ଚିକୁନ‌ଗୁନିଆ

ଉଇକିପିଡ଼ିଆ‌ରୁ

‌‌‌

ଚିକୁନ‌ଗୁନିଆ
ଡାହାଣ ପାଦରେ ଚିକୁନ‌ଗୁନିଆ ରାସ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌɪkənˈɡʌnjə/[୧] CHI-kən-GUUN-yə
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A92.0
ଆଇସିଡ଼ି-୯-ସିଏମ୍065.4, 066.3
ରୋଗ ଡାଟାବେସ32213
ଇ-ମେଡ଼ିସିନarticle/2225687
MeSHD018354
Orphanet324625

ଚିକୁନ‌ଗୁନିଆ (ଇଂରାଜୀ ଭାଷାରେ Chikungunya) ଏକ ସଂକ୍ରମଣ (infection) ଯାହା ଚିକୁନ‌ଗୁନିଆ ଭୁତାଣୁଦ୍ୱାରା ହୁଏ ।[୨] ଏହି ରୋଗର ମୂଖ୍ୟ ଲକ୍ଷଣ: ଜ୍ୱରଗଣ୍ଠି ଯନ୍ତ୍ରଣା (joint pain) ।[୩] ଭୁତାଣୁ ସଂସ୍ପର୍ଶରେ ଆସିବାର ୨ରୁ ୧୨ ଦିନ ପରେ ଏହି ଲକ୍ଷଣମାନ ଦେଖାଯାଏ ।[୨] ଅନ୍ୟାନ୍ୟ ଲକ୍ଷଣ: ମୁଣ୍ଡବଥା, ଗଣ୍ଠିଫୁଲା ଓ ରାସ ଇତ୍ୟାଦି ଦେଖାଯାଏ । ଅଧିକାଂଶ ରୋଗୀ ଏକ ସପ୍ତାହ ଭିତରେ ଭଲ ଅନୁଭବ କରନ୍ତି କିନ୍ତୁ ଗଣ୍ଠି ଯନ୍ତ୍ରଣା ମାସ ମାସ ଧରି ରହିଯାଏ ।[୩] ଏହି ରୋଗରେ ମୃତ୍ୟୁ ସଙ୍କଟ ହାର (risk of death) ପ୍ରତି ୧,୦୦୦ ଲୋକରେ ୧ ଜଣ ।[୪] ଅଳ୍ପ ବୟସର ଯୁବକ, ବୃଦ୍ଧ ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକ ଏହି ରୋଗ ସଙ୍କଟରେ ଅଧିକ ରହନ୍ତି । [୩]

ଦୁଇ ପ୍ରଜାତିର ମଶାଙ୍କଦ୍ୱାରାଏହି ରୋଗ ମାନବରୁ ମାନବକୁ ବ୍ୟାପିଥାଏ, ସେହି ମଶାଙ୍କର ନାମ ଏଡିସ ଆଲବୋପିକ୍ଟସ (Aedes albopictus) ଓ ଏଡିସ ଇଜିପ୍ଟି (Aedes aegypti).[୨] ଅହି ମଶା ମୂଖ୍ୟତଃ ଦିନରେ କାମୁଡ଼ନ୍ତି ।[୫] ପକ୍ଷୀ ଓ ମୂଷା ଜାତୀୟ ଜୀବମାନେ (rodent) ଏହି ଭୁତାଣୁର ପ୍ରାକୃତିକ ଭଣ୍ଡାର (virus may circulate within a number of animals) ଥାଆନ୍ତି । ରକ୍ତ ପରୀକ୍ଷାରେ ଭୁତାଣୁର ଆରଏନଏ (RNA) ବା ଆଣ୍ଟବଡି (antibodies) ମିଳିଲେ ରୋଗ ନିର୍ଣ୍ଣୟ ହୋଇଯାଏ । ଜିକା ଜ୍ୱର (Zika fever) ଓ ଡେଙ୍ଗୁ ଜ୍ୱର (dengue fever) ସ‌ହ ଏହି ରୋଗର ସାମଞ୍ଜସ୍ୟ ଥିବାରୁ ରୋଗ ନିିର୍ଣ୍ଣୟରେ ଭୂଲ ହୋଇଯିବା ସମ୍ଭାବନା ଥାଏ ।[୨] ଥରେ ସଂକ୍ରମିତ ହେଲେ ଅଧିକାଂଶ ଲୋକଙ୍କର ଇମ୍ମ୍ୟୁନିଟି (immune) ହୋଇଯାଏ ।[୩]

