ଲେପ୍ଟୋସ୍ପାଇରୋସିସ୍

ଉଇକିପିଡ଼ିଆ‌ରୁ
ଲେପ୍ଟୋସ୍ପାଇରୋସିସ୍
ଅନ୍ଧକାର କ୍ଷେତ୍ର ଅଣୁବୀକ୍ଷଣ (ଇଂରାଜୀରେ dark-field microscope) ମାଇକ୍ରୋସ୍କୋପ ତଳେ ଲେପ୍ଟୋସ୍ପାଇରା ୨୦୦ ଗୁଣ ବଡ଼ ଆକାରରେ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A27.
ଆଇସିଡ଼ି-୯-ସିଏମ୍100
ଓଏମ୍‌ଆଇଏମ୍607948
ରୋଗ ଡାଟାବେସ7403
ମେଡ଼ିସିନ-ପ୍ଲସ001376
ଇ-ମେଡ଼ିସିନmed/1283 emerg/856 ped/1298
Patient UKଲେପ୍ଟୋସ୍ପାଇରୋସିସ୍
MeSHC01.252.400.511

ଲେପ୍ଟୋସ୍ପାଇରୋସିସ୍ (ଇଂରାଜୀରେ Leptospirosis) ବା କ୍ଷେତ୍ର ଜ୍ୱର (ଇଂରାଜୀରେ field fever),[୧] ବା ମୂଷା ଧରାଳିଙ୍କ ପୀତବର୍ଣ୍ଣ (ଇଂରାଜୀରେ rat catcher's yellows),[୨] ବା ପ୍ରିଟିବିଆଲ ଜ୍ୱର (ଇଂରାଜୀରେ pretibial fever)[୩] ଏକ ପ୍ରକାର ସଂକ୍ରମଣ ଯାହା ଠିପି ଖୋଲିବା କର୍କସ୍କ୍ରୁ ଭଳି ଦେଖାଯାଉଥିବା ଜୀବାଣୁ ଲେପ୍ଟୋସ୍ପାଇରାଦ୍ୱାରା ହୁଏ । ସାମାନ୍ୟ ମୁଣ୍ଡବଥା, ଜ୍ୱର ଓ ମାଂସପେଶୀ ଯନ୍ତଣାରୁ ଆରମ୍ଭ କରି ରୋଗ ଗମ୍ଭୀର ହେଲେ ଫୁସଫୁସରୁ ରକ୍ତ କ୍ଷରଣ ହୁଏ ଓ ମେନିଞ୍ଜାଇଟିସ ହୋଇପାରେ ।[୪][୫] ଜଣ୍ଡିସ୍, କିଡନି ଫେଲ୍ରକ୍ତସ୍ରାବ ଏକତ୍ର ଜଣେ ରୋଗୀଠାରେ ଦେଖାଗଲେ ତାହାକୁ ୱେଲ୍‌ସ୍ ରୋଗ ( Weil's disease) କୁହାଯାଏ ।[୫] ଫୁସଫୁସରେ ଅତ୍ୟଧିକ ରକ୍ତସ୍ରାବ ହେଲେ ତାହାକୁ ଗମ୍ଭୀର ଫୁସଫୁସୀୟ ରକ୍ତସ୍ରାବ ସିଣ୍ଡ୍ରୋମ ହୁହାଯାଏ । [୫]

ମାନବ ଶରୀରରେ ୧୩ ଜେନେଟିକ୍ ଟାଇପର ଲେପ୍‌ଟୋସ୍ପାଇରା ରୋଗ କରାଇପାରନ୍ତି ।[୬] ଉଭୟ ଗୃହପାଳିତ ଓ ବନ୍ୟ ପଶୁମାନଙ୍କଦ୍ୱାରା ଏହି ରୋଗ ବ୍ୟାପିପାରେ ।[୫] ଏହି ରୋଗ ବ୍ୟାପିବାରେ ମୂଷାଭଳି(ରୋଡେଣ୍ଟ) ସାଧାରଣ ଜୀବମାନେ ଅଧିକ ଅଂଶ ଗ୍ରହଣ କରିଥାନ୍ତି ।[୭] ମାନବ ଦେହର ଚର୍ମ, ଆଖି, ପାଟି ଓ ନାକର ଖଣ୍ଡିଆ ସ୍ଥାନ ସଂକ୍ରମିତ ପଶୁ ମୁତ୍ର କିମ୍ବା ମୂତ୍ର ମିଶ୍ରିତ ଜଳ ବା ମୃତ୍ତିକା ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପେ ।[୪][୮] ବିକାଶଶୀଳ ଦେଶମାନଙ୍କର ସ‌ହରରେ ବାସକରୁଥିବା ଚାଷୀ ଓ ଗରିବ ଲୋକମାନେ ଏହି ରୋଗ ଅଧିକ ଭୋଗନ୍ତି ।[୫] ବିକଶିତ ଦେଶରେ ଉଷ୍ମ ଆର୍ଦ୍ର ଜଳବାୟୁରେ କାମକରୁଥିବା ଲୋକଙ୍କର ଏହି ରୋଗ ଅଧିକ ହୁଏ । [୪] ରୋଗୀର ରକ୍ତରେ ଜୀବାଣୁର ଡିଏନଏ ମିଳିଲେ ବା ଆଣ୍ଟିବଡି ମିଳିଲେ ରୋଗ ନିର୍ଣ୍ଣୟ ହୁଏ ।[୯]

