ବିଭୂତି ଭୂଷଣ ପ୍ରଧାନ
ଦେଖଣା
(Bibhuti Bhusan Pradhanରୁ ଲେଉଟି ଆସିଛି)
ବିଭୂତି ଭୂଷଣ ପ୍ରଧାନ | |
---|---|
ଜନ୍ମ | ବଳରାମପୁର, କେନ୍ଦ୍ରାପଡ଼ା | ୩ ଅପ୍ରେଲ ୧୯୫୭
ମୃତ୍ୟୁ | ୨୪ ଅଗଷ୍ଟ ୨୦୧୬ ଭୁବନେଶ୍ୱର | (ବୟସ ୫୯)
ମୃତ୍ୟୁର କାରଣ | ହୃଦ୍ଘାତ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ଶିକ୍ଷକତା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ବିଭୂତି ଭୂଷଣ ପ୍ରଧାନ (୩ ଅପ୍ରେଲ ୧୯୫୭ - ୨୪ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ଔପନ୍ୟାସିକ ଥିଲେ । ସେ ୧୯୫୭ ଅପ୍ରେଲ ୩ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ବଳରାମପୁରଠାରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଥିଲେ ସେ ଜଣେ ଶିକ୍ଷକ । ଛତିଶଗଡ଼ର 'କୋର୍ବା'ଠାରେ ନବୋଦୟ ବିଦ୍ୟାଳୟର ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ।[୧]
୨୦୧୬ ଅଗଷ୍ଟ ୨୪ତାରିଖରେ ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା ।[୨]
ରଚନାବଳୀ
[ସମ୍ପାଦନା]ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର ସମାଜ ତାତ୍ତ୍ୱିକ ଦିଗ ବିଭୂତି ଭୂଷଣଙ୍କ ସାହିତ୍ୟରେ ସ୍ଥାନ ପାଇଥିଲା । ୨୦୦୦ କଥା ପତ୍ରିକାଦ୍ୱାରା ଆୟୋଜିତ ଉଅପନ୍ୟାସ ପ୍ରତିଯୋଗିତାରେ ପ୍ରଥମ ହେବାପରେ ଜଣେ ଔପନ୍ୟାସିକ ଭାବରେ ତାଙ୍କର ପରିଚିତି ବଢିଥିଲା । ସେ ଉପନ୍ୟାସଟି ଥିଲା "ଯାତ୍ରା" । ଏହା (୧୯୯୯ର ମହାବାତ୍ୟା ଉପରେ ପର୍ଯ୍ୟବସିତ । ଏହା ଧାରାବାହିକ ଭାବରେ କଥାରେ ପ୍ରକାଶ ପାଇଥିଲା )[୩]
ଉପନ୍ୟାସ
[ସମ୍ପାଦନା]- ଯାତ୍ରା
- ଘଟ
- ଦାହ
- ନଟ
- ଢେଉ
- ହାକିଂ
ପ୍ରବନ୍ଧ
[ସମ୍ପାଦନା]ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ (ଢେଉ ନିମନ୍ତେ)
ଆଧାର
[ସମ୍ପାଦନା]- ↑ http://www.odisha.com/archives/23815
- ↑ "ସାହିତ୍ୟିକ ବିଭୂତି ଭୂଷଣ ପ୍ରଧାନଙ୍କ ପରଲୋକ". ଧରିତ୍ରୀ. Retrieved 26 August 2016.
- ↑ "କଥା ଝରକା". କଥା ପତ୍ରିକା. ମଇ ୨୦୧୮: ୨୬. Retrieved 22 May 2018.[permanent dead link]
- ↑ http://www.odishanews360.com/odisha/details?mallId=3&jobId=10860&type=Odisha[permanent dead link]