ବୁଢ଼ୀଠାକୁରାଣୀ ମନ୍ଦିର
ଦେଖଣା
ବୁଢ଼ୀ ଠାକୁରାଣୀ ମନ୍ଦିର ଏକ ଭାରତୀୟ ମନ୍ଦିର । ଏହା ଓଡ଼ିଶାର ଅନୁଗୋଳ ସହର ମଧ୍ୟସ୍ଥଳରେ ଥିବା ସୁନାଶଗଡ଼ ପାହାଡ଼ରେ ଅବସ୍ଥିତ ।[୧] ଠାକୁରାଣୀଙ୍କ ବିଗ୍ରହ କଳାମୁଗୁନି (ମ୍ୟାଗନେଟାଇଟ) ପଥରରେ ନିର୍ମିତ । ମନ୍ଦିରର ବାମ ପାର୍ଶ୍ୱରେ ମଦନମୋହନ, ଦକ୍ଷିଣ ପାର୍ଶ୍ୱରେ ଶିବ-ପାର୍ବତୀ, ଗାୟତ୍ରୀ ପୂଜିତ ହୁଅନ୍ତି । ଏହା ସମ୍ମୁଖରେ ଏକ ଦୁର୍ଗାମଣ୍ଡପ ରହିଛି । ସୁନାଶଗଡ଼ ପାହାଡ଼ର ଶୀର୍ଷ ଦେଶରେ ଜଗନ୍ନାଥଙ୍କର ଶୈଳଶ୍ରୀକ୍ଷେତ୍ର ୨୦୦୨ରେ ପ୍ରତିଷ୍ଠା କରାଯାଇଥିଲା ।[୨]
କିମ୍ବଦନ୍ତୀ
[ସମ୍ପାଦନା]ଲୋକକଥା ଅନୁସାରେ ସୁନାଶ ନାମକ ଜଣେ କନ୍ଧଲୋକ ଏହି ପାହାଡ଼କୁ ଗଡ଼ ଭାବେ ବ୍ୟବହାର କରୁଥିଲେ । ସେ ବୁଢ଼ୀ ଠାକୁରାଣୀଙ୍କୁ ନିଜର ଇଷ୍ଟଦେବୀ ରୂପେ ପୂଜା କରୁଥିଲେ [୩]।
ପୂଜାବିଧି
[ସମ୍ପାଦନା]କନ୍ଧ ସଂସ୍କୃତିରେ କରାଯାଉଥିବା ବୁଢ଼ା-ବୁଢ଼ୀ ଠାକୁରଙ୍କ ପୂଜନ ଶୈଳୀ ଏହି ମନ୍ଦିରରେ ପାଳନ କରାଯାଏ । ଏହି ପରମ୍ପରା ଓ ପ୍ରଥା ଅନୁଗୋଳ ଜିଲ୍ଲାର ଓଗି, ପରା ଓ ଗେଡ଼ିଆ ଗ୍ରାମରେ ମଧ୍ୟ ପ୍ରଚଳିତ । ଏହିସବୁ ଗ୍ରାମରେ ବୁଢ଼ା ଠାକୁର ପୂଜା ପାଇଥାନ୍ତି ।
ଆଧାର
[ସମ୍ପାଦନା]- ↑ "Budhi Thakurani". odisha360.com. 2012. Retrieved 23 May 2012.
The temple of 'Budhi Thakurani' is situated on one side of Sunasagad hill,
- ↑ "SAILASHREEKHETRA, ANGUL". angul.nic.in. 2011. Retrieved 23 May 2012.
after completion of Pratistha Utsav on Dt.22.02.2002
- ↑ "BUDHI THAKURANI, LIVING GODDESS OF ANGUL". angul.nic.in. 2011. Retrieved 23 May 2012.
The Kandha ruler placed this Budhi Thakurani and worshipped as his Esta Devi