ନିଜାମ
ନିଜାମ | |
---|---|
ଜନ୍ମ | ଶେଖ୍ ନିଜାମ ଉଲ୍ ହକ୍[୧] ୨ ଅକ୍ଟୋବର ୧୯୫୧ |
ମୃତ୍ୟୁ | ୨୧ ସେପ୍ଟେମ୍ବର ୨୦୧୫[୨] | (ବୟସ ୬୩)
ମୃତ୍ୟର କାରଣ | ବୃକକ ସମସ୍ୟା |
Resting place | ଦରଘା ବଜାର, କଟକ |
ଜାତୀୟତା | ![]() |
ପୁରାତନ ଛାତ୍ର | ମିସନ ସ୍କୁଲ, ଖ୍ରୀଷ୍ଟ ମହାବିଦ୍ୟାଳୟ |
ଜଣାଶୁଣା | ଓଡ଼ିଆ ଗୀତିକାର |
ଜୀବନସାଥୀ | ଗୁଲସାର୍ ହାରା |
ସନ୍ତାନ | ଆସାଦ୍, ଗଜାଲା |
Parent(s) | ଆସାଦ୍ ନାଜିମ୍ (ବାପା) |
ପୁରସ୍କାର(ଗୁଡ଼ିକ) | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ନିଜାମ(୦୨ ଅକ୍ଟୋବର ୧୯୫୧- ୨୧ ସେପ୍ଟେମ୍ବର ୨୦୧୫) ଜଣେ ଓଡ଼ିଆ ଗୀତିକାର ଥିଲେ ।[୩] ସେ ପ୍ରାୟ ୧୬୦ଟି କଥାଚିତ୍ରରେ ୫ଶହ ଗୀତ ରଚନା କରିଥିଲେ । ୫୦ଟିରୁ ଅଧିକ କଥାଚିତ୍ର ଓ ଧାରାବାହିକରେ ସଂଳାପ ଓ ୭୦ରୁ ଅଧିକ ଯାତ୍ରା ନାଟକ ରଚନା କରିଥିଲେ ।[୪]
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ନିଜାମ କଟକର ସୁତାହାଟଠାରେ ୧୯୫୩ ମସିହାରେ ପିତା ଆସାଦ୍ ନାଜିମ୍ଙ୍କ ସନ୍ତାନ ଭାବେ ଜନ୍ମ ନେଇଥିଲେ । ଜଣେ ଫୁଟବଲ ଖେଳାଳି ଭାବେ ସେ ଓଡ଼ିଶାକୁ ୧୦ବର୍ଷ ଧରି ପ୍ରତିନିଧିତ୍ୱ କରିଥିଲେ ।[୫] ଫୁଟବଲ ଖେଳର ଶିକ୍ଷା, ସେ ନିଜ ପିତାଙ୍କଠାରୁ ଲାଭ କରିଥିଲେ । ଏହି ଖେଳରେ ପାରଦର୍ଶିତା ଯୋଗୁଁ, ତାଙ୍କୁ ପୋଷ୍ଟାଲ ଆକାଉଣ୍ଟସରେ ଚାକିରି ମିଳିଥିଲା ।[୬]
ଗୀତିକାର ଜୀବନ[ସମ୍ପାଦନା]
୧୯୭୭ ମସିହାରେ ଅନୁତାପ କଥାଚିତ୍ରରୁ ନିଜାମ, ଓଡ଼ିଆ ସିନେମା ପାଇଁ ଗୀତ ଲେଖିବା ଆରମ୍ଭ କରିଥିଲେ ।[୭]ଏହି ଚଳଚ୍ଚିତ୍ରର ଗୀତ 'ନିଦ ଭରା ରାତି ମଧୁଝରା ଜହ୍ନ' ଖୁବ ଲୋକପ୍ରିୟ ହୋଇଥିଲା ।[୮] ଏହା ପରେ ପରେ ସମର ସଲିମ ସାଇମନ, ମାନିନୀ, ଫୁଲ ଚନ୍ଦନ ପ୍ରଭୃତି ଚଳଚ୍ଚିତ୍ରରେ ଗୀତ ଲେଖି ସେ ସଫଳତା ପାଇଥିଲେ । ରଜନୀଗନ୍ଧା(୧୯୮୯) [୯],ଜୀବନ ସାଥୀ(୧୯୯୭)[୧୦] ଓ ଲକ୍ଷ୍ମୀ ପ୍ରତିମା ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଗୀତିକାର ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୧୯୬୮-୬୯ ମସିହାରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ "ଯୁବବାଣୀ" କାର୍ଯ୍ୟକ୍ରମରେ ତାଙ୍କର ପ୍ରଥମ ଗୀତ "ସହରର ବତି ଗଲାଣି ଲିଭି" ପ୍ରସାରିତ ହୋଇଥିଲା ।
ଦେହାନ୍ତ[ସମ୍ପାଦନା]
କିଛି ଦିନ ବୃକକଜନିତ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରର ଆପୋଲୋ ହସପିଟାଲଠାରେ ଚିକିତ୍ସିତ ହେଉଥିବା ବେଳେ ୨୦୧୫ ମସିହା ସେପ୍ଟେମ୍ବର ୨୧ରେ ତାଙ୍କର ଦେହାନ୍ତ ହୋଇଥିଲା ।[୧୧] କଟକର ଦରଘା ବଜାରଠାରେ ତାଙ୍କ ମରଶରୀରକୁ କବର ଦିଆଯାଇଥିଲା ।[୧୨]
ଗୀତ ଲେଖିଥିବା ଓଡ଼ିଆ କଥାଚିତ୍ର ତାଲିକା[ସମ୍ପାଦନା]
କଥାଚିତ୍ର | ମୁକ୍ତିଲାଭ ବର୍ଷ | ସଙ୍ଗୀତ ନିର୍ଦ୍ଦେଶକ |
---|---|---|
ବାଳୁଙ୍ଗା ଟୋକା | ୨୦୧୧ | |
ଚୋରି ଚୋରି ମନ ଚୋରି | ୨୦୧୧ | |
ହିରୋ | ୨୦୧୧ | |
