Jump to content

ଅନୁ ଚୌଧୁରୀ

ଉଇକିପିଡ଼ିଆ‌ରୁ
ଅନୁ ଚୌଧୁରୀ
"ଟିଚ ଏଡ୍ସ" କାର୍ଯ୍ୟକ୍ରମରେ ଅଭିନୟ ସମୟରେ ଚୌଧୁରୀ ।
ଅନୁ ଚୌଧୁରୀ ଏକଲବ୍ଯ ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ
ଜନ୍ମ(1979-08-30)ଅଗଷ୍ଟ ୩୦, ୧୯୭୯
ଜାତୀୟତାଭାରତୀୟ
ବୃତ୍ତିସିନେମା ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୯-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ ସିନେମା ଅଭିନେତ୍ରୀ

ଅନୁ ଚୌଧୁରୀ (ଜନ୍ମ, ୩୦ ଅଗଷ୍ଟ ୧୯୭୯) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ[] । ସେ ୫୦ରୁ ଅଧିକ ଓଡ଼ିଆବଙ୍ଗଳା କଥାଚିତ୍ରରେ କାମ କରିଛନ୍ତି । ପ୍ରଥମେ ବଧୂ ନିରୁପମାରେ ଶିଶୁକଳାକାର ଭାବେ[] ଓ ପରେ ୧୯୯୯ ମସିହାରେ ମା ଗୋଜବାୟାଣୀ କଥାଚିତ୍ରରେ ଅଭିନେତ୍ରୀ ଭାବେ ସେ ଅଭିନୟ ଆରମ୍ଭ କରିଥିଲେ[] । ଅନୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ମଧ୍ୟ ଅଭିନୟ କରିଛନ୍ତି ।[]

ଅନୁ ଚୌଧୁରୀ

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅନୁ ଚୌଧୁରୀ ଓଡ଼ିଶାରେ ଭୁବନେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ[] । ସେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରୁ ବିଜ୍ଞାନରେ ଉଚ୍ଚଶିକ୍ଷା ଓ ରମାଦେବୀ ମହିଳା ମହାବିଦ୍ୟାଳୟରୁ ଗୃହବିଜ୍ଞାନରେ ସ୍ନାତକ ଉପାଧି ହାସଲ କରିବା ପରେ ସେ ଅଭିନୟକୁ ପେଶା ଭାବେ ଆରମ୍ଭ କରିଥିଲେ ।

ସିନେମା ଜୀବନ

[ସମ୍ପାଦନା]

ଚୌଧୁରୀ ଜଣେ ଶିଶୁ କଳାକାର ଭାବେ ଓଡ଼ିଆ ସିନେମାରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ବଧୂ ନିରୁପମାମମତା ମାଗେ ମୂଲ । ୧୯୯୯ରେ ମୁକ୍ତିଲାଭ କରିଥିବା ମା ଗୋଜବାୟାଣୀ କଥାଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଅଭିନୟ ନିମନ୍ତେ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ତାଙ୍କ ଅଭିନୀତ ପ୍ରାମାଣିକ କଥାଚିତ୍ର ବିଶ୍ୱପ୍ରକାଶ ଇଣ୍ଡିଆନ ପାନୋରାମାରେ ପୁରସ୍କୃତ ହୋଇଥିଲା ।[] ସେ ତାଙ୍କ ଅଭିନୟ ଜୀବନ ଏକ ତେଲୁଗୁ ଚଳଚ୍ଚିତ୍ର ଶୁଭବେଳାରୁ ଆରମ୍ଭ କରିଥିଏ, ଯାହା ୨୦୦୦ ମସିହାରେ ବିବାଦକୁ ଆସିଥିଲା[] । ସେ ୨୦୧୧ରେ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର ନିର୍ବାଣ ୧୩ରେ ଅଭିନୟ କରିଥିଲେ[]

