ମୌସୁମୀ ଦାସ

ଉଇକିପିଡ଼ିଆ‌ରୁ
ମୌସୁମୀ ଦାସ
Mausumi Das at Bhadrak in 2024
୨୦୨୪ ମସିହାରେ ସାଳନ୍ଦୀ ସାହିତ୍ୟ ସଙ୍ଗମରେ ମୌସୁମୀ
ଜନ୍ମ ଓ ଜନ୍ମସ୍ଥାନ (1972-08-03) ୩ ଅଗଷ୍ଟ ୧୯୭୨ (ବୟସ ୫୧)
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ସମ୍ପର୍କୀୟକୃଷ୍ଣ ମୋହନ ଦାସ (ବାପା)

ମୌସୁମୀ ଦାସ (ଜନ୍ମ: ୩ ଅଗଷ୍ଟ ୧୯୭୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା, ଯିଏକି କବିତା ତଥା ଗଳ୍ପ ରଚନା ପାଇଁ ଜଣାଶୁଣା । ତାଙ୍କର ଉଲ୍ଲେଖନୀୟ କୃତି ଭିତରେ କବିତା ପୁସ୍ତକ ରାସପର୍ବ, ବାଇଗଣୀ ଖରା, ଏବଂ ଗଳ୍ପ ପୁସ୍ତକ ରାସପର୍ବ, ମିମାଂସା, ମେଘମୁକ୍ତ ଆକାଶ ଆଦି ଜଣାଶୁଣା ।[୧]

ଜୀବନୀ[ସମ୍ପାଦନା]

ମୌସୁମୀ ୧୯୭୨ ମସିହାର ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପା କୃଷ୍ଣ ମୋହନ ଦାସ ଜଣେ ଗାଳ୍ପିକ ଥିଲେ ।[୩] ୧୯୯୨ ମସିହାରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ । ୧୯୯୭ ମସିହାରୁ ସେ ଓଡ଼ିଶା ସଚିବାଳୟରେ କାର୍ଯ୍ୟରତ ଅଛନ୍ତି ।

ସାହିତ୍ୟ ସର୍ଜନା[ସମ୍ପାଦନା]

ମୌସୁମୀ ଉଭୟ ଗଳ୍ପ ଓ କବିତା ରଚନା କରନ୍ତି । ଅଷ୍ଟମ ଶ୍ରେଣୀରେ ପଢ଼ିଲାବେଳେ ତାଙ୍କ ପ୍ରଥମ କବିତା ମୀନାବଜାରରେ ପ୍ରକାଶିତ ହୋଇଥିଲା ।[୩] ଏହାପରେ ୧୯୯୨ ମସିହାରେ ସ୍ନାତକ ଶେଷ ବର୍ଷରେ କଲେଜ ପତ୍ରିକାରେ ତାଙ୍କ ଗପ ପ୍ରକାଶିତ ହେବା ପରେ ୧୯୯୫ ମସିହାରେ କଟକରୁ ପ୍ରକାଶିତ ଓଡ଼ିଆ ପତ୍ରିକା ଶର୍ମିଷ୍ଠାରେ ତାଙ୍କ ରଚିତ ଗପ ଝରାଫୁଲର ପ୍ରଶ୍ନ ପ୍ରକାଶିତ ହୋଇଥିଲା ।[୨] ତାଙ୍କ ରଚନାଗୁଡ଼ିକ ସକାଳ, ଧରିତ୍ରୀ, ସମ୍ବାଦ ଭଳି ଜଣାଶୁଣା ଖବରକାଗଜରେ ପ୍ରକାଶିତ ହେବା ସହିତ ଝରଣା, ପକ୍ଷୀଘର, ଯୁବପ୍ରଭା, ସାଗରିକା ଭଳି ପତ୍ରିକା ପ୍ରକାଶିତ ହୋଇଛି ।

ପ୍ରକାଶିତ ଗଳ୍ପ ସଂକଳନ[ସମ୍ପାଦନା]

  • କଫି ହାଉସ୍ (୨୦୧୬, ଶ୍ରଦ୍ଧା ପବ୍ଲିକେଶନ)[୨]
  • ମିମାଂସା
  • ମେଘମୁକ୍ତ ଆକାଶ
  • ସେଇ ରାତି ପରେ ରୀତା - (୨୦୨୩, ଟାଇମ୍‌ପାସ୍)

ପ୍ରକାଶିତ କବିତା ସଂକଳନ[ସମ୍ପାଦନା]

  • ରାସପର୍ବ (୨୦୧୭, ପଶ୍ଚିମା ପ୍ରକାଶନ)
  • ବାଇଗଣୀ ଖରା (୨୦୨୧, ପଶ୍ଚିମା ପ୍ରକାଶନ)
  • ବୁଢ଼ିଆଣୀଘର (୨୦୨୨, ପଶ୍ଚିମା ପ୍ରକାଶନ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସୃଜନ ପାହାଚ ଯୁବ ପ୍ରତିଭା (ଗଳ୍ପ) ସମ୍ମାନ - ୨୦୧୪[୨]
  • କଥାକଳିକା ଯୁବ ପ୍ରତିଭା ପୁରସ୍କାର
  • ମଧୁଲିତା ଗଳ୍ପ ସମ୍ମାନ
  • ଆରପାଖ ଯୁବ ଲେଖକ (ଗଳ୍ପ) ସମ୍ମାନ
  • ବେଳାଧ୍ୱନି ଗଳ୍ପ ସମ୍ମାନ (ବ୍ରହ୍ମପୁର ସାହିତ୍ୟ ପରିଷଦ)

ଆଧାର[ସମ୍ପାଦନା]

  1. "Live Talk with Writer Mousumi Das". MBC TV. YouTube. 5 January 2023. Retrieved 2 April 2024.
  2. ୨.୦ ୨.୧ ୨.୨ ୨.୩ "ଅଳ୍ପ ଆଳାପ: ମୌସୁମୀ ଦାସ". ସମ୍ବାଦ. 5 June 2022. Archived from the original on 5 June 2022. Retrieved 2 April 2024.
  3. ୩.୦ ୩.୧ ପଣ୍ଡା, ସୁପ୍ରିୟା (20 June 2021). "ସମସ୍ୟାକୁ ଅସ୍ତ୍ର କରି ପାରିଲେ ହିଁ ସର୍ଜନାର ରାସ୍ତା ପ୍ରଶସ୍ତ ହେଇ ପାରିବ : ମୌସୁମୀ ଦାସ". Odisha Sambad (in ଆମେରିକୀୟ ଇଂରାଜୀ). Retrieved 2 April 2024.

ବାହାର ଲିଙ୍କ୍[ସମ୍ପାଦନା]