ବୁଢ଼ୀଠାକୁରାଣୀ ମନ୍ଦିର

ଉଇକିପିଡ଼ିଆ‌ରୁ


ବୁଢ଼ୀ ଠାକୁରାଣୀ ମନ୍ଦିର ଏକ ଭାରତୀୟ ମନ୍ଦିର । ଏହା ଓଡ଼ିଶାର ଅନୁଗୋଳ ସହର ମଧ୍ୟସ୍ଥଳରେ ଥିବା ସୁନାଶଗଡ଼ ପାହାଡ଼ରେ ଅବସ୍ଥିତ ।[୧] ଠାକୁରାଣୀଙ୍କ ବିଗ୍ରହ କଳାମୁଗୁନି (ମ୍ୟାଗନେଟାଇଟ) ପଥରରେ ନିର୍ମିତ । ମନ୍ଦିରର ବାମ ପାର୍ଶ୍ୱରେ ମଦନମୋହନ, ଦକ୍ଷିଣ ପାର୍ଶ୍ୱରେ ଶିବ-ପାର୍ବତୀ, ଗାୟତ୍ରୀ ପୂଜିତ ହୁଅନ୍ତି । ଏହା ସମ୍ମୁଖରେ ଏକ ଦୁର୍ଗାମଣ୍ଡପ ରହିଛି । ସୁନାଶଗଡ଼ ପାହାଡ଼ର ଶୀର୍ଷ ଦେଶରେ ଜଗନ୍ନାଥଙ୍କର ଶୈଳଶ୍ରୀକ୍ଷେତ୍ର ୨୦୦୨ରେ ପ୍ରତିଷ୍ଠା କରାଯାଇଥିଲା ।[୨]

କିମ୍ବଦନ୍ତୀ[ସମ୍ପାଦନା]

ଲୋକକଥା ଅନୁସାରେ ସୁନାଶ ନାମକ ଜଣେ କନ୍ଧଲୋକ ଏହି ପାହାଡ଼କୁ ଗଡ଼ ଭାବେ ବ୍ୟବହାର କରୁଥିଲେ । ସେ ବୁଢ଼ୀ ଠାକୁରାଣୀଙ୍କୁ ନିଜର ଇଷ୍ଟଦେବୀ ରୂପେ ପୂଜା କରୁଥିଲେ [୩]

ପୂଜାବିଧି[ସମ୍ପାଦନା]

କନ୍ଧ ସଂସ୍କୃତିରେ କରାଯାଉଥିବା ବୁଢ଼ା-ବୁଢ଼ୀ ଠାକୁରଙ୍କ ପୂଜନ ଶୈଳୀ ଏହି ମନ୍ଦିରରେ ପାଳନ କରାଯାଏ । ଏହି ପରମ୍ପରା ଓ ପ୍ରଥା ଅନୁଗୋଳ ଜିଲ୍ଲାର ଓଗି, ପରା ଓ ଗେଡ଼ିଆ ଗ୍ରାମରେ ମଧ୍ୟ ପ୍ରଚଳିତ । ଏହିସବୁ ଗ୍ରାମରେ ବୁଢ଼ା ଠାକୁର ପୂଜା ପାଇଥାନ୍ତି ।

ଆଧାର[ସମ୍ପାଦନା]

  1. "Budhi Thakurani". odisha360.com. 2012. Retrieved 23 May 2012. The temple of 'Budhi Thakurani' is situated on one side of Sunasagad hill,
  2. "SAILASHREEKHETRA, ANGUL". angul.nic.in. 2011. Retrieved 23 May 2012. after completion of Pratistha Utsav on Dt.22.02.2002
  3. "BUDHI THAKURANI, LIVING GODDESS OF ANGUL". angul.nic.in. 2011. Retrieved 23 May 2012. The Kandha ruler placed this Budhi Thakurani and worshipped as his Esta Devi