ଶରତ କୁମାର କର
ଶରତ କୁମାର କର | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ଶେଖ ମତଲୁବ ଅଲ୍ଲୀ |
ପର ଅଧିକାରୀ | ବିକ୍ରମ କେଶରୀ ବର୍ମା |
ନିର୍ବାଚନ ମଣ୍ଡଳୀ | ମାହାଙ୍ଗା |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଶେଖ ମତଲୁବ ଅଲ୍ଲୀ |
ପର ଅଧିକାରୀ | ଶେଖ ମତଲୁବ ଅଲ୍ଲୀ |
ସାଂସଦ: ୬ଷ୍ଠ ଲୋକ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୭୯ | |
ନିର୍ବାଚନ ମଣ୍ଡଳୀ | କଟକ |
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ବିରଜା ପ୍ରସାଦ ରାୟ |
ପର ଅଧିକାରୀ | ଶେଖ ମତଲୁବ ଅଲ୍ଲୀ |
ନିର୍ବାଚନ ମଣ୍ଡଳୀ | ମାହାଙ୍ଗା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ସେପ୍ଟେମ୍ବର ୧୯୩୯ |
ମୃତ୍ୟୁ | ୧୨ ଅକ୍ଟୋବର ୨୦୨୦ | (ବୟସ ୮୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ, ଉତ୍କଳ କଂଗ୍ରେସ |
ଜୀବନ ସାଥୀ | ଅନିମା କର |
ସମ୍ପର୍କ | ରଜତ କୁମାର କର (ବଡ଼ ଭାଇ) |
ବାପା/ବୋଉ | କୁଳମଣି କର (ବାପା) ଇନ୍ଦୁମତୀ ଦେବୀ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ଶରତ କୁମାର କର (୫ ସେପ୍ଟେମ୍ବର ୧୯୩୯ - ୧୨ ଅକ୍ଟୋବର ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ, ସାହିତ୍ୟିକ ଓ ବକ୍ତା ଥିଲେ । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳ, ଉତ୍କଳ କଂଗ୍ରସ, ଜନତା ଦଳ ଆଦି ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ଶରତ ଓଡ଼ିଶା ବିଧାନ ସଭାକୁ ତିନିଥର ଏବଂ ଲୋକ ସଭାକୁ ଥରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ୧୯୭୧, ୧୯୯୦ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୭୭ ଭାରତୀୟ ସାଧାରଣ ନିର୍ବାଚନରେ ଶରତ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ବାଲ୍ୟଜୀବନ ଓ ଶିକ୍ଷା
[ସମ୍ପାଦନା]ଶରତ ୧୯୩୯ ମସିହାର ସେପ୍ଟେମ୍ବର ମାସ ୫ ତାରିଖରେ କଟକ ଜିଲ୍ଲାର ମାହାଙ୍ଗା ଅନ୍ତର୍ଗତ ଶ୍ରୀକୃଷ୍ଣପୁର ପଞ୍ଚାୟତର ଚାୟାଁପାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଳମଣି କର ଜଣେ ସାହିତ୍ୟପ୍ରେମୀ ଓ ସମାଜସେବୀ ବ୍ୟକ୍ତି ଥିଲେ । କଟକର ଡଗରପଡା ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଓ ରେଭେନ୍ସା ମହାବିଦ୍ୟାଳୟରୁ କଲେଜ ଶିକ୍ଷା ସମାପ୍ତ କରି ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।[୨]
ପରିବାର
[ସମ୍ପାଦନା]ଶରତଙ୍କ ପତ୍ନୀ ଅନିମା କର[୧] ଜଣେ ଅଧ୍ୟାପିକା ଓ ଗାୟିକା ଅଟନ୍ତି । ତାଙ୍କ ଜ୍ୟେଷ୍ଠ ପୁତ୍ର ସୁମନ ଜଣେ ଇଂରାଜୀ ଅଧ୍ୟାପକ ଓ କନିଷ୍ଠ ପୁତ୍ର ଶୋଭନ ଜଣେ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଅଟନ୍ତି ।
ରାଜନୈତିକ ଜୀବନ
[ସମ୍ପାଦନା]ଶରତ ଶରତ ପ୍ରାଣନାଥ ମହାବିଦ୍ୟାଳୟ, ଖୋର୍ଦ୍ଧାରେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ବିଜୁ ପଟ୍ଟନାୟକ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ସେ ୧୭୬୭ ମସିହାରେ ରାଜନୀତିକୁ ଆସିଥିଲେ ଓ ମାହାଙ୍ଗାରୁ ନିର୍ବାଚନ ଲଢିଥିଲେ । ପରେ ସେ ବିଜୁବାବଙ୍କ କଂଗ୍ରେସ ଦଳ ଛାଡି ଉତ୍କଳ କଂଗ୍ରେସ ଗଢିଥିଲେ । ୧୯୭୧ରେ ସେ ପୁଣି ବିଜୁବାବୁଙ୍କ ନେତୃତ୍ୱରେ ନିର୍ବାଚନ ଲଢି, ମାହାଙ୍ଗାରୁ ନିର୍ବାଚିତ ହୋଇଥିଲେ ।