ସିତାଂଶୁ ଲେଙ୍କା
ଦେଖଣା
ସିତାଂଶୁ ଲେଙ୍କା | |
---|---|
ଜନ୍ମ | ଇଚ୍ଛାପୁର |
ବୃତ୍ତି | କବି |
ପିତାମାତା | |
ପୁରସ୍କାର |
|
ସିତାଂଶୁ ଲେଙ୍କା ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଓ ଲେଖକ । କବି କମଳାକାନ୍ତ: ମତ ଅଭିମତ ଭିନ୍ନମତ ତାଙ୍କ ରଚିତ ଓ ତାଙ୍କ ବାପା ତଥା କବି କମଳାକାନ୍ତ ଲେଙ୍କାଙ୍କ ଉପରେ ଏକ ଉଲ୍ଲେଖନୀୟ ଜୀବନୀ ପୁସ୍ତକ ।ସାହିତ୍ୟ ରଚନା ପାଇଁ ସେ ୨୦୧୦ ମସିହାରେ ବସନ୍ତ ମୁଦୁଲି କବିତା ପୁରସ୍କାର ଲାଭକରିଥିଲେ ।
ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା
[ସମ୍ପାଦନା]ସିତାଂଶୁ ଲେଙ୍କା ଭଦ୍ରକ ଜିଲ୍ଲାର ଇଚ୍ଛାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ କବି କମଳାକାନ୍ତ ଲେଙ୍କା ଥିଲେ ତାଙ୍କ ବାପା । ସିତାଂଶୁ ପଞ୍ଚମ ଶ୍ରେଣୀଯାଏଁ ମାମୁଘରେ ରହି ପଢ଼ୁଥିଲେ । ଷଷ୍ଠ ଶ୍ରେଣୀ ବେଳକୁ କମଳାକାନ୍ତ ତାଙ୍କୁ ତାଙ୍କ ଗାଁ ଅଣାଇ ବ୍ରହ୍ମପୁର ମଧ୍ଯଇଂରାଜୀ ସ୍କୁଲରେ ନାମ ଲେଖାଇଥିଲା । ସ୍କୁଲଟି କମଳାକାନ୍ତ ରାଜକନିକା ରାଜାଙ୍କ ସହାୟତାରେ ଆଉ କିଛି ଯୁବକଙ୍କ ସାହାଯ୍ୟରେ ଗଢ଼ାଇଥିଲେ । ସିତାଂଶୁଙ୍କର ଭାଇଭଉଣୀ ମିଶି ମୋଟ ଛଅ ଜଣ: ବଡ଼ଭାଇ, ମଝିଆ ଭାଇଙ୍କ ପରେ ସିତାଂଶୁ ଓ ତାଙ୍କ ପରେ ତିନି ଭଉଣୀ । ସେ ହିମାଂଶୁବାଳା ଲେଙ୍କାଙ୍କୁ ବିବାହ କରିଥିଲେ ଓ ପରିବାର ସହ ବାଲେଶ୍ୱରରେ ବାସକରନ୍ତି ।[୧][୨]
ଆଧାର
[ସମ୍ପାଦନା]- ↑ ଲେଙ୍କା, ସିତାଂଶୁ (ଅକ୍ଟୋବର ୨୦୧୯). "ଯେମିତି ଜାଣେ ମୋ ବାପାଙ୍କୁ" (PDF). ରେବତୀ. Retrieved 2024-02-16.
- ↑ Dhangadamajhi, Sunil Kumar (2020-08-21). "ଯଶସ୍ବୀ କବି କମଳାକାନ୍ତ ଲେଙ୍କାଙ୍କ ଦ୍ବାବିଂଶତମ ଶ୍ରାଦ୍ଧ ଦିବସ ପାଳିତ". OdiaBarta.in. Retrieved 2024-02-16.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |