରର ବିଭିନ୍ନ ଅଙ୍ଗରେ ଖେଳିଯାଏ । ଶ୍ୱେତ ରକ୍ତ କଣିକାରେ ଥିବା ପ୍ରୋଟିନ ଇଣ୍ଟରଫେରନ୍ ପ୍ରତିକ୍ରିୟା ସୃଷ୍ଟି କରି ଜର, ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ସୃଷ୍ଟିକରେ ଓ ବହୁତ ଯନ୍ତ୍ରଣା କରାଏ । ମାରାତ୍ମକ ଅବସ୍ଥାରେ ଭୁତାଣୁ ସଂଖ୍ୟା ଅହେତୁକ ଭାବରେ ଅଧିକ ହେଲେ ଯକୃତ ଓ ଅସ୍ଥି ମଜ୍ଜାକୁ ଆକ୍ରମଣ କରେ । ରକ୍ତ ଓ ରକ୍ତର ଜଳୀୟ ଅଂଶ ରକ୍ତକଣିକାରୁ ବାହାରି ଯାଇ ଶରୀରର ଛିଦ୍ରରେ ଜମା ହୋଇ ରହନ୍ତି । ଫଳରେ ରକ୍ତ ଥାଇବି ତାହା ରକ୍ତକଣିକା ଭିତରେ ନ ଥିବାରୁ ରକ୍ତାଳ୍ପତା ଦେଖାଯାଏ ଓ ରକ୍ତ ଚାପ (Blood pressure) କମିଯାଏ । ଅସ୍ଥିମଜ୍ଜାଗତ ତ୍ରୁଟି ଯୋଗୁ ରକ୍ତାଣୁ ଚକ୍ତିକା ବା ପ୍ଲାଟେଲେଟ (Platelet) ସୃଷ୍ଟି କମିଯାଏ, ଫଳରେ ରକ୍ତ ଜମାଟ ବାନ୍ଧିବା ଶକ୍ତି କମିଯାଏ । ଏହାଦ୍ୱାରା ଅଧିକ ରକ୍ତ ସ୍ରାବ ହୁଏ ଯାହାର ପରିଣାମ ଅତ୍ୟନ୍ତ ଭୟାନକ ହୁଏ ।

ଭୁତାଣୁ ବିସ୍ତାର (Viral replication)[ସମ୍ପାଦନା]

ଚର୍ମ ଭିତରେ ପ୍ରବେଶ କରିବା କ୍ଷଣି ଭୁତାଣୁ ଚମର ଲାଙ୍ଗରହାନସ୍ କୋଷ (ଏକ ପ୍ରକାର ଡେନ୍ଡ୍ରାଇଟିକ କୋଷ) ସଙ୍ଗରେ ବାନ୍ଧି ହୋଇଯାଏ । ଏହି ବନ୍ଧନ ଭୁତାଣୁ ପ୍ରୋଟିନ ଓ କୋଷ ପ୍ରୋଟିନ (ଡି.ସି ସାଇନ୍ ରେସେପ୍ଟର) ମଧ୍ୟରେ ସଂଘଟିତ ହୁଏ । ଏହି ଡେନ୍ଡ୍ରାଇଟିକ କୋଷଗୁଡ଼ିକ ନିକଟସ୍ଥ ଲସିକା ଗ୍ରନ୍ଥିକୁ ଚାଲି ଯାଆନ୍ତି । ଏହା ମଧ୍ୟରେ ଭୁତାଣୁର ଜେନୋମର ପ୍ରତିରୁପ କୋଷର ଏଣ୍ଡୋପ୍ଲାଜମିକ୍ ରେଟିକୁଲମକୁ ଯାଇ ବହୁ ସଂଖ୍ୟରେ ଭୁତାଣୁର ପ୍ରତିରୁପ ସୃଷ୍ଟି କରନ୍ତି । ଏଗୁଡିକ ଗଲଗି-ଆପାରାଟସକୁ ଯାଇ ସେଠାରେ ପରିପକ୍ୱ ହୁଅନ୍ତି । ଏହି ସ୍ଥାନରୁ ବାହାରି ଶ୍ୱେତ ରକ୍ତ କଣିକାରେ ବିଶେଷତଃ ମୋନୋସାଇଟ ଓ ମାକ୍ରୋଫେଜରେ ପ୍ରବେଶ କରନ୍ତି ।
ସଂକ୍ରମିତ କୋଷଗୁଡିକ ପ୍ରତିକ୍ରିୟା ସୃଷ୍ଟି କରି ଇନ୍ଟରଫେରନ (ଏକ ପ୍ରକାର୍ ସାଇଟୋକାଇନ୍) ନିର୍ଗତ କରନ୍ତି । ଏହା ପ୍ରତିରୋଧ ସୃଷ୍ଟି କରିବାରେ ସାହାଯ୍ୟ କରେ । ଏହା ସହିତ ଅନେକ ପ୍ରକାର ଆଣ୍ଟିବଡି ମଧ୍ୟ ପ୍ରସ୍ତୁତ ହୁଏ । ଆଣ୍ଟିବଡି ଭୁତାଣୁ ସହ ସଂଯୁକ୍ତ ହୋଇ ଫେଗୋସାଇଟ କୋଷଦ୍ୱାରା ନଷ୍ଟ ହୋଇଯାଆନ୍ତି । କିନ୍ତୁ ବେଳେ ବେଳେ ଏହି ଭୂତାଣୁ ଫେଗୋସାଇଟ ସହିତ ମିଶି ଯାଏ, ତେଣୁ କିଛି କ୍ଷତିଗ୍ରସ୍ତ ହୁଏ ନାହି। ।

ଜଟିଳ ରୋଗ[ସମ୍ପାଦନା]

ଗୋଟିଏ ପ୍ରକାର ଭୁତାଣୁଦ୍ୱାରା ଆକ୍ରାନ୍ତ ଥିବା ବେଳେ ଆଉ ଗୋଟିଏ ପ୍ରକାର (Strain) ଭୁତାଣୁ ଆକ୍ରମଣ କଲେ ଡେଙ୍ଗୁ ଅତ୍ୟନ୍ତ ଜଟିଳ ହୋଇଯାଏ । ଏହାର ସଠିକ କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।
ଜଟିଳ ରୋଗରେ ଦୁଇଟି କଠିନ ସମସ୍ୟା ଉତ୍ପନ୍ନ ହୁଏ । ୧. ସରୁ ରକ୍ତ ନଳୀର ଏଣ୍ଡୋଥେଲିଅମ କୋଷ ସଠିକ କାମ କରି ପାରେ ନାହିଁ । ରକ୍ତ ନଳୀ ମଧ୍ୟରୁ ବାହାରି ଯାଇ ଛାତି ଭିତରେ ଓ ପେଟ ଭିତରେ ଜମା ହୋଇ ରହିଯାଏ । ୨. ରକ୍ତ ଜମାଟ ବାନ୍ଧି ପାରେ ନାହିଁ । ଏଣୁ ଅତ୍ୟଧିକ ରକ୍ତ ସ୍ରାବ ହୁଏ । ବେଶି ସଂଖ୍ୟାରେ ଭୁତାଣୁ ଥିଲେ ରୋଗ ଅଧିକ ଜଟିଳ ହୁଏ ।

