ଲଭ୍ ଷ୍ଟେସନ୍

ଉଇକିପିଡ଼ିଆ‌ରୁ
ଲଭ୍ ଷ୍ଟେସନ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଜାଗି ମଙ୍ଗଦ ପଣ୍ଡା[୧]
ସଂଳାପସନ୍ତୋଷ ନାରାୟଣ ଦାସ
ଚିତ୍ରନାଟ୍ୟଅଶୋକ ପତି
କଳାକାରବାବୁଶାନ୍
ଏଲିନା ସାମନ୍ତରାୟ
ପପୁ ପମ ପମ
ମିହିର ଦାସ
ପୁଷ୍ପା ପଣ୍ଡା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଲଭ୍ ଷ୍ଟେସନ, ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଜାଗି ମଙ୍ଗଦ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଓ ଏଲିନା ସାମନ୍ତରାୟ ।[୩] ମିହିର ଦାସ, ପୁଷ୍ପା ପଣ୍ଡା, ପପୁ ପମ ପମ, ସଲିଲ ମିତ୍ର, ଜୀବନ ପଣ୍ଡା, ମୀନକେତନ, ରକ୍ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ସଞ୍ଜୁ (ବାବୁଶାନ୍) ଘରର ସାନ ପୁଅ । ତା' ବାପା (ମିହିର ଦାସ) ଜଣେ ଅବସରପ୍ରାପ୍ତ ଶିକ୍ଷକ । ସେ ତାଙ୍କ ନିୟମରେ ସବୁବେଳେ ବନ୍ଧା । ତାଙ୍କୁ କେବେ କୌଣସି ଭୁଲ ପସନ୍ଦ ନୁହେଁ । ସେଥିପାଇଁ ସେ ତାଙ୍କ ଘର ଲୋକଙ୍କର ଭୁଲର ହିସାବ ରଖିଥାନ୍ତି । ଯାହାର ୧୦୦ଟି ଭୁଲ ହୋଇଯିବ ସେ ତାକୁ ଘରୁ ବାହାର କରିଦିଅନ୍ତି । ସେହି ନିୟମ ପାଇଁ ସେ ତାଙ୍କର ସାନ ଭାଇ(ଜୀବନ ପଣ୍ଡା)କୁ ତା'ର ପତ୍ନୀ ସ‌ହିତ ଘରୁ ବାହାର କରିଦେଇଥିଲେ । ତାଙ୍କ ଘରେ ତାଙ୍କର ଦୁଇ ପୁଅ । ବଡ଼ ପୁଅର ବୟସ ହୋଇଗଲାଣି, ହେଲେ ବାହାଘର ହୋଇପାରୁନି । ଝିଅ ଏବଂ ଜ୍ୱାଇଁ ମଧ୍ୟ ତାଙ୍କ ଘରେ ରହୁଥିଲେ । ସେମାନଙ୍କର ଗୋଟିଏ ପୁଅ ।

