ଗଡ଼କାଳିକା ମନ୍ଦିର

ଉଇକିପିଡ଼ିଆ‌ରୁ
ଗଡ଼କାଳିକା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଉଜ୍ଜୟିନୀ
Stateମଧ୍ୟ ପ୍ରଦେଶ
Countryଭାରତ

ମଧ୍ୟ ପ୍ରଦେଶରେ ଶିପ୍ରାନଦୀ ବା କ୍ଷିପ୍ରା ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ନଗରୀ ଅବନ୍ତିକା ବା ଏବର ଉଜ୍ଜୟିନୀର ପ୍ରାଚୀନତମ ଧର୍ମପୀଠଗୁଡ଼ିକ ମଧ୍ୟରେ ଗଡ଼କାଳିକା ମନ୍ଦିର ଅନ୍ୟତମ । ପ୍ରତି ବର୍ଷ ଉବୈର୍ଜନରେ 'କାଳିଦାସ ମହୋତ୍ସବ' ଅନୁଷ୍ଠିତ ହେବା ପୂର୍ବରୁ ଗଡ଼କାଳିକା ମନ୍ଦିରରେ ମାତାଙ୍କ ବିଶେଷ ପୂଜାପାଠ କରାଯାଏ ।[୧]

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁଯାୟୀ କାଳଜୟୀ କବି କାଳିଦାସ ଏହି ମନ୍ଦିରରେ ପ୍ରାର୍ଥନା କରି, ମାତାଙ୍କ ଆଶୀର୍ବାଦରୁ ମହାକବି ହୋଇପାରିଥିଲେ । କାଳିଦାସ ମାତାଙ୍କ ଆଶୀର୍ବାଦ ଲାଭ କରିବା ପରେ ସର୍ବ ପ୍ରଥମେ ତାଙ୍କ ମୁଖରୁ ‘ମହାକାଳୀ ସ୍ତୋତ୍ର’ ବାହାରିଥିଲା ଏବଂ ସେ ‘ଶ୍ୟାମଳା ଦଣ୍ଡକ’ ରଚନା କରିଥିଲେ ।[୨]

ଇତିହାସ[ସମ୍ପାଦନା]

ଏହି ମନ୍ଦିର ପ୍ରକୃତରେ କେତେ ପ୍ରାଚୀନ ଅଜଣା । ମାତାଙ୍କ ପ୍ରତିମା ପୁରାଣ ବର୍ଣ୍ଣିତ ସତ୍ୟ ଯୁଗର ଏବଂ ମନ୍ଦିର ମହାଭାରତ ଯୁଦ୍ଧ କାଳୀନ ବୋଲି ଧାର୍ମିକମାନେ ବିଶ୍ୱାସ କରନ୍ତି । ସପ୍ତମ ଶତାବ୍ଦୀରେ ସମ୍ରାଟ୍ ହର୍ଷବର୍ଦ୍ଧନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମନ୍ଦିରର ପୁନଃ ଉଦ୍ଧାର କରାଇଥିଲେ ।[୩][୪] ଏବକାର ମନ୍ଦିର ଗୋଆଲିୟରର ଶାସକମାନଙ୍କଦ୍ୱାରା ପୁନନିର୍ମିତ ।

ପୂଜା ଓ ପର୍ବପର୍ବାଣି[ସମ୍ପାଦନା]

ଏହି ପ୍ରସିଦ୍ଧ ପୀଠରେ ମାତା ମହାକାଳୀଙ୍କ ସମେତ ମହାଲକ୍ଷ୍ମୀ ଓ ମାଆ ସରସ୍ୱତୀ ପୂଜା ପାଉଛନ୍ତି ।

ଆଧାର[ସମ୍ପାଦନା]

  1. "Gadakalika Temple". 4 November 2015. Archived from the original on 4 March 2016. Retrieved 4 November 2015.
  2. "Gadakalika Mandira". Retrieved 4 November 2015.[permanent dead link]
  3. "Garh Kalika". Archived from the original on 27 September 2015. Retrieved 4 November 2015.
  4. "Ujjain Darshan". Retrieved 4 November 2015.

ବାହାର ତଥ୍ୟ[ସମ୍ପାଦନା]