ରୋଗ କ୍ରମ[ସମ୍ପାଦନା]

ରୋଗ କ୍ରମ

ଡେଙ୍ଗୁର ବିଶିଷ୍ଟ ଲକ୍ଷଣ ମଧ୍ୟରେ ହଠାତ ଜର, ଆଖି ପଛ ପଟେ ମୁଣ୍ଡ ବଥା, ପେଶୀ ତଥା ଗଣ୍ଠି ଯନ୍ତ୍ରଣା ଅନୁଭବ ଓ ଚର୍ମର ରଙ୍ଗ, ରୁପ ବଦଳି ଯାଏ (Rash) ।
ଜର ସମୟରେ ଉଚ୍ଚ ମାନର ଉତ୍ତାପ ରହେ ଯେପରିକି ୪୦ °ସେ (୧୦୪ °ଫା)। ଏହା ସହ ମୁଣ୍ଡ ବ୍ୟଥା ୨ରୁ ୭ଦିନ ରହେ । ବାନ୍ତି ମଧ୍ୟ ହୋଇପାରେ । ଇଂରାଜୀରେ ଏହାକୁ ଏହି କାରଣରୁ ଭଙ୍ଗା ହାଡ ଜର କହନ୍ତି (breakbone fever) । ରୋଗର ଅବଧିକୁ ତିନିଟି ଅବସ୍ଥାରେ ବିଭକ୍ତ କରାଯାଏ: ୧.ପ୍ରାରମ୍ଭିକ(ଜର), ୨.ଗୁରୁତର (ମାରାତ୍ମକ) ଓ ୩. ଆରୋଗ୍ୟ ଅବସ୍ଥା ।
ଜର ସମୟରେ ଉତ୍ତାପ ୪୦ସେ. ରହେ । ମୁଣ୍ଡ ବଥା, ବାନ୍ତି ଓ ଶାରିରୀକ ଯନ୍ତ୍ରଣା ୨ରୁ ୭ ଦିନ ଧରି ଲାଗି ରହେ । ୫୦ରୁ ୮୦ % ଗୋଗୀଙ୍କର ଚର୍ମ ପ୍ରଥମ ବା ଦ୍ୱିତୀୟ ଦିନରେ ଲାଲ ଦେଖାଯାଏ । ତା ପରେ ମିଳିମିଳା ରୋଗୀର ଚର୍ମ ପରି ଦେଖାଯାଏ । ଚମରେ ଅତି କ୍ଷୁଦ୍ର ରକ୍ତିମ ଦାଗ ଦେଖାଯାଏ, ଯାହା ଚାପ ପ୍ରୟୋଗ କଲେ ମଧ୍ୟ ଚାଲି ଯାଏ ନାହିଁ । ଅତି ସରୁ ରକ୍ତ କଣିକା ଫାଟି ଯିବାରୁ ରକ୍ତ ବାହାରି ଆସି ଶରୀରର ଛିଦ୍ରରେ ଜମାଟ ବାନ୍ଧିବାରୁ ଏହି ଭଳି ଦେଖାଯାଏ । ଜର କମି ଯାଏ ଓ ପୁନଶ୍ଚ ୨/୩ ଦିନ ନିମନ୍ତେ ଆଉ ଥରେ ହୁଏ । ଅନେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ ।
କେତେକ ଲୋକ ଏହା ପରେ ମାରାତ୍ମକ ଅବସ୍ଥାକୁ ଯାଆନ୍ତି । ଦିନେ ବା ଦୁଇ ଦିନ ନିମନ୍ତେ ଉଚ୍ଚ ଉତ୍ତାପ କମିଯାଏ । ରକ୍ତ ନଳୀମାନଙ୍କରୁ ରକ୍ତର ତରଳ ଅଂଶ ବାହାରି ଯାଇ ଛାତି ଓ ପେଟରେ ଜମା ହୋଇଯାଏ । ସୁତରାଂ ସଞ୍ଚାଳନ କ୍ରିୟାରେ ରକ୍ତ ଅଭାବ ପଡେ ଓ ମୂଖ୍ୟ ଅଙ୍ଗମାନଙ୍କର (Vital organs) ରକ୍ତ ଯୋଗାଣ ବହୁତ କମିଯାଏ । ଏଣୁ ସେହି ଅଙ୍ଗମାନଙ୍କର କର୍ମ କ୍ଷମତା କମିଯାଏ ବା ବନ୍ଦ ହୋଇଯାଏ ।ଏତିକି ବେଳେ ଖାଦ୍ୟ ନଳୀରୁ ପ୍ରଚୁର ରକ୍ତ ସ୍ରାବ ହୁଏ । ଡେଙ୍ଗୁ ସକ୍ (dengue shock) ଓ ରକ୍ତ କ୍ଷରଣ ୫% ରୋଗୀଙ୍କଠାରେ ଦେଖାଯାଏ । ରୋଗୀ ଆଗରୁ ଯଦି ଅନ୍ୟ ସେରୋ ଟାଇପ ଡେଙ୍ଗୁଦ୍ୱାରା ଆକ୍ରାନ୍ତ ହୋଇଥାଅନ୍ତି ତେବେ ଆହୁରି ମାରାତ୍ମକ ଅବସ୍ଥା ହୁଏ ।
ତା ପରେ ଆରୋଗ୍ୟ ଅବସ୍ଥା ଆସେ । ଜମା ହୋଇଥିବା ତରଳ ପଦାର୍ଥ ୨/୩ ଦିନ ମଧ୍ୟରେ ଶୋଷି ହୋଇଯାଏ । ଉଲ୍ଲେଖନୀୟ ଭାବରେ ରୋଗ ଉନ୍ନତି ଲାଭ କରେ । କେତେକ ରୋଗୀଙ୍କର ଦେହ କୁଣ୍ଡେଇ ହୁଏ ଓ ହୃତପିଣ୍ଡ ଗତି କମିଯାଏ ଓ ବେଳେ ବେଳେ ଫୋଟକା ଭଳି ରସ ବାହାରେ ଓ ଚମ ଉତୁରି ଯାଏ । ଏତିକି ବେଳେ ମସ୍ତିଷ୍କରେ ତରଳ ଅଂଶ ବେଶି ହୋଇଯିବାରୁ ରୋଗୀ ଅଚେତ ହୋଇଯାଏ ଓ ତାକୁ ବାତ (Convulsion) ମାରେ । ପ୍ରାୟ ଚାରି ସପ୍ତାହ ପର୍ଯ୍ୟନ୍ତ ଥକ୍କା ଲାଗେ ।

