ବାଉଁଶରାଣୀ

ଉଇକିପିଡ଼ିଆ‌ରୁ
(Baunsa raniରୁ ଲେଉଟି ଆସିଛି)

ବାଉଁଶରାଣୀ ଓଡ଼ିଶାର ଏକ ପାରମ୍ପାରିକ ଲୋକକଳା । [୧] ଓଡ଼ିଶାର ଅନ୍ୟାନ୍ୟ ଲୋକକଳା ପରି ବାଉଁଶରାଣୀ ଏକ ଉଲ୍ଲେଖନୀୟ କଳା । [୨] ଓଡ଼ିଶାର ଏକ ପ୍ରକାର ଯାଯାବର ଜାତିର ଲୋକେ ମୁଖ୍ୟତଃ ଏହାକୁ ପେଶା ଭାବରେ ଗ୍ରହଣ କରି ପ୍ରଦର୍ଶନ କରିଥାନ୍ତି । ଏକ ପରିବାରର ଛୋଟ ପିଲାମାନେ ଖେଳ ଦେଖାଇଥାନ୍ତି ଓ ବଡ଼ମାନେ ଗୀତ ବୋଲି ବାଜା ବଜାଇଥାନ୍ତି । [୩]

ଖେଳର ବିଧି[ସମ୍ପାଦନା]

ସାଧାରଣତଃ ଏକ ପରିବାରର ସଦସ୍ୟମାନେ ଏହା ପ୍ରଦର୍ଶନ କରିଥାନ୍ତି । ଦୁଇଟି ବାଉଁଶ କିଛି ଦୂରତାରେ ପୋତାଯାଇଥାଏ । ଏଥିରେ ଏକ ଦଉଡ଼ି ଦମ୍ଭ କରି ବାନ୍ଧି ଏକ ଅସ୍ଥାୟୀ ମଞ୍ଚ ତିଅରି କରାଯାଇଥାଏ । ତାହା ଉପରେ ପିଲାଟିଏ (ସାଧାରଣତଃ ଝିଅଟିଏ) ଭାରସାମ୍ୟ ରଖି ଚାଲେ । ସେହି ସମୟରେ ଖେଳ ଦେଖାଉଥିବା ପରିବାରର ବାକି ସଦସ୍ୟମାନେ ବାଜା ବଜାଇବା, ଗୀତ ବୋଲିବା ତଥା ଦେଖଣାହାରୀଙ୍କଠାରୁ ପଇସା ସଂଗ୍ରହ କରିବା ଆଦି କାମ କରିଥାନ୍ତି ।[୪] ଖେଳ ଦେଖାଇସାରିବା ପରେ ଖେଳଦେଖାଉଥିବା ପରିବାରର ଜଣେ ବୁଲି ବୁଲି ଦେଖଣାହାରୀଣଙ୍କଠାରୁ ପଇସା ସଂଗ୍ରହ କରିଥାଏ ।

ଆଧାର[ସମ୍ପାଦନା]

  1. Orissa Review. Home Department, Government of Orissa. 1977.
  2. Chitra Garg (2007). Travel India: A Complete Guide to Tourist. Lotus Press. ISBN 978-81-8382-084-4.
  3. Folk Culture: Folk music & dance. Institute of Oriental and Orissan Studies. 1983*. {{cite book}}: Check date values in: |date= (help)
  4. Shovana Narayan (2004). Folk dance traditions of India. Shubhi Publication.

ଅଧିକ ତ‌ଥ୍ୟ[ସମ୍ପାଦନା]