Jump to content

ଜାପାନିଜ ଏନସେଫାଲାଇଟିସ

ଉଇକିପିଡ଼ିଆ‌ରୁ
ଜାପାନିଜ ଏନସେଫାଲାଇଟିସ (Japanese encephalitis)
ଜାପାନିଜ ବି ଏନସେଫାଲାଇଟିସ (Japanese B encephalitis)
ବିଭାଗସଂକ୍ରମକ ରୋଗ (Infectious disease)
ଲକ୍ଷଣମୁଣ୍ଡ ବିନ୍ଧା, ଜ୍ୱର, ବାନ୍ତି, ମାନସିକ ଦ୍ୱନ୍ଦବ (confusion), ଅପସ୍ମାର ବାତ (seizures)[]
ଆକ୍ରାନ୍ତ ସମୟସଂକ୍ରମଣର ୫-୧୫ ଦିନ ପରେ []
କାରଣଜାପାନିଜ ଏନସେଫାଲାଇଟିସ ଭୁତାଣୁ (Japanese encephalitis virus) (spread by mosquitoes)
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ଓ ସେରେବ୍ରୋସ୍ପାଇନାଲ ତରଳ ପଦାର୍ଥ (cerebrospinal fluid) ପରୀକ୍ଷା []
ପ୍ରତିକାରଜାପାନିଜ ଏନସେଫାଲାଇଟିସ ଭୁତାଣୁ (Japanese encephalitis vaccine), ମଶାକାମୁଡ଼ାରୁ ଦୂରେଇବା []
ଚିକିତ୍ସାସାହାଯ୍ୟକାରୀ ଯତ୍ନ (Supportive care)[]
Prognosisଅର୍ଦ୍ଧେକ ସଂଖ୍ୟକ ରୋଗୀଙ୍କର ସ୍ଥାୟୀ ସମସ୍ୟା ରହେ । []
ପୁନଃପୌନିକ୬୮,୦୦୦[]
ମୃତ୍ୟୁ ସାନ୍ଦ୍ରତା୧୭,୦୦୦[]

ଜାପାନିଜ ଏନସେଫାଲାଇଟିସ ବା ଜେଇ (Japanese encephalitis/ JE) ଏକ ମସ୍ତିଷ୍କର (brain) ସଂକ୍ରାମକ ରୋଗ ଯାହା ଜାପାନିଜ ଏନସେଫାଲାଇଟିସ ଭୂତାଣୁଦ୍ୱାରା (Japanese encephalitis virus) ହୁଏ ।[] ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ନ ଥାଏ କିନ୍ତୁ କ୍ୱଚିତ କେଶରେ ଏନସେଫାଲାଇଟିସ (inflammation of the brain occurs) ଲକ୍ଷଣ ଦେଖାଯାଏ । [] ରୋଗ ହେଲେ ମୁଣ୍ଡ ବିନ୍ଧା, ଜ୍ୱର, ବାନ୍ତି, ମାନସିକ ଦ୍ୱନ୍ଦବ (confusion), ଅପସ୍ମାର ବାତ (seizures) ଲକ୍ଷଣମାନ ଦେଖାଯେ ।[] ସଂକ୍ରମଣର ୫-୧୫ ଦିନ ପରେ ଲକ୍ଷଣ ବାହାରେ । []

କ୍ୟୁଲେକ୍ସ ପ୍ରଜାତିର (Culex) ମଶାଦ୍ୱାରା ଏହି ରୋଗର ଭୂତାଣୁ ବ୍ୟାପିଥାଏ ।[] ଘୁଷୁରୀ (Pigs) ଓ ପକ୍ଷୀମାନଙ୍କ ଦେହରେ ଏହି ଭୂତାଣୁ ଥାଏ । [] ସ‌ହରତଳି ଅଞ୍ଚଳମାନଙ୍କରେ ଏ ରୋଗ ଦେଖାଯାଏ ।[] ରକ୍ତ ଓ ସେରେବ୍ରୋସ୍ପାଇନାଲ ତରଳ ପଦାର୍ଥ (cerebrospinal fluid) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । []

ଏହି ରୋଗର ପ୍ରତିଷେଧ ନିମନ୍ତେ ଜାପାନୀ ଏନ‌କେଫାଲାଇଟିସ୍ ଟିକା (Japanese encephalitis vaccine) ଦିଆଯାଏ ଯାହା ପ୍ରଭାବଶାଳୀ ଓ ବିପଦଶୂନ୍ୟ ।[] ଅନ୍ୟ ପନ୍ଥାରେ ମଶା ନ କାମୁଡ଼ିବା ଉପାୟ ଅବଲମ୍ବନ କରାଯାଏ ।[] ରୋଗ ଆରମ୍ଭ ହେଲେ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥାଏ ଓ କେବଳ ସାହାଯ୍ୟକାରୀ ଯତ୍ନ (Supportive care) ନିଆଯାଏ । [] ସାଧାରଣତଃ ଡାକ୍ତରଖାନାରେ ଏ ରୋଗର ଚିକିତ୍ସା କରାଯାଏ ।[] ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ରୋଗୀଙ୍କର ସ୍ଥାୟୀ ସମସ୍ୟା ରହେ । []

ସାଧାରଣତଃ ଦକ୍ଷିଣପୂର୍ବ ଏସିଆ (Southeast Asia) ଓ ପଶ୍ଚିମ ପାସିଫିକ (Western Pacific) ଅଞ୍ଚଳରେ ଜାପାନିଜ ଏନସେଫାଲାଇଟିସ ରୋଗ ଅଧିକ ଦେଖାଯାଏ ।[] ଏହି ଅଞ୍ଚଳରେ ପ୍ରାୟ ୩ ଶହ କୋଟି (3 billion) ଲୋକ ବାସ କରନ୍ତି । [] ପ୍ରତି ବର୍ଷ ପ୍ରାୟ ୬୮,୦୦୦ ଲୋକଙ୍କୁ ଏହି ରୋଗ ହୁଏ ଓ ୧୭,୦୦୦ ଲୋକ ମୃତ୍ୟୁ ବରଣ କରନ୍ତି ।[] ଅନେକ ସମୟରେ ରୋଗ ମହାମାରୀ (outbreaks) ଆକାର ଧାରଣ କରେ ।[] ସନ ୧୮୭୧ରେ ପ୍ରଥମେ ଏହି ରୋଗ ବିଷୟରେ ସବିଶେଷ ବର୍ଣ୍ଣନା କରାଯାଇଥିଲା ।[]

  1. 1 2 3 4 5 6 7 "Symptoms and Treatment". CDC (in ଆମେରିକୀୟ ଇଂରାଜୀ). ଅଗଷ୍ଟ 2015. Archived from the original on 17 ଜୁନ 2017. Retrieved 29 ଅକ୍ଟୋବର 2017.
  2. 1 2 3 4 5 6 7 8 9 10 11 12 13 14 15 16 17 "Japanese encephalitis". World Health Organization. ଡିସେମ୍ବର 2015. Archived from the original on 13 ଜୁଲାଇ 2017. Retrieved 29 ଅକ୍ଟୋବର 2017.
  3. 1 2 "Japanese Encephalitis". CDC (in ଆମେରିକୀୟ ଇଂରାଜୀ). ଅଗଷ୍ଟ 2015. Archived from the original on 24 ମଇ 2017. Retrieved 29 ଅକ୍ଟୋବର 2017.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