ମାନବ ଶରୀରରେ ୧୩ ଜେନେଟିକ୍ ଟାଇପର ଲେପ୍‌ଟୋସ୍ପାଇରା ରୋଗ କରାଇପାରନ୍ତି ।[୬] ଉଭୟ ଗୃହପାଳିତ ଓ ବନ୍ୟ ପଶୁମାନଙ୍କଦ୍ୱାରା ଏହି ରୋଗ ବ୍ୟାପିପାରେ ।[୫] ଏହି ରୋଗ ବ୍ୟାପିବାରେ ମୂଷାଭଳି(ରୋଡେଣ୍ଟ) ସାଧାରଣ ଜୀବମାନେ ଅଧିକ ଅଂଶ ଗ୍ରହଣ କରିଥାନ୍ତି ।[୭] ମାନବ ଦେହର ଚର୍ମ, ଆଖି, ପାଟି ଓ ନାକର ଖଣ୍ଡିଆ ସ୍ଥାନ ସଂକ୍ରମିତ ପଶୁ ମୁତ୍ର କିମ୍ବା ମୂତ୍ର ମିଶ୍ରିତ ଜଳ ବା ମୃତ୍ତିକା ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପେ ।[୪][୧୦] ବିକାଶଶୀଳ ଦେଶମାନଙ୍କର ସ‌ହରରେ ବାସକରୁଥିବା ଚାଷୀ ଓ ଗରିବ ଲୋକମାନେ ଏହି ରୋଗ ଅଧିକ ଭୋଗନ୍ତି ।[୫] ବିକଶିତ ଦେଶରେ ଉଷ୍ମ ଆର୍ଦ୍ର ଜଳବାୟୁରେ କାମକରୁଥିବା ଲୋକଙ୍କର ଏହି ରୋଗ ଅଧିକ ହୁଏ । [୪] ରୋଗୀର ରକ୍ତରେ ଜୀବାଣୁର ଡିଏନଏ ମିଳିଲେ ବା ଆଣ୍ଟିବଡି ମିଳିଲେ ରୋଗ ନିର୍ଣ୍ଣୟ ହୁଏ ।[୯]

ସଂକ୍ରମିତ ପଶୁମାନଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ ଗ୍ଲୋଭ୍‌ସ ପିନ୍ଧି ପଶୁଙ୍କ ଯତ୍ନ ନେଇ, ତାଙ୍କ କାମ କରିସାରି ଭଲରୁପେ ହାତ ଧୋଇ ଓ ଅଞ୍ଚଳରେ ରୋଡେଣ୍ଟ ସଂଖ୍ୟା କମ୍ କରି ଏହି ରୋଗ ପ୍ରତିରୋଧ କରିହୁଏ ।[୪] ଟୁରିଷ୍ଟମାନଙ୍କୁ ଆଣ୍ଟିବାୟୋଟିକ ଡକ୍‌ସିସାଇକ୍ଲିନ ଦେବାଦ୍ୱାରା କିଛି ଉପକାର ହେବା ଜଣାଯାଏନାହିଁ ।[୪] ଅଳ୍ପ କେତେକ ପ୍ରକାର ଲେପ୍ଟୋସ୍ପାଇରା ନିମନ୍ତେ ଟିକା ମିଳୁଛି ଯାହା ବ୍ୟାପିବା ସଙ୍କଟରୁ ରକ୍ଷା କରିବ ।[୪] ଡକ୍‌ସିସାଇକ୍ଲିନ, ପେନିସିଲିନ କିମ୍ବା ସେଫଟ୍ରିଆକ୍ସନ ଔଷଧ ଦେଇ ଚିକିତ୍ସା କରାଯାଏ ।[୪] ୱେଲ୍ସ ରୋଗ ଓ ଉତ୍କଟ ଫୁସଫୁସୀୟ ରକ୍ତସ୍ରାବ ହେଲେ ମୃତ୍ୟୁ ହାର ଯଥାକ୍ରମେ ୧୦%ରୁ ୫୦% ହୁଏ, ଚିକିତ୍ସା କଲେ ମଧ୍ୟ ।[୫]