ଆନୁସଙ୍ଗିକ ସମସ୍ୟା[ସମ୍ପାଦନା]

ଅନ୍ୟାନ୍ୟ ଅଙ୍ଗ ଡେଙ୍ଗୁ ଜର ସହିତ ବା ଅଲଗା ଆକ୍ରମିତ ହୋଇ ପାରନ୍ତି । ୦.୫ରୁ ୬% ମାରାତ୍ମକ ରୋଗୀମାନଙ୍କର ଚେତନା ଚାଲିଯାଏ । ଏହା ମସ୍ତିଷ୍କ ଉପରେ ଡେଙ୍ଗୁର ପ୍ରଭାବ ଯୋଗୁ ଅଥବା ଅନ୍ୟ ଅଙ୍ଗ ଯେପରିକି ଯକୃତ ଆକ୍ରମିତ ହେବା ଯୋଗୁ ହୋଇପାରେ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

ରୋଗୀର ଇତିହାସ, ରୋଗୀର ପରୀକ୍ଷା ଓ ପର୍ଯ୍ୟବେକ୍ଷଣ ଅନୁସାରେ ଡେଙ୍ଗୁ ରୋଗ ନିର୍ଣ୍ଣୟ କରାଯାଏ ବିଶେଷତଃ ଆଞ୍ଚଳିକ-ରୋଗ ବା ଏଣ୍ଡେମିକ୍ ଡିଜିଜ୍ କ୍ଷେତ୍ରରେ । ପ୍ରାରମ୍ଭ ବେଳେ ଏହାର ଲକ୍ଷଣ ଅନ୍ୟ ଭୁତାଣୁ ରୋଗ ସହ ମିଶି ଯାଉଥିବାରୁ ରୋଗ ନିର୍ଣ୍ଣୟରେ ଅସୁବିଧା ହୁଏ । ସମ୍ଭାବ୍ୟ ଡେଙ୍ଗୁ ନିର୍ଣ୍ଣୟ ନିମନ୍ତେ ଜର ସହ ଆଉ ଦୁଇଟି ଲକ୍ଷଣ ଆବଶ୍ୟକ । ସେଗୁଡିକ ହେଲା: ବାନ୍ତି ଲାଗିବା, ବାନ୍ତି ହେବା,ଚର୍ମରେ କୁଣ୍ଡିଆ(Rash), ଶାରୀରିକ ପୀଡ଼ା, ରକ୍ତରେ ସ୍ୱଳ୍ପ ଲୋହିତ ରକ୍ତ କଣିକା ଓ ଯୁକ୍ତ ଟ୍ୟୁନିକେଟ ପରୀକ୍ଷା। ସାଙ୍ଘାତିକ ଡେଙ୍ଗୁ ହେବାର ଅବ୍ୟବହିତ ପୂର୍ବରୁ ଲକ୍ଷଣ ପ୍ରକାଶ ପାଏ । ଯେଉଁ ସ୍ଥାନମାନଙ୍କରେ ପରୀକ୍ଷାଗାର ନାହିଁ, ସେଠାରେ ଟ୍ୟୁନିକେଟ ପରୀକ୍ଷା ନିର୍ଣ୍ଣାୟକ ହୁଏ । ରକ୍ତ ଚାପ ମାପିବା ସମୟରେ ସିସ୍ଟୋଲିକ ଓ ଡାୟାସ୍ଟୋଲିକ ଚାପର ମଧ୍ୟ ସ୍ଥାନରେ ୫ ମିନିଟ ଚାପ ଯନ୍ତ୍ରର ଫିତା ଫୁଲେଇ ରଖାଗଲେ ସୁକ୍ଷ୍ମ ରକ୍ତ ସ୍ରାବ ହେବ । ବେଶୀ ସଂଖ୍ୟକ ରକ୍ତ ସ୍ରାବ ଚିହ୍ନ ଦେଖାଗଲେ ଡେଙ୍ଗୁ ସମ୍ଭାବନା ଅଧିକ ହୁଏ ।
ସାଙ୍ଘାତିକ ଡେଙ୍ଗୁ ହେବାର ଅବ୍ୟବହିତ ପୂର୍ବରୁ ଲକ୍ଷଣ ପ୍ରକାଶ ପାଏ । ଯେଉଁ ସ୍ଥାନମାନଙ୍କରେ ପରୀକ୍ଷାଗାର ନାହିଁ, ସେଠାରେ ଟ୍ୟୁନିକେଟ ପରୀକ୍ଷା ନିର୍ଣ୍ଣାୟକ ହୁଏ । ରକ୍ତ ଚାପ ମାପିବା ସମୟରେ ସିସ୍ଟୋଲିକ ଓ ଡାୟାସ୍ଟୋଲିକ ଚାପର ମଧ୍ୟ ସ୍ଥାନରେ ୫ ମିନିଟ ଚାପ ଯନ୍ତ୍ରର ଫିତା ଫୁଲେଇ ରଖାଗଲେ ସୁକ୍ଷ୍ମ ରକ୍ତ ସ୍ରାବ ହେବ । ବେଶୀ ସଂଖ୍ୟକ ରକ୍ତ ସ୍ରାବ ଚିହ୍ନ ଦେଖାଗଲେ ଡେଙ୍ଗୁ ସମ୍ଭାବନା ଅଧିକ ହୁଏ ।
ଗ୍ରୀଷ୍ମ ଓ ଅନୁଗ୍ରୀଷ୍ମ ଅଞ୍ଚଳରେ ୨ ସପ୍ତାହ ଜର ହେଲେ ଡେଙ୍ଗୁ ହେବା ଚିନ୍ତା କରିବା ଉଚିତ । ଏହାର ଲକ୍ଷଣ ଚିକୁନଗୁନିଆ ଲକ୍ଷଣ ସହ ମିଶୁଥିବାରୁ ଏହାର ନିର୍ଣ୍ଣୟ ଅସୁବିଧା ଜନକ ହୁଏ । ପ୍ରାୟ ସମ ଲକ୍ଷଣ ବିଶିଷ୍ଟ ଅନ୍ୟ ରୋଗମାନଙ୍କ ନାମ: ମ୍ୟାଲେରିଆ, ଲେପ୍ଟୋସ୍ପାଇରୋସିସ୍, ଭୁତାଣୁ ରକ୍ତ ସ୍ରାବ ଜର, ଟାଇଫଏଡ, ମେନିଙ୍ଗୋକୋକାଲ ଜର, ମିଳିମିଳା ଓ ଇନଫ୍ଲୁଏଞ୍ଜା ।
ପରୀକ୍ଷାଗାରରେ ପ୍ରଥମ ପରିବର୍ତ୍ତନ ଦେଖାଯାଏ: କମ ଶ୍ୱେତ ରକ୍ତ କଣିକା, ତା ପରେ ଅଳ୍ପ ପ୍ଲାଟେଲେଟ୍ ଓ ଏସିଡିସିସ । ମଧ୍ୟମ ଧରଣର ଅଧିକ ଆମିନୋଟ୍ରନ୍ସଫରେଜ ମିଳେ । ରକ୍ତ ଗାଢ ହେବା ଯୋଗୁ ଆଲବୁମିନ କମ ହୁଏ ଓ ହେମାଟୋକ୍ରିଟ ବଢିଯାଏ । ପ୍ଲୁରା ଓ ପେରିଟୋନିଅମରେ ତରଳ ପଦାର୍ଥ ([[:en:Effusion|) ଜମିଯାଏ । ଅବୟବମାନଙ୍କରେ ରକ୍ତ ନାଳୀ ଦବି ଗଲେ ସାଂଘାତିକ ବୋଲି ସୂଚନା ମିଳେ ।

