ଲଭ୍ ଷ୍ଟେସନ୍
ଲଭ୍ ଷ୍ଟେସନ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ଜାଗି ମଙ୍ଗଦ ପଣ୍ଡା[୧] |
ସଂଳାପ | ସନ୍ତୋଷ ନାରାୟଣ ଦାସ |
ଚିତ୍ରନାଟ୍ୟ | ଅଶୋକ ପତି |
କଳାକାର | ବାବୁଶାନ୍ ଏଲିନା ସାମନ୍ତରାୟ ପପୁ ପମ ପମ ମିହିର ଦାସ ପୁଷ୍ପା ପଣ୍ଡା |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲଭ୍ ଷ୍ଟେସନ, ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଜାଗି ମଙ୍ଗଦ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଓ ଏଲିନା ସାମନ୍ତରାୟ ।[୩] ମିହିର ଦାସ, ପୁଷ୍ପା ପଣ୍ଡା, ପପୁ ପମ ପମ, ସଲିଲ ମିତ୍ର, ଜୀବନ ପଣ୍ଡା, ମୀନକେତନ, ରକ୍ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ବାବୁଶାନ୍[୪]- ସଞ୍ଜୁ
- ଏଲିନା ସାମନ୍ତରାୟ[୫]- ରାଣୀ[୬][୭][୮]
- ପପୁ ପମ ପମ- ପପୁ
- ମିହିର ଦାସ[୯]- ରୁଦ୍ରନାରାୟଣ ଶତପଥୀ
- ପୁଷ୍ପା ପଣ୍ଡା- ସଞ୍ଜୁର ମାଆ
- ସଲିଲ ମିତ୍ର- ଜଗନ୍ନାଥ
- ଜୀବନ ପଣ୍ଡା- ସଞ୍ଜୁର ଦାଦା
- ମୀନକେତନ- ଅତିଥୀ କଳାକାର
- ରକ୍ ପାତ୍ର[୧୦][୧୧]
- ଲିଙ୍କନ ପଟ୍ଟନାୟକ
- ବିଜୟ ପଟ୍ଟନାୟକ
- ଅସୀତ ପତି
- ଚୌଧୁରୀ ଜୟପ୍ରକାଶ ଦାସ
- ଶୁଭ୍ରାଂଶୁ ନାୟକ[୧୨] - ସଞ୍ଜୁର ବଡ଼ ଭାଇ
କାହାଣୀ
[ସମ୍ପାଦନା]ସଞ୍ଜୁ (ବାବୁଶାନ୍) ଘରର ସାନ ପୁଅ । ତା' ବାପା (ମିହିର ଦାସ) ଜଣେ ଅବସରପ୍ରାପ୍ତ ଶିକ୍ଷକ । ସେ ତାଙ୍କ ନିୟମରେ ସବୁବେଳେ ବନ୍ଧା । ତାଙ୍କୁ କେବେ କୌଣସି ଭୁଲ ପସନ୍ଦ ନୁହେଁ । ସେଥିପାଇଁ ସେ ତାଙ୍କ ଘର ଲୋକଙ୍କର ଭୁଲର ହିସାବ ରଖିଥାନ୍ତି । ଯାହାର ୧୦୦ଟି ଭୁଲ ହୋଇଯିବ ସେ ତାକୁ ଘରୁ ବାହାର କରିଦିଅନ୍ତି । ସେହି ନିୟମ ପାଇଁ ସେ ତାଙ୍କର ସାନ ଭାଇ(ଜୀବନ ପଣ୍ଡା)କୁ ତା'ର ପତ୍ନୀ ସହିତ ଘରୁ ବାହାର କରିଦେଇଥିଲେ । ତାଙ୍କ ଘରେ ତାଙ୍କର ଦୁଇ ପୁଅ । ବଡ଼ ପୁଅର ବୟସ ହୋଇଗଲାଣି, ହେଲେ ବାହାଘର ହୋଇପାରୁନି । ଝିଅ ଏବଂ ଜ୍ୱାଇଁ ମଧ୍ୟ ତାଙ୍କ ଘରେ ରହୁଥିଲେ । ସେମାନଙ୍କର ଗୋଟିଏ ପୁଅ ।