ଚିକୁନ‌ଗୁନିଆ ରୋଗର ପ୍ରତିଷେଧ ନିମନ୍ତେ ସମ୍ପୁର୍ଣ୍ଣ ମଶା ନିୟନ୍ତ୍ରଣ (mosquito control) ସ‌ହିତ ମଶା କାମୁଡ଼ା ଏଡ଼େଇବା ଆବଶ୍ୟକ ।[୪] ସ୍ଥିର ଜଳ ନ ରଖିବା ଓ ମଶା ବିକର୍ଷକ ଔଷଧ (insect repellent) ବ୍ୟବ‌ହାର କରିବା ସ‌ହିତ ମଶାରୀ ବ୍ୟବ‌ହାର କରିବାକୁ ପରାମର୍ଶ ଦିଆଯାଏ । ସନ ୨୦୧୬ ସୁଦ୍ଧା ଏହି ରୋଗ ନିମନ୍ତେ କୌଣସି ଟିକା ଉଦଭାବନ ହୋଇନାହିଁ ବା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ହୋଇନାହିଁ ।[୨] ରୋଗୀକୁ ବିଶ୍ରାମ, ତରଳ ପଦାର୍ଥ ଓ ଔଷଧ ଦେଇ ଜ୍ୱର ଓ ଗଣ୍ଠି ଯନ୍ତ୍ରଣାର ଚିକିତ୍ସା କରାଯାଏ ।[୨][୩]

ସ୍ୱାଭାବିକ ଭାବରେ ଏହି ରୋଗ ଆଫ୍ରିକା ଓ ଏସିଆରେ ହେଲେ ମଧ୍ୟ ସନ ୨୦୦୦ରୁ ୟୁରୋପ ଓ ଆମେରିକାରେ ସଂକ୍ରମଣ ପ୍ରକୋପ (outbreak) ହେଉଥିବା ଦେଖାଯାଉଛି । ସନ ୨୦୧୪ରେ ଏକ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିବା ସନ୍ଦେହ କରାଯାଉଛି ।[୨] ସନ ୨୦୧୪ରେ ଫ୍ଲୋରିଡାରେ ଏ ରୋଗ ହୋଇଥିଲା କିନ୍ତୁ ୨୦୧୬ରେ ସ୍ଥାନୀୟ କେଶ୍ ରିପୋର୍ଟ ମିଳିନାହିଁ ।[୬][୭] ସନ ୧୯୫୨ରେ ତଞ୍ଜାନିଆରେ (Tanzania) ପ୍ରଥମେ ଏହି ରୋଗ ଚିହ୍ନଟ ହୋଇଥିଲା ।[୨] ଚିକୁନ‌ଗୁନିଆ ନାମଟି କିମାକୋଣ୍ଡେ ଭାଷାରୁ (Kimakonde language) ନିଆଯାଇଛି ଯାହାର ଅର୍ଥ 'ବିକୃତ ହେବାକୁ ଥିବା' ।[୨]

ଆଧାର[ସମ୍ପାଦନା]

  1. "chikungunya". Oxford Learner's Dictionary. Oxford University Press. Retrieved 4 November 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Chikungunya Fact sheet". WHO. April 2016. Retrieved 26 September 2016.
  3. ୩.୦ ୩.୧ ୩.୨ ୩.୩ ୩.୪ "Chikungunya Virus Symptoms, Diagnosis, & Treatment". CDC. 6 April 2016. Retrieved 26 September 2016.
  4. ୪.୦ ୪.୧ Caglioti, C; Lalle, E; Castilletti, C; Carletti, F; Capobianchi, MR; Bordi, L (July 2013). "Chikungunya virus infection: an overview". The new microbiologica. 36 (3): 211–27. PMID 23912863.
  5. "Prevention". CDC. 26 February 2016. Retrieved 26 September 2016.
  6. Staples JE, Fischer M (2014). "Chikungunya virus in the Americas--what a vectorborne pathogen can do". N. Engl. J. Med. 371 (10): 887–9. doi:10.1056/NEJMp1407698. PMID 25184860.
  7. "2016 provisional data for the United States". CDC. 20 September 2016. Retrieved 26 September 2016.