ବର୍ଗୀ କରଣ[ସମ୍ପାଦନା]

ଡବ୍ଲ୍ୟୁ.ଏଚ.ଓ. ୨୦୦୯ ମସିହାରେ ଡେଙ୍ଗୁକୁ ଦୁଇ ଭାଗରେ ବିଭକ୍ତ କଲେ: ଜଟିଳତା ବିହୀନ ଓ ମାରାତ୍ମକ । ଅତ୍ୟଧିକ ରକ୍ତ ସ୍ରାବ, ଅଙ୍ଗର ଅକାମୀ ହେବା ଓ ପ୍ଲାଜ୍ମାରୁ ସ୍ରାବ କ୍ଷେତ୍ରରେ ଏହାକୁ ମାରାତ୍ମକ ଧରାଯାଏ । ଏହା ନ ଥିଲେ ଜଟିଳ ନୁହେଁ ବୋଲି ଧରାଯାଏ । ଡେଙ୍ଗୁ ରକ୍ତ ସ୍ରାବ ଜରକୁ ଗ୍ରେଡ ୧ରୁ ୪ ପର୍ଯ୍ୟନ୍ତ ବିଭକ୍ତ କରାଯାଏ । ଲକ୍ଷଣ ଅନୁସାରେ ଗ୍ରେଡ କରାଯାଏ । ଗ୍ରେଡ ୧: ସହଜରେ ଚର୍ମ ତଳେ ରକ୍ତ ସ୍ରାବ, ଟ୍ୟୁନିକେଟ ପରୀକ୍ଷାରେ ଯୁକ୍ତ ଓ ଜର । ଗ୍ରେଡ ୨: ଚର୍ମରେ ଓ ଅନ୍ୟ ସ୍ଥାନରେ ସ୍ୱତଃ ରକ୍ତ ସ୍ରାବ । ଗ୍ରେଡ ୩: ସକ୍ । ଗ୍ରେଡ ୪: ରକ୍ତ ଚାପ ନେଇ ହୁଏ ନାହିଁ ଓ ନାଡୀ ମିଳେ ନାହିଁ । ଗ୍ରେଡ ୩ ଓ ୪କୁ ଡେଙ୍ଗୁ ସକ୍ ସିନଡ୍ରୋମ କୁହାଯାଏ ।

ପରୀକ୍ଷାଗାର ଯାଞ୍ଚ[ସମ୍ପାଦନା]

ଅଣୁଜୀବ ବିଜ୍ଞାନ ପଦ୍ଧତିରେ ଡେଙ୍ଗୁ ନିର୍ଣ୍ଣୟ କରାଯାଏ । ବିଭିନ୍ନ ପରୀକ୍ଷା ମଧ୍ୟରେ କୋଷ କଲଚର୍, ପି.ସି.ଆରଦ୍ୱାରା ନ୍ୟୁକ୍ଲିକ ଏସିଡ ଅନୁସନ୍ଧାନ, ଭୁତାଣୁ ଆଣ୍ଟିଜେନ ଅନୁସନ୍ଧାନ ଓ ନିର୍ଦ୍ଦିଷ୍ଟ ଆଣ୍ଟିବଡି ଅନୁସନ୍ଧାନ ଉଲ୍ଲେଖଯୋଗ୍ୟ । ଭୁତାଣୁ ଅଲଗା କଲେ ବା ନ୍ୟୁକ୍ଲିକ ଏସିଡ ମିଳିଲେ ଡେଙ୍ଗୁ ନିର୍ଣ୍ଣୟ ଯଥାର୍ଥ ମନେ କରାଯାଏ କିନ୍ତୁ ଏହି ପରୀକ୍ଷା ଅତ୍ୟନ୍ତ ଖର୍ଚ ସାପେକ୍ଷ । ପ୍ରଥମ ୭ ଦିନରେ ପି.ସି.ଆର ଓ ଆଣ୍ଟିଜେନ ଅନୁସନ୍ଧାନ ଫଳପ୍ରଦ ହେଲେ ସଠିକ ଡେଙ୍ଗୁ ନିର୍ଣ୍ଣୟ ବୋଲି ଧରାଯାଏ ।
କେତେକ ଆଣ୍ଟିବଡି ପରୀକ୍ଷାଦ୍ୱାରା ଡେଙ୍ଗୁ ଆକ୍ରମଣର ବହୁତ ଦିନ ପରେ ମଧ୍ୟ ପୂର୍ବରୁ ଡେଙ୍ଗୁ ଥିବା ଜଣାଯାଇପାର ।

