ସୁରେନ୍ଦ୍ର କୁମାର ମହାରଣା
ସୁରେନ୍ଦ୍ର କୁମାର ମହାରଣା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସୁରେନ୍ଦ୍ର କୁମାର ମହାରଣା |
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ପ୍ରଫେସର ନବୀନ କୁମାର ସାହୁ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬[୧] |
ସୁରେନ୍ଦ୍ର କୁମାର ମହାରଣା ଜଣେ ଓଡ଼ିଆ ଲେଖକ, ଯିଏକି ମୁଖ୍ୟତଃ ସମାଲୋଚନା ସାହିତ୍ୟ ଓ ଜୀବନ ସମ୍ବନ୍ଧୀୟ ପୁସ୍ତକରେ ନିଜର ଲେଖନୀ ଚାଳନା କରନ୍ତି ।[୨] ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ପୁସ୍ତକ ରଚନା କରିବା ସହିତ ୨୦ରୁ ଅଧିକ ସମାଲୋଚନା ପୁସ୍ତକ ଓ କିଛି ଜୀବିନୀ ପୁସ୍ତକ ରଚନା କରିଛନ୍ତି ।[୩] ୨୦୧୬ ମସିହାରେ ତାଙ୍କୁ ତାଙ୍କର ପୁସ୍ତକ ପ୍ରଫେସର ନବୀନ କୁମାର ସାହୁ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୪][୫]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୁରେନ୍ଦ୍ର କୁମାର ମହାରଣା ତିନି ଭାଇ ଭଉଣୀ ମଧ୍ୟରେ ଘରେ ସବୁଠାରୁ ସାନ ଥିଲେ । ସେ ତାଙ୍କର ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଶିକ୍ଷା ପୁରୀରେ ସମାପନ କରିଥିଲେ । ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢ଼ିବା ସମୟରେ ସେ ପିଲାମାନଙ୍କୁ ଟିଉସନ୍ ପଢ଼ାଇ ପାଠ ପଢ଼ୁଥିଲେ ।[୬]
ସେ ୧୯୭୪ ମସିହାରେ ବିବାହ କରିଥିଲେ । ତାଙ୍କର ତିନି ଜଣ କନ୍ୟା ସନ୍ତାନ ଅଛନ୍ତି ।[୬]
ସାହିତ୍ୟକୃତି
[ସମ୍ପାଦନା]ମାଟ୍ରିକ୍ ପରିକ୍ଷା ଦେଇସାରିବା ପରେ ସେ ତାଙ୍କର ପ୍ରଥମ ପୁସ୍ତକ, ଏକାଙ୍କିକା ସମାରୋହ ସାର ସଂଗ୍ରହ ରଚନା କରିଥିଲେ ଯାହାକି କଟକର ଓଡ଼ିଶା ବୁକ୍ ଷ୍ଟୋରଦ୍ୱାରା ପ୍ରକାଶ ପାଇଥିଲା । କଲେଜରେ ପଢ଼ିବା ସମୟରେ ତାଙ୍କର ଏହି ପ୍ରଥମ ପୁସ୍ତକ ଓ ଗଳ୍ପଶ୍ରୀ ସାର ସଂଗ୍ରହ ଦୁଇଟିଯାକ ପ୍ରକାଶ ପାଇଥିଲା ।[୬]
ରଚନାବଳୀ
[ସମ୍ପାଦନା]- ଏକାଙ୍କିକା ସମାରୋହ ସାର ସଂଗ୍ରହ (ପ୍ରଥମ ପୁସ୍ତକ)
- ଗଳ୍ପଶ୍ରୀ ସାର ସଂଗ୍ରହ
- ପ୍ରଫେସର ନବୀନ କୁମାର ସାହୁ (ଜୀବନୀ)[୭][୮]
- ଗଣକବି ବୈଷ୍ଣବ ପାଣି (ଜୀବନୀ)
- ନାଟ୍ୟକାର ବାଳକୃଷ୍ଣ ମହାନ୍ତି (ଜୀବନୀ)
- ରାମକୃଷ୍ଣ ନନ୍ଦ (ଜୀବନୀ)
- ସନ୍ଥକବି ଅଚ୍ୟୁତାନନ୍ଦ ଦାସ (ଜୀବନୀ)
- ପଲ୍ଲୀକବି ନନ୍ଦକିଶୋର ବଳ (ଜୀବନୀ)
- ଓଡ଼ିଆ ସାହିତ୍ୟର ଇତିହାସ
- ଓଡ଼ିଆ ସାହିତ୍ୟରେ ଧର୍ମଧାରା
- ସାରଳା ସାହିତ୍ୟ ପରିକ୍ରମା
- ସାରଳା ସାହିତ୍ୟ ସମ୍ପର୍କରେ
- ପଞ୍ଚସଖା ଧର୍ମ ଓ ସାହିତ୍ୟ
- ମାଦଳା ପାଞ୍ଜି: ଏକ ଦୃଷ୍ଟିପାତ
- ଚର୍ଯ୍ୟାଗୀତି
- ସାହିତ୍ୟର ଡାଳପତ୍ର
- ଓଡ଼ିଶାରେ ବୌଦ୍ଧ ସଂସ୍କୃତି
- କାଳଜୟୀ ସ୍ରଷ୍ଟାଙ୍କ କାଳଜୟୀ ସୃଷ୍ଟି ଦାନାପାଣି