ସଞ୍ଜୁ ଆଗରେ କୌଣସି ଭୁଲ ଦେଖାଗଲେ, ସେ ସେଠାରେ ଝଗଡ଼ା ମଧ୍ୟ କରିବାକୁ ପଛାଏ ନାହିଁ । ସେହି ଝଗଡ଼ାର ହିସାବ ତା' ବାପା ରଖୁଥିଲେ । ଇତି ମଧ୍ୟରେ ଏ ୯୯ଟି ଭୁଲ କରିସାରିଲାଣି । ଆଉ ମାତ୍ର ଗୋଟିଏ ଭୁଲ କଲେ, ତାକୁ ଘର ଛାଡ଼ିବାକୁ ପଡ଼ିବ । ସେଥିପାଇଁ ତା' ମାଆ (ପୁଷ୍ପା ପଣ୍ଡା) ସବୁବେଳେ ଚିନ୍ତାରେ ରହୁଥିଲା । ସେହି ସମୟରେ ମନ୍ଦିରରେ ସଞ୍ଜୁ ଗୋଟିଏ ଝିଅକୁ ଦେଖିଲା, ଯାହାର ମୁହଁ ଦେଖି ନ ଥିଲା । କେବଳ ତା'ର ଗୋଡ଼ର ଟାଟୂ ଦେଖିକି ତାକୁ ପସନ୍ଦ କରିଥିଲା ଏବଂ ମନେ ମନେ ଭଲ ପାଇ ବସିଥିଲା । ସେ ଝିଅଟି ହେଉଛି ରାଣୀ (ଏଲିନା ସାମନ୍ତରାୟ) । ସଞ୍ଜୁ ଗୋଟିଏ ଗୁଣ୍ଡାକୁ ମାରୁଥିବା ବେଳେ ରାଣୀ ମନ୍ଦିରକୁ ନେଇଯାଉଥିବା ନଡ଼ିଆକୁ ନେଇ ସେ ଗୁଣ୍ଡାକୁ ମାରିଥିଲା ଏବଂ ସେଠାରେ ସେ ସଞ୍ଜୁକୁ ଗୋଟିଏ ଗୁଣ୍ଡା ବୋଲି ଭାବିଲା ।

ଏହା ପରେ ସଞ୍ଜୁ ମନ୍ଦିରରେ ପ୍ରବଚନ ଦେଉଥିବାର ରାଣୀ ଶୁଣିଲା ଏବଂ ସେ ମଧ୍ୟ ତା'ର ମୁହଁ ନ ଦେଖି ତାକୁ ଭଲପାଇ ବସିଥିଲା । ଅନ୍ୟ ଏକ ଦିନରେ ସଞ୍ଜୁ ସେହି ଟାଟୁ ଥିବା ଝିଅକୁ ଦେଖିବା ପାଇଁ ମନ୍ଦିରକୁ ଯାଇଥିଲା କିନ୍ତୁ ତାକୁ ପାଇଲାନି । ସେହି ସମୟରେ ରାଣୀ ମଧ୍ୟ ମନ୍ଦିରକୁ ଯାଇଥିଲା ଏବଂ ସଞ୍ଜୁ ଗୋଟିଏ ଅନ୍ଧୁଣୀ ଭିକ୍ଷୁକ‌କୁ ୧୦୦ଟଙ୍କା ଦେଲା ଏବଂ ସେଠାରେ ଗୋଟିଏ କାର୍ଡ଼ବୋର୍ଡ଼ରେ କିଛି ଲେଖିଦେଇଆସିଲା । ଏହି ଲେଖାକୁ ଦେଖି ସଞ୍ଜୁ ପ୍ରତିର ରଣୀର ଭଲ ପାଇବା ଆହୁରି ବଢ଼ିଗଲା, ମାତ୍ର ସେ ତା'ର ମୁହଁ ଦେଖିପାରିନଥିଲା ।

ସଞ୍ଜୁର ବଡ଼ଭାଇର ବାହାଘର ପାଇଁ ତା' ପରିବାରର ସମସ୍ତଙ୍କୁ ପୁରୀ ଯିବାକୁ ପଡ଼ିଲା । ସଞ୍ଜୁକୁ ଛାଡ଼ି ଘରର ସମସ୍ତେ ଗୋଟିଏ ଟ୍ରେନର ଗୋଟିଏ ବଗିରେ ଥିଲେ ହେଲେ ସଞ୍ଜୁ ଗୋଟିଏ ଅଲଗା ବଗିର ଥିଲା । ଷ୍ଟେସନରେ ସଞ୍ଜୁ ଗୋଟିଏ ଝଗଡ଼ାକୁ ସମାଧାନ କରିବାକୁ ଯାଇ ସେ ଟ୍ରେନ ଛାଡ଼ିଦେଲା । ରାଣୀ ମଧ୍ୟ ସେହି ସେହି ଟ୍ରେନରେ ତା' ଘର ପୁରୀକୁ ଯାଉଥିଲା । ସେ ମଧ୍ୟ ଟ୍ରେନ ଛାଡ଼ିଦେଇଥିଲା । ଏହା ପରେ ସଞ୍ଜୁ ଏବଂ ରାଣୀ କେତେବେଳେ ଅଟୋରେ ତ କେତେବେଳେ ବସ କିମ୍ବା କାର୍‌ରେ ଯାଇ ବିଭିନ୍ନ ଷ୍ଟେସନରେ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ । ମାତ୍ର ସେମାନେ ପ‌ହଞ୍ଚିପାରୁନଥିଲେ । ସଞ୍ଜୁର ଭୟ ଥିଲା କି ଏହି ଭୁଲ ବିଷୟରେ ଜାଣିଲେ ତା ବାପା ତାକୁ ଘରୁ ବାହାର କରିଦେବେ ।

