ଶେଖ ମତଲୁବ ଅଲ୍ଲୀ

ଉଇକିପିଡ଼ିଆ‌ରୁ
ଶେଖ ମତଲୁବ ଅଲ୍ଲୀ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀଶରତ କୁମାର କର
ପର ଅଧିକାରୀଶରତ କୁମାର କର
ନିର୍ବାଚନ ମଣ୍ଡଳୀମାହାଙ୍ଗା
ସାଂସଦ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀପ୍ରଦୀପ୍ତ କିଶୋର ଦାସ
ପର ଅଧିକାରୀଶରତ କୁମାର କର
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଶରତ କୁମାର କର
ପର ଅଧିକାରୀପ୍ରଦୀପ୍ତ କିଶୋର ଦାସ
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-12-16)୧୬ ଡିସେମ୍ବର ୧୯୪୨
ଧାରୋ ଶ୍ୟାମସୁନ୍ଦରପୁର, ଶୁକ୍ଳେଶ୍ବର, ମହଙ୍ଗା, କଟକ
ମୃତ୍ୟୁ୨୪ ସେପ୍ଟେମ୍ବର ୨୦୨୦(2020-09-24) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବେଗମ ଅଞ୍ଜୁମା ଅଲ୍ଲୀ
ସନ୍ତାନମାସୁଦ ଅଲ୍ଲୀ (ପୁଅ)
ବାପା/ବୋଉଶେଖ ରକୁ ମିଆଁ (ବାପା)
ବୃତ୍ତିରାଜନୀତି
ପୁରସ୍କାରଓଡ଼ିଶା ସାହିତ୍ୟ ଅକାଦେମୀ - ୨୦୧୫

ଶେଖ ମତଲୁବ ଅଲ୍ଲୀ (୧୬ ଡିସେମ୍ବର ୧୯୪୨ - ୨୪ ସେପ୍ଟେମ୍ବର ୨୦୨୦) ଜଣେ ବିଶିଷ୍ଟ ଓଡ଼ିଆ ରାଜନୀତିଜ୍ଞ, ଲେଖକ ଓ କବି ଥିଲେ । ସେ ଓଡ଼ିଶା ରାଜନୀତିର ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ନିର୍ବାଚିତ ହୋଇଥିଲେ । ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୮ମ, ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨୦୧୫ ମସିହାରେ ସେ ତାଙ୍କର ସାହିତ୍ୟିକ ରଚନା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

୨୦୨୦ ମସିହା ସେପ୍ଟେମ୍ବର ମାସ ୨୪ ତାରିଖରେ ତାଙ୍କର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପାରିବାରିକ ଜୀବନ[ସମ୍ପାଦନା]

ଶେଖ ମତଲୁବ ଅଲ୍ଲୀ ୧୯୪୨ ମସିହାର ଡିସେମ୍ବର ମାସ ୧୬ ତାରିଖରେ କଟକ ଜିଲ୍ଲାସ୍ଥିତ ଧାରୋ ଶ୍ୟାମସୁନ୍ଦରପୁର, ଶୁକ୍ଳେଶ୍ବର, ମାହଙ୍ଗାଠାରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ଶେଖ ରକୁ ମିଆଁ । ଶେଖ ମତଲୁବ ଅଲ୍ଲୀ ବେଗମ ଅଞ୍ଜୁମା ଅଲ୍ଲୀଙ୍କୁ ବିବାହ କରିଥିଲେ । ଦୁହିଙ୍କର ଜଣେ ପୁତ୍ର ଅଛନ୍ତି ଓ ତାଙ୍କ ନାମ ମାସୁଦ ଅଲ୍ଲୀ ।

ଶିକ୍ଷା[ସମ୍ପାଦନା]

ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ହାସଲ କରିଥିଲେ। ।[୩]

ବୃତ୍ତି[ସମ୍ପାଦନା]

