Jump to content

ଚିକୁନ‌ଗୁନିଆ

ଉଇକିପିଡ଼ିଆ‌ରୁ

‌‌‌

ଚିକୁନ‌ଗୁନିଆ
ଡାହାଣ ପାଦରେ ଚିକୁନ‌ଗୁନିଆ ରାସ ଦେଖାଯାଉଛି ।
ଉଚ୍ଚାରଣ
ବିଭାଗInfectious disease
ଆଇସିଡ଼ି-୧୦A92.0
ଆଇସିଡ଼ି-୯-ସିଏମ୍065.4, 066.3
ରୋଗ ଡାଟାବେସ32213
ଇ-ମେଡ଼ିସିନarticle/2225687
MeSHD018354
Orphanet324625

ଚିକୁନ‌ଗୁନିଆ (ଇଂରାଜୀ ଭାଷାରେ Chikungunya) ଏକ ସଂକ୍ରମଣ (infection) ଯାହା ଚିକୁନ‌ଗୁନିଆ ଭୁତାଣୁଦ୍ୱାରା ହୁଏ ।[] ଏହି ରୋଗର ମୂଖ୍ୟ ଲକ୍ଷଣ: ଜ୍ୱରଗଣ୍ଠି ଯନ୍ତ୍ରଣା (joint pain) ।[] ଭୁତାଣୁ ସଂସ୍ପର୍ଶରେ ଆସିବାର ୨ରୁ ୧୨ ଦିନ ପରେ ଏହି ଲକ୍ଷଣମାନ ଦେଖାଯାଏ [] ଅନ୍ୟାନ୍ୟ ଲକ୍ଷଣ: ମୁଣ୍ଡବଥା, ଗଣ୍ଠିଫୁଲା ଓ ରାସ ଇତ୍ୟାଦି ଦେଖାଯାଏ । ଅଧିକାଂଶ ରୋଗୀ ଏକ ସପ୍ତାହ ଭିତରେ ଭଲ ଅନୁଭବ କରନ୍ତି କିନ୍ତୁ ଗଣ୍ଠି ଯନ୍ତ୍ରଣା ମାସ ମାସ ଧରି ରହିଯାଏ [] ଏହି ରୋଗରେ ମୃତ୍ୟୁ ସଙ୍କଟ ହାର (risk of death) ପ୍ରତି ୧,୦୦୦ ଲୋକରେ ୧ ଜଣ ।[] ଅଳ୍ପ ବୟସର ଯୁବକ, ବୃଦ୍ଧ ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକ ଏହି ରୋଗ ସଙ୍କଟରେ ଅଧିକ ରହନ୍ତି []

ଦୁଇ ପ୍ରଜାତିର ମଶାଙ୍କଦ୍ୱାରାଏହି ରୋଗ ମାନବରୁ ମାନବକୁ ବ୍ୟାପିଥାଏ, ସେହି ମଶାଙ୍କର ନାମ ଏଡିସ ଆଲବୋପିକ୍ଟସ (Aedes albopictus) ଓ ଏଡିସ ଇଜିପ୍ଟି (Aedes aegypti).[] ଅହି ମଶା ମୂଖ୍ୟତଃ ଦିନରେ କାମୁଡ଼ନ୍ତି ।[] ପକ୍ଷୀ ଓ ମୂଷା ଜାତୀୟ ଜୀବମାନେ (rodent) ଏହି ଭୁତାଣୁର ପ୍ରାକୃତିକ ଭଣ୍ଡାର (virus may circulate within a number of animals) ଥାଆନ୍ତି । ରକ୍ତ ପରୀକ୍ଷାରେ ଭୁତାଣୁର ଆରଏନଏ (RNA) ବା ଆଣ୍ଟବଡି (antibodies) ମିଳିଲେ ରୋଗ ନିର୍ଣ୍ଣୟ ହୋଇଯାଏ । ଜିକା ଜ୍ୱର (Zika fever) ଓ ଡେଙ୍ଗୁ ଜ୍ୱର (dengue fever) ସ‌ହ ଏହି ରୋଗର ସାମଞ୍ଜସ୍ୟ ଥିବାରୁ ରୋଗ ନିିର୍ଣ୍ଣୟରେ ଭୂଲ ହୋଇଯିବା ସମ୍ଭାବନା ଥାଏ ।[] ଥରେ ସଂକ୍ରମିତ ହେଲେ ଅଧିକାଂଶ ଲୋକଙ୍କର ଇମ୍ମ୍ୟୁନିଟି (immune) ହୋଇଯାଏ []