ଚିକିତ୍ସା ଓ ଉପଚାର[ସମ୍ପାଦନା]

ଡେଙ୍ଗୁ ନିମନ୍ତେ କିଛି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ । ଶରୀରରେ ଜଳାଭାବ ଦେଖାଗଲେ ଘରୋଇ ଭାବରେ ପାଟିରେ ଜଳ ବା ଲୁଣିଆ ପାଣି ଦିଆଯାଏ । ଡାକ୍ତରଖାନାରେ ଶିରାରେ ରକ୍ତ ଓ ସାଲାଇନ ପାଣି ବା ଶିରାରେ ଦେଇ ହେଉଥିବା କୌଣସି ତରଳ ପଦାର୍ଥ (Intravenous fluid) ଦିଆଯାଏ । ସଙ୍କେତ ଚିହ୍ନ ଥିଲେ ବା ପୂର୍ବରୁ କିଛି ଦେହ ଅସୁସ୍ଥ ଥିଲେ ଡାକ୍ତରଖାନା ଯିବାକୁ ପଡେ ।
ଶିରା ମାଧ୍ୟମ ଜଳ ଯୋଜନ (Intravenous fluid) ଦିନେ ବା ଦୁଇ ଦିନ ଦରକାର ହୁଏ । ଦିନକୁ ୧ମି.ଲି./କେଜି/ଘଣ୍ଟା ପରିସ୍ରା ହେବା ପର୍ୟ୍ୟନ୍ତ ଓ ରକ୍ତ ପରୀକ୍ଷା କରି ସଠିକ ମାତ୍ରା ଆସିବା ପର୍ୟ୍ୟନ୍ତ ଜଳ ଯୋଜନ କରାଯାଏ । ନାକ ବାଟ ଦେଇ ନଳୀ ମାଧ୍ୟମ ଖାଦ୍ୟ ଦେବା, ପେଶୀରେ ଇଞ୍ଜେକସନ ଦେବା ଇତ୍ୟାଦି ଏ ରୋଗରେ ରକ୍ତ ସ୍ରାବ ନ ହେବା ନିମନ୍ତେ ଦିଆଯାଏ ନାହିଁ । ଯନ୍ତ୍ରଣା ଉପଶମ ନିମନ୍ତେ ପାରାସେଟାମଲ ଦିଆଯାଏ । ଏନ୍.ଏସ୍.ଆଇ.ଡି. ଜାତୀୟ ଔଷଧ ଦେଲେ ରକ୍ତ ସ୍ରାବ ହୋଇପାରେ, ଏଣୁ ଏହି ସବୁ ଔଷଧ ଟାଳି ଦିଆଯାଏ । ରକ୍ତଗତ କିଛି ଅସୁବିଧା ଥିଲେ ଯଥା ଶିଘ୍ର ରକ୍ତ ଟ୍ରାନସଫ୍ୟୁଜ କରିବା ଆବଶ୍ୟକ ହୁଏ । ପ୍ୟାକ୍ଡ କଣିକା ଓ ସମ୍ପୂର୍ଣ୍ଣ ରକ୍ତ ଦିଆଯାଏ । ପ୍ଲାଟେଲେଟ ଓ ବରଫିକୃତ ପ୍ଲାଜମା ଦିଆଯାଏ ନାହିଁ ।
ଆରୋଗ୍ୟ ହୋଇଆସୁଥିବା ସମୟରେ ଶିରାରେ ତରଳ ପଦାର୍ଥ ଦିଆଯିବା ଦରକାର ହୁଏ ନାହିଁ । ଦେହରେ ଅତ୍ୟଧିକ ଜଳ ସଞ୍ଚାର ହେଉଥିଲେ ଫୁରୋସେମାଇଡ ଭଳି ଔଷଧ ଦରକାର ହୁଏ ।

ରୋଗ ଅନୁଶୀଳନ[ସମ୍ପାଦନା]

ଡେଙ୍ଗୁ ପ୍ରବଣ ସ୍ଥାନ, ଲାଲ ଚିହ୍ନିତ ସ୍ଥାନ ମହାମାରୀ ପ୍ରବଣ


ବିନା ଚିକିତ୍ସାରେ ୧-୫% ଓ ଚିକିତ୍ସିତ <୧% ଲୋକ ମୃତ୍ୟୁ ବରଣ କରନ୍ତି । ଅନ୍ୟ ସମସ୍ତେ ଆରୋଗ୍ୟ ଲାଭ କରନ୍ତି । ସଂଘାତିକ ରୋଗୀମାନଙ୍କ ଭିତରୁ ପ୍ରାୟ ୨୬% ଲୋକ ମରି ଯାଆନ୍ତି । ଶହେ ଦଶଟି ଦେଶରେ ଏହା ଆଞ୍ଚଳିକ(Endemic) ରୋଗ ହୋଇ ରହିଛି । ପ୍ରତି ବର୍ଷ ୫୦-୧୦୦ ନିୟୁତ ଲୋକ ରୋଗାକ୍ରାନ୍ତ ହୁଅନ୍ତି ଓ ଅଧା ନିୟୁତ ଲୋକ ଡାକ୍ତରଖାନାରେ ଆଡମିଶନ ହୁଅନ୍ତି ।
ଅସାମର୍ଥ୍ୟ ଜୀବନ ବର୍ଷ (disability-adjusted life year (DALY))- ଅସୁସ୍ଥ ବା ଅପମୃତ୍ୟୁ ଜନିତ କାର୍ଯ୍ୟ ହାନୀ ବର୍ଷ । ଡେଙ୍ଗୁ ରୋଗରେ ୧୬୦୦ ବର୍ଷ କ୍ଷତି/ ଏକ ନିୟୁତ ଜନସଂଖ୍ୟାରେ ଆକଳନ ହୋଇଛି । ଏହାର ଯକ୍ଷ୍ମା ଓ ଅନ୍ୟାନ୍ୟ ଶିଶୁ ଗୋଗ ସହ ସାମଞ୍ଜସ୍ୟ ରହିଛି । ମ୍ୟାଲେରିଆ ପରେ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ମ୍ୟାଲେରିଆ ପରେ ଉଲ୍ଲେଖନୀୟ ରୋଗ ହିସାବରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଡବ୍ଲ୍ୟୁ.ଏଚ.ଓ. ଅନୁସାରେ ହେଳା କରାଯାଉଥିବା ରୋଗମାନଙ୍କର ତାଲିକାରେ ଏହା ପ୍ରଥମ ୧୬ ମଧ୍ୟରେ ଅଛି ।
ଦକ୍ଷିଣ ପୂର୍ବ ଏସିଆରେ ଦେଖା ଯାଉଥିବା ଡେଙ୍ଗୁ କ୍ରମେ କ୍ରମେ ଦକ୍ଷିଣ ଚୀନ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଆମେରିକାକୁ ବିସ୍ତାର ଲାଭ କରୁଛି । ୟୁରୋପକୁ ମଧ୍ୟ ଯିବା ସମ୍ଭାବନା ଅଛି।

