ମଧୁସୂଦନ ପତି

ଉଇକିପିଡ଼ିଆ ରୁ
(Madhusudan Pati ରୁ ଲେଉଟି ଆସିଛି)
Jump to navigation Jump to search
ମଧୁସୂଦନ ପତି
ଜନ୍ମ ଓ ଜନ୍ମସ୍ଥାନ୧୦ ଜୁନ ୧୯୪୧ (1941-06-10) (୭୭ ବର୍ଷ)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଜୀବିକାଅଧ୍ୟାପକ
ପୈତୃକ ବାସସ୍ଥାନବଲାଙ୍ଗୀର
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୧୫

ମଧୁସୂଦନ ପତି ଜଣେ ଇଂରାଜୀ ଅଧ୍ୟାପକ,[୧] ଓଡ଼ିଆ ସାହିତ୍ୟିକ[୨] ଓ ଅନୁବାଦକ । ସେ ୨୦୧୫ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରଦତ୍ତ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।[୩]

ମଧୁସୂଦନ ପତି ୧୦ ଜୁନ ୧୯୪୧ରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୩ ମସିହାରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଲାଭ କରିଥିଲେ । ୧୯୬୭ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଇଂରାଜୀ ପ୍ରାଧ୍ୟାପକ ଭାବରେ ନିଜ ଚାକିରି ଜୀବନ ଆରମ୍ଭ କରି ୨୦୦୧ମସିହାରେ ସେହି ଅନୁଷ୍ଠାନର ଇଂରାଜୀ ବିଭାଗର ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ ।

ସାହିତ୍ୟ କୃତ୍ତି[ସମ୍ପାଦନା]

  • ଗଙ୍ଗାଧର ମେହେରଙ୍କ 'ତପସ୍ୱିନୀ' ଓ 'ପ୍ରଣୟ ବଲ୍ଲରୀ'ର ଇଂରାଜୀ ଅନୁବାଦ
  • 'ଆଲଫ୍ରେଡ଼ ଲଡ଼ ଟେନିସନ'ଙ୍କ ଇନ ମେମୋରିଅମ'ର ଓଡ଼ିଆ ଅନୁବାଦ[୪]
  • ଅନୁଶୀଳନ
  • ଭକ୍ତକବି ମଧୁସୂଦନ ରାଓ, ବ୍ୟକ୍ତିତ୍ୱ ଓ କବିତ୍ୱ
  • ଆଧୁନିକ ଓଡ଼ିଆ କବିତାର ଶୈଳୀ ଓ ତାତ୍ତ୍ୱିକ ସମାଲୋଚନା
  • ଦି ହିଷ୍ଟୋରିକାଲ୍ ନୋବେଲ୍ ଇନ୍ ଓଡ଼ିଆ
  • ଦି ରାମାୟଣ ଅଫ୍ ବାଲ୍ମିକୀ ଏ ରିଡିଙ୍ଗ
  • ଭାଗବତ ଗୀତା: ଏ ଲିଟରାରି ଏଲୁସିଡେସନ୍[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୨୦୧୫[୬]

ଆଧାର[ସମ୍ପାଦନା]

  1. "Welcome to Muse India". Retrieved 9 January 2016.
  2. D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 33–. ISBN 978-81-260-2060-7.
  3. ପ୍ରମେୟ ୧୧/୦୯/୨୦୧୫ ପୃଷ୍ଠା ୧. 11 September 2015 http://epaper.prameyanews.com/40870-5712853-1-article.html. Retrieved 11 September 2015. Missing or empty |title= (help)
  4. "Akademi picks Pati for award". The Telegraph. Retrieved 9 January 2016.
  5. "ଡ଼ ମଧୁସୂଦନ ପତିଙ୍କୁ 'ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର'". ସମ୍ବାଦ ୧୧/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. 11 September 2015. Retrieved 11 September 2015.
  6. http://www.mbctv.co.in/index.php/welcome/89-slideshow/6449-sahitya-academy-to-confer-literary-awards-in-odisha