ସଞ୍ଜୁ ଆଗରେ କୌଣସି ଭୁଲ ଦେଖାଗଲେ, ସେ ସେଠାରେ ଝଗଡ଼ା ମଧ୍ୟ କରିବାକୁ ପଛାଏ ନାହିଁ । ସେହି ଝଗଡ଼ାର ହିସାବ ତା' ବାପା ରଖୁଥିଲେ । ଇତି ମଧ୍ୟରେ ଏ ୯୯ଟି ଭୁଲ କରିସାରିଲାଣି । ଆଉ ମାତ୍ର ଗୋଟିଏ ଭୁଲ କଲେ, ତାକୁ ଘର ଛାଡ଼ିବାକୁ ପଡ଼ିବ । ସେଥିପାଇଁ ତା' ମାଆ (ପୁଷ୍ପା ପଣ୍ଡା) ସବୁବେଳେ ଚିନ୍ତାରେ ରହୁଥିଲା । ସେହି ସମୟରେ ମନ୍ଦିରରେ ସଞ୍ଜୁ ଗୋଟିଏ ଝିଅକୁ ଦେଖିଲା, ଯାହାର ମୁହଁ ଦେଖି ନ ଥିଲା । କେବଳ ତା'ର ଗୋଡ଼ର ଟାଟୂ ଦେଖିକି ତାକୁ ପସନ୍ଦ କରିଥିଲା ଏବଂ ମନେ ମନେ ଭଲ ପାଇ ବସିଥିଲା । ସେ ଝିଅଟି ହେଉଛି ରାଣୀ (ଏଲିନା ସାମନ୍ତରାୟ) । ସଞ୍ଜୁ ଗୋଟିଏ ଗୁଣ୍ଡାକୁ ମାରୁଥିବା ବେଳେ ରାଣୀ ମନ୍ଦିରକୁ ନେଇଯାଉଥିବା ନଡ଼ିଆକୁ ନେଇ ସେ ଗୁଣ୍ଡାକୁ ମାରିଥିଲା ଏବଂ ସେଠାରେ ସେ ସଞ୍ଜୁକୁ ଗୋଟିଏ ଗୁଣ୍ଡା ବୋଲି ଭାବିଲା ।
ଏହା ପରେ ସଞ୍ଜୁ ମନ୍ଦିରରେ ପ୍ରବଚନ ଦେଉଥିବାର ରାଣୀ ଶୁଣିଲା ଏବଂ ସେ ମଧ୍ୟ ତା'ର ମୁହଁ ନ ଦେଖି ତାକୁ ଭଲପାଇ ବସିଥିଲା । ଅନ୍ୟ ଏକ ଦିନରେ ସଞ୍ଜୁ ସେହି ଟାଟୁ ଥିବା ଝିଅକୁ ଦେଖିବା ପାଇଁ ମନ୍ଦିରକୁ ଯାଇଥିଲା କିନ୍ତୁ ତାକୁ ପାଇଲାନି । ସେହି ସମୟରେ ରାଣୀ ମଧ୍ୟ ମନ୍ଦିରକୁ ଯାଇଥିଲା ଏବଂ ସଞ୍ଜୁ ଗୋଟିଏ ଅନ୍ଧୁଣୀ ଭିକ୍ଷୁକକୁ ୧୦୦ଟଙ୍କା ଦେଲା ଏବଂ ସେଠାରେ ଗୋଟିଏ କାର୍ଡ଼ବୋର୍ଡ଼ରେ କିଛି ଲେଖିଦେଇଆସିଲା । ଏହି ଲେଖାକୁ ଦେଖି ସଞ୍ଜୁ ପ୍ରତିର ରଣୀର ଭଲ ପାଇବା ଆହୁରି ବଢ଼ିଗଲା, ମାତ୍ର ସେ ତା'ର ମୁହଁ ଦେଖିପାରିନଥିଲା ।
ସଞ୍ଜୁର ବଡ଼ଭାଇର ବାହାଘର ପାଇଁ ତା' ପରିବାରର ସମସ୍ତଙ୍କୁ ପୁରୀ ଯିବାକୁ ପଡ଼ିଲା । ସଞ୍ଜୁକୁ ଛାଡ଼ି ଘରର ସମସ୍ତେ ଗୋଟିଏ ଟ୍ରେନର ଗୋଟିଏ ବଗିରେ ଥିଲେ ହେଲେ ସଞ୍ଜୁ ଗୋଟିଏ ଅଲଗା ବଗିର ଥିଲା । ଷ୍ଟେସନରେ ସଞ୍ଜୁ ଗୋଟିଏ ଝଗଡ଼ାକୁ ସମାଧାନ କରିବାକୁ ଯାଇ ସେ ଟ୍ରେନ ଛାଡ଼ିଦେଲା । ରାଣୀ ମଧ୍ୟ ସେହି ସେହି ଟ୍ରେନରେ ତା' ଘର ପୁରୀକୁ ଯାଉଥିଲା । ସେ ମଧ୍ୟ ଟ୍ରେନ ଛାଡ଼ିଦେଇଥିଲା । ଏହା ପରେ ସଞ୍ଜୁ ଏବଂ ରାଣୀ କେତେବେଳେ ଅଟୋରେ ତ କେତେବେଳେ ବସ କିମ୍ବା କାର୍ରେ ଯାଇ ବିଭିନ୍ନ ଷ୍ଟେସନରେ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ । ମାତ୍ର ସେମାନେ ପହଞ୍ଚିପାରୁନଥିଲେ । ସଞ୍ଜୁର ଭୟ ଥିଲା କି ଏହି ଭୁଲ ବିଷୟରେ ଜାଣିଲେ ତା ବାପା ତାକୁ ଘରୁ ବାହାର କରିଦେବେ ।