ସେଦିନ ରାତିରେ ରାଣୀ ଏବଂ ସଞ୍ଜୁ ଟ୍ରେନ ଧରିବା ପାଇଁ ଚେଷ୍ଟା କରୁଥିବା ଭିତରେ ସେମାନେ ଉଭୟ ଉଭୟଙ୍କୁ ଜାଣିଲେ ଏବଂ ସେମାନେ ସେମାନଙ୍କର ପ୍ରେମ କଥା କ‌ହିଲେ । ଏହିଭଳି ଭାବରେ ସେମାନେ ଯାଇ ଷ୍ଟେସନରେ ବସିଥିଲେ ଟ୍ରେନ ଧରିବା ପାଇଁ । କିନ୍ତୁ ଟ୍ରେନ ଆସିବା ଆଗରୁ ସେଠାରେ ଦୁଇ ପ୍ରେମୀଯୁଗଳଙ୍କୁ କିଛି ଲୋକ ଗୋଡ଼ାଉଥିବାର ଦେଖି ସଞ୍ଜୁ ସେମାନଙ୍କୁ ରକ୍ଷା କରି ନେଇ ମନ୍ଦିରରେ ବିବାହ କରିଦେଲା । ଏହା ପରେ ସେମାନେ ସଞ୍ଜୁର ଦାଦାଙ୍କୁ ଭେଟିଲେ ଏବଂ ତା' ଦାଦା ତାଙ୍କୁ ନିଜ ଗାଡ଼ିରେ ନେଇ ସଞ୍ଜୁକୁ ଷ୍ଟେସନରେ ପ‌ହଞ୍ଚାଇଦେଲା ଏବଂ ରାଣୀକୁ ତାଙ୍କ ଘରେ ଛାଡ଼ିଲା ।

ଟ୍ରେନ ପ‌ହଞ୍ଚିଲାବେଳକୁ ସଞ୍ଜୁ ସେତେବେଳକୁ ଟ୍ରେନରେ ନିଜ ସ୍ଥାନରେ ଶୋଇ ପଡ଼ିଥିଲା ଏବଂ ତା'ର ଘର ଲୋକ କିଛି ଜାଣି ପାରିଲେ ନାହିଁ । ଏହା ପରେ ସେମାନେ ବରଯାତ୍ରୀ ଧରି ବାହାଘର ପାଇଁ ଝିଅ ଘର ଘରେ ପ‌ହଞ୍ଚିଲେ । ରାଣୀ ମଧ୍ୟ ସେହି ବାହାଘରକୁ ଆସିଥିଲା ଏବଂ ସଞ୍ଜୁର ପରିବାର ଲୋକମାନଙ୍କ ସ‌ହ ଦେଖାହେଲା । ସେଠାରେ ଜଣା ପଡ଼ିଲା କି ତାଙ୍କ ଝିଅ ତା'ର ପ୍ରେମି ସ‌ହ ପଳେଇଯାଇଛି । ସଞ୍ଜୁ ବାହାଘର କରେଇ ଦେଇଥିବା ଝିଅଟି ହେଉଛି ସେହି ଝିଅ । ଏହି କଥା ଜାଣିବା ପରେ ସଞ୍ଜୁକୁ ତା ବାପା ଘରୁ ବାହାର କରିଦେବା କଥା କ‌ହିଲେ ଏହା ଶୁଣି ତା'ର ସମସ୍ତ ଘର ଲୋକ ମଧ୍ୟ ସଞ୍ଜୁ ସ‌ହ ଘର ଛାଡ଼ି ପଳାଇଯିବାକୁ ବାହାରିଲେ । ସମସ୍ତ ପରିବାର ଲୋକ ଘର ଛାଡ଼ି ଯାଉଥିବାରୁ ସଞ୍ଜୁର ବାପା ମଧ୍ୟ ତାଙ୍କ ନିୟମର ପରିବର୍ତ୍ତନ କଲେ ଏବଂ ଭୁଲର ସଂଖ୍ୟା ୧୦୦ରୁ ୧୦୦୦କୁ ଘୁଞ୍ଜେଇଲେ । ଏହା ପରେ ରାଣୀ ସ‌ହ ସଞ୍ଜୁର ବିବାହ ହେଲା ।

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବାବୁଶାନ୍, ଇରା ମହାନ୍ତି, ପପୁ ପମ ପମ, ତାରିକ୍ ଅଜିଜ୍, ପାମେଲା ଜୈନ, ସଞ୍ଜୁ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୩]

ଗୀତ[ସମ୍ପାଦନା]

All tracks written by ନିର୍ମଳ ନାୟକ.

କ୍ରମଗୀତଗାୟକସମୟ
1."ସାୱରିଆ"ବାବୁଶାନ୍, ଇରା ମହାନ୍ତି 
2."ଲଭ୍ ଷ୍ଟେସନ"ତାରିକ୍ ଅଜିଜ୍, ପାମେଲା ଜୈନ 
3."ଟ୍ୱିଙ୍କଲ ଟ୍ୱିଙ୍କଲ ଲିଟଲ୍ ଷ୍ଟାର"ପପୁ ପମ ପମ, ସଞ୍ଜୁ 
4."ଟାଟୁବାଲି"ତାରିକ୍ ଅଜିଜ୍ 

ଆଧାର[ସମ୍ପାଦନା]

  1. "Tarang Cine Production Presented Ollywood Movie "Love Station"". E News ଓଡ଼ିଆ. 12 March 2016. Retrieved 21 August 2016.
  2. "ମୁକ୍ତିଲାଭ କଲା ତିନୋଟି ଓଡ଼ିଆ ସିନେମା, ଆରମ୍ଭ ହେଲା ତ୍ରିମୁଖୀ ଲଢ଼େଇ". Odisha News 360. 12 June 2016. Retrieved 21 August 2016.[permanent dead link]
  3. "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  4. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  5. "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.
  6. "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍‌". Sambad.in. 25 October 2017. Retrieved 26 October 2017.
  7. "ଏହି ବ୍ୟାନର୍‌ରୁ ବାଦ୍‌ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
  8. "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
  9. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  10. "ଗୋଟିଏରେ ନାୟକ ଆରଟିରେ ଖଳନାୟକ ଏହି ଓଲିଉଡ ଅଭିନେତା !". ସମ୍ବାଦ. 3 September 2017. Archived from the original on 8 September 2017. Retrieved 8 September 2017.
  11. "ନାୟକ ଭୂମିକାରେ ଆସୁଛନ୍ତି ଏହି ଖଳନାୟକ". sambad.in. 22 April 2018. Retrieved 6 June 2018.
  12. "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  13. "ବାବୁସାନଙ୍କ ସିନେମା 'ଲଭ ଷ୍ଟେସନ'ର ଗୀତ ରିଲିଜ୍". Odisha News 360. 25 May 2016. Retrieved 21 August 2016.[permanent dead link]

ବାହାର ଆଧାର[ସମ୍ପାଦନା]