ନିବାରଣ[ସମ୍ପାଦନା]

ଜମି ରହିଥିବା ଜଳ ନିଷ୍କାସନ ପ୍ରଚେଷ୍ଟା

ଏଡିସ୍ ଇଜିପ୍ଟି ମଶାଙ୍କୁ ନିର୍ମୂଳ କରିବା ନିମନ୍ତେ ତାଙ୍କ ବାସସ୍ଥାନ ନିର୍ମୂଳ କରିବା ଆବଶ୍ୟକ । କୌଣସି ସ୍ଥାନରେ ବା ପାତ୍ରରେ ଜଳ ଜମି ରହୁଥିଲେ ତାହା ନିଷ୍କାସନ କରିବା ବା ସେହି ଜଳରେ ପୋକ ମରା ଔଷଧ ପକାଇବା ଆବଶ୍ୟକ । ଜୈବିକ ନିୟନ୍ତ୍ରଣ ଉପାୟରେ ମଶାର ଶତ୍ରୁ କୀଟମାନଂକଦ୍ୱାରା ସେମାନଂକୁ ନିପାତ କରାଯାଇ ପାର । ମଶା କାମୁଡାରୁ ରକ୍ଷା ପାଇବା ନିମନ୍ତେ ମଶାରୀ ବ୍ୟବହାର ଓ ଦେହକୁ ଘୋଡେଇ ହେବା ଭଳି ପୋଷାକ ପିନ୍ଧିବା ଦରକାର । ମଶା ନ କାମୁଡିବା ନିମନ୍ତେ ମଧ୍ୟ ଔଷଧ ମିଳୁଛି ଯାହା ଲଗାଇଲେ ମଶା କାମୁଡିବେ ନାହିଁ
ଡେଙ୍ଗୁ ଭୁତାଣୁ ବିରୁଦ୍ଧରେ କୌଣସି ଟୀକା ନାହିଁ । ତେଣୁ ଜନ ସାଧାରଣଙ୍କର ଆବଗତି, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କର ମିଳିତ ଉଦ୍ୟମ ଓ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପରେ ଡବ୍ଲ୍ୟ.ଏଚ.ଓ. ଜୋର ଦେଉଛି ।

ଟିକା[ସମ୍ପାଦନା]

ସନ ୨୦୧୬ରେ ଆଂଶିକ କାର୍ଯ୍ୟକାରୀ ଡେଙ୍ଗୁ ଟିକା (vaccine for dengue fever) ବ୍ୟବସାୟୀକ ଭିତ୍ତିରେ ଫିଲିପାଇନସ ଓ ଇଣ୍ଡୋନେସିଆରେ ଉପଲବ୍‌ଧ ହେଲାଣି । [୪] ମେକସିକୋ, ବ୍ରାଜିଲ, ଏଲ ସାଲଭାଡର, କୋଷ୍ଟାରିକା, ସିଙ୍ଗାପୁର, ପାରାଗୁଏ ଓ ୟୁରୋପ ତ‌ଥା ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ସ୍ଥାନମାନଙ୍କରେ ଏହା ବ୍ୟବ‌ହାର ନିମନ୍ତେ ସ୍ୱୀକୃତି ମିଳିଛି । [୨୮] ଯାହାର ପୂର୍ବରୁ ଡେଙ୍ଗୁ ସଂକ୍ରମଣ ଅଛି ବା ୯ ବର୍ଷ ବୟସ ସୁଦ୍ଧା ଯେଉଁ ସ୍ଥାନରେ ୮୦% ପିଲା ସଂକ୍ରମିତ ହୋଇଛନ୍ତି, ସେହିମାନଙ୍କୁ ଏହି ଟିକା ଦେବାକୁ ସ୍ୱୀକୃତି ମିଳିଛି । ଯେଉଁମାନଙ୍କର ପୂର୍ବରୁ ସଂକ୍ରମଣ ହୋଇ ନାହିଁ କିନ୍ତୁ ପରେ ଖରାପ ଧରଣର ସଂକ୍ରମଣ ହେବା ସମ୍ଭାବନା ଅଛି, ସେମାନଙ୍କୁ ମଧ୍ୟ ଦିଆଯାଉଛି । For this reason Prescrire does not see it as suitable for wide scale immunization, even in areas were the disease is common.[୨୯]

ଇତିହାସ[ସମ୍ପାଦନା]

ଚୀନ ଦେଶରେ ୨୬୫ରୁ ୪୨୦ ମସିହାରେ ଲିଖିତ ଜିନ ରାଜବଂଶର ଡାକ୍ତରୀ ଅଭିଧାନରେ ଉଡନ୍ତା ପତଙ୍ଗ ଓ 'ଜଳୀୟ ବିଷ' ବିଷୟରେ ଉଲ୍ଲେଖ ଅଛି । ଏହା ବୋଧହୁଏ ସଂସାରର ଡେଙ୍ଗୁ ବିଷୟରେ ପ୍ରଥମ ଆଲେଖ୍ୟ । ୧୭୦୦ ଶତାବ୍ଦୀରେ ବିଭିନ୍ନ ମହାମାରୀର ବର୍ଣ୍ଣନା ଅଛି । ଡେଙ୍ଗୁ ବିଷୟରେ ଏସିଆ, ଆଫ୍ରିକା ଓ ଉତ୍ତର ଆମେରିକାରେ ୧୭୭୯ ଓ ୧୭୮୦ ମସିହାରେ ମହାମାରୀ ହେବାର ବିଜ୍ଞପ୍ତି ଅଛି । ସେହି ସମୟଠାରୁ ଆରମ୍ଭ କରି ୧୯୪୦ ମସିହା ପର୍ଯ୍ୟନ୍ତ ଅନେକ ମହାମାରୀ ହୋଇଛି।
୧୯୦୬ ମସିହାରେ ପ୍ରଥମେ ଏଡିସ ମଶା ଡେଙ୍ଗୁର ବାହକ ବୋଲି ନିଶ୍ଚିତ ହେଲେ । ୧୯୦୭ ମସିହାରେ ଏହା ଭୁତାଣୁ ଜନିତ ରୋଗ ବୋଲି ଜଣା ପଡ଼ିଲା । ସେତେବେଳେ ହଳଦିଆ ଜର (Yellow fever) ପରେ ଏହା ଦ୍ୱିତୀୟ ଭୁତାଣୁ ରୋଗ ବୋଲି ପ୍ରମାଣିତ ହେଲା । ଡେଙ୍ଗୁ ସଂକ୍ରମଣ ବିଷୟରେ ଜନ୍ ବର୍ଟନ୍ ଓ ଜୋସେଫ୍ଙ୍କଦ୍ୱାରା ଅନ୍ୱେଷ୍ୱଣ ସମାପ୍ତ ହେଲା ।
ଦ୍ୱିତୀୟ ମହାଯୁଦ୍ଧ ପରେ ପରିବେଶ ବିଶୃଙ୍ଖଳା ଯୋଗୁ ଏହି ରୋଗ ଅଧିକ ବ୍ୟାପକ ହେବାକୁ ଲାଗିଲା । ଫିଲିପାଇନ୍ସରେ ୧୮୫୩ ମସିହାରେ ଏହାର ମାରାତ୍ମକ ଦିଗ ପ୍ରତି ଆଲୋକପାତ କରା ଯାଇଥିଲା ।୧୯୮୧ ମସିହାରେ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଡେଙ୍ଗୁ ରକ୍ତସ୍ରାବ ଜର ଓ ସକ୍ ସିନ୍ଡ୍ରୋମ ବିଷୟରେ ଜଣା ପଡ଼ିଥିଲା ।

