ବିକ୍ରମ କେଶରୀ ବର୍ମା

ଉଇକିପିଡ଼ିଆ ରୁ
Jump to navigation Jump to search
ବିକ୍ରମ କେଶରୀ ବର୍ମା
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଶରତ କୁମାର କର
ପର ଅଧିକାରୀପ୍ରତାପ ଜେନା
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1940-05-25) ୨୫ ମଇ ୧୯୪୦ (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଜୁଚି ରାଉତରାୟ
ବାପା/ମା'ରାଏ ଚନ୍ଦ୍ର ବର୍ମା (ବାପା)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ବିକ୍ରମ କେଶରୀ ବର୍ମା (ଜନ୍ମ: ୨୫ ମଇ ୧୯୪୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ବିକ୍ରମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିକ୍ରମ କେଶରୀ ବର୍ମା ୧୯୪୦ ମସିହାର ମଇ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଏ ଚନ୍ଦ୍ର ବର୍ମା ଓ ପତ୍ନୀଙ୍କ ନାମ ଜୁଚି ରାଉତରାୟ ।[୧] ବିକ୍ରମଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବିକ୍ରମ କେଶରୀ ବର୍ମା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Bikram Keshari Barma". odishaassembly.nic.in. Odisha Assembly. Retrieved 20 March 2020.