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ହେ ପ୍ରଭୁ ଦେଖା ଦେ୨୦୧୬ଗୋପି ଆନନ୍ଦ
ସୁଇଟ୍ ହାର୍ଟ୨୦୧୬ସୁଶାନ୍ତ ମଣି
ମାଟିର ବନ୍ଧନ୨୦୧୨ହିମାଂଶୁ ଖଟୁଆ
ପହିଲି ରଜ୨୦୧୦ତାପସ ସରଘରିଆ
ତୁମେ ହିଁ ସାଥୀ ମୋର୨୦୦୯ସୁରେନ୍ଦ୍ର ମହାନ୍ତି
ହସିବ ପୁଣି ମୋ ସୁନା ସଂସାର୨୦୦୮ରଞ୍ଜନ ମିଶ୍ର
କଥାନ୍ତର୨୦୦୭ହିମାଂଶୁ ଖଟୁଆ
କାଳୀଶଙ୍କର୨୦୦୭ପ୍ରଶାନ୍ତ ନନ୍ଦ
ଚକା ଚକା ଭଉଁରୀ୨୦୦୭ଶୁଭେନ୍ଦୁ ସ୍ୱାଇଁ
ତୁମକୁ ପାରୁନି ତ ଭୁଲି୨୦୦୭ଚକ୍ରଧର ସାହୁ
ଧଉଳି ଏକ୍ସପ୍ରେସ୍୨୦୦୭ଚିତ୍ତ ରଞ୍ଜନ ତ୍ରିପାଠୀ
ଲାଲ ଟୁକ୍ ଟୁକ୍ ସାଧବବୋହୂ୨୦୦୭ସଂଗମ ବିଶ୍ୱାଳ
ସମୟ ହାତରେ ଡୋରି୨୦୦୭ଅମୂଲ୍ୟ ଦାସ ଓ ନିର୍ମଳ ଓଝା
ପ୍ରେମ ଋତୁ ଆସିଲାରେ୨୦୦୬ସୁଧାଂଶୁ ସାହୁ
ଶାଶୁଘର ଚାଲିଯିବି୨୦୦୬ବସନ୍ତ ସାହୁ
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ୨୦୦୬ସଞ୍ଜୟ ନାୟକ
ଅଗ୍ନି ପରୀକ୍ଷା୨୦୦୫ସୂର୍ଯ୍ୟ ମିଶ୍ର
ବାବୁ ଆଇ ଲଭ ୟୁ୨୦୦୫ସଞ୍ଜୟ ନାୟକ
ଓମ ଶାନ୍ତି ଓମ୨୦୦୫ପ୍ରଶାନ୍ତ ନନ୍ଦ
ଟୋପାଏ ସିନ୍ଦୂର ଦି ଟୋପା ଲୁହ୨୦୦୫ବସନ୍ତ ସାହୁ
ସିନ୍ଦୁର ମୋ ସପନ ହେଲା
ରଖିବ ଯଦି ସେ ମାରିବ କିଏ୨୦୦୪ରିତେଶ ନାୟକ
ସାବତ ମାଆ୨୦୦୩ଶିଶିର ମିଶ୍ର
ଗାରେ ସିନ୍ଦୂର ଧାରେ ଲୁହ୨୦୦୨ଗୋବିନ୍ଦ ତେଜ
ସମୟ ଖେଳୁଛି ଚକା ଭଉଁରୀ୨୦୦୨ସୁଧାଂଶୁ ସାହୁ
ବାଜି୨୦୦୧ଅଶୋକ ପତି
ହରି ଭାଇ ହାରେନା୨୦୦୦ରାଜୁ ମିଶ୍ର
ବିଶ୍ୱପ୍ରକାଶ୧୯୯୯ସୁଶାନ୍ତ ମିଶ୍ର
ମନ ରହିଗଲା ତୁମରି ଠାରେ୧୯୯୯ମହମ୍ମଦ ମହସୀନ
ମା ଗୋଜବାୟାଣୀ୧୯୯୯ବସନ୍ତ ସାହୁ
ମା’ ଓ ମମତା୧୯୯୯
ପୁଅ ମୋର ଜଗତ ଜିତା୧୯୯୭ସନକ ଦେବତା
ରକତ କହିବ କିଏ କାହାର୧୯୯୫ମହମ୍ମଦ ମହସୀନ
ବଧୂ ନିରୁପମା୧୯୮୭ଯୁଗଳ ଦେବତା
ମମତା ମାଗେ ମୂଲ୧୯୮୫ଅମିୟ ରଞ୍ଜନ ପଟ୍ଟନାୟକ