- ଭକ୍ତକବି ରାମଦାସ ଓ ଦାଢ଼୍ୟତାଭକ୍ତି
- ଦେଶଭକ୍ତ ତିନି ଲଢ଼ୁଆ ବୀର (ଶିଶୁ ସାହିତ୍ୟ)
- ଦୂର ଦେଶର ଲୋକକଥା (ଶିଶୁ ସାହିତ୍ୟ)
- କଳା ଓ କଳାଦୃଷ୍ଟି
- କଥା ସମ୍ରାଟ ଫକୀରମୋହନଙ୍କ ଉପନ୍ୟାସ ମାମୁଁ
- ଓଡ଼ିଆ ପଦାବଳୀ ଓ ଚମ୍ପୂ ସାହିତ୍ୟ
- ଓଡ଼ିଶାର ଧର୍ମ ଓ ସାହିତ୍ୟରୁ କିଛି
- ଓଡ଼ିଶାର ସଂସ୍କୃତି ଓ ସାହିତ୍ୟରୁ କିଛି
- କଥାଶିଳ୍ପୀ ଗୋପୀନାଥଙ୍କ କାଳଜୟୀ କୃତି ପରଜା
- ରାସ ପଞ୍ଚଧ୍ୟାୟୀ
- ସାହିତ୍ୟର ବିଭା ଓ ବିଭାବନ
- ସାହିତ୍ୟର ଡାଳପତ୍ର
- ସମର ତରଙ୍ଗ
- ତାନ୍ତ୍ରିକ ବୁଦ୍ଧିଜିମ୍ (Tantrika Buddhism)
ଆଧାର
[ସମ୍ପାଦନା]- ↑ "୨୦୧୨, ୨୦୧୩, ୨୦୧୪ ମସିହାରେ ପ୍ରକାଶିତ ୨୦୧୫ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
- ↑ "୨୦୧୫ ଓ ୨୦୧୬ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ କେଉଁ ବିଭାଗରେ ପାଇବେ ପୁରସ୍କାର". Prameyanews7. ଭୁବନେଶ୍ୱର. 10 July 2020. Archived from the original on 15 July 2022. Retrieved 15 July 2022.
- ↑ Otv, News Desk. "୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା. Archived from the original on 2022-07-15. Retrieved 2022-07-15.
- ↑ Pradhan, Hemanta (10 July 2020). "Odisha Sahitya Akademi Awards for 2015, 2016 declared - Times of India". The Times of India (in English). Bhubaneswar. Retrieved 15 July 2022.
{{cite news}}
: CS1 maint: unrecognized language (link) - ↑ "Odisha Sahitya Akademi award for 18 authors". The New Indian Express. Retrieved 2022-07-16.
- ↑ ୬.୦ ୬.୧ ୬.୨ "Breakfast Odisha With Writer Surendra Ku Maharana". News7. YouTube. 23 September 2019. Retrieved 18 July 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଉପନ୍ୟାସରେ ନିତ୍ୟାନନ୍ଦ ପଣ୍ଡା, ଗୀତି କବିତାରେ ମନୋଜ ମହାନ୍ତି". Samaya Live. ଭୁବନେଶ୍ୱର. 11 July 2020. Archived from the original on 15 July 2022. Retrieved 15 July 2022.
- ↑ "Odisha Sahitya Akademi Awards announced | Sambad English". Sambad English (in English). Bhubaneswar: sambadenglish.com. 10 July 2020. Archived from the original on 15 July 2022. Retrieved 15 July 2022.
{{cite news}}
: CS1 maint: unrecognized language (link)