ମନ ମୋର ପ୍ରଜାପତି | ୨୦୧୧ | |
ତୁ ଥା ମୁଁ ଯାଉଛି ରୁଷି | ୨୦୧୦ | |
ଓମ ନମଃ ଶିବାୟ | ୨୦୧୦ | |
ଏଇ ମିଳନ ଯୁଗଯୁଗର | ୨୦୧୦ | |
ମୁଁ କଣ ଏତେ ଖରାପ | ୨୦୧୦ | |
ଶୁଭ ବିବାହ | ୨୦୧୦ | |
ଡନ୍ | ୨୦୧୦ | |
ତୁମେ ହିଁ ସାଥି ମୋର | ୨୦୦୯ | |
କେଉଁ ଦୁନିଆରୁ ଆସିଲ ବନ୍ଧୁ | ୨୦୦୯ | |
ଡ୍ରିମ୍ ଗାର୍ଲ | ୨୦୦୯ | |
ଆରେ ସାଥି ଆ | ୨୦୦୯ | |
ମତେ ତ ଲଭ ହେଲାରେ | ୨୦୦୮ | |
ଅନୁତାପ | ୧୯୭୭ |
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଶ୍ରେଷ୍ଠ ଗୀତିକାର(ରାଜ୍ୟ ଚଳଚ୍ଚିତ୍ର ସମ୍ମାନ)
- ସିକନ୍ଦର ସମ୍ମାନ
- ଯଦୁମଣି ଦାସ ସ୍ମୃତି ପ୍ରତିଭା ସମ୍ମାନ
- ଜାତୀୟ କଳା ପ୍ରତିଭା ସମ୍ମାନ
- ଅକ୍ଷୟ ମହାନ୍ତି ଫାଉଣ୍ଡେସନ ସମ୍ମାନ
ଆଧାର[ସମ୍ପାଦନା]
- ↑ "ମୋ ଅନୁଭୂତି". No. ଧରିତ୍ରୀ ୧୮/୦୭/୨୦୧୯ ପୃଷ୍ଠା ୧୪. ଧରିତ୍ରୀ. Retrieved 18 July 2019.
- ↑ "ରୁଷିଗଲେ ହୃଦୟର ଗୀତିକାର". ସମ୍ବାଦ ୨୨/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Retrieved 22 September 2015.
- ↑ http://www.thehindu.com/news/national/other-states/lyricist-nizam-dies-at-62/article7675352.ece
- ↑ "ପରଲୋକରେ ଶବ୍ଦର ସୌଦାଗର". ପ୍ରମେୟ ୨୨/୦୯/୨୦୧୫ ପୃଷ୍ଠା ୧. Retrieved 22 September 2015.
- ↑ ଦ ସନ୍ ଡେ ଇଣ୍ଡିୟାନ ନଭେମ୍ବର ୨୦୦୯ ସଂଖ୍ୟାରେ ପ୍ରକାଶିତ ଚିତ୍ତରଞ୍ଜନ ଚିରଞ୍ଜିତ ଲିଖିତ ପ୍ରସଙ୍ଗ
- ↑ "ଗୀତ ମୋ'ର ପେସା ନୁହେଁ..ନିଶା". ସମ୍ବାଦ ୧୩/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨.
- ↑ "Famous lyricist of Oriya film industry Nizam in critical state, Orissa Current News". orissadiary.com. 2012. Retrieved 30 June 2012.
He started his career in the year 1977 with Anutap
- ↑ "Renowned lyricist Nizam dies at 62". Odisha TV. 21 September 2015. Retrieved 21 September 2015.
- ↑ "Orissa State Film Award Winners | Orissa Cinema | Odisha Ollywood". orissacinema.com. 2012. Retrieved 30 June 2012.
Best Lyricist : Nizam (Rajnigandha)
- ↑ "CinemaSagar » Orissa State Film Award Winners". cinemasagar.com. 2012. Retrieved 30 June 2012.
Best Lyrist : Nizam (Jeevan Sathi)
- ↑ http://www.telegraphindia.com/1150922/jsp/frontpage/story_43910.jsp#.VgFGV30wDSg
- ↑ "Odisha's eminent lyricist Nizam passes away at 62". Odisha Sun Times. 21 September 2015. Retrieved 21 September 2015.
ବାହାର ଆଧାର[ସମ୍ପାଦନା]
- ନିଜାମ (ଇଣ୍ଟରନେଟ ମୁଭି ଡାଟାବେସରେ)
- 75-milestomes-in-odia-film