ହିସାବରୁ ଦେଖାଯାଇଛି, ପ୍ରତି ବର୍ଷା ୭ରୁ ୧୦ ନିୟୁତ ଲୋକ ଲେପ୍ଟୋସ୍ପାଇରୋସିସ୍ ରୋଗରେ ସଂକ୍ରମିତ ହୁଅନ୍ତି ।[୧୧] ଏହି ରୋଗର ମୃତ୍ୟୁ ସଂଖ୍ୟାର ସଠିକତା ଜଣାପଡ଼ୁନାହିଁ ।[୧୧] ଗ୍ରୀଷ୍ମାଞ୍ଚଳରେ ଏହି ରୋଗ ହେଉଥିଲେ ମଧ୍ୟ ସବୁ ସ୍ଥାନରେ ହୋଇପାରିବ ।[୪] ବିକାଶଶୀଳ ଦେଶମାନଙ୍କର ବସ୍ତି ଅଞ୍ଚଳରେ ଏହା ମଡ଼କ ବା ଏପିଡେମିକ ଆକାର ଧାରଣ କରିପାରେ ।[୫] ସର୍ବପ୍ରଥମେ ୱେଲ ସନ ୧୮୮୬ରେ ଏହା ରୋଗ ବିଷୟରେ ବର୍ଣ୍ଣନା କରିଥିଲେ ।[୪] ସଂକ୍ରମିତ ପଶୁମାନଙ୍କର ଲକ୍ଷଣ ନାସ୍ତି, ସ୍ୱଳ୍ପ ବା ଉତ୍କଟରୁପେ ଦେଖାଯାଇପାରେ ।[୬] ପଶୁ ଭେଦରେ ଲକ୍ଷଣ ଫରକ୍ ଆସେ ।[୬] କେତେକ ପଶୁଙ୍କର ପ୍ରଜନନ ପଥରେ ଲେପ୍ଟୋସ୍ପାଇରା ଥିବାରୁ ଯୌନ ସମ୍ପର୍କ ସମୟରେ ରୋଗ ସଞ୍ଚରଣ ହୁଏ ।[୧୨]

ଆଧାର[ସମ୍ପାଦନା]

  1. Mosby's Medical Dictionary (9 ed.). Elsevier Health Sciences. 2013. p. 697. ISBN 9780323112581.
  2. McKay, James E. (2001). Comprehensive health care for dogs. Minnetonka, MN.: Creative Pub. International. p. 97. ISBN 9781559717830.
  3. James, William D.; Berger, Timothy G.;; et al. (2006). Andrews' Diseases of the Skin: clinical Dermatology. Saunders Elsevier. ISBN 0-7216-2921-0.{{cite book}}: CS1 maint: extra punctuation (link) CS1 maint: multiple names: authors list (link):290
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ Slack, A (Jul 2010). "Leptospirosis". Australian family physician. 39 (7): 495–8. PMID 20628664.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ ୫.୮ McBride, AJ; Athanazio, DA; Reis, MG; Ko, AI (Oct 2005). "Leptospirosis". Current opinion in infectious diseases. 18 (5): 376–86. doi:10.1097/01.qco.0000178824.05715.2c. PMID 16148523.
  6. ୬.୦ ୬.୧ ୬.୨ ୬.୩ "Leptospirosis" (PDF). The Center for Food Security and Public Health. October 2013. Retrieved 8 November 2014.
  7. ୭.୦ ୭.୧ Wasiński B, Dutkiewicz J (2013). "Leptospirosis—current risk factors connected with human activity and the environment". Ann Agric Environ Med. 20 (2): 239–44. PMID 23772568.
  8. "Leptospirosis (Infection)". Centers for Disease Control and Prevention. Retrieved 8 November 2014.
  9. ୯.୦ ୯.୧ Picardeau M (January 2013). "Diagnosis and epidemiology of leptospirosis". Médecine Et Maladies Infectieuses. 43 (1): 1–9. doi:10.1016/j.medmal.2012.11.005. PMID 23337900.
  10. "Leptospirosis (Infection)". Centers for Disease Control and Prevention. Retrieved 8 November 2014.
  11. ୧୧.୦ ୧୧.୧ "Leptospirosis". NHS. 07/11/2012. Retrieved 14 March 2014. {{cite web}}: Check date values in: |date= (help)
  12. Faine, Solly; Adler, Ben; Bolin, Carole (1999). "Clinical Leptospirosis in Animals". Leptospira and Leptospirosis (Revised 2nd ed.). Melbourne, Australia: MediSci. p. 113. ISBN 0 9586326 0 X.