କେମିତି ଏ ବନ୍ଧନ

ଉଇକିପିଡ଼ିଆ‌ରୁ
(Kemiti E Bandhanaରୁ ଲେଉଟି ଆସିଛି)
କେମିତି ଏ ବନ୍ଧନ
ନିର୍ଦ୍ଦେଶକସରୋଜ ସତପଥୀ
ପ୍ରଯୋଜକପ୍ରଦୀପ କୁମାର ସାହୁ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟସରୋଜ ସତପଥୀ
କାହାଣୀପ୍ରଦୀପ ସାହୁ
କଳାକାରସବ୍ୟସାଚୀ ମିଶ୍ର
ଅର୍ପିତା ମୁଖାର୍ଜୀ
ଅନୁ ଚୌଧୁରୀ
ଚନ୍ଦ୍ରଚୁଡ଼ ସିଂହ
ବିଜୟ ମହାନ୍ତି
ମହାଶ୍ୱେତା ରାୟ
ମିହିର ଦାସ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣରବି
ବି. ସତୀଶ
ସମ୍ପାଦକସମୀର ରଞ୍ଜନ ଦାସ
ରବି ଶଙ୍କର ପଟ୍ଟନାୟକ
କଥାଚିତ୍ରର ସମୟ
୧୨ ଅଗଷ୍ଟ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

କେମିତି ଏ ବନ୍ଧନ, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦୀପ କୁମାର ସାହୁ । ପ୍ରଦୀପ ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସରୋଜ ସତପଥୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ଅର୍ପିତା ମୁଖାର୍ଜୀ ।[୨] ହିନ୍ଦୀ କଥାଚିତ୍ର ଅଭିନେତା ଚନ୍ଦ୍ରଚୁଡ଼ ସିଂହ ଏହି କଥାଚିତ୍ର ଜରିଆରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୩] ଅନୁ ଚୌଧୁରୀ, ବିଜୟ ମହାନ୍ତି, ମହାଶ୍ୱେତା ରାୟ, ମିହିର ଦାସ, ହରିହର ମହାପାତ୍ର, ଅଶ୍ରୁମୋଚନ ମହାନ୍ତି, ହାଡ଼ୁ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧] ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ନିଜାମ, ପ୍ରବୋଦ ରାଉତ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଲ୍‌କା ୟାଗ୍‌ନି, ତପୁ ମିଶ୍ର, କୁମାର ବାପି, ମହ‌ମଦ ଅଜିଜ୍, ଶକ୍ତି ମିଶ୍ର, ପମି, ଶ୍ରୀଚରଣ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୁ ଆମର ହସ ଖୁସି" 
2."ଆରେ ଆରେ ମୋର ସାଥି" 
3."ଭଙ୍ଗା ଆଇନାର" 
4."ଅଜଣା ବାଟୋଇ କେମିତି ଜାଣିବ" 
5."ଝିଲ୍‌ମିଲ୍ ଝିଲ୍‌ମିଲ୍" 
6."କେମିତିକା ଜାଣିବ ଇଏ କେମିତିକା ବନ୍ଧନ ଇଏ" 
7."ମୋ ଠୁ ମୋତେ ଚୋରି କରିଛି (ନାରୀ)" 
8."ମୋ ଠୁ ମୋତେ ଚୋରି କରିଛି (ପୁରୁଷ)" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Kemiti E Bandhana". Incredible Orissa. 31 August 2011. Retrieved 23 November 2017.
  2. "ଓଡ଼ିଆ ହେଉ ବା ତେଲୁଗୁ ସିନେମା, ଲଭର ବୟ ସବ୍ୟସାଚୀ ସବୁଠି ଫିଟ୍". Odisha Live. 12 October 2017. Retrieved 23 November 2017.
  3. "ଏ ଦୁଇ ବଲିଉଡ ନାୟକଙ୍କ ନାୟିକା ବନିଥିଲେ ଅନୁ ଚୌଧୁରୀ". sambad.in. 22 September 2017. Retrieved 23 November 2017.
  4. "ଓଲିଉଡ୍ ନାୟିକା , ବଲିଉଡ୍ ନାୟକ ! | Kanak News". Kanak News. 22 September 2017. Archived from the original on 26 October 2017. Retrieved 1 September 2018.
  5. "ଅନୁଙ୍କ ଅଭିନୟ ଯାତ୍ରା" (PDF). ସମୟ (ତରଙ୍ଗ) (in Odia). Odisha. 28 May 2017. p. 14. Archived from the original (PDF) on 6 June 2017. Retrieved 14 January 2019.{{cite news}}: CS1 maint: unrecognized language (link)
  6. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]