ଓମ୍ ଶାନ୍ତି ଓମ୍

ଉଇକିପିଡ଼ିଆ‌ରୁ
(Om Shanti Omରୁ ଲେଉଟି ଆସିଛି)
ଓମ୍ ଶାନ୍ତି ଓମ୍
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକପ୍ରଶାନ୍ତ ନନ୍ଦ
ସଂଳାପପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଲିପି ପରିଡ଼ା, ମିହିର ଦାସ, ଉତ୍ତମ ମହାନ୍ତି, ଅନିତା ଦାସ, ମୀନକେତନ
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣଶାମ୍ବା ଶିବ ରାଓ
ସମ୍ପାଦକପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ଓମ୍ ଶାନ୍ତି ଓମ୍ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ପ୍ରଶାନ୍ତ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ, ନିର୍ଦ୍ଦେଶନା ଦେଇଥିଲେ ଏବଂ ସମ୍ପାଦନା କରିଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ଏବଂ ଲିପି ପରିଡ଼ା । ମିହିର ଦାସ, ଉତ୍ତମ ମହାନ୍ତି, ଅନିତା ଦାସ, ମୀନକେତନ, ହରିହର ମହାପାତ୍ର, ଅଶ୍ରୁମୋଚନ ମହାନ୍ତି, ଦୀପକ ପରିଡ଼ା, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତ୍ରୀ ଗୁନ୍‌ଗୁନ୍ ଏହି କଥାଚିତ୍ରଟିରେ ଶିଶୁ କଳାକାର ଭାବରେ ଏବଂ ଲିପି ପରିଡ଼ା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ଶୈଳଭାମା ମହାପାତ୍ର, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୋ ଦୁନିଆ ମୋ ଦୁନିଆ" 
2."ସୁନ୍‌ସାନିଆ ରାତିରେ" 
3."ଓମ୍ ଶାନ୍ତି ଓମ୍" 
4."କଳା କଳା ଆଖି" 
5."ଏ ମନର ଦୁଃଖ" 

ଆଧାର[ସମ୍ପାଦନା]

  1. "ଅଭିନୟରେ କ'ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?". sambad.in. 7 June 2018. Retrieved 10 June 2018.
  2. "ପ୍ରଥମ ସିନେମାରେ ଛୋଟିଆ ଭୂମିକା ପାଇଥିଲେ ଏହି ଓଲିଉଡ ନାୟିକା". sambad.in. 20 February 2017. Retrieved 10 March 2018.[permanent dead link]
  3. "ବୁଦ୍ଧାଦିତ୍ୟ-ଲିପିଙ୍କ ରୋମାନସ୍‌ ପରଦାକୁ ଆସି ପାରିନାହିଁ". sambad.in. 7 November 2017. Retrieved 10 March 2018.
  4. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]