ସେଦିନ ରାତିରେ ରାଣୀ ଏବଂ ସଞ୍ଜୁ ଟ୍ରେନ ଧରିବା ପାଇଁ ଚେଷ୍ଟା କରୁଥିବା ଭିତରେ ସେମାନେ ଉଭୟ ଉଭୟଙ୍କୁ ଜାଣିଲେ ଏବଂ ସେମାନେ ସେମାନଙ୍କର ପ୍ରେମ କଥା କହିଲେ । ଏହିଭଳି ଭାବରେ ସେମାନେ ଯାଇ ଷ୍ଟେସନରେ ବସିଥିଲେ ଟ୍ରେନ ଧରିବା ପାଇଁ । କିନ୍ତୁ ଟ୍ରେନ ଆସିବା ଆଗରୁ ସେଠାରେ ଦୁଇ ପ୍ରେମୀଯୁଗଳଙ୍କୁ କିଛି ଲୋକ ଗୋଡ଼ାଉଥିବାର ଦେଖି ସଞ୍ଜୁ ସେମାନଙ୍କୁ ରକ୍ଷା କରି ନେଇ ମନ୍ଦିରରେ ବିବାହ କରିଦେଲା । ଏହା ପରେ ସେମାନେ ସଞ୍ଜୁର ଦାଦାଙ୍କୁ ଭେଟିଲେ ଏବଂ ତା' ଦାଦା ତାଙ୍କୁ ନିଜ ଗାଡ଼ିରେ ନେଇ ସଞ୍ଜୁକୁ ଷ୍ଟେସନରେ ପହଞ୍ଚାଇଦେଲା ଏବଂ ରାଣୀକୁ ତାଙ୍କ ଘରେ ଛାଡ଼ିଲା ।
ଟ୍ରେନ ପହଞ୍ଚିଲାବେଳକୁ ସଞ୍ଜୁ ସେତେବେଳକୁ ଟ୍ରେନରେ ନିଜ ସ୍ଥାନରେ ଶୋଇ ପଡ଼ିଥିଲା ଏବଂ ତା'ର ଘର ଲୋକ କିଛି ଜାଣି ପାରିଲେ ନାହିଁ । ଏହା ପରେ ସେମାନେ ବରଯାତ୍ରୀ ଧରି ବାହାଘର ପାଇଁ ଝିଅ ଘର ଘରେ ପହଞ୍ଚିଲେ । ରାଣୀ ମଧ୍ୟ ସେହି ବାହାଘରକୁ ଆସିଥିଲା ଏବଂ ସଞ୍ଜୁର ପରିବାର ଲୋକମାନଙ୍କ ସହ ଦେଖାହେଲା । ସେଠାରେ ଜଣା ପଡ଼ିଲା କି ତାଙ୍କ ଝିଅ ତା'ର ପ୍ରେମି ସହ ପଳେଇଯାଇଛି । ସଞ୍ଜୁ ବାହାଘର କରେଇ ଦେଇଥିବା ଝିଅଟି ହେଉଛି ସେହି ଝିଅ । ଏହି କଥା ଜାଣିବା ପରେ ସଞ୍ଜୁକୁ ତା ବାପା ଘରୁ ବାହାର କରିଦେବା କଥା କହିଲେ ଏହା ଶୁଣି ତା'ର ସମସ୍ତ ଘର ଲୋକ ମଧ୍ୟ ସଞ୍ଜୁ ସହ ଘର ଛାଡ଼ି ପଳାଇଯିବାକୁ ବାହାରିଲେ । ସମସ୍ତ ପରିବାର ଲୋକ ଘର ଛାଡ଼ି ଯାଉଥିବାରୁ ସଞ୍ଜୁର ବାପା ମଧ୍ୟ ତାଙ୍କ ନିୟମର ପରିବର୍ତ୍ତନ କଲେ ଏବଂ ଭୁଲର ସଂଖ୍ୟା ୧୦୦ରୁ ୧୦୦୦କୁ ଘୁଞ୍ଜେଇଲେ । ଏହା ପରେ ରାଣୀ ସହ ସଞ୍ଜୁର ବିବାହ ହେଲା ।
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବାବୁଶାନ୍, ଇରା ମହାନ୍ତି, ପପୁ ପମ ପମ, ତାରିକ୍ ଅଜିଜ୍, ପାମେଲା ଜୈନ, ସଞ୍ଜୁ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୩]
