ଶୈଳଭାମା ମହାପାତ୍ର

ଉଇକିପିଡ଼ିଆ‌ରୁ
ଶୈଳଭାମା ମହାପାତ୍ର
Born
ଶୈଳଭାମା ମହାପାତ୍ର
Nationalityଭାରତୀୟ
Known forଓଡ଼ିଆ କଣ୍ଠଶିଳ୍ପୀ
Parentଜଗତବନ୍ଧୁ ମହାପାତ୍ର
ହରପ୍ରିୟା ମହାପାତ୍ର

ଶୈଳଭାମା ମହାପାତ୍ର , ଜଣେ ଓଡ଼ିଆ କଣ୍ଠଶିଳ୍ପୀ ।[୧] ଚଳଚ୍ଚିତ୍ର, ବେତାର, ଦୂରଦର୍ଶନ ଓ ଆଲବମରେ ସେ କଣ୍ଠଦାନ କରିଛନ୍ତି । ସର୍ବମୋଟ ୧୯୦୦୦ରୁ ଅଧିକ ଗୀତରେ ସେ କଣ୍ଠଦାନ କରିଛନ୍ତି, ସେଥିମଧ୍ୟରୁ ପ୍ରାୟ ୩୫୭ଟି ଗୀତ ସେ ଚଳଚ୍ଚିତ୍ର ପାଇଁ ଗାଇଛନ୍ତି । ସେ ଆକାଶବାଣୀ ଓ ଦୂରଦର୍ଶନର ଗ୍ରେଡ଼-ଏ କଳାକାର ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଶୈଳଭାମାଙ୍କ ପିତାଙ୍କ ନାମ ଜଗତବନ୍ଧୁ ମହାପାତ୍ର ଓ ମାତାଙ୍କ ନାମ ହରପ୍ରିୟା ମହାପାତ୍ର । ମା ଓ ବଡ଼ ଭଉଣୀଙ୍କ ପ୍ରେରଣାରେ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୮୩ ମସିହାରୁ ସେ ଆକାଶବାଣୀ ଓ ଦୂରଦର୍ଶନରେ ଶିଶୁ କଳାକାର ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଏକ ସଙ୍ଗୀତ ରେକଡିଂ ସମୟରେ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ତାଙ୍କୁ ଶୁଣି ଚଳଚ୍ଚିତ୍ର ମା' ଯାହାର ସାହାରେ ଗୀତ ଗାଇବାର ପ୍ରଥମ ସୁଯୋଗ ଦେଇଥିଲେ ।[୨][୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଧନେଶ୍ୱର ରଥ ସ୍ମୃତି ସମ୍ମାନ - ୨୦୧୯[୪]

ଆଧାର[ସମ୍ପାଦନା]

  1. "'Ajita' to empower women in Odisha". www.newindianexpress.com. The New Indian Express. Archived from the original on 7 May 2021. Retrieved 7 May 2021.
  2. "ବ୍ୟକ୍ତିତ୍ୱ". No. ନିତିଦିନ ୦୭/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ନିତିଦିନ. 7 May 2021. Retrieved 7 May 2021.
  3. "Rendezvous With Sailabhama Mohapatra, The Talented Singer Of Odia Music Industry!". www.mycitylinks.in. my cityl inks. Archived from the original on 7 May 2021. Retrieved 7 May 2021.
  4. "୬ ପ୍ରତିଭାଧାରୀ ପାଇଲେ ଧନେଶ୍ୱର ରଥ ସ୍ମୃତି ସମ୍ମାନ". www.dharitri.com/. ଧରିତ୍ରୀ. Archived from the original on 7 May 2021. Retrieved 7 May 2021.