ଚିତ୍ରୋତ୍ପଳା

ଉଇକିପିଡ଼ିଆ‌ରୁ

ଚିତ୍ରୋତ୍ପଳା ହେଉଛି ଓଡ଼ିଶା ରାଜ୍ୟର ଏକ ନଦୀ । ଏହା ଉଭୟ କେନ୍ଦ୍ରାପଡା ଏବଂ କଟକ ଜିଲ୍ଲାରେ ଅବସ୍ଥିତ ମହାନାଦୀର ଏକ ଶାଖା ନଦୀ ।

ଚିତ୍ରୋତ୍ପଳା ନଦୀର ଉତ୍ପତ୍ତି କଟକ ଜିଲ୍ଲାର ସାଲେପୁରଠାରେ ହୋଇଛି । ନଦୀ ଆରମ୍ଭ ହେବାର ୫ରୁ ୬ କିଲୋ ମିଟର ପରେ ୨ ଭାଗରେ ବିଭାଜିତ ହୋଇଛି, ତନ୍ମଧ୍ୟରୁ ମୁଖ୍ୟ ନଦୀର ନାମେ ଚିତ୍ରୋତ୍ପଳା ଏବଂ ଶାଖା ନଦୀର ନାମ ଲୁଣା । ଲୁଣା ନଦୀ ମୁଖ୍ୟ ନଦୀଠାରୁ ଗଭୀର ହୋଇଥିବାରୁ ଗ୍ରୀଷ୍ମ ଋତୁରେ ଚିତ୍ରୋତ୍ପଳା ନଦୀର ୬୦ ପ୍ରତିଶତ ଜଳ ଲୁଣା ନଦୀରେ ପ୍ରବାହିତ ହୁଏ ।

ଚିତ୍ରୋତ୍ପଳା ନଦୀ ପ୍ରାୟ ୮୦ କିଲୋ ମିଟର ପ୍ରବାହ ହେଲା ପରେ ପାରାଦ୍ୱୀପ ପାଖରେ ପୁନଃ ନିଜର ଶାଖା ନଦୀ ଲୁଣ ସହିତ ମିଶିଛି । ଚିତ୍ରୋତ୍ପଳା ନଦୀ ଉପରେ ୬ଟି ପ୍ରମୁଖ ସେତୁ ନିର୍ମାଣ କରାଯାଇଛି, ସେତୁମାନ ଶିଶୁଆ, ନେମାଳ - ଜଳଦିଆ, ନରେନ୍ଦ୍ର ପୁର, ଗର୍ଦପୁର, ପାଟକୁରା ଏବଂ ହଳଦିଆ ଗଡ ପାଖରେ ଅଛି ।

ଶୀତଳ ଫସଲ ତଥା ଗ୍ରୀଷ୍ମ ଫସଲ ଚାଷ କରିବା ପାଇଁ ନିକଟସ୍ଥ ଗ୍ରାମବାସୀଙ୍କ ପାଇଁ ଏହି ନଦୀ ଉପଯୋଗୀ | ଉଭୟ ପାର୍ଶ୍ୱରେ ଥିବା ନଦୀ କୂଳରେ ରାସ୍ତା ନିର୍ମାଣ କରାଯାଇଛି, ଯାହା ହଜାର ହଜାର ଗ୍ରାମବାସୀଙ୍କୁ ନିଜ ଗାଁରୁ କଟକ / ଭୁବନେଶ୍ୱର / ସାଲେପୁର ଯିବାରେ ସାହାଯ୍ୟ କରିଥାଏ। ତେବେ ବର୍ଷା ଋତୁରେ ପ୍ରବଳ ବନ୍ୟା ପରି ପରିସ୍ଥିତି ନିକଟବର୍ତ୍ତୀ ଗ୍ରାମକୁ ଜଳ ମଗ୍ନ କରିଦିଏ। ପ୍ରାୟ ପ୍ରତ୍ୟେକ ବର୍ଷା ଋତୁରେ ନଦୀ ତଳମୁଣ୍ଡରେ ଥିବା ଗ୍ରାମଗୁଡିକରେ ପ୍ରଭାବିତ ହୋଇଥାଏ |

ଅଧିକ ତଥ୍ୟ[ସମ୍ପାଦନା]

ଚିତ୍ରୋତ୍ପଳା ନଦୀ - ଉଇକିମାପିଆ

ଚିତ୍ରୋତ୍ପଳା ନଦୀ - ନିଉ ଇଣ୍ଡିଆନ ଏକ୍ସପ୍ରେସ

ଚିତ୍ରୋତ୍ପଳା ନଦୀ - କଳିଙ୍ଗ ଟିଭି

ଚିତ୍ରୋତ୍ପଳା ନଦୀ - ଓଡ଼ିଶା ଟିଭି