ଗବେଷଣା[ସମ୍ପାଦନା]

ଗୁପି/ପୋସେଲିଆ/Poecillia Reticulata/million fish ଏକ ପ୍ରକାର ମାଛ ଯିଏ ମଶା ଲାର୍ଭା ଖାଇଯାଏ

ମଶା ବଂଶ ନିପାତ ଓ ଟୀକା ଦେବାଦ୍ୱାରା ଡେଙ୍ଗୁ ନିରାକରଣ ସମ୍ଭବ । ମଶା ବଂଶ ବିସ୍ତାର ରୋକିବାକୁ ଅନେକ ପ୍ରକାର ନୂଆ ଉପାୟର ଅନୁସନ୍ଧାନ ଚାଲିଛି । ଏଡିସ ମଶା ମାରିବା ନିମନ୍ତେ ପୋସେଲିଆ ରେଟିକୁଲାଟା(Poecilia reticulata) ମାଛ ଜଳାଶୟରେ ଛାଡିଲେ ମଶାର ଲାର୍ଭାକୁ ମାଛ ଖାଇଯାଆନ୍ତି, ଫଳରେ ମଶାର ବଂଶ ବିସ୍ତାର ହୋଇପାରେ ନାହିଁ । ମଶାମାନଙ୍କ ଦେହରେ ବ୍ୱଲବାଚିଆ (Wolbachia)ଜୀବାଣୁ ସଂକ୍ରମଣ କରେଇ ତାଙ୍କ ଦେହରେ ଡେଙ୍ଗୁ ପ୍ରତିରୋଧ ଶକ୍ତି ସୃଷ୍ଟି କରାଯାଉଛି । ମଶା ଦେହରେ ଡେଙ୍ଗୁ ନ ହେଲେ ମଣିଷ ଦେହରେ ହେବ ନାହିଁ ।
ଡେଙ୍ଗୁର ଚାରି ପ୍ରକାର ସେରୋଟାଇପ (serotypes)ବିରୁଦ୍ଧରେ ଟୀକା ପ୍ରସ୍ତୁତ ଚେଷ୍ଟା ଚାଲିଛି । ଏ ଦିଗରେ ଗୋଟିଏ ମୂଖ୍ୟ ଅସୁବିଧା ହେଲା: ଆଣ୍ଟିବଡି ଡିପେଣ୍ଡେଣ୍ଟ ଏନହାନସମେଣ୍ଟ (antibody-dependent enhancement ବା ADE), ଏହି ଅବସ୍ଥା ଉତ୍ପନ୍ନ ହେଲେ ଡେଙ୍ଗୁ ସମ୍ଭାବନା ବହୁତ ଅଧିକ ହୋଇଯାଏ । ଆଦର୍ଶ ଟୀକାର ଗୁଣ: ଏକ ବା ଦୁଇ ଇଞ୍ଜେକସନ ଦେଇ ଚାରି ପ୍ରକାର ଭୁତାଣୁ ବିରୁଦ୍ଧରେ ପ୍ରତିରୋଧ କ୍ଷମତା ଥିବ, ସହଜରେ ନିଆ ଅଣା କରାଯାଇ ପାରୁଥିବ, ନଷ୍ଟ ନ ହେବା ଭଳି ଜମା (Store) କରି ରଖି ହେଉଥିବ, ସହଜରେ ଓ ଅଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବ । ୨୦୧୨ ମସିହାରେ ଅନେକ ଚେଷ୍ଟା ଚାଲିଛି । ଦୁର୍ବଳିକୃତ ହଳଦିଆ ଜର ଭୁତାଣୁ ଓ ଚାରି ସେରୋଟାଇପ ଡେଙ୍ଗୁ ଭୁତାଣୁ ନେଇ ଚେଷ୍ଟା ଚାଲିଛି ।
ଏହା ବ୍ୟତିତ ଭୁତାଣୁ ବିରୋଧି ଔଷଧ ଆବିଷ୍କାର ଚେଷ୍ଟା ମଧ୍ୟ ଚାଲିଛି

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Dengue and severe dengue Fact sheet N°117". WHO. May 2015. Retrieved 3 February 2016.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Kularatne, SA (15 September 2015). "Dengue fever". BMJ (Clinical research ed.). 351: h4661. PMID 26374064.
  3. Nelson Textbook of Pediatrics: The field of pediatrics. Elsevier Health Sciences. 2016. p. 1631. ISBN 9781455775668. Archived from the original on 10 September 2017.
  4. ୪.୦ ୪.୧ East, Susie (6 April 2016). "World's first dengue fever vaccine launched in the Philippines". CNN. Archived from the original on 18 October 2016. Retrieved 17 October 2016.
  5. Normile D (2013). "Surprising new dengue virus throws a spanner in disease control efforts". Science. 342 (6157): 415. doi:10.1126/science.342.6157.415. PMID 24159024.
  6. Maron, Dina (December 30, 2015). "The mosquito-borne disease afflicts millions, and has had no approved vaccine until now". Scientific America. Retrieved 3 February 2016.
  7. ୭.୦ ୭.୧ ୭.୨ Ranjit S, Kissoon N (January 2011). "Dengue hemorrhagic fever and shock syndromes". Pediatr. Crit. Care Med. 12 (1): 90–100. doi:10.1097/PCC.0b013e3181e911a7. PMID 20639791.
  8. ୮.୦ ୮.୧ Gubler DJ (July 1998). "Dengue and dengue hemorrhagic fever". Clin. Microbiol. Rev. 11 (3): 480–96. PMC 88892. PMID 9665979.
  9. ୯.୦ ୯.୧ ୯.୨ Whitehorn J, Farrar J (2010). "Dengue". Br. Med. Bull. 95: 161–73. doi:10.1093/bmb/ldq019. PMID 20616106.
  10. Bhatt S, Gething PW, Brady OJ, et al. (April 2013). "The global distribution and burden of dengue". Nature. 496 (7446): 504–7. doi:10.1038/nature12060. PMC 3651993. PMID 23563266.
  11. Carabali, M; Hernandez, LM; Arauz, MJ; Villar, LA; Ridde, V (30 July 2015). "Why are people with dengue dying? A scoping review of determinants for dengue mortality". BMC infectious diseases. 15: 301. PMID 26223700.
  12. Stanaway, JD; Shepard, DS; Undurraga, EA; Halasa, YA; Coffeng, LE; Brady, OJ; Hay, SI; Bedi, N; Bensenor, IM; Castañeda-Orjuela, CA; Chuang, TW; Gibney, KB; Memish, ZA; Rafay, A; Ukwaja, KN; Yonemoto, N; Murray, CJ (10 February 2016). "The global burden of dengue: an analysis from the Global Burden of Disease Study 2013". The Lancet. Infectious diseases. PMID 26874619.
  13. Henchal EA, Putnak JR (October 1990). "The dengue viruses". Clin. Microbiol. Rev. 3 (4): 376–96. doi:10.1128/CMR.3.4.376. PMC 358169. PMID 2224837.
  14. Noble CG, Chen YL, Dong H (March 2010). "Strategies for development of Dengue virus inhibitors". Antiviral Res. 85 (3): 450–62. doi:10.1016/j.antiviral.2009.12.011. PMID 20060421. {{cite journal}}: Unknown parameter |displayauthors= ignored (|display-authors= suggested) (help)CS1 maint: multiple names: authors list (link)
  15. "Neglected Tropical Diseases". cdc.gov. 6 June 2011. Archived from the original on 4 December 2014. Retrieved 28 November 2014.
  16. ୧୬.୦ ୧୬.୧ Reiter P (ମାର୍ଚ୍ଚ 2010). "Yellow fever and dengue: a threat to Europe?". Euro Surveillance. 15 (10): 19509. PMID 20403310. Archived from the original on 7 ଜୁଲାଇ 2011.
  17. ୧୭.୦ ୧୭.୧ ୧୭.୨ Gubler DJ (2010). "Dengue viruses". In Mahy BWJ; Van Regenmortel MHV (eds.). Desk Encyclopedia of Human and Medical Virology. Boston: Academic Press. pp. 372–82. ISBN 0-12-375147-0. Archived from the original on 9 June 2016.
  18. Varatharaj A (2010). "Encephalitis in the clinical spectrum of dengue infection". Neurology India. 58 (4): 585–91. doi:10.4103/0028-3886.68655. PMID 20739797. Archived from the original on 14 ଜୁଲାଇ 2011.{{cite journal}}: CS1 maint: unflagged free DOI (link)
  19. ୧୯.୦ ୧୯.୧ Simmons CP, Farrar JJ, Nguyen vV, Wills B (April 2012). "Dengue". The New England Journal of Medicine. 366 (15): 1423–32. doi:10.1056/NEJMra1110265. PMID 22494122.
  20. "Travelers' Health Outbreak Notice". Centers for Disease Control and Prevention. 2 June 2010. Archived from the original on 26 August 2010. Retrieved 27 August 2010.
  21. "Vector-borne viral infections". World Health Organization. Archived from the original on 3 February 2011. Retrieved 17 January 2011.
  22. Center for Disease Control and Prevention. "Chapter 5 – dengue fever (DF) and dengue hemorrhagic fever (DHF)". 2010 Yellow Book. Archived from the original on 29 December 2010. Retrieved 23 December 2010.
  23. St. Georgiev, Vassil (2009). National Institute of Allergy and Infectious Diseases, NIH (1 ed.). Totowa, N.J.: Humana. p. 268. ISBN 978-1-60327-297-1. Archived from the original on 1 May 2016.
  24. Wilder-Smith A, Chen LH, Massad E, Wilson ME (ଜାନୁଆରୀ 2009). "Threat of dengue to blood safety in dengue-endemic countries". Emerging Infectious Diseases. 15 (1): 8–11. doi:10.3201/eid1501.071097. PMC 2660677. PMID 19116042. Archived from the original on 24 ମାର୍ଚ୍ଚ 2010.
  25. Stramer SL, Hollinger FB, Katz LM, Kleinman S, Metzel PS, Gregory KR, Dodd RY (August 2009). "Emerging infectious disease agents and their potential threat to transfusion safety". Transfusion. 49 Suppl 2: 1S–29S. doi:10.1111/j.1537-2995.2009.02279.x. PMID 19686562.
  26. Teo D, Ng LC, Lam S (ଅପ୍ରେଲ 2009). "Is dengue a threat to the blood supply?". Transfusion Medicine. 19 (2): 66–77. doi:10.1111/j.1365-3148.2009.00916.x. PMC 2713854. PMID 19392949. Archived from the original on 7 ଡିସେମ୍ବର 2013.
  27. Wiwanitkit V (ନଭେମ୍ବର 2009). "Unusual mode of transmission of dengue". Journal of Infection in Developing Countries. 4 (1): 51–4. doi:10.3855/jidc.145. PMID 20130380. Archived from the original on 4 ଅକ୍ଟୋବର 2011.
  28. "HSA Updates on Additional Risk of Dengvaxia® in Individuals with No Prior Dengue Experience". HSA Singapore. Archived from the original on 2 February 2018. Retrieved 2 February 2018.
  29. "Dengue vaccine (Dengvaxia°). Not for large-scale use". english.prescrire.org. 39 (433): 810. November 2019.

ଅଧିକ ତଥ୍ୟ[ସମ୍ପାଦନା]