ଭାରତ ସରକାର
ଭାରତ ହେଉଛି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶ । ଭାରତର ଶାସନ ବ୍ୟବସ୍ଥାର ଭାର ଭାରତ ସରକାରଙ୍କ ଉପରେ ନ୍ୟସ୍ତ। ଦେଶର ସମ୍ବିଧାନ ଭାରତରେ ସଂଘୀୟ ଶାସନ ପରିଚାଳିତ। ସଂଘର ସର୍ବୋଚ୍ଚ ପ୍ରଧାନ ରାଷ୍ଟ୍ରପତି ଅଟନ୍ତି । ତାଙ୍କର ସହାୟତା ପାଇଁ ଉପରାଷ୍ଟ୍ରପତି ରହିଥାନ୍ତି ।
ଭାରତ ସରକାରର ତିନିଟି ମୁଖ୍ୟ ଅଙ୍ଗ ରହିଛି :
ବିଷୟସୂଚୀ |
ବିଧାୟିକା (Legislature) [ସମ୍ପାଦନା]
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ଜନତାଙ୍କ ହାତରେ ହିଁ ସବୁ ଶକ୍ତି ରହିଥାଏ। ସେମାନେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ମାଧ୍ୟମରେ ସେମାନଙ୍କର ପ୍ରତିନିଧି ବାଛି ଥାନ୍ତି। ୧୮ ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ନାଗରିକ ଦେଶର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ଭିତରୁ (କେନ୍ଦ୍ର ସ୍ତରରେ) ସାଂସଦ(Member of Parliament) ଓ (ରାଜ୍ୟ ସ୍ତରରେ) ବିଧାୟକ(Member of Legislative Assembly) ମାନଙ୍କର ନିର୍ବାଚନ କରିଥାନ୍ତି। ଏହି ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ରୂପେ ଚଲାଇବା ପାଇଁ ନିର୍ବାଚନ ଆୟୋଗ ସ୍ଥାପନା କରା ଯାଇଛି।
ଭାରତର ସରକାର ଦେଶ ଓ ଜନତାର ହିତରେ କାମ କରିଥାଏ। ସରକାରୀ ତନ୍ତ୍ରର ଢାଞ୍ଚା ଭାରତରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏକା ପ୍ରକାର ହୋଇଥାଏ। କେନ୍ଦ୍ରର ସଂସଦ ଦୁଇ ଭାଗରେ ବିଭକ୍ତ – ଲୋକ ସଭା ଓ ରାଜ୍ୟ ସଭା। ଲୋକ ସଭାର ସଞ୍ଚାଳନ ଅଧ୍ୟକ୍ଷ ଓ ରାଜ୍ୟ ସଭାର ସଞ୍ଚାଳନ ଉପ ରାଷ୍ଟ୍ରପତି କରିଥାନ୍ତି। ସେହିପରି କେତକ ରାଜ୍ୟର ବିଧାୟିକା ମଧ୍ୟ ଦୁଇ ଭାଗରେ ବିଭକ୍ତ – ବିଧାନ ସଭା ଓ ବିଧାନ ପରିଷଦ।
କାର୍ଯ୍ୟପାଳିକା [ସମ୍ପାଦନା]
ଭାରତର ପ୍ରଶାସନିକ ପ୍ରଧାନ ହେଉଛନ୍ତି ରାଷ୍ଟ୍ରପତି । ଦେଶର ସମସ୍ତ ପ୍ରଶାସନିକ କାମ ରାଷ୍ଟ୍ରପତିଙ୍କ ନାମରେ ଚାଲିଥାଏ । ସେ ତାଙ୍କ ଅଧିନସ୍ଥ କର୍ମଚାରୀମାନଙ୍କ ଦ୍ୱାରା ନିଜ କ୍ଷମତାର ଉପଯୋଗ କରିଥାନ୍ତି। [୧] ରାଷ୍ଟ୍ରପତି ବହୁମତ ପ୍ରାପ୍ତ କରିଥିବା ରାଜନୈତିକ ଦଳର ନେତାମାନଙ୍କୁ ସରକାର ଗଠନ କରିବାପାଇଁ ଆମନ୍ତ୍ରଣ ଦେଇଥାନ୍ତି । ଯେତେବେଳେ ଗୋଟିଏ ଦଳକୁ ବହୁମତ ମିଳି ନ ଥାଏ, ସେତେବେଳେ କେତେଗୋଟି ଦଳ ପରସ୍ପର ସହିତ ମିଶି ସରକାର ଗଠନ କରିଥାନ୍ତି । ଏମାନଙ୍କର ନେତାଙ୍କୁ ସେ ପ୍ରଧାନ ମନ୍ତ୍ରୀ ରୂପେ ନିଯୁକ୍ତ କରିଥାନ୍ତି । ପ୍ରଧାନ ମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମଣ୍ଡଳ ଗଠନ କରିଥାନ୍ତି ।
ନ୍ୟାୟପାଳିକା [ସମ୍ପାଦନା]
ଭାରତୀୟ ସମ୍ବିଧାନ ନ୍ୟାୟ ପାଳିକାକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ଏବଂ ନିଷ୍ପକ୍ଷତା ପ୍ରଦାନ କରିଛି । କେନ୍ଦ୍ର ସ୍ତରରେ ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟ ସ୍ତରରେ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ରହିଛି । ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାର ପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି ।
ସ୍ଥାପନା [ସମ୍ପାଦନା]
କାର୍ଯ୍ୟ [ସମ୍ପାଦନା]
ପ୍ରମୁଖ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ Ministry of Law and Justice, Govt of India: Constitution of India, updated up to 94th Amendment Act, page 26,http://lawmin.nic.in/coi/coiason29july08.pdf
ବାହାର ତଥ୍ୟ [ସମ୍ପାଦନା]
- Official Portal of the Indian Government
- Highest Executive, Judiciary and Legislative officers in India
- Search of Indian Government official web sites
|
||||||||||
|
|||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |