କା (୧୯୬୬ର ଚଳଚ୍ଚିତ୍ର)
ଦେଖଣା
କା | |
---|---|
ନିର୍ଦ୍ଦେଶକ | ସାରଦା ପ୍ରସନ୍ନ ନାୟକ(ସିଦ୍ଧାର୍ଥ) |
ପ୍ରଯୋଜକ | ପାର୍ବତୀ ଘୋଷ |
କାହାଣୀ | କାହ୍ନୁ ଚରଣ ମହାନ୍ତି |
କଳାକାର | ଶରତ ପୂଜାରୀ, ଚନ୍ଦନା ବାନାର୍ଜୀ, ଝରଣା ଦାସ, ଗୌର ଘୋଷ |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର |
ଚିତ୍ରଗ୍ରହଣ | ବିଜୟ ଦେ, ଦେଓଜି ଭାଇ |
ମୁକ୍ତିଲାଭ ତାରିଖ | ୧୯୬୬ |
କଥାଚିତ୍ରର ସମୟ | ୧୬୫ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କା ଏକ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା ।[୧] ଏହା ୧୯୬୬ ମସିହାରେ ମୁକ୍ତିଲାଭ କରିଥିଲା । ଏହାର ନିର୍ଦ୍ଦେଶକ ଥିଲେ ସାରଦା ପ୍ରସନ୍ନ ନାୟକ (ଛଦ୍ମନାମ ସିଦ୍ଧାର୍ଥ)। ଚଳଚ୍ଚିତ୍ର ସମୀକ୍ଷକ "ସୂର୍ଯ୍ୟ ଦେଓ"ଙ୍କ କହିବା ଅନୁଯାୟୀ ଏହି ଚଳଚ୍ଚିତ୍ରଟି ବମ୍ବେର ନିର୍ଦ୍ଦେଶକ "ରାମଚନ୍ଦ୍ର ଠାକୁର(ଠାକୁର ଭାଇ) ଓ ଗୌର-ପାର୍ବତୀଙ୍କଦ୍ୱାରା ମିଳିତ ଭାବେ "ସିଦ୍ଧାର୍ଥ" ଛଦ୍ମନାମ ବ୍ୟବହାର କରି ନିର୍ଦ୍ଦେଶିତ ହୋଇଥିଲା ।[୨] ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଶରତ ପୂଜାରୀ, ଚନ୍ଦନା ବାନାର୍ଜୀ, ଝରଣା ଦାସ, ଗୌର ଘୋଷ ଆଦି ଅଭିନେତା ଅଭିନେତ୍ରୀ ଅଭିନୟ କରିଥିଲେ । ସିନେମାଟି ସାରଥି ଫିଲ୍ମଦ୍ୱାରା ପ୍ରଯୋଜିତ ହୋଇଥିଲା । ଚଳଚ୍ଚିତ୍ରଟି କାହ୍ନୁ ଚରଣ ମହାନ୍ତିଙ୍କ[୩] ସମାନ ନାମ ଥିବା ଉପନ୍ୟାସ "କା" ଉପରେ ପର୍ଯ୍ୟବସିତ ।[୪]
ଅଭିନୟରେ
[ସମ୍ପାଦନା]ଏହି କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ସଙ୍ଗୀତ
[ସମ୍ପାଦନା]କ୍ରମାଙ୍କ | ଗୀତର ନାମ | ଗାୟକ-ଗାୟିକା |
---|---|---|
୧ | ଅଦିନ ବଉଦ ଅଦିନ କୁହୁଡ଼ି | ଅକ୍ଷୟ ମହାନ୍ତି |
୨ | ଲିଭି ଲିଭି ଯାଏ ଆଖି ଲୁହ ଧାର | ସନ୍ଧ୍ୟା ମୁଖାର୍ଜୀ[୭] |
୩ | ମଧୁର ଏ ଚାନ୍ଦ ରାତି ହସେ ତାରା ଗଗନେ | ନିର୍ମଳା ମିଶ୍ର |
୪ | ମଉନାବତୀ ମଉନ କିଆଁ ଲଗାଇ ଦେଇ ମନରେ | ଅକ୍ଷୟ ମହାନ୍ତି |
୫ | ତୁମେ ଜାଣନା ଜାଣନା ମୁଁ ଜାଣେନା | ପ୍ରଣବ ପଟ୍ଟନାୟକ ଓ ନିର୍ମଳା ମିଶ୍ର |
୬ | ଚୋରା ଚୋରା ଚାହାଣିରେ ଭୁଲନା | ରଘୁନାଥ ପାଣିଗ୍ରାହୀ |
ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର (ରାଷ୍ଟ୍ରପତି ପୁରସ୍କାର ରୌପ୍ୟ କମଳ) - ୧୯୬୬[୮]
ଆଧାର
[ସମ୍ପାଦନା]- ↑ http://dff.nic.in/ODIA_CINEMA_AND_ODIAS_IN_CINEMA_1.asp
- ↑ http://www.telegraphindia.com/1151208/jsp/odisha/story_57202.jsp#.VrCSQk8wDSg
- ↑ Indian Literature. Sähitya Akademi. 1968.
- ↑ "Year 1966: Kaa". Odiamoviedatabase. Archived from the original on 5 March 2016. Retrieved 5 December 2015.
- ↑ http://timesofindia.indiatimes.com/city/bhubaneswar/Website-on-cult-Odia-cine-couple/articleshow/48372341.cms
- ↑ http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms
- ↑ "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022.
{{cite web}}
: Check date values in:|date=
and|archivedate=
(help) - ↑ Indian Cinema. Directorate of Film Festivals, Ministry of Information and Broadcasting. 1990.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କା