ଗୀତ
[ସମ୍ପାଦନା]All tracks written by ନିର୍ମଳ ନାୟକ.
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ସାୱରିଆ" | ବାବୁଶାନ୍, ଇରା ମହାନ୍ତି | |
2. | "ଲଭ୍ ଷ୍ଟେସନ" | ତାରିକ୍ ଅଜିଜ୍, ପାମେଲା ଜୈନ | |
3. | "ଟ୍ୱିଙ୍କଲ ଟ୍ୱିଙ୍କଲ ଲିଟଲ୍ ଷ୍ଟାର" | ପପୁ ପମ ପମ, ସଞ୍ଜୁ | |
4. | "ଟାଟୁବାଲି" | ତାରିକ୍ ଅଜିଜ୍ |
ଆଧାର
[ସମ୍ପାଦନା]- ↑ "Tarang Cine Production Presented Ollywood Movie "Love Station"". E News ଓଡ଼ିଆ. 12 March 2016. Retrieved 21 August 2016.
- ↑ "ମୁକ୍ତିଲାଭ କଲା ତିନୋଟି ଓଡ଼ିଆ ସିନେମା, ଆରମ୍ଭ ହେଲା ତ୍ରିମୁଖୀ ଲଢ଼େଇ". Odisha News 360. 12 June 2016. Retrieved 21 August 2016.[permanent dead link]
- ↑ "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.
- ↑ "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍". Sambad.in. 25 October 2017. Retrieved 26 October 2017.
- ↑ "ଏହି ବ୍ୟାନର୍ରୁ ବାଦ୍ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
- ↑ "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଗୋଟିଏରେ ନାୟକ ଆରଟିରେ ଖଳନାୟକ ଏହି ଓଲିଉଡ ଅଭିନେତା !". ସମ୍ବାଦ. 3 September 2017. Archived from the original on 8 September 2017. Retrieved 8 September 2017.
- ↑ "ନାୟକ ଭୂମିକାରେ ଆସୁଛନ୍ତି ଏହି ଖଳନାୟକ". sambad.in. 22 April 2018. Retrieved 6 June 2018.
- ↑ "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
- ↑ "ବାବୁସାନଙ୍କ ସିନେମା 'ଲଭ ଷ୍ଟେସନ'ର ଗୀତ ରିଲିଜ୍". Odisha News 360. 25 May 2016. Retrieved 21 August 2016.[permanent dead link]
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ଷ୍ଟେସନ୍