ସେ ୧୯୬୬ ମସିହାରେ ବାଲିଚନ୍ଦ୍ରପୁରକୁ ଆସି ସେଠାରେ ପ୍ରଥମେ ପ୍ରୀତି ଟକିଜ ନାମରେ ଏକ ସିନେମା ହଲ ପ୍ରତିଷ୍ଠା କରିଥିଲେ । ସେଠାରେ ସେ ପାଞ୍ଚ ବର୍ଷ ଧରି ରହି ସିନେମା ହଲଟିର ପରିଚାଳନା କରିଥିଲେ । ୧୯୭୧ ମସିହାରେ ବାତ୍ୟାରେ ତାହା ଭାଙ୍ଗିଯିବାରୁ ସେ ଏହି କାର୍ଯ୍ୟରୁ ଦୂରେଇ ଯାଇଥିଲେ । ସେ ବାଲିଚନ୍ଦ୍ରପୁରଠାରେ ଥିବାବେଳେ ବାଲିଚନ୍ଦ୍ରପୁର ହାଇସ୍କୁଲ ପ୍ରତିଷ୍ଠାରେ ସହଯୋଗ କରିବା ସହ ସେ ଏହି ହାଇସ୍କୁଲର ପ୍ରଥମ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ । ସିନେମା ହଲ ଭାଙ୍ଗି ଗଲାପରେ ସିନେମା ହଲ ପ୍ରତିଷ୍ଠା ସ୍ଥାନର ସମସ୍ତ ଜମିକୁ ସେ ବାଲିଚନ୍ଦ୍ରପୁର ହାଇସ୍କୁଲକୁ ବିନା ପଇସାରେ ଦେଇଦେଇଥିଲେ । ବାଲିଚନ୍ଦ୍ରପୁରରୁ ଯାଇ ସେ ପରେ ସାଲେପୁର କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଓ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୪] ସେ ୧୯୭୪ ମସିହାରୁ ୧୯୭୭ ମସିହା ଯାଏଁ, ୧୯୮୬ରୁ ୧୯୯୦ ଯାଏଁ ଏବଂ ୧୯୯୯ରୁ ୨୦୦୦ ଯାଏଁ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୩] ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୧,୧୧୪ ଖଣ୍ଡ ଭୋଟ ପାଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲର ।[୨] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ କୁମାର ଦାଶଙ୍କୁ ୫୭୭୯ ଖଣ୍ଡ ଭୋଟରେ ପରାସ୍ତ କରି [୨] ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗହେମାନନ୍ଦ ବିଶ୍ୱାଳଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ସେମାନଙ୍କ ମନ୍ତ୍ରୀମଣ୍ଡଳରେ ସେ ଗ୍ରାମ ଉନ୍ନୟନ, ଜଳସେଚନ, ଶକ୍ତି, ଉଚ୍ଚଶିକ୍ଷା, ଗଣଶିକ୍ଷା, ସଂସ୍କୃତି ଓ ଯୋଗାଣ ବିଭାଗ ଆଦି ବିଭିନ୍ନ ମନ୍ତ୍ରୀ ଭୂମିକାରେ କାର୍ଯ୍ୟ କରିଥିଲେ ।

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ମାହାଙ୍ଗା ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ମାହାଙ୍ଗା ଭାରତୀୟ ଜାତୀୟ କଂଗ୍ରେସ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ମାହାଙ୍ଗା ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ମାହାଙ୍ଗା ଭାରତୀୟ ଜାତୀୟ କଂଗ୍ରେସ

ସାମାଜିକ କାର୍ଯ୍ୟ[ସମ୍ପାଦନା]

ସେ ବିଭିନ୍ନ ସାମାଜିକ କାର୍ଯ୍ୟ ସହିତ ଜଡ଼ିତ ଥିଲେ ଏବଂ ଅକ୍ସଫାମ ଏବଂ ସେଭ୍ ଚାଇଲ୍ଡ ଫଣ୍ଡରେ କାର୍ଯ୍ୟ କରିଥିଲେ ।

ସାହିତ୍ୟିକ ରଚନା[ସମ୍ପାଦନା]

ସେ ୧୯୬୩-୬୪ ମସିହାରେ ରେଭେନ୍ସା କଲେଜ କଟକ ୱେଷ୍ଟ ହଷ୍ଟେଲ ପାଇଁ ଉର୍ମି ପତ୍ରିକାର ସମ୍ପାଦନା, ୧୯୬୫ ମସିହାରେ ମୌସୁମୀ ନାମକ ଏକ କ୍ଷୁଦ୍ର ଗଳ୍ପ ସଂକଳନ ପ୍ରକାଶ, ୧୯୬୬ ମସିହାରେ ଗଣକବି ସ୍ମରଣିକା, ୧୯୬୭ରେ ଜଗାମୋହନ ଲାଲା ସ୍ମରଣିକା ଏବଂ ୧୯୭୫ରେ ପ୍ୟାରିମୋହନ ଲାଲା ସ୍ମରଣିକା ଆଦି ପ୍ରକାଶ କରିଥିଲେ ।[୫] ସେ "ଆଗାମୀ ଶତାବ୍ଦୀ" ନାମକ ଏକ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

୨୦୨୦ ସେପ୍ଟମ୍ବର ୭ ତାରିଖରେ ସେ କରୋନାଭାଇରସରେ ଆକ୍ରାନ୍ତ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।[୪] ସେଠାରେ ଚିକିତ୍ସାଧୀନ ଭାବେ ସେପ୍ଟେମ୍ବର ୨୪ ତାରିଖରେ ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୬][୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Former Odisha minister Sk Matlub Ali passes away at 78". Times Now News (in English). Bhubaneswar: www.timesnownews.com. 24 September 2020. Retrieved 28 September 2020.{{cite news}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ "Orissa 1990". Election Commission of India (in Indian English). Retrieved 2019-06-27.
  3. ୩.୦ ୩.୧ ୩.୨ "Shri Sk. Matlub Ali". odishaassembly.nic.in. Odisha Assembly. Retrieved 24 March 2020.
  4. ୪.୦ ୪.୧ "Former Odisha minister Sk. Matlub Ali passes away". Sambad English (in English). Bhubaneswar: sambadenglish.com. 24 September 2020. Retrieved 28 September 2020.{{cite news}}: CS1 maint: unrecognized language (link)
  5. "Senior Congress Leader Sk.Matlub Ali No More". KalingaTV (in ଆମେରିକୀୟ ଇଂରାଜୀ). 2020-09-24. Retrieved 2022-02-05.
  6. India, Press Trust of (2020-09-24). "Veteran Congress leader amd former Odisha minister Sk Matlub Ali dies at 78". Business Standard India. Retrieved 2022-02-05.