ଅଭିନୀତ ନାଟକ

[ସମ୍ପାଦନା]

ପୁରସ୍କାର

[ସମ୍ପାଦନା]

ଅନୁ ଚୌଧୁରୀ ୨୦୦୫ରେ ଶାଶୁଘର ଚାଲିଯିବି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୧୦] କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରଯୋଜନା ସଂସ୍ଥାର କଥାନ୍ତର ଚଳଚ୍ଚିତ୍ରରେ ପୂର୍ବ ବଙ୍ଗଳାର ଦ୍ୱିତୀୟ ପିଢୀ ଶରଣାର୍ଥୀ ଚରିତ୍ର ପାଇଁ ଚତୁର୍ଥ ସିନେ ଇଣ୍ଡିଆ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୧୧]

୩୦ ଡିସେମ୍ବର ୨୦୦୭ରେ, ଲାଲ ଟୁକୁ ଟୁକୁ ସାଧବ ବୋହୂ ଚଳଚ୍ଚିତ୍ର ପାଇଁ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ- ୨୦୦୭ରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଥିଲେ ।[୧୨] ସେ ଚାରିଥର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ବିଜେତା । ସେ ନିଜର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ନିର୍ବାଣ ୧୩ ପାଇଁ ଲସ ଏଞ୍ଜେଲସଠାରେ ଶ୍ରେଷ୍ଠା ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୧ରେ ଏହି ପୁରସ୍କାର ପାଇଁ ସେ ଏକମାତ୍ର ଅଭିନେତ୍ରୀ ଥିଲେ ।

ରାଜ୍ୟ ପୁରସ୍କାର

[ସମ୍ପାଦନା]

ସେ ଚାରିଥର ସମ୍ମାନ‌ଜନ‌କ ଶ୍ରେଷ୍ଠ ଅଭିନେତ୍ରୀ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି

ଆନ୍ତର୍ଜାତୀୟ ପୁରସ୍କାର

[ସମ୍ପାଦନା]
  1. Archived 2018-02-02 at the Wayback Machine., Anu Choudhury Birthday, Age, Family & Biography ଆଧାର ଭୁଲ: ଅବୈଧ <ref> ଟ୍ୟାଗ; ଭୁଲ ନାମ (ଯଥା: ଖୁବ ଅଧିକ)
  2. "ବିନା ପ୍ରେମିକରେ ଏହି ସିନେମାରେ ନଜର ଆସିଥିଲେ ଅନୁ". sambad.in. 28 May 2018. Retrieved 6 June 2018.
  3. "ଏହି ଅଳ୍ପ ପରିଚିତ ନାୟକଙ୍କ ସହ ଆସୁଛନ୍ତି ଅନୁ ଚୌଧୁରୀ ! | Sambad". Sambad. 27 August 2018. Archived from the original on 29 August 2018. Retrieved 31 August 2018.
  4. "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.
  5. Archived 2019-02-17 at the Wayback Machine., Anu choudhuri height, weight, age, affairs, wiki,fact
  6. Sahu, Diana (11 March 2013). "Devoted student". Bhubaneswar. The New Indian Express. Retrieved ଜାନୁଆରୀ 29, 2016.[permanent dead link]
  7. Archived 2018-02-13 at the Wayback Machine., Anu choudhury odia actress height weight photo family biography and wiki
  8. , Anu choudhury
  9. "ପ୍ରଥମ ଥର ପାଇଁ ମଞ୍ଚ ନାଟକରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ". Sambad (in ଆମେରିକୀୟ ଇଂରାଜୀ). 9 March 2023. Archived from the original on 16 September 2023. Retrieved 16 September 2023.
  10. "'Maidens' sweep annual State film awards". The Hindu. 31 May 2007. Archived from the original on 17 December 2007. Retrieved 24 February 2018.
  11. "Kathantara". Kadambinee Media Pvt. Ltd. Archived from the original on 2014-11-18. Retrieved 2018-02-24.
  12. "Oriya Film Awards: Siddhant and Anu Choudhury get the Honours". Oriya Times. 31 December 2007. Archived from the original on 16 September 2008.

ବାହାର ଆଧାର

[ସମ୍ପାଦନା]