ଚିକୁନ‌ଗୁନିଆ ରୋଗର ପ୍ରତିଷେଧ ନିମନ୍ତେ ସମ୍ପୁର୍ଣ୍ଣ ମଶା ନିୟନ୍ତ୍ରଣ (mosquito control) ସ‌ହିତ ମଶା କାମୁଡ଼ା ଏଡ଼େଇବା ଆବଶ୍ୟକ ।[] ସ୍ଥିର ଜଳ ନ ରଖିବା ଓ ମଶା ବିକର୍ଷକ ଔଷଧ (insect repellent) ବ୍ୟବ‌ହାର କରିବା ସ‌ହିତ ମଶାରୀ ବ୍ୟବ‌ହାର କରିବାକୁ ପରାମର୍ଶ ଦିଆଯାଏ । ସନ ୨୦୧୬ ସୁଦ୍ଧା ଏହି ରୋଗ ନିମନ୍ତେ କୌଣସି ଟିକା ଉଦଭାବନ ହୋଇନାହିଁ ବା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ହୋଇନାହିଁ ।[] ରୋଗୀକୁ ବିଶ୍ରାମ, ତରଳ ପଦାର୍ଥ ଓ ଔଷଧ ଦେଇ ଜ୍ୱର ଓ ଗଣ୍ଠି ଯନ୍ତ୍ରଣାର ଚିକିତ୍ସା କରାଯାଏ ।[][]

ସ୍ୱାଭାବିକ ଭାବରେ ଏହି ରୋଗ ଆଫ୍ରିକା ଓ ଏସିଆରେ ହେଲେ ମଧ୍ୟ ସନ ୨୦୦୦ରୁ ୟୁରୋପ ଓ ଆମେରିକାରେ ସଂକ୍ରମଣ ପ୍ରକୋପ (outbreak) ହେଉଥିବା ଦେଖାଯାଉଛି । ସନ ୨୦୧୪ରେ ଏକ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିବା ସନ୍ଦେହ କରାଯାଉଛି ।[] ସନ ୨୦୧୪ରେ ଫ୍ଲୋରିଡାରେ ଏ ରୋଗ ହୋଇଥିଲା କିନ୍ତୁ ୨୦୧୬ରେ ସ୍ଥାନୀୟ କେଶ୍ ରିପୋର୍ଟ ମିଳିନାହିଁ ।[][] ସନ ୧୯୫୨ରେ ତଞ୍ଜାନିଆରେ (Tanzania) ପ୍ରଥମେ ଏହି ରୋଗ ଚିହ୍ନଟ ହୋଇଥିଲା ।[] ଚିକୁନ‌ଗୁନିଆ ନାମଟି କିମାକୋଣ୍ଡେ ଭାଷାରୁ (Kimakonde language) ନିଆଯାଇଛି ଯାହାର ଅର୍ଥ 'ବିକୃତ ହେବାକୁ ଥିବା' ।[]

  1. "chikungunya". Oxford Learner's Dictionary. Oxford University Press. Retrieved 4 November 2014.
  2. 1 2 3 4 5 6 7 8 9 "Chikungunya Fact sheet". WHO. April 2016. Retrieved 26 September 2016.
  3. 1 2 3 4 5 "Chikungunya Virus Symptoms, Diagnosis, & Treatment". CDC. 6 April 2016. Retrieved 26 September 2016.
  4. 1 2 Caglioti, C; Lalle, E; Castilletti, C; Carletti, F; Capobianchi, MR; Bordi, L (July 2013). "Chikungunya virus infection: an overview". The new microbiologica. 36 (3): 211–27. PMID 23912863.
  5. "Prevention". CDC. 26 February 2016. Retrieved 26 September 2016.
  6. Staples JE, Fischer M (2014). "Chikungunya virus in the Americas--what a vectorborne pathogen can do". N. Engl. J. Med. 371 (10): 887–9. doi:10.1056/NEJMp1407698. PMID 25184860.
  7. "2016 provisional data for the United States". CDC. 20 September 2016. Retrieved 26 September 2016.