[୩] ସେ ବିଭିନ୍ନ ସମୟରେ ବିଜୁ ଜନତା ଦଳ, ଉତ୍କଳ କଂଗ୍ରେସ, ଜନତା ଦଳ, ଭାରତୀୟ ଜନତା ପାର୍ଟି ଆଦି ରାଜନୈତିକ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଜଣେ ବିଧାୟକ ଭାବରେ ତିନିଥର ଏବଂ ଲୋକ ସଭାକୁ ଥରେ ନିର୍ବାଚିତ ହୋଇଥିଲେ ।[୧] ଶରତ ୧୯୭୧ ମସିହାରୁ ୧୯୭୩ ମସିହାଯାଏଁ ଓ ୧୯୯୦ରୁ ୧୯୯୩ ଯାଏଁ ମନ୍ତ୍ରୀ ରହିଥିଲେ ।[୪] ୨୦୦୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇ ୨୦୦୪ ମସିହାଯାଏଁ ଏହି ଦାୟିତ୍ୱ ନିର୍ବାହନ କରିଥିଲେ ।[୫] ସେ ବିଚ୍ଚିନ୍ନାଞ୍ଚଳ ଓଡ଼ିଆଙ୍କ ସୀମା ଆନ୍ଦୋଳନରେ ମଧ୍ୟ ଯୋଗଦାନ କରିଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ମାହାଙ୍ଗା | ଉତ୍କଳ କଂଗ୍ରେସ |
୧୯୯୦ | ୧୯୫୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ମାହାଙ୍ଗା | ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ମାହାଙ୍ଗା | ବିଜୁ ଜନତା ଦଳ |
ସାଂସ୍କୃତିକ ଓ ସାହିତ୍ୟିକ ଜୀବନ
[ସମ୍ପାଦନା]୧୯୬୪ ମସିହାରେ ସେ ମାହାଙ୍ଗାରେ ବୈଷ୍ଣବ ପାଣି ସ୍ମୃତି ସଂସଦ ଗଠନ କରି, ବୈଷ୍ଣବ ପାଣିଙ୍କ ରଚନାକୁ ପ୍ରଚାର କରିଥିଲେ । ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କଦ୍ୱାରା ପ୍ରତିଷ୍ଠିତ ଭଞ୍ଜ ସାହିତ୍ୟ ସଂସଦର ଜଣେ ସଂଗଠକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଜଣେ ଭାଷ୍ୟକାର ଭାବରେ ଆକାଶବାଣୀ, ଦୂରଦର୍ଶନ ଏବଂ ଘରୋଇ ଟିଭି ଚ୍ୟାନେଲରେ ଜଗନ୍ନାଥଙ୍କ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିଲେ ।[୨]
ଜଣେ ସାହିତ୍ୟିକ ଭାବେ ସେ ଅନେକ ପୁସ୍ତକ ଲେଖିଥିଲେ । ସେଗୁଡିକ :
- ଦ୍ରୁତ ବିଳମ୍ବିତ
- ମନ୍ମଥ
- ରୋମନ୍ଥନ
- ଅନ୍ୟାନ[୬]
ମୃତ୍ୟୁ
[ସମ୍ପାଦନା]ଶରତ କର ୨୦୨୦ ମସିହାର ଅକ୍ଟୋବର ୧୨ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Sharat Kumar Kar". odishaassembly.nic.in. Odisha Assembly. Retrieved 23 March 2020.
- ↑ ୨.୦ ୨.୧ ୨.୨ "ପୂର୍ବତନ ବାଚସ୍ପତି, ସୁସାହିତ୍ୟିକ ତଥା ବାଗ୍ମୀ ଶରତ କୁମାର କରଙ୍କ ପରଲୋକ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 12 October 2020. Archived from the original on 12 October 2020. Retrieved 12 October 2020.
{{cite news}}
: CS1 maint: unrecognized language (link) - ↑ "ଶରତରେ ନିରବିଗଲେ ଶରତ". No. ପ୍ରମେୟ ୧୩/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧, ୭. ପ୍ରମେୟ. Archived from the original on 13 October 2020. Retrieved 13 October 2020.
- ↑ "ପୂର୍ବତନ ବାଚସ୍ପତି ଶରତ କରଙ୍କ ଦେହାନ୍ତ". ସମାଜ. ଭୁବନେଶ୍ୱର: Samaja Live. 12 October 2020. Archived from the original on 12 October 2020. Retrieved 12 October 2020.
- ↑ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଆମ ଓଡ଼ିଶା. p. ୨୯୧. ISBN 978-81-89436-54-4. Retrieved 12 October 2020.
- ↑ "ଶରତାଞ୍ଜଳି". No. ପ୍ରମେୟ ୧୩/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮. ପ୍ରମେୟ. Archived from the original on 13 October 2020